ଟଙ୍କା ନ ଦେବାରୁ ବାଉଁଶରେ ପିଟି ପିଟି ମାରିଦେଲା ପୁଅ

ଚଣ୍ଡିଖୋଲ: ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ବଡ଼ଚଣା ଗାଁରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ବଡ଼ଚଣା ଗାଁର ସ୍ୱର୍ଗତ ଅନନ୍ତ ସାମଲଙ୍କ ପତ୍ନୀ ସୁଷମା ସାମଲ ଘରେ ଥିବା ବେଳେ ବଡ଼ ପୁଅ ରଞ୍ଜନ କୁମାର ସାମଲ ମଦ୍ୟପାନ କରି ଘରକୁ ଫେରି ବିଧବା ମାଆକୁ ଟଙ୍କା ମାଗିଥିଲା । ମାଆ ଟଙ୍କା ନ ଦେବାରୁ ଏକ ବାଉଁଶରେ ମାଆ ମୁଣ୍ଡକୁ ବାଡ଼େଇ ଦେଇଥିଲା, ଘଟଣା ସ୍ଥଳରେ ଘରେ ଥିବା ଦୁଇ ସାନ ଭାଇ ବଡଭାଇକୁ କାବୁ କରିବା ସହ ଘରେ ବାନ୍ଧି ଦେଇଥିଲେ, ଗୁରୁତର ଅବସ୍ଥାରେ ମାଆକୁ ବଡ଼ଚଣା ମେଡିକାଲ ନେଇ ଯାଇଥିଲେ ।

ତେବେ ମେଡିକାଲରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏ ନେଇ ଘଟଣା ସ୍ଥଳରେ ବଡ଼ଚଣା ପୋଲିସ ପହଁଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ବଡ଼ ପୁଅ ରଞ୍ଜନ କୁମାର ସାମଲକୁ ଗିରଫ କରିଛି । ଏ ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୂର୍ବରୁ ମଧ୍ୟ ରଞ୍ଜନ ଘରକୁ ବାରମ୍ବାର ମଦ୍ୟପନ କରି ଆସି ପରିବାର ଲୋକଙ୍କୁ ମରମାରୀ କରୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏ ନେଇ ଘଟଣା ର ଅଧିକ ତଦନ୍ତ ଚଳାଇଛି ବଡ଼ଚଣା ପୋଲିସ ।

ଏଥିସହିତ ପଢ଼ନ୍ତୁ: ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍

Leave a Reply