spot_img
Home Blog Page 4952

କୋଭିଡ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର, ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମୃତକଙ୍କ ପରିବାରକୁ ମିଳିବ ଆର୍ଥିକ ଅନୁକମ୍ପାମୂଳକ ସହାୟତା ରାଶି । ପ୍ରତ୍ୟେକ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ମୃତକଙ୍କ ପରିବାର ପକ୍ଷରୁ ଆବେଦନ କରିବାକୁ ହେବ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆବେଦନକାରୀଙ୍କୁ ଏଥିପାଇଁ କୋଭିଡ ପଜିଟିଭ୍ ସାର୍ଟିଫିକେଟ ସହିତ ମୃତ୍ୟୁ ପ୍ରମାଣ ପତ୍ର ସହ ଆବେଦନ କରିବାକୁ ହେବ ।

ପରେ ଆବେଦନକାରୀଙ୍କୁ ମିଳିବ କୋଭିଡ ଜନିତ ମୃତ୍ୟୁ ସାର୍ଟିଫିକେଟ । ସାର୍ଟିଫିକେଟ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଲାଇନ୍ ଓ ଅଫଲାଇନ୍ ଯେକୌଣସି ଗୋଟିଏ ଫର୍ମାଟରେ ଆବେଦନ କରିବାକୁ ହେବ । ଆବେଦନ କରିବାର ମାସକ ମଧ୍ୟରେ ସମ୍ପୃକ୍ତ ପରିବାରକୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ମିଳିବ । ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ୧୫୫୩୩୫ ଜାରି କରାଯାଇଛି ।

ସୂଚନା ଯୋଗ୍ୟ ଏ ନେଇ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ନିକଟତମ ସମ୍ପର୍କୀୟଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ  ନିର୍ଦ୍ଦେଶ ରହିଛଇ । ଏହି ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟାକୁ ସୁଗମ କରିବାକୁ ସରକାର ଏକ ସ୍ୱତନ୍ତ୍ର ମୋବାଇଲ ଆପ୍ ‘କ୍ୟାପ୍ସ’ ପ୍ରସ୍ତୁତ କରିଛନ୍ତି ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ଏହି ଆପ ମାଧ୍ୟମରେ ହିତାଧିକାରୀ (ମୃତକଙ୍କ ନିକଟ ସଂପର୍କୀୟ)ଙ୍କୁ ଏହି ସହାୟତା ରାଶି ପ୍ରଦାନ କରିବେ । ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ । ଲୋକମାନେ ଏହି ସହାୟତା ରାଶି ପାଇବା ପାଇଁ ଆସନ୍ତା ୩ତାରିଖରୁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିପାରିବେ । ଆବେଦନ ନିର୍ଦ୍ଦିଷ୍ଟ ଫର୍ମାଟରେ ଅନଲାଇନରେ କିମ୍ବା ଅଫଲାଇନରେ  ଡାକ ମାଧ୍ୟମରେ କରିପାରିବେ । ସେମାନେ ଆବେଦନ ଫର୍ମ ସହ କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ସଂଲଗ୍ନ କରିବେ । ଗୋଟିଏ କୋଭିଡ୍ ମୃତ୍ୟୁ ପାଇଁ ଗୋଟିଏ ଆବେଦନ ପତ୍ର ଦାଖଲ କରାଯାଇପାରିବ । ଆବେଦନ ପତ୍ର ପାଇବା ପରେ ଜିଲ୍ଲାପାଳ ତାହାର ଏକ କପି ତହସିଲଦାରଙ୍କ ନିକଟକୁ ଯାଞ୍ଚ ପାଇଁ ପଠାଇବେ । ତହସିଲଦାର ମୃତକଙ୍କ ନିକଟ ସଂପର୍କୀୟଙ୍କୁ ଚିହ୍ନଟ କରିବା ସହ ତାଙ୍କର ବ୍ୟାଙ୍କ ଖାତା ସଂପର୍କିତ ତଥ୍ୟ ହାସଲ କରି ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । ଉପଜିଲ୍ଲାପାଳ ନିଜର ମନ୍ତବ୍ୟ ସହ ଆବେଦନକୁ ଏଡିଏମଙ୍କ ଜରିଆରେ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ । ଏହା ପରେ ଜିଲ୍ଲାପାଳ ଆବେଦନକୁ ମଞ୍ଜୁର କରିବେ ।

ଏଥିସହିତ ପଢ଼ନ୍ତୁ: ଶୀତ ପ୍ରବାହ ମଧ୍ୟରେ ଓଡ଼ିଶାକୁ ଲଘୁଚାପ ଭୟ: ୧୩ ତାରିଖ ଯାଏଁ ଜାରି ରହିବ କୋହଲା ପାଗ

ପରିଶ୍ରମ ପରେ ବି ସଫଳତା ପାଇ ପାରୁନାହାଁନ୍ତି କି ? ଜାଣନ୍ତୁ କ’ଣ କରିବେ ଏହି ରାଶିର ବ୍ୟକ୍ତି…

0

 

ଧନ ନିବେଶରେ ଆଜିର ଦିନ କିଛି ରାଶିଙ୍କ ପାଇଁ ଶୁଭ ଥିବାବେଳେ କିଛି ରାଶିକୁ ଏଥିପାଇଁ ଧୈର୍ଯ୍ୟ ରଖିବାକୁ ହେବ । ଦେଖନ୍ତୁ କେମିତି ବିତିବ ଆପଣଙ୍କ ଦିନ…

ମେଷ : ମେଷ ରାଶିଙ୍କ ପାଇଁ ଆଜିର ଦିନ ବ୍ୟସ୍ତବହୁଳ ରହିବା ସହ କୈାଣସି କାର୍ଯ୍ୟରେ ବାହାରକୁ ଯାଇ ପାରନ୍ତି । ବେପାରୀମାନଙ୍କ ଦୋକାନରେ ଗ୍ରାହକ କମ୍ ଆସିବାର ସମ୍ଭାବନା ଥିବାବେଳେ ଦିନର ଆରମ୍ଭ ଏତେ ଭଲ ନ ହୋଇପାରେ ।

ବୃଷ : ବୃଷ ରାଶିର ବ୍ୟକ୍ତି ଆଜି ପରିଶ୍ରମର ସହ ସମସ୍ତ କାର୍ଯ୍ୟ ପୂରା କରିବେ । ବେପାରୀମାନଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ । ଧିର ଗତିରେ ଚାଲୁଥିବା ବେପାରରେ ଅନେକ ପରଶ୍ରମ କରିବାକୁ ପଡ଼ିପାରେ । ଧନପ୍ରାପ୍ତିର ସମ୍ଭାବନା ଥିବାବେଳେ ପୁରୁଣା ଟଙ୍କା ମିଳିବାର ମଧ୍ୟ ମିଳିପାରେ ।

ମିଥୁନ : ମିଥୁନ ରାଶି ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଶୁଭ । ପରିବାରର କୈାଣସି କାମ ପୂରଣ କରିବାକୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ । ବେପାର ପାଇଁ ଲୋନ ନେବାକୁ ଚାହୁଁଥିଲେ ଆଜିର ଦିନ ଅତ୍ୟନ୍ତି ଶୁଭ । ଆଜି ଆପଣ କିଛି ମହଙ୍ଗା ଜିନିଷ କିଣିପାରନ୍ତି ଯେଉଁଥିରୁ ଆପଣଙ୍କୁ ଲାଭ ମିଳିପାରେ ।

କର୍କଟ : ଆଜିର ଦିନରେ ଆପଣଙ୍କର କାମରେ ସେତେଟା ମନ ଲାଗି ନପାରେ ଏଥିସହ ଅଧିକ ଚିନ୍ତାରେ ରହିପାରନ୍ତି । କୈାଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ଆଗରୁ ମନ ଲାଗିବନି । ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ଅନ୍ୟ କାହା କଥା ଶୁଣି ନିଜର କ୍ଷତି କରନ୍ତୁ ନାହିଁ ।

ସିଂହ : ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଅତ୍ୟନ୍ତ ଭଲ ରହିଛି । ଯେଉଁ କାମ କରିବାକୁ ଭାବୁଛନ୍ତି ତାହା ନିଶ୍ଚୟ ଆଜି ପୂପଣ ହେବ । ମନର ଆକାଂକ୍ଷା ପୂରଣ ହେବ । ଯାତ୍ରା କରିବାର ସମ୍ଭାବନା ରହିଛି । ଅନ୍ୟର କଥା ଶୁଣିବା ଅପେକ୍ଷା ନିଜ କାମରେ ଧ୍ୟାନ ଦିଅନ୍ତୁ । ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ ।

କନ୍ୟା : ବ୍ୟବସାୟରେ ଯୋଗ ଭଲ ରହିଛି । ପୈତୃକ ସମ୍ପତ୍ତି ମିଳିବାର ସମ୍ଭାବନା ରହିଛି । ଛୋଟମୋଟ କାମରେ ବାଧା ଆସିପାରେ । ମାତ୍ର ଧନପ୍ରାପ୍ତିର ସମ୍ଭାବନା ମଧ୍ୟ ରହିଛି ।

ତୁଳା : ତୁଳାର ରାଶିର ବ୍ୟକ୍ତି କର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ । ପରିଶ୍ରମର କାର୍ଯ୍ୟ କରିବାକୁ ପଡ଼ିପାରେ । ଲକ୍ଷ୍ୟ ପ୍ରାପ୍ତିରେ ବାଧା ଆସିପାରେ । ଆର୍ଥିକସ୍ଥିତିରେ ଧନପ୍ରାପ୍ତିରେ ବିଳମ୍ବ ହୋଇପାରେ ।

ବିଛା : ବିଛା ରାଶିର ବ୍ୟକ୍ତି ଅଚିହ୍ନା ଲୋକଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ । ଉଚ୍ଚପଦବୀ ଲୋକଙ୍କ ସାଙ୍ଗେ ଭେଟ ହବାର ସମ୍ଭାବନା ରହିଛି । ହଠାତ୍ କୈଣସି ଜିନିଷରେ ଅର୍ଥନିବେଶ କରିପାରନ୍ତି ।

ଧନୁ : ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଶୁଭ ଅଟେ । ଲୋକଙ୍କଠୁ ପ୍ରଶଂସା ମିଳିପାରେ ଏବଂ ବ୍ୟବସାୟରେ ଉନ୍ନତି ହୋଇପାରେ ।

ମକର : ମକର ରାଶି ପାଇଁ ଆଜିର ଦିନ ଅନୁକୂଳ ରହିବ । ଚାକିରି ମିଳିବାର ସମ୍ଭାବନା ରହିଛି । ପରିଶ୍ରମ ଓ ବିଶ୍ୱାସର ସହ ଆପଣଙ୍କ ସମସ୍ତ କାର୍ଯ୍ୟ ପୂରଣ କରିବେ ।

କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ଶୁଭ । ଆଜି ଆପଣଙ୍କୁ କୈାଣସି କାମ ମିଳିପାରେ । ଧନହାନିର ସମ୍ଭାବନା ଥିବାରୁ ଏକାଗ୍ରତା ବଜାୟ ରଖନ୍ତୁ ।

ମୀନ : ମୀନ ରାଶିର ବ୍ୟକ୍ତିମାନଙ୍କର ନିଜ କାମରେ ରୁଚି ରହିବ । କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଶୁଭ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

 

ଟି-୨୦ ବିଶ୍ୱକପ୍: ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ

ଦୁବାଇ: ଟି-୨୦ ବିଶ୍ୱକପରେ ଆଜି ସେମିଫାଇନାଲ୍ ଲଢେଇ । ପ୍ରଥମ ସେମିଫାଇନାଲରେ ଆଜି ମୁହାଁମୁହଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ସନ୍ଧ୍ୟା ୭ଟା ୩୦ ମିନିଟରେ ଆବୁଧାବିରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ଉଭୟ ଟିମ୍ ମ୍ୟାଚ୍ ଜିତି ଫାଇନାଲ୍ ଖେଳିବା ପାଇଁ ଉଦ୍ୟମ କରିବେ । ଟିମ ଇଂଲଣ୍ଡ ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିଥିବାବେଳେ ନ୍ୟୁଜିଲାଣ୍ଡ ଟିମର ଖେଳାଳିମାନେ ଫର୍ମରେ ଅଛନ୍ତି । ଇଂଲଣ୍ଡର ଜୋସ୍ ବଟଲର, ଜନି ବେୟାରଷ୍ଟୋ, ଅଧିନାୟକ ଓ ମୋରଗାନଙ୍କ ଉପରେ ରହିବ ସଭିଙ୍କ ନଜର । ସେପଟେ ବ୍ୟାଟିଂ ଲାଇନ୍ ଉପରେ ଅଧିକ ଭରସା କରିବ କିଓ୍ୱି ଟିମ୍ ।

ଓପନର ମାର୍ଟିନ ଗୁପତିଲ୍, ଅଧିନାୟକ ଓ୍ବିଲିୟମସନ୍, ମିଚେଲଙ୍କ ଉପରେ ରହିବ ଗୁରୁ ଦାୟିତ୍ୱ । ଟିମ୍ ସାଉଥି, ଟ୍ରେଣ୍ଟ ବୋଲ୍ଟ ଓ ସୋଡି ବୋଲିଂରେ କମାଲ କରିବା ନେଇ ଦଳ ଆଶାବାଦୀ ରହିଛି ।ଉଭୟ ଟିମ୍ ସୁପର ଟୁଏଲଭରେ ୫ଟି ଲେଖାଏଁ ମ୍ୟାଚ୍ ଖେଳି ୪ଟିରେ ବିଜୟ ହାସଲ କରିଛନ୍ତି । ଇଂଲଣ୍ଡ ଗ୍ରୁପ ଏର ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଥିବାବେଳେ ନ୍ୟୁଜିଲାଣ୍ଡ ବି ଗ୍ରୁପର ଦ୍ୱିତୀୟ ସ୍ଥାନରେ ରହିଛି । ସେପଟେ କାଲି ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ।

ତେବେ ଚଳିତ ବିଶ୍ୱକପରେ ଇଂଲଣ୍ଡ ମଧ୍ୟକ୍ରମ ଅଣପରୀକ୍ଷିତ ରହିଛି । ମାତ୍ର ୩ଜଣ ବ୍ୟାଟ୍ସମ୍ୟାନ୍  ୬୦ରୁ ଊର୍ଦ୍ଧ୍ୱ ବଲ୍ ଖେଳିଛନ୍ତି । ସେମାନଙ୍କ ମଧ୍ୟରୁ ଜସନ ରୟ ବାଦ ପଡ଼ିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବୋଲରମାନେ ଏଥିରୁ ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି । ୟୁଏଇ ପରିବେଶରେ ବେଶ କିଛି ଦିନ ଖେଳି ଆସୁଥିବା ମୋଇନ୍ ଅଲ୍ଲୀ ଇଂଲଣ୍ଡର ଭରସା ରହିବେ । ସ୍ପିନରଙ୍କ ବିପକ୍ଷରେ ସେ ଭଲ ଖେଳୁଥିବାରୁ ଈଶ ସୋଢ଼ି ଏବଂ ମିଚେଲ୍ ସାଣ୍ଟନରଙ୍କୁ ଟାର୍ଗେଟ କରିପାରନ୍ତି ।

ଏଥିସହିତ ପଢ଼ନ୍ତୁ: ପୁଣି ବଢ଼ିଲା ଫଡ଼ନାଭିସ୍-ନବାବ ବିବାଦ: କାଲି ଅଣ୍ଡରଓ୍ୱାଲ୍ଡ ସମ୍ପର୍କ ନେଇ ପ୍ରମାଣ ଦେବେ ନବାବ

ବିବାହ ବନ୍ଧନରେ ନୋବେଲ ବିଜୟିନୀ

ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜଇ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଗତ ମଙ୍ଗଳବାର ସେ ବ୍ରିଟେନ ବାସିନ୍ଦା ଅସର ମଲ୍ଲିକଙ୍କୁ ବିବାହ କରିଥିବା ବେଳେ ଏହି ସୂଚନା ମଲାଲା ନିଜ ଟ୍ୱିଟର୍ ଆକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି । ଲଣ୍ଡନର ବିରମିଘମରେ ଅବସ୍ଥିତ ଏକ ବିଳାସରେ ଉଭୟଙ୍କ ବିବାହ ହୋଇଥିଲା । ଏଥିସହ ଉଭୟଙ୍କୁ ଆଶିର୍ବାଦ ଦେବାକୁ ସେ ଅନୁରୋଧ କରିଛନ୍ତି । ମଲାଲା, ମହିଳାଙ୍କୁ ଶିକ୍ଷା ଦେବା ଅଭିଯାନ ଆରମ୍ଭ କରିଥିଲେ ଏବଂ ଏଥିପାଇଁ ପାକିସ୍ତାନରେ ୨୦୧୨ରେ ତାଲିବାନୀ ଆକ୍ରମଣକାରୀ ତାଙ୍କ ଉପରେ ଗୁଳି ଚଳାଇଥିଲେ ।

ଆଜିର ଦିନ ତାଙ୍କ ଜୀବନର ସବୁଠୁ ଅମୂଲ୍ୟ ଦିନ ବୋଲି ମଲାଲା ଟ୍ୱିଟରେ ଲେଖିଥିଲେ । ଏଥିସହ ବିବାହ ପରେ ଉଭୟେ ସାରା ଜୀବନ ପାଇଁ ସାଥୀ ହୋଇ ରହିବେ ବୋଲି କହିଥିଲେ । ନିଜ ବିବାହର କିଛି ଫଟୋ ସେ ନିଜ ଟ୍ୱିଟରରେ ସେୟାର କରିଥିଲେ ।

ଶୀତ ପ୍ରବାହ ମଧ୍ୟରେ ଓଡ଼ିଶାକୁ ଲଘୁଚାପ ଭୟ: ୧୩ ତାରିଖ ଯାଏଁ ଜାରି ରହିବ କୋହଲା ପାଗ

ଭୁବନେଶ୍ୱର: ଶୀତ ବଢୁଥିବା ବେଳେ ଓଡ଼ିଶାକୁ ଲଘୁଚାପ ଭୟ । ଆଜିଠୁ ଆସନ୍ତା ୧୩ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ କୋହଲା ପାଗ ରହିବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନିଭୁତ ହୋଇ ଅବପାତରେ ପରିଣତ ହେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ ।

ଗଞ୍ଜାମ, ଗଜପତି, ରାୟଗଡା ଏବଂ କୋରାପୁଟ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ପାଚିଲା ଧାନ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଲଘୁଚାପ ଦୁର୍ବଳ ହେବା ପରେ ରାଜ୍ୟରେ ଶୀତ ବଢିବ । ଉତ୍ତର ପଶ୍ଚିମ ଦିଗରୁ ଓଡ଼ିଶାକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଶୀତର ପରିମାଣ ବୃଦ୍ଧି ପାଇଛି । ଲଘୁଚାପ ପ୍ରଭାବରେ ପୂର୍ବ ଦିଗରୁ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ଣ ବାୟୁ ଏବେ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି । ତେଣୁ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିନ ଅପେକ୍ଷା ରାତ୍ରୀର ତାପମାତ୍ରା ବଢିବ ।

ଅନ୍ୟପକ୍ଷରେ ଶୀତରେ ଥରୁଛି ଫୁଲବାଣୀ ସମେତ ସମଗ୍ର କନ୍ଧମାଳ । ପ୍ରତିଦିନ ଖସୁଛି ପାରଦ । ଫଳରେ ଥଣ୍ଡା ମଧ୍ୟ ବଢିବାରେ ଲାଗିଛି । ଏହାସହ ଘନ କୁହୁଡି ବି ଲାଗି ରହୁଛି । ଫୁଲବାଣୀରେ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସକୁ ଖସିଥିବା ବେଳେ, ଦାରିଙ୍ଗବାଡିରେ ତାପମାତ୍ରା ୧୧ ଡିଗ୍ରୀ ରହୁଛି । ଶୀତବସ୍ତ୍ର ପିନ୍ଧି ଥଣ୍ଡାର ମଜା ଉଠାଇବା ସହ କିଏ ମର୍ଣ୍ଣିଂ ଓ୍ୱାର୍କ କରୁଛି, ତ ଆଉ କିଏ ନିଜକୁ ଫିଟ୍ ରଖିବାକୁ ବ୍ୟାୟାମ୍ କରୁଥିବା ଦେଖିବାକୁ ମିଳିଛି ।

ଆଜି ବି ଜାରି ରହିବ ଚଢ଼ାଉ: କୁବେର ଅଧିକାରୀ ପ୍ରତାପଙ୍କ ସମ୍ପର୍କୀୟଙ୍କ ଘରେ ତନଖି କରିବ ଭିଜିଲାନ୍ସ

ଭଦ୍ରକ/ଭୁବନେଶ୍ୱର: କୁବେର ଅଫିସରଙ୍କ କୋଟି କୋଟି ଟଙ୍କାର ସଂପତ୍ତି । ପୋଲିସ ହାଉସିଂ କର୍ପୋରେସନର ଉପପ୍ରବନ୍ଧକ ପ୍ରତାପ ସାମଲଙ୍କ ଘରେ ଗତକାଲି ଚଢ଼ାଉ କରିଥିଲା ଭିଜିଲାନ୍‌ସ । ଆଜି କିଛି ସମ୍ପର୍କୀୟ ଓ ବନ୍ଧୁ ବାନ୍ଧବଙ୍କ ଘରେ ଭିଜିଲାନ୍ସ ରେଡ କରିପାରେ । ଏହାସହ ଅଟକ ଥିବା ପ୍ରତାପଙ୍କୁ ଆଜି ଗିରଫ କରାଯାଇପାରେ । ଗତକାଲି ଏକକାଳୀନ ୧୨ଟି ସ୍ଥାନରେ ରେଡ୍‌ କରିଥିଲା ଭିଜିଲାନ୍ସ । ଆଇଆରସି ଭିଲେଜସ୍ଥିତ ଘରେ ଚଢ଼ାଉ ବେଳେ ଟିଭି ପେଟି ଭିତରେ ୩୮ ଲକ୍ଷ ନଗଦ ଟଙ୍କା ପଡୋଶୀ ଘରକୁ ଫୋପାଡିବା ବେଳେ ମାଡି ବସିଥିଲା ଭିଜିଲାନ୍‌ସ ।

ପ୍ରତାପ, ତାଙ୍କ ପୁଅ ଓ ସ୍ତ୍ରୀଙ୍କ ନାଁରେ ଭୁବନେଶ୍ୱରରେ ୧୭ଟି ପ୍ଲଟ ସହ ୨ଟି ବିଲ୍ଡିଂ ରହିଛି । ଭଦ୍ରକ ବାସୁଦେବପୁରରେ ୫ଟି ପ୍ଲଟ ଓ ଗୋଟିଏ ଘର ଠାବ କରିଥିଲା ଭିଜିଲାନ୍ସ । ସେହିପରି ଅଧ କେଜିଏ ସୁନା ମଧ୍ୟ ଜବତ ହୋଇଛି । ୧୧ଟି ବ୍ୟାଙ୍କ ଆକାଉଣ୍ଟରେ ବାଲାନ୍‌ସ ଓ ଟ୍ରାଞ୍ଜାକ୍ସନ ସମ୍ପର୍କରେ ଖୋଳତାଡ଼ କରାଯାଇଛି । ପ୍ରତାପଙ୍କ ପରିବାର ନାଁରେ ଲକ୍ଷାଧିକ ଟଙ୍କାର ଫିକ୍ସଡ ଡିପୋଜିଟ ରହିଛି । ୩୩ ବର୍ଷର ଚାକିରି କାର୍ଯ୍ୟକାଳ ଭିତରେ ସେ ଏତେ ଆୟ ବହିର୍ଭୁତ ସମ୍ପତ୍ତିର କିଭଳି ମାଲିକ ହେଲେ ସେନେଇ ତଦନ୍ତ ଚଳାଇଛି ଭିଜିଲାନ୍ସ । ଏତେ ଟଙ୍କା କିପରି ଠୁଳ କଲେ ପ୍ରତାପ ? ଆଉ କେଉଁ ଅଧିକାରୀ ଏଥିରେ ସଂପୃକ୍ତ କି ? ଦୁର୍ନୀତିର ଲମ୍ବା ଚେନ୍‌ ଚାଲିଥିଲା କି ? କେତେଥର ବିଦେଶ ଗସ୍ତ କରିଛନ୍ତି ? ଆଉ କେଉଁଠି ସଂପତ୍ତି ଠୁଳ କରିଛନ୍ତି, ସେନେଇ ତନାଘନା ଚାଲିଛି ।

ଏଥିସହିତ ପଢ଼ନ୍ତୁ: ଭିଜିଲାନ୍ସ ଖୋଲିଲା ପ୍ରତାପଙ୍କ ପାପ ଅର୍ଜିତ ସମ୍ପତ୍ତି ପେଢ଼ି: ଏଯାଏଁ ମିଳିଲାଣି ୧୬ କୋଟିର ସମ୍ପତ୍ତି, ଆହୁରି ଅଛି..

ନବୀନ-ଜଗନ ଭେଟଘାଟ, କିଏ-କାହାକୁ କଣ ଦେଲେ ?

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି ଆଲୋଚନା ପରେ ଫେରି ଯାଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଅଢ଼େଇ ଘଣ୍ଟାର ଓଡ଼ିଶା ଗସ୍ତ ସମୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ଜଗନ ମୋହନ । କୋଟିଆ ସୀମା ବିବାଦ, ପୋଲାଭରମ, ନେରାଡ଼ି ଆଦି ପ୍ରକଳ୍ପ ବାବଦରେ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ସମାଧାନର ବାଟ ଖୋଜି ବାହାର କରିଛନ୍ତି । ଏଥିସହ ବିଭିନ୍ନ ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି ।

Naveen Gives Boita, Jagan Gives Tirupati

ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ ସହ କେବଳ ସୀମା ଲାଗି ରହିନାହିଁ । ପ୍ରାଚୀନ ଐତିହ୍ୟ ଓ ସଂସ୍କୃତି ମଧ୍ୟ ଜଡ଼ିତ ହୋଇ ରହିଛି । ଏହାକୁ ମନେ ପକାଇଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ । ଜଗନ ମୋହନ ରେଡ୍ଡୀଙ୍କ ଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସାଧବ ପୁଅଙ୍କ ସ୍ମୃତି ବୋଇତର ପଟ୍ଟଚିତ୍ର ଉପହାର ଭାବେ ଦେଇଛନ୍ତି । ମନେ ପକାଇ ଦେଇଛନ୍ତି ସାଧବ ପୁଅ କିଭଳି ସାତ ସମୁଦ୍ର ପାରି ହୋଇ ବେପାର ବଣିଜ କରୁଥିଲେ ।

Naveen Gives Boita, Jagan Gives Tirupati

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉପହାର ଭେଟି ଦେଇଛନ୍ତି । ପ୍ରସିଦ୍ଧ ତିରୁପତିଙ୍କ ଫଟୋଚିତ୍ର ନବୀନଙ୍କୁ ଭେଟି ଦେଇଛନ୍ତି ଜଗନ ମୋହନ ରେଡ୍ଡୀ ।

ପଦ୍ମଶ୍ରୀ ଗ୍ରହଣ କରି ରାଷ୍ଟ୍ରପତିଙ୍କୁ କଲେ ଆଶୀର୍ବାଦ

ଭୁବନେଶ୍ୱର: ନନ୍ଦ କିଶୋର ପୃଷ୍ଟି, ସମସ୍ତଙ୍କ ଶ୍ରଦ୍ଧେୟ ନନ୍ଦ ସାର୍ । ବୟସ୍ ୧୦୨ ଟପିଲାଣି ହେଲେ ପିଲାଙ୍କୁ ପାଠ ପଢ଼ାଇବା ସେମିତି ଜାରି ରହିଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ନନ୍ଦ ସାରଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି । ପଦ୍ମଶ୍ରୀ ଗ୍ରହଣ ସହ ନନ୍ଦ ସାର୍ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେଇଛନ୍ତି ।

ଯାଜପୁର ସୁକିନ୍ଦା ବ୍ଲକ କନ୍ତିରା ଗାଁରେ ନନ୍ଦ ସାରଙ୍କ ଘର । ଆଖପାଖ ଅଞ୍ଚଳରେ ଚାଟଶାଳୀ ମାଷ୍ଟ୍ରେ ଭାବେ ଜଣାଶୁଣା ନନ୍ଦ ସାର୍ । ଦଶନ୍ଧି ଧରି ନନ୍ଦ ସାର୍ ଛୁଆ ଓ ବୟସ୍କଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି । ୧୯୪୬ରୁ ନିରବଞ୍ଚିନ୍ନ ଭାବେ ଶିକ୍ଷାଦାନ କରୁଛନ୍ତି କନ୍ତିରା ଗାଁର ନନ୍ଦ କିଶୋର ପୃଷ୍ଟି । ସକାଳେ ୨ ଘଣ୍ଟା ଓ ଅପରାହ୍ଣରେ ୨ ଘଣ୍ଟା ଖୋଲେ ନନ୍ଦ ସାରଙ୍କ ଚାଟଶାଳୀ ।

୧୯୩୯ ମସିହାରେ ହାତିବାରୀ ମାଇନର ସ୍କୁଲରୁ ସପ୍ତମ ପାସ୍ କରିଥିଲେ ନନ୍ଦ ସାର୍ । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆଗକୁ ଆଉ ପାଠ ପଢ଼ି ପାରି ନଥିଲେ । ଫଳରେ ଚାଷରେ ମନ ବଳାଇ ଥିଲେ । ଗାଁ ଦାଣ୍ଡରେ ଖୋଲିଥିବା ନନ୍ଦସାରଙ୍କ ଚାଟଶାଳୀ ଏବେ ହନୁମାନ ମନ୍ଦିର ମଣ୍ଡପକୁ ଉଠିଆସିଛି । ଦିନେ ଜେଜେ ତାଙ୍କ ପାଖରେ ପଢୁଥିଲେ ଏବେ ନାତି ପଢୁଛି । ଜଣେ ଆଦର୍ଶ ଶିକ୍ଷକ ଓ ଧାର୍ମିକ ବ୍ୟକ୍ତି ଭାବେ ନନ୍ଦ ମାଷ୍ଟ୍ରେ ଆଖପାଖ ଅଞ୍ଚଳରେ ବେଶ୍ ଜଣାଶୁଣା ।

ରାଜସ୍ଥାନରେ ହିଟ୍ ଆଣ୍ଡ ରନ୍: ଚଢ଼ିଗଲା କାର୍, ଜଣେ ମୃତ ଓ ୯ ଗୁରୁତର

0

ଜୟପୁର: ରାଜସ୍ଥାନର ଯୋଧପୁରରେ ହିଟ୍ ଆଣ୍ଡ ରନ୍ । ଯୋଧପୁରରେ ଲାଇଭ ମୃତ୍ୟୁର ଲୋମଟାଙ୍କୁରା ଦୃଶ୍ୟ । ଦେଖୁ ଦେଖୁ ମାଡି ଆସିଲା ମୃତ୍ୟୁର ଗାଡି । ଜଣେ କି ଦୁଇ ଜଣ ନୁହେଁ ମନ ଇଛା ଲୋକଙ୍କ ଉପରେ ମାଡିଗଲା ଗାଡ଼ି । ଯୋଧପୁରର ଏମ୍ସ ରୋଡରେ ଘଟିଛି ଦୁର୍ଘଟଣା । ଦାନବ ପରି ମାଡ଼ିଗଲା ଗାଡ଼ି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ହୋଇଛନ୍ତି ।

ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଅନୁମାନ କରାଯାଉଛି । ଦୁର୍ଘଟଣା ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇଥିବାରୁ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଡ୍ରାଇଭରଙ୍କୁ ପୋଲିସ ଚିହ୍ନଟ କରିବାରେ ସଫଳ ହୋଇଛି । ସେପଟେ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ ମୃତକଙ୍କ ପରିବାର ସହ ଆଲୋଚନା କରିଛନ୍ତି ଗେହଲଟ୍ ।

ଏଥିସହିତ ପଢ଼ନ୍ତୁ: ଲଖିମପୁର ଖେରୀ ହିଂସା ମାମଲାରେ ନୂଆ ଖୁଲାସା: ଆଶିଷ ମିଶ୍ରଙ୍କ ବନ୍ଧୁକରୁ ହୋଇଥିଲା ଫାୟାରିଂ

କେବିଏନ୍ ଗ୍ୟାଙ୍ଗର ୨ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଜାମିନ୍ ନାମଞ୍ଜୁର ପରେ ଗଲେ ଜେଲ୍

ଭୁବନେଶ୍ୱର: ରାଜଧାନୀରେ KBN ଗ୍ରୁପର ଭିଡିଓ ଭାଇରଲ ଘଟଣା । ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ଫେରାର ୨ ଅଭିଯୁକ୍ତ ।  ଚେଙ୍ଗ ଓରଫ ରାଜେଶ ବେହେରା ଏବଂ ସନିଆ ଓରଫ ସନାତନ ବେହେରା ଆତ୍ମସମର୍ପଣ କରିଛନ୍ତି । ଜାମିନ ଆବେଦନ ଖାରଜ ପରେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଅଭିଯୁକ୍ତଙ୍କୁ ପଠାଇ ଦିଆଯାଇଛି । ପୂର୍ବରୁ ପୋଲିସ ୭ ଜଣଙ୍କୁ ଗିରଫ କରିଥିବା ବେଳେ ୨୯ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା ।

 Two Member Of KBN Group Surrendered

ଅନ୍ୟପଟେ ପୁଣି ଭାଇରାଲ ହୋଇଛି କେବିଏନ୍ ଗ୍ୟାଙ୍ଗର ଭିଡିଓ । ମାଉଜର୍ ଖଣ୍ଡା ପରେ ବିଚ୍ ରାସ୍ତାରେ ବାର୍ ଖୋଲିଛି  ଗ୍ୟାଙ୍ଗ । ରାସ୍ତା ଉପରେ ଚାଲିଛି ମଦର ଆସର । ମଦ ପିଇ ହେଉଛନ୍ତି ମାତାଲ । ପୋଲିସକୁ ନାହିଁ ଭୟ । ପିସିଆର ଆସିଛି, ହେଲେ ପିସିଆର ଭ୍ୟାନ ସହ ଭିଡିଓ ସୁଟ୍ ହୋଇଛି । କେବଳ ଭିଡିଓ ସୁଟ୍ ନୁହେଁ, ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ ବି ହୋଇଛି ।