ଘନ କୁହୁଡ଼ିର ଆସ୍ତରଣରେ ସାରା ସହର

କାମାକ୍ଷାନଗର: ବାତ୍ୟା ‘ଜୱାଦ’ ପରେ ପ୍ରଥମ ଥର ପାଇଁ କାମାକ୍ଷାନଗର ଉପଖଣ୍ଡରେ ଦେଖିବାକୁ ମିଳିଛି ଘନ କୁହୁଡ଼ିର ଆସ୍ତରଣ । କୁହୁଡିର ପ୍ରଭାବରେ ରାସ୍ତାରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ତିରିଶ ମିଟର ପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉ ନଥିଲା । ଫଳରେ ସକାଳୁ ବିଭିନ୍ନ କାମ ରେ ବାହାର କୁ ଯାଉଥିବା ଲୋକମାନେ ସଠିକ ଭାବେ ଯାନବାହାନ ନଚଳାଇ ପାରି ଅସୁବିଧା ର ସମ୍ମୁଖୀନ ହୋଇଥିଲେ ।

ସେହିପରି ପ୍ରବଳ କୁହୁଡିର ପ୍ରଭାବରେ କାକର ବିନ୍ଦୁ ଗଛ, ଲତା ଓ ଘାସ ଗାଲିଚା ଉପରେ ପଡି ଆଗାମୀ ଦିନ ରେ ପ୍ରବଳ ଶୀତର ଆଭାସ ଦେଉଥିବା ବେଳେ କିଛି ପ୍ରକୃତିପ୍ରେମୀ ଏହାର ମଜା ଉଠାଇ ଅଞ୍ଚଳ ରେ ପହଲି ଶୀତ ର ସ୍ପର୍ଶ ଅନୁଭବ କରିବା ଦେଖିବାକୁ ମିଳିଥିଲା । ବାତ୍ୟା ଜୱାଦ ପରେ ଆଜି ଏତେ ମାତ୍ରା ରେ ଘନକୁହୁଡି ଓ କାକର ର ପ୍ରଭାବ ରେ ସାଧାରଣ ଜନ ଜୀବନ ପ୍ରଭାବିତ ହୋଇଥିବା ବେଳେ ପ୍ରକୃତି ର ଏହି ଅପରୂପ ସୌନ୍ଦର୍ଯ୍ୟ କିଛି ଲୋକଙ୍କୁ ଅମୋଦିତ କରୁଥିବା ଦେଖାଯାଇଛି  ।

ଏଥିସହିତ ପଢ଼ନ୍ତୁ: ୩ଦିନ ପରେ ରାଜ୍ୟକୁ ଫେରିବ ଜାଡ଼

Leave a Reply