spot_img
Home Blog Page 4953

ପୁଣି ବଢ଼ିଲା ଫଡ଼ନାଭିସ୍-ନବାବ ବିବାଦ: କାଲି ଅଣ୍ଡରଓ୍ୱାଲ୍ଡ ସମ୍ପର୍କ ନେଇ ପ୍ରମାଣ ଦେବେ ନବାବ

ମୁମ୍ୱାଇ: ପୁଣି ବଢ଼ିଲା ଏନସିପି ନେତା ନବାବ ମଲିକ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ବିବାଦ । ଆସନ୍ତା କାଲି ସତ୍ୟର ଏକ ବଡ଼ ଖୁଲାସା କରିବେ ବୋଲି କହିଛନ୍ତି ନବାବ । ନବାବଙ୍କ ସହ ଅଣ୍ଡରଓ୍ବାର୍ଲଡର ସମ୍ପର୍କ ରହିଛି ବୋଲି ଫଡନାଭିସ ଅଭିଯୋଗ କରୁଥିବାବେଳେ ଏହାକୁ ଖଣ୍ଡନ କରିଛନ୍ତି ନବାବ । ଫଡନାଭିସଙ୍କ ସହ ଅଣ୍ଡରଓ୍ବାର୍ଲଡର ସମ୍ପର୍କ ରହିଥିବା ନେଇ ସେ ଆସନ୍ତାକାଲି ପ୍ରମାଣ କରିବେ ବୋଲି ନବାବ କହିଛନ୍ତି । ଫଡନାଭିସ ମୁଖ୍ୟମନ୍ତ୍ରୀ ଥିବାବେଳେ ସମଗ୍ର ସହରକୁ କିପରି ପଣବନ୍ଦୀ କରି ରଖିଥିଲେ ତାହାର ଖୁଲାସା ଆସନ୍ତାକାଲି କରିବେ ବୋଲି ସେ କହିଛନ୍ତି ।

ଫଡନାଭିସ ଅଭିଯୋଗ କରିଥିଲେ ଯେ, ଜଣେ ଅଣ୍ଡରଓ୍ବାରଲ୍ଡ ଜନଙ୍କ ସହ ନବାବ ସମ୍ପତ୍ତିଗତ ସମ୍ପର୍କ ରଖିଛନ୍ତି । ଏହି ଡନ ଜନ ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଦୋଷୀସାବ୍ୟସ୍ତ ହୋଇଥିଲେ । କୁର୍ଲାର ଏଲବିଏସ ରୋଡରେ ସଲିଡସ ଇନଭେଷ୍ଟମେଣ୍ଟସ ପ୍ରାଇଭେଟ ଲିମିଟେଡ ନାଁରେ ୨ ଏକର ୮୦ ଡିସିମିଲର ଏକ ପ୍ଲଟ ରହିଛି । ଏହି ସଂସ୍ଥା ସହ ନବାବଙ୍କ ପରିବାରର ସମ୍ପର୍କ ରହିଛି । ମନ୍ତ୍ରୀ ହେବା ପରେ ନବାବ ଏହି ସଂସ୍ଥା ଛାଡିଥିଲେ । କିଛି ଦିନ ତଳେ ନବାବ ଅଭିଯୋଗ କରିଥିଲେ ଯେ, ଜଣେ ଡ୍ରଗ୍ସ ମାଫିଆଙ୍କ ସହ ଫଡନାଭିସ ଓ ତାଙ୍କ ପତ୍ନୀଙ୍କ ସମ୍ପର୍କ ରହିଛି ।

ଏଥିସହିତ ପଢ଼ନ୍ତୁ: ବିଶାଦଗ୍ରସ୍ତ ପାକିସ୍ତାନ ସେନା: କାଉନସିଲିଂ ପାଇଁ ନିର୍ଦ୍ଦେଶ ଦେଲେ ସେନା ମୁଖ୍ୟ

 

ବିଶାଦଗ୍ରସ୍ତ ପାକିସ୍ତାନ ସେନା: କାଉନସିଲିଂ ପାଇଁ ନିର୍ଦ୍ଦେଶ ଦେଲେ ସେନା ମୁଖ୍ୟ

ନୂଆଦିଲ୍ଲୀ: ବିଶଦଗ୍ରସ୍ତ ପାକିସ୍ତାନ ସୈନିକ । ପାକିସ୍ତାନ ଆର୍ମି ଚିଫ୍ ସୈନିକଙ୍କ କାଉନସିଲିଂ ନେଇ ନିର୍ଦ୍ଦେଶ ଦେଇଛନ୍ତି । ଗୁଇନ୍ଦା ସଂସ୍ଥାର ସୂତ୍ର ମୁତାବକ ପାକିସ୍ତାନ ଆର୍ମିରେ ମାନସିକ ଅଶାନ୍ତି ଏବଂ ହତାସା ଦେଖିବାକୁ ମିଳିଛି । ପାକିସ୍ତାନ ଏବଂ ଭାରତ ମଧ୍ୟରେ ବର୍ତ୍ତମାନ ଲାଇନ୍ ଅଫ୍ କଣ୍ଟ୍ରୋନରେ ଶାନ୍ତି ଜାରି ରହିଛି କିନ୍ତୁ ଆଫଗାନିସ୍ତାନ ପଟୁ ପାକିସ୍ତାନକୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ୨୬୪୦ କିଲୋମିଟରର ସୀମା ରହିଛି । ଆଫଗାନିସ୍ତାନରେ ତାଲିବାନ ଅକ୍ତିଆର ପୂର୍ବରୁ ପାକିସ୍ତାନ ସେନା ବର୍ଡର ଉପରେ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି । ଲଗାତାର କାମ ଏବଂ ଛୁଟି ନ ମିଳିବାରୁ ପାକିସ୍ତାନ ସେମାନ ମଧ୍ୟରେ ଅଶାନ୍ତି ବଢ଼ିଚାଲିଛି । ଗୁଇନ୍ଦା ସୂତ୍ର ମୁତାବକ ପାକିସ୍ତାନ ସେନାର ଅଧିକାଂଶ ସୈନିକ ବର୍ତ୍ତମାନ ମାନସିକ ଅଶାନ୍ତି ଦେଇ ଗତି କରୁଛନ୍ତି ।

ବର୍ତ୍ତମାନ ପାକିସ୍ତାନ ସେନା ପ୍ରମୁଖ ଜନରଲ ବାଜଓ୍ୱା ସମସ୍ତ କମାଣ୍ଡର୍ସଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ସୈନିକଙ୍କ ସହ ଔପଚାରିକ ଓ ଅନଔପଚାରିକ ଭାବେ ଆଲୋଚନା କରନ୍ତୁ । । ଏଥିସହିତ ସେମାନଙ୍କ କାଉନସିଲିଂ ମଧ୍ୟ କରାଯାଉ ।

ଏଥିସହିତ ପଢ଼ନ୍ତୁ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ବିରାଟଙ୍କୁ ବିଶ୍ରାମ, ରୋହିତ ଅଧିନାୟକ

 ବୁର୍ଜ ଖଲିପା ଶିଖରରେ ଫଟୋ ଉଠାଇଲେ ଏହି ଅଭିନେତା

ଦୁବାଇ : ହଲିଉଡ୍ ଆକ୍ଟର ୱିଲ୍ ସ୍ମିଥ୍ ଦୁନିଆର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜ ଖଲିପା ଶିଖରରେ ଛିଡ଼ାହୋଇଥିବାର ଫଟୋ ଏବେ ଚର୍ଚ୍ଚାରେ । ସ୍ମିଥ୍ ଏକ ୟୁଟୁବ୍ ସିରିଜ ପାଇଁ ଏହି ଶିଖରରେ ଚଢ଼ିଥିବା କୁହାଯାଉଛି । ସୋସିଆଲ ମିଡିଆରେ ୱିଲ୍ ସ୍ମିଥଙ୍କର ଏହି ଫଟୋ ଦେଖି ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଡେଲି ମେଲ ରିପୋର୍ଟ ଅନୁସାରେ ୧୬୦ ମହଲା ବିଶିଷ୍ଟ ଏହି ଅଟ୍ଟାଳିକାର ଉଚ୍ଚତା ୨ ହଜାର ୭ ଶହ ୨୨ ଫୁଟ । ୫୩ ବର୍ଷୀୟ ହଲିଉଡ ଅଭିନେତା ୱିଲ୍ ସ୍ମିଥ୍ ବୁର୍ଜ ଖଲିପାର ଶିଖରରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି । ସ୍ମିଥ୍ ଏକ ୟୁଟ୍ୟୁବ୍ ସୋ ‘ବେଷ୍ଚ ସେପ୍ ଅଫ୍ ମାଇ ଲାଇଫ୍’ର ଏକ ଏପିସୋଡ ସୁଟିଂ ପାଇଁ ଦୁନିଆର ସର୍ବୋଚ୍ଚ ଅଟ୍ଟାଳିକା ଉପରେ ଚଢ଼ିଥିଲେ ବୋଲି କୁହାଯାଉଛି । ଏହି ସୁଟିଂ ପାଇଁ ସ୍ମିଥ୍ ଲସଏନଜେଲ୍ସରୁ ଦୁବାଇ ଅଭିମୁଖେ ଆସିଥିଲେ ।

 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ବିରାଟଙ୍କୁ ବିଶ୍ରାମ, ରୋହିତ ଅଧିନାୟକ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା । ପୂର୍ବ ସୂଚନା ଅନୁଯାୟୀ ଚଳିତ ଟି-୨୦ ସିରିଜ୍‌ରୁ ବିରାଟ କୋହଲୀ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ତେବେ ଟି-୨୦ ସିରିଜରେ ଉପ-ଅଧିନାୟକ ରହିବେ କେଏଲ୍ ରାହୁଲ । ଅନ୍ୟମାନଙ୍କ ମଧ୍ୟରେ ଚଳିତ ଆଇପିଏଲ୍‌ର ସିଜିନରେ ଚେନ୍ନାଇ ପକ୍ଷରୁ ଜବରଦସ୍ତ ବ୍ୟାଟିଂ କରିଥିବା ଋତୁରାଜ ଗାୟକ୍ୱାଡ, ଶ୍ରେୟାସ ଆୟର, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ଥ (ଓ୍ୱିକେଟ ରକ୍ଷକ), ଇଷାନ କିଶାନ (ଓ୍ୱକେଟ ରକ୍ଷକ) , ଭେଙ୍କେଟେଶ ଆୟର, ଆର ଅଶ୍ୱିନୀ, ଅକ୍ସର ପଟେଲ, ଅଭେସ୍ ଖାନ୍, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ସଲ ପଟେଲ, ମହମ୍ମଦ ସିରାଜ୍ ଟି-୨୦ ସିରିଜ ପାଇଁ ମନୋନୀତ ହୋଇଛନ୍ତି ।

ତେବେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ମୋଟ ୩ଟି ଟି-୨୦ ଖେଳିବାକୁ ଥିବା ବେଳେ ୨ଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିବ ଦଳ । ୧୭, ୧୯ ଓ ୨୧ ନଭେମ୍ୱରେ ଖେଳାଯିବ ମ୍ୟାଚ୍ । ଏହା ପରେ ଅନ୍ୟ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ବିରାଟ ଖେଳିବେନି ବୋଲି ଜଣାପଡ଼ିଛି ।

ସର୍ଭେରୁ ଆସିଲା ଆଶ୍ୱସ୍ତିକର ତଥ୍ୟ, ବୟସ୍କ ଓ ଶିଶୁଙ୍କ ମଧ୍ୟରେ କରୋନା ସଂକ୍ରମଣ ହାର ସମାନ

ଭୁବନେଶ୍ୱର: କରୋନା ତୃତୀୟ ଲହରର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପୂର୍ବଭଳି କୋଭିଡ୍‌ ସଂକ୍ରମିତଙ୍କ ପାଇଁ ବେଡ୍ ପ୍ରସ୍ତୁତ ରଖିବା ସହ ଅତିରିକ୍ତ ମାନବ ସମ୍ବଳ ବିନିଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । ସର୍ଭେଲାନ୍ସ, ଟିକାକରଣ, ଟେଷ୍ଟିଂ ଜାରି ରହିବା ସହ ଦାୟିତ୍ୱରେ ଥିବା ବ୍ୟକ୍ତି ନଭେମ୍ବର ୩୦ ଯାଏ ସେହି କାମରେ ନିୟୋଜିତ ରହିବେ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଆଉଟସୋର୍ସ କର୍ମଚାରୀଙ୍କୁ ‘ନିର୍ମଳ ସ୍କିମ’ରୁ ଅର୍ଥ ପ୍ରଦାନ କରାଯିବ । ତେଣୁ ଡାକ୍ତର, ନର୍ସ, ଲ୍ୟାବ ଟେକ୍ନିସିଆନ, ଫାର୍ମାସିଷ୍ଟଙ୍କ ସହ ମ୍ୟାନେଜର, ଓ ଡିଇଓଙ୍କୁ ମଧ୍ୟ ପୂର୍ବଭଳି ପ୍ରାପ୍ୟ ବ୍ୟବସ୍ଥା କରାଯାଇଛି । ଏଚଏସଏସ-ଏନଏଚଏମ ଫଣ୍ଡରୁ ସମସ୍ତଙ୍କୁ ପ୍ରାପ୍ୟ ଦିଆଯିବ । ଏନେଇ ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି ।

ଅନ୍ୟପଟେ କରୋନା ନେଇ ଆରଏମ୍ଆରସିର ନୂଆ ସର୍ଭେ ରିପୋର୍ଟ ଆସିଛି । ସର୍ଭେରୁ ଜଣାପଡ଼ିଛି ଯେ ଶିଶୁ ଓ ବରିଷ୍ଠ ଲୋକଙ୍କ ସଂକ୍ରମଣ ସ୍ଥିତି ପ୍ରାୟ ସମାନ । ତେବେ ଅନ୍ୟବର୍ଗ ଅପେକ୍ଷା କେବଳ ଶିଶୁ ଅଧିକ ସଂକ୍ରମିତ ହେଉଛନ୍ତି । ଯେତେବେଳେ ଅନ୍ୟବର୍ଗର ଲୋକ ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ୍ ସେହି ସମୟରେ ଶିଶୁଙ୍କ ସଂକ୍ରମଣ ସଂଖ୍ୟା ମଧ୍ୟ ବଢୁଛି । ଆରଏମ୍ଆରସି ଭୁବନେଶ୍ୱର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ ୨୦୨୦ ମାର୍ଚ୍ଚ ୭ରୁ ୨୦୨୧ ଅଗଷ୍ଟ ୧୭ ତାରିଖ ମଧ୍ୟରେ ବିଭିନ୍ନ ବର୍ଗର ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ସେଥିରୁ ୭୫ ହଜାର ୧୯୦ ଜଣ ଅର୍ଥାତ୍ ୧୩ ପ୍ରତିଶତ ସଂକ୍ରମିତ ରହିଥିଲେ ।

Corona Infection Rate Equal Between Adult And Children Says ICMR Survey

ସେଥିମଧ୍ୟରୁ ୫ ହଜାର ୯୮୮ ଜଣ ୧୮ ବର୍ଷରୁ କମ ବୟସର ଶିଶୁ ଥିବାବେଳେ ୬୯ ହଜାର ୨୦୨ ଜଣ ବିଭିନ୍ନ ବର୍ଗର । ଶୂନରୁ ୧୭ ବର୍ଷ ମଧ୍ୟରେ ୧୧.୬ ପ୍ରତିଶତ ରହିଛନ୍ତି । ୬ରୁ ୯ ବର୍ଷ ମଧ୍ୟରେ ୧୨.୯୬ ପ୍ରତିଶତ ଥିବାବେଳେ ଶୂନରୁ ୫ ବର୍ଷ ମଧ୍ୟରେ ୯.୦୭ ପ୍ରତିଶତ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଅନୁସନ୍ଧାନରୁ ଜଣାପଡ଼ିଛି, ଗତ ଦୁଇଟି ଲହର ସମୟରେ ପିଲାମାନଙ୍କ ମଧ୍ୟରେ ସଂକ୍ରମଣ ହାର ବୟସ୍କଙ୍କ ତୁଳନାରେ କମ୍ ଥିଲା । ପ୍ରଥମ ଏବଂ ଦ୍ଵିତୀୟ ଲହରରେ ଓଡ଼ିଶାରେ ଶୂନରୁ ୧୭ ବର୍ଷ ବୟସରେ ମୃତ୍ୟୁ ହାର ଯଥାକ୍ରମେ ୦.୦୫ ପ୍ରତିଶତ ଏବଂ ୦.୦୩ ପ୍ରତିଶତ ଥିଲା । ଯାହା ସାମମଗ୍ରିକ ମୃତ୍ୟୁ ହାରର ୦.୭୫ ପ୍ରତିଶତ ଠାରୁ ବହୁତ କମ୍ ।

୨୦୨୧ ମସିହାରେ ଶୂନରୁ ୬ ବର୍ଷ ମଧ୍ୟରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ୧୪ ବର୍ଷ ମଧ୍ୟରେ ୧୧ ଜଣଙ୍କ ଜୀବନ ଯାଇଛି । ସେହିପରି ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୮ ଜଣଙ୍କର ମୃତ୍ୟୁ ଘଟିଛି । କରୋନାରେ ଅନ୍ୟ ବର୍ଗ ଅପେକ୍ଷା ଶିଶୁ ବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି ବୋଲି ଯେଉଁ ଆକଳନ କରାଯାଉଥିଲା, ତାହା ଭୁଲ ପ୍ରମାଣିତ ହୋଇଛି । ଏହି ସର୍ଭେରୁ ଜଣାପଡ଼ିଛି, କରୋନା ସଂକ୍ରମଣରେ ଅନ୍ୟ ବର୍ଗର ଲୋକମାନେ ଯେତେ ମାତ୍ରାରେ ସଂକ୍ରମିତ ହେଉଛନ୍ତି, ଠିକ୍ ସମାନ ଭାବରେ ଶିଶୁ ବର୍ଗ ମଧ୍ୟ ସଂକ୍ରମିତ ହେଉଛନ୍ତି ।

ହ୍ୱାଟସପ୍ ଇୟୁଜର୍ସଙ୍କ ପାଇଁ ଖୁସି ଖବର, ଆସିଲା ଚମତ୍କାର ଫିଚର

ହ୍ୱାଟସପ୍ ନିଜ ଇୟୁଜର୍ସଙ୍କ ପାଇଁ ସବୁବେଳେ କିଛି ନା କିଛି ନୂଆ ପରିବର୍ତ୍ତନ ଆଣିବା ସହ ନୂଆ ଫିଚର ମଧ୍ୟ ଆଣିଥାଏ । ଏହି କିଛି ଦିନ ତଳେ ହ୍ୱାଟସପରେ ପେମେଣ୍ଟ ଫିଚର୍ ଆସିଥିବା ବେଳେ ଇୟୁଜର୍ସମାନଙ୍କ ପାଇଁ ହ୍ୱାଟସପ୍ ଏବେ ପୁଣି ଏକ ଚମତ୍କାର ଫିଚର ଆଣିଛି । କମ୍ପାନୀ ‘କମ୍ୟୁନିଟି’ ନାମକ ଏକ ନୂଆ ଫିଚର ଆଣିଛି ବୋଲି ସୂଚନା ମିଳୁଛି ।

ରିପୋର୍ଟ ଅନୁସାରେ କମ୍ୟୁନିଟି ଏଭଳି ଏକ ଫିଚର ଯେଉଁଥିରେ ଗ୍ରୁପ୍ ଆଡମିନର ନିୟନ୍ତ୍ରଣ ରହିବ । ହ୍ୱାଟସପର ଲାଟେଷ୍ଟ ବିଟା ଭର୍ସନରେ ଏହି ନୂଆ ଫିଟରକୁ ସ୍ପଟ୍ କରାଯାଇଥିଲା । ହ୍ୱାଟସପ କମ୍ୟୁନିଟି ଏକ ନୂଆ ଗ୍ରୁପ୍ ଚାଟ୍ ହୋଇଥିବା ବେଳେ ଏହା ୟୁଜର୍ସଙ୍କୁ ବ୍ୟକ୍ତିଗତ ସ୍ଥାନ ଦେବ ବୋଲି କୁହାଯାଉଛି । ଗ୍ରୁପ୍ ଆଡମିନଙ୍କୁ ହିଁ ସମସ୍ତ କ୍ଷମତା ଦିଆଯିବା ସହ ଏଥିରେ ନିୟନ୍ତ୍ରଣ ମଧ୍ୟ ଆଡମିନର ଅଧିକ ରହିବ । କମ୍ୟୁନିଟି ଇନଭାଇଟ୍ ଲିଙ୍କ୍ ଦ୍ୱାରା ଲୋକଙ୍କୁ କମ୍ୟୁନିଟିରେ ସାମିଲ ହେବାକୁ ଆମନ୍ତ୍ରଣ କରିହେବ । ଏହି ଲିଙ୍କକୁ ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ମଧ୍ୟ କରିହେବ ।

 

ସୁପ୍ରିମକୋର୍ଟରେ ମଣିପୁର ବିଜେପି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲା:’ ନିଷ୍ପତ୍ତି ନେବାରେ ବିଳମ୍ୱ କରିପାରିବେନି ରାଜ୍ୟପାଳ’

ନୂଆଦିଲ୍ଲୀ: ବିଧାୟକଙ୍କ ଅଯୋଗ୍ୟତା ପ୍ରସଂଗରେ ନିର୍ବାଚନ ଆୟୋଗଙ୍କ ମତାମତ ଉପରେ ନିଷ୍ପତ୍ତି ନେବାରେ ବିଳମ୍ୱ କରିପାରିବେନି ରାଜ୍ୟପାଳ । ମଣିପୁର ବିଧାନସଭାର ୧୨ ବିଜେପି ବିଧାୟକଙ୍କ ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ନିର୍ବାଚନ ଆୟୋଗ ନିଜ ମତାମତ ଦେଇସାରିଛନ୍ତି । ଏବଂ ରାଜ୍ୟପାଳ ନିଷ୍ପତ୍ତି ନେବାର ଆବଶ୍ୟକତା ରହିିଛି । ସୁପ୍ରିମକୋର୍ଟ କହିଛନ୍ତି ମଣିପୁର ରାଜ୍ୟପାଳ ଅଯୋଗ୍ୟତା ମାମଲାରେ ନିର୍ବାଚନ ଆୟୋଗଙ୍କ ସୁପାରିସ୍ ପରେ ତା’ ଉପରେ ନିଷ୍ପତ୍ତି ନନେଇ ରହିପାରିବେ ନାହିଁ । କିଛି ବି ନିଷ୍ପତ୍ତି ନେବାକୁ ପଡ଼ିବ ।

ସୁପ୍ରିମକୋର୍ଟ ବିଚାରପତି ଏଲ୍ ନାଗେଶ୍ୱର ରାଓଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଶୁଣାଣି ବେଳେ ଏହା ଜାଣିବାକୁ ପାଇଲେ ଯେ, ନିର୍ବାଚନ ଆୟୋଗ ନିଜ ମତାମତ ୧୩ ଜାନୁଆରୀ ୨୦୨୧ ମସିହାରେ ଦେଇସାରିଥିଲେ । ଏ ଯାଏଁ ରାଜ୍ୟପାଳ ତା’ ଉପରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ସୂଚନା ଯୋଗ୍ୟ ମଣିପୁରର ୧୨ ବିଜେପି ବିଧାୟକଙ୍କ ବିରୋଧରେ ଅଫିସ୍ ଅଫ୍ ପ୍ରଫିଟ ଦର୍ଶାଇ ସେମାନଙ୍କୁ ଅଯୋଗ୍ୟ ଘୋଷଣା ନେଇ କଂଗ୍ରେସ ବିଧାୟକ ଡିଡି ତାଇସିଲ୍ ଆବେଦନ କରିଛନ୍ତି । ଆବେଦନରେ କୁହାଯାଇଛି ଯେ, ଏମାନେ ପର୍ଲିଆମେଣ୍ଟ ସେକ୍ରେଟରିଜର ପଦରେ ଅବସ୍ଥାପିତ ଥିଲେ । ଯାହା ଅଫିସ୍ ଅଫ୍ ପ୍ରଫିଟ ଅନ୍ତର୍ଭୁକ୍ତ ।

ଆବେଦନକାରୀଙ୍କ ଓକିଲ କପିଲ ସିବଲ ଯୁ୍କ୍ତି ବାଢ଼ିଛନ୍ତି ଯେ, ରାଜ୍ୟପାଳ ନିଷ୍ପତ୍ତିକୁ ପେଣ୍ଡିଂ ରଖିପାରିବେ ନାହିଁ । ଏମାନଙ୍କ କାର୍ଯ୍ୟକାଳ ସମାପ୍ତ ହେବ ଏବଂ ୧ମାସ ମଧ୍ୟରେ ଏହା ସମାପ୍ତ ହେବ । ଏହା ପରେ ମାମଲା ଶେଷ ହୋଇଯିବ । ଆମକୁ ଜାଣିବାର ଅଛି ଯେ, ସାମ୍ୱିଧାନିକ ଅଥୋରିଟି କ’ଣ ନିଷ୍ପତ୍ତି ନେଉଛନ୍ତି । ମାନ୍ୟବର କୋର୍ଟ ଆବେଦନକାରୀଙ୍କ ଯୁ୍କ୍ତି ସହମତ ହୋଇଛନ୍ତି ଯେ, ରାଜ୍ୟପାଳଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ।

ଅନ୍ୟପକ୍ଷରେ ରାଜ୍ୟସରକାରଙ୍କ ଓକିଲ ସଲିସିଟର ଜେନେରାଲ ଅନ୍ୟ ମାମଲାରେ ବ୍ୟସ୍ତ ଥିବାରୁ ସେ ଶୁଣାଣି ଉପସ୍ଥିତ ହୋଇପାରିନାହାନ୍ତି । କିନ୍ତୁ ରାଜ୍ୟସରକାର ମାମଲାକୁ ଟାଳିବା ନେଇ ଆବେଦନ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଅପରପକ୍ଷରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ୧୧ ନଭେମ୍ୱର ଦିନ ଧାର୍ଯ୍ୟ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଫଳ ବିକାଳିରୁ ପଦ୍ମ ପୁରସ୍କାର ବିଜେତା, ଜାଣନ୍ତୁ ହରେକଲା ହାଜବ୍ବା କିଏ? କାହିଁକି ତାଙ୍କୁ କୁହାଯାଏ ‘ଶିକ୍ଷା ସନ୍ଥ’?

ବାଲେଶ୍ୱର ଓ ଭଦ୍ରକ ସହରରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ବାଲେଶ୍ୱର/ଭଦ୍ରକ: ବାଲେଶ୍ୱର ସହରରେ ଚାଲିଥିବା ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି 5T ସଚିବ ଭି.କେ. ପାଣ୍ଡିଆନ । ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ, ଜିଲ୍ଲାପାଳ କେ. ସୂଦର୍ଶନ ଚକ୍ରବର୍ତ୍ତୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉନ୍ନୟନ କାମ ସମ୍ପର୍କରେ ଅବଗତ କରାଇଥିଲେ । ସହରରେ ରାସ୍ତା, ଡ୍ରେନ୍‌, ଖୋଲା ଆକାଶ ଜିମ୍‌, ପିଇବା ପାଣି ପ୍ରଭୃତି ପ୍ରକଳ୍ପ ପାଇଁ ଆବଶ୍ୟକ ଥିବା ୧୩ କୋଟି ୫୦ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ଦାବି କରାଯାଇଛି । ଲୋକଙ୍କ ସମସ୍ୟା ସହିତ ଜଡ଼ିତ ରହି ତାର ସମାଧାନ ଦିଗରେ କାମ କରିବାକୁ 5T ସଚିବ ପରାମର୍ଶ ଦେଇଛନ୍ତି ।

5T Secretary Review Development Work Of Balasore And Bhadrak

ସେହିଭଳି ଭଦ୍ରକ ସହରର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ନୂତନ ପ୍ରକଳ୍ପ ବାବଦରେ ସମୀକ୍ଷା କରିଛନ୍ତି 5T ସଚିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି । ଭଦ୍ରକ ସହରର ବିଭିନ୍ନ ୱାର୍ଡରେ ଚାଲିଥିବା ପ୍ରକଳ୍ପ କାର୍ଯ୍ୟ ଓ ବିଭିନ୍ନ ନୂତନ ପ୍ରକଳ୍ପ ବାବଦରେ ବିଧାୟକଙ୍କ ସହ ଆଲୋଚନା କରିଥିଲେ । ଉନ୍ନୟନ ମୂଳକ କାମ ପାଇଁ ୧୭ କୋଟି ଟଙ୍କାର ଅନୁଦାନ ଦେବା ପାଇଁ ଦାବି କରାଯାଇଛି ।

ଏକାସାଙ୍ଗରେ ୬ ଯୁବତୀଙ୍କୁ ପ୍ରେମ କରୁଥିଲା ଯୁବକ, ଶେଷରେ ଏମିତି ହେଲା ଅବସ୍ଥା

ଆଖିରେ ଧୂଳି ଦେଇ ସମସ୍ତଙ୍କ ସାଙ୍ଗରେ ପ୍ରେମର ଅଭିନୟ କରୁଥିଲା ଯୁବକ । ଏକାସାଙ୍ଗେ ୬ ଜଣ ଯୁବତୀଙ୍କୁ ଭଲପାଉଥିଲା । ନିଜେ କରିଥିବା ପ୍ଲାନରେ ନିଜେ ହିଁ ଫସିଥିଲା । ଶେଷରେ ସମସ୍ତ ଯୁବତୀଙ୍କ ଆଗରେ ଧରାପଡ଼ିଲା ।

୧୮ ବର୍ଷୀୟ ବେକାହ, ୧୯ ବର୍ଷୀୟ ଅବି, ୨୧ ବର୍ଷୀୟ ମୋର୍ଗାନ ତିନୋଟି ଝିଅଙ୍କର ପ୍ରେମିକ ଜଣେ ହିଁ ଯୁବକ । ତିନି ଜଣଙ୍କ ମଧ୍ୟରୁ ପ୍ରଥମେ ମାର୍ଗନଙ୍କୁ ଯୁବକ ଉପରେ ସନ୍ଦେହ ଆସିଥିଲା । ତେଣୁ ସେ ନିଜ ପ୍ରେମିକର ସୋସିଆଲ ମିଡିଆ ଉପରେ ନଜର ରଖିବା ଆରମ୍ଭ କରିଦେଇଥିଲା । ଏଥିରୁ ସେ ପୁଅଟିର ଅନ୍ୟଜଣେ ପ୍ରେମିକା ଅବି ନାମକ ଝିଅ ବିଷୟରେ ଜାଣିବାକୁ ପାଇଥିଲା । ଅବି ସହ କଥା ହେବା ପରେ ବିକାହ ସହ ପରିଚିତ ହୋଇଥିଲା । ସମସ୍ତେ କଥା ହେବା ପରେ ତିନି ଜଣଙ୍କ ପ୍ରେମିକ ଜଣେ ଯୁବକ ବୋଲି ଜାଣିବାକୁ ପାଇଲେ । ତିନି ଜଣ ପରସ୍ପର ସହ ଦେଖା କରିବା ପରେ ପ୍ରେମିକର ଫର୍ଦ୍ଦାଫାସ କରିବାକୁ ନିଷ୍ପତ୍ତି ନେଇଥିଲେ ।

ନିଜ ପ୍ଲାନରେ ନିଜେ ଫସିଥିଲା ଯୁବକ :

ଯୁବକ ଜଣକ ତିନି ଜଣ ଝିଅଙ୍କ ସହ ଅଲଗା ଅଲଗା ରୋଡ ଟ୍ରିପରେ ଯିବାକୁ ଚିନ୍ତା କଲା । ପୂର୍ବରୁ ତିନି ଜଣ ଝିଅ ପରିଚିତ ହେବା କଥା ପୁଅଟିକୁ ଆଦୈା ଜଣାନଥିଲା । ଏହାପରେ ତିନି ଜଣ ପୁଅଟିକୁ ଦେଖା କରିବାକୁ ଡାକିଥିଲେ । ପୁଅଟି ଏକାସାଙ୍ଗେ ତିନି ଜଣ ପ୍ରେମିକାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ତିନି ଜଣ ପ୍ରେମିକା ପୁଅଟିର ଫର୍ଦ୍ଦାଫାସ କରିବା ସଙ୍ଗେ ସେହିଠାରେ ହିଁ ସମସ୍ତ ସମ୍ପର୍କ ଭାଙ୍ଗିଦେଇଥିଲେ । ବିବିସି ରିପୋର୍ଟ ଅନୁସାରେ ପୁଅଟିର ମୋଟ ୬ ଜଣ ପ୍ରେମିକା ଥିଲେ । ଏଥିମଧ୍ୟରୁ ତିନି ଜଣ ପ୍ରେମିକା ଯୁବକର ଫର୍ଦ୍ଦାଫାସ କରିଥିଲେ । ଏ ସବୁ ଘଟଣା ସେମାନେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯାହା ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗୁଛି ।

 

 

 

କୋଟିଆ, ନେରାଡ଼ି ଏବଂ ପୋଲାଭରମ ନେଇ ନବୀନ ଓ ଜଗନଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୨ ରାଜ୍ୟ ଭିତରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଲୋକସେବା ଭବନରେ ଆଲୋଚନା ପରେ ମିଳିତ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୱାଇ.ଏସ୍ ଜଗନମୋହନ ରେଡ୍ଡୀ । ଜଳ ସମ୍ପଦ, ସୀମା ବିବାଦ, ଶକ୍ତି ସହ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଛି ।

CM Naveen Discussed Abpout Kotia, Polavaram Issue With Andhra CM

୬ଟି ମୁଖ୍ୟ ବିବାଦର ସମାଧାନ ନେଇ ଦୁଇ ରାଜ୍ୟ ମିଳିତ ଭାବେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

  • କୋଟିଆ ସୀମା ବିବାଦ
  • ନେରାଡ଼ି ବ୍ୟାରେଜ୍
  • ଝଞ୍ଜାବତୀ ଡ୍ୟାମ୍
  • ପୋଲାଭରମ
  • ବାହୁଡ଼ା ନଦୀରୁ ଜଳ ଛାଡ଼ିବା
  • ବାଲିମେଳା ଓ ଅପର ସିଲେରୁରେ ବିଦ୍ୟୁତ୍ ପ୍ରକଳ୍ପ

CM Naveen Discussed Abpout Kotia, Polavaram Issue With Andhra CM

ନକ୍ସଲ ଓ ଗଞ୍ଜେଇ ଚାଷର ମୂଳୋତ୍ପଟାନ ଲାଗି ଦୁଇ ରାଜ୍ୟ ପରସ୍ପରକୁ ସହଯୋଗର ହାତ ବଢ଼ାଇବେ ବୋଲି ନିଷ୍ପତ୍ତି ହୋଇଛି । ଶ୍ରୀକାକୁଲମ ସ୍ଥିତ ବି.ଆର୍. ଆମ୍ବେଦକର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଓ ତେଲୁଗୁ ଚେୟାର ପ୍ରତିଷ୍ଠା ନେଇ ଉଭୟ ରାଜ୍ୟ ସରକାର କାମ କରିବେ । ସେହିଭଳି ଦୁଇ ରାଜ୍ୟର ସୀମାନ୍ତ ଜିଲ୍ଲାରେ ଭାଇଚାରାକୁ ବଢ଼ାଇ ଉଭୟ ରାଜ୍ୟରେ ପ୍ରଚଳିତ ଭାଷାର ଶିକ୍ଷକ ନିଯୁକ୍ତି ସହ ବହି ଯୋଗାଣ, ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି ।

CM Naveen Discussed About Kotia, Polavaram Issue With Andhra CM

ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଦୁଇ ରାଜ୍ୟ ଏକାଠି ବୁଝାମଣାର ସହ କାମ କରିବେ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ୨ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ କମିଟି କରାଯିବ ।