spot_img
Home Blog Page 4946

୧୪୩ଟି ସ୍ମାର୍ଟ ବିଦ୍ୟାଳୟର ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହାଇଟେକ୍ ହେଉଛି ସରକାରୀ ହାଇସ୍କୁଲ ଏବଂ ନୂଆ ରୂପ ନେଇଛି ଶ୍ରେଣୀ ଗୃହ। ଇ-ଲାଇବ୍ରେରୀ ସାଙ୍ଗକୁ ସ୍କାର୍ଟ କ୍ଲାସର ବ୍ୟବସ୍ଥା । ୫-ଟି ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ସରକାରୀ ହାଇସ୍କୁଲର ରୁପାନ୍ତରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ।

ସୁନ୍ଦରଗଡର ୬୭ଟି ବିଦ୍ୟାଳୟ ସହ ନବରଙ୍ଗପୁରର ୧୨ଟି, ବାଲେଶ୍ବରର ୨୪ଟି, କଳାହାଣ୍ଡିର ୧୦ଟି ଓ କଟକର ୩୦ଟି ହାଇସ୍କୁଲର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୫ଟାରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସ୍କୁଲ ପରିସର ସୁନ୍ଦର ହେବା ସହ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା, ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଇଛି। ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ପରେ ସରକାରୀ ହାଇସ୍କୂଲରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ମନରେ ଆଗ୍ରହ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାତ୍ରଛାତ୍ରୀ ଓ ଅଭିଭାବକ ଧନ୍ୟବାଦ ଜଣାଇଛନ୍ତି ।

ସତ ଖବରରେ ଅଶାନ୍ତ ହେଉଛନ୍ତି ବସନ୍ତ, ଗଣମାଧ୍ୟମ ଉପରେ ଉଠାଉଛନ୍ତି ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ: ମମିତା ହତ୍ୟା ମାମଲାରେ ସତ ଦେଖାଇଛି ନନ୍ଦିଘୋଷ ଟିଭି । କେବଳ ରାଜନୈତିକ ନାଟକବାଜି ଛାଡ଼ି ତଦନ୍ତର ସବୁ ଦିଗକୁ ଉପସ୍ଥାପନ କରାଯାଇଛି। ହେଲେ ପ୍ରଶ୍ନ, ନନ୍ଦିଘୋଷ ଟିଭିକୁ ସାଂସଦ ବସନ୍ତ ପଣ୍ଡାଙ୍କ ଏତେ ଭୟ କାହିଁକି ? ତାଙ୍କ ବକ୍ତବ୍ୟରୁ ତାଙ୍କର ଭୟ ସମ୍ପୂର୍ଣ୍ଣ ଧରାପଡିଯାଇଛି । ଭୟ ଏଥିପାଇଁ କି ଯେ, ନନ୍ଦିଘୋଷ ଟଭି ବସନ୍ତ ପଣ୍ଡାଙ୍କ ଅସଲ କଥାକୁ ପଦାରେ ପକାଇଦେଲା । ମହାଲିଙ୍ଗରେ ବସନ୍ତ ପଣ୍ଡା କେମିତି ହଟହଟା ହେଲେ ଆଉ ମହାଲିଙ୍ଗ ସଭାରୁ କେମିତି ପଳାୟନ କଲେ ତାର ଚିତ୍ର ନନ୍ଦିଘୋଷ ଟିଭି ପ୍ରସାରଣ କରିଛି ।

କିନ୍ତୁ ଏହାକୁ ବସନ୍ତ ପଣ୍ଡା ମିଛ ବୋଲି କହିବା ସହ ନନ୍ଦିଘୋଷର ସଂଜ୍ଞା ବୁଝାଇବାକୁ ଚେଷ୍ଟା କରିଛନ୍ତି । ନନ୍ଦିଘୋଷ ଟିଭି ସରକାରଙ୍କ ହାତ ବାରିସୀ ସାଜିଛି ବୋଲି କହିଛନ୍ତି । ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ରାଗ କାହା ଉପରେ ଶୁଝାଉଛନ୍ତି ଆଉ କାହାକୁ । ଦେଖନ୍ତୁ ବାସ୍ତବ ଚିତ୍ର । ସତ କଣ ଆଉ ମିଛ କଣ । ପୂରା ଘଟଣାଟି ହେଲା ନଭେମ୍ବର ୭ ତାରିଖରେ କଳାହାଣ୍ଡି ସାଂସଦ ତଥା ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏକ ସାଧାଣର ସଭା ଆୟୋଜନ କରିଥିଲେ । ଅସଲରେ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ସଭାସମିତି ବିଜେପି ଆୟୋଜନ କରୁଛି ।

ମମିତା ମେହେର ହତ୍ୟା ଘଟଣାକୁ ସଭା ସହ ନିଜ ରାଜନୈତିକ ଫାଇଦା ପାଇଁ ଯୋଡି ଦିଆଯାଇଛି । ଏହାକୁ ସାଧାରଣ ଲୋକ ଠିକରେ ବୁଝିସାରିଲେଣି । ସେଥିପାଇଁ ମହାଲିଙ୍ଗରେ ବସନ୍ତ ପଣ୍ତାଙ୍କ ସଭାରେ ସାଧାରଣ ଲୋକ ନାନା ପ୍ରଶ୍ନ ପଚାରି ବସନ୍ତଙ୍କୁ ଘାଇଲା କରିବା ସହ ସଭା କରାଇଦେଇନଥିଲେ । ଲୋକଙ୍କ ଆକ୍ରୋଶ ଦେଖି ବସନ୍ତ ପଣ୍ଡା କିଛି ମହିଳାଙ୍କ ସହ ସେ ସ୍ଥାନ ଛାଡି ଚାଲିଯାଇଥିଲେ । ଏହାପରେ ବସନ୍ତ ପଣ୍ଡା ଯାଇଥିଲେ ଗୋଲାମୁଣ୍ଡା ବ୍ଲକର ଫରାଙ୍ଗ । ସେଠାରେ ବସନ୍ତଙ୍କ ଗାଡିକୁ ଅଣ୍ଡା ମାଡ ହୋଇଥିଲା । ଏହାର ଚିତ୍ର ମଧ୍ୟ ଆମେ ଦେଖାଇଥିଲୁ । ଯାହା ଭିଜୁଆଲରେ ରହିଛି ତାହା ହିଁ ଆମେ କହିଥିଲୁ । ବସନ୍ତ ପଣ୍ଡାଙ୍କ ଭଳି କିଛି ବି ମନଗଢା କଥା କହିନଥିଲୁ ।

ସ୍ବର୍ଗତ ମମିତା ମେହେରଙ୍କ ବାପା ଓ ବଡବାପା ବାରମ୍ବାର କହିଲେଣି ଯେ, ସେମାନେ ପୋଲିସ ତଦନ୍ତରେ ସନ୍ତୁଷ୍ଟ । ରାଜନୈତିକ ଦଳ ଓ ଗଣମାଧ୍ୟମକୁ ନିବେଦନ କରିଛନ୍ତି ଯେ, ମମିତାଙ୍କୁ ନେଇ ରାଜନୀତି କରାନଯାଉ । ମମିତା ରାୟପୁର କେବେ ଯାଇନାହାଁନ୍ତି । ସେ ରାୟପୁର ଯାଇଥିଲେ ବୋଲି କହି ତାଙ୍କ ଚରିତ୍ର ସଂହାର କରାନଯାଉ । ତା ସତ୍ତ୍ବେ ବିଜେପି ତାର ଅଭିଯାନ ଜାରି ରଖିଛି । ଏହା ପଛର ଉଦ୍ଦେଶ୍ୟ ସାଧାରଣ ଲୋକେ ବୁଝିସାରିଛନ୍ତି । ବିଜେପି ତାର ଉଦ୍ୟମ ଜାରି ରଖୁ । ସେକଥା ସାଧାରଣ ଲୋକେ ବୁଝିବେ । କିନ୍ତୁ ନନ୍ଦିଘୋଷ ଟିଭି ଉପରେ ଏଭଳି ଟିପ୍ପଣୀ ଦେବା ତାଙ୍କ ଭିତରେ ଥିବା ଭୟକୁ ହିଁ ପଦାରେ ପକାଉଛି ।

T20 World Cup: ଇଂଲଣ୍ଡକୁ ହରାଇ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ

ଦୁବାଇ: ଇଂଲଣ୍ଡକୁ ହରାଇ ପ୍ରଥମ ଟିମ୍ ଭାବେ T20 World Cup ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ । ୭ଟି ବଲ୍ ବାକି ଥାଇ ନ୍ୟୁଜିଲ୍ୟାଣ୍ଡ ୧୬୭ର ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ଦଳ ତରଫରୁ ମିଚେଲ ଧୂଆଁଧାର ବ୍ୟାଟିଂ କରି ୪୭ ବଲରେ ୪ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୭୨ ରନ୍ କରି ନ୍ୟୁଜିଲ୍ୟାଣ୍ଡ ବିଜୟର ହିରୋ ବନିଥିଲେ ।

୧୬୬ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡର ଆରମ୍ଭ ଭଲ ହୋଇ ନଥିଲା । ମାତ୍ର ୪ ରନ୍ କରି ଓପନର୍ ଗୁପଟିଲ ଭ୍ୟାଭିଲିୟନକୁ ଫେରିଥିଲେ । ଫାଷ୍ଟ ଡାଇନରେ ଆସିଥିବା ଅଧିନାୟକ କେନ୍ ବି ବିଶେଷ କିଛି କରିପାରି ନଥିଲେ । ୧୧ ବଲରୁ ୫ ରନ୍ କରି ସେ ବି ଆଉଟ ହୋଇଯାଇଥିଲେ । ହେଲେ ଗୋଟିଏ ପଟରେ ମିଚେଲ ଛିଡ଼ା ହୋଇ ଦଳକୁ ଆଗକୁ ନେଇଥିଲେ । ଇଂଲଣ୍ଡ ତରଫରୁ କ୍ରିସ୍ ଓ୍ବାକସ୍ ଏବଂ ଲିଆମ ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ରାସିଦଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା ।

ପ୍ରଥମେ ବ୍ୟାଟି କରି ଇଂଲଣ୍ଡ ୪ ଓ୍ବିକେଟ୍ ହରାଇ ୧୬୬ ରନ୍ କରିଥିଲା । ଦଳ ପକ୍ଷରୁ ଜୋସ୍ ବଟଲର୍ ୨୯ ରନ୍ କରିଥିବା ବେଳେ ମଲାନ୍ ୪୧ ରନ୍ କରିଥିଲେ । ମୋଇନ୍ ଅଲ୍ଲୀ ୩୭ ବଲରୁ ୫୧ ରନ୍ କରି ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ତରଫରୁ ସାଉଥି, ମିଲନ, ସୋଧି ଏବଂ ଜେମସ୍ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

ବିବାହ ପାଇଁ ରାଜି ନହେବାରୁ ବିଷ ପିଇଲେ ପ୍ରେମୀ ଯୁଗଳ

ବାଲେଶ୍ୱର: ବିବାହ ପାଇଁ ପରିବାର ଲୋକ ରାଜି ନହେବାରୁ ବିଷ ପିଇଲେ ପ୍ରେମୀ ଯୁଗଳ । ଗୁରୁତର ଅବସ୍ଥାରେ ଦୁହିଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର । ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମୁଳିସିଂ ଅଞ୍ଚଳର ଜଣେ ଯୁବକ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ବସିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ପରେ ବିବାହ ପାଇଁ ଉଭୟେ ପରିବାର ଲୋକଙ୍କୁ ଜଣାଇଥିଲେ । ତେବେ ଘରଲୋକେ ରାଜି ନହେବାରୁ ପ୍ରଥମେ ଝିଅଟି ବିଷ ପିଇ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିଲେ । ପରେ ଯୁବକ ମଧ୍ୟ ବିଷ ପିଇ ଦେଇଥିଲେ । ପରିବାର ଲୋକେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିବାବେଳେ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।

ଡାହାଣୀ ସନ୍ଦେହରେ ମାଆକୁ ହତ୍ୟା କରି ୧୧ ଖଣ୍ଡ କଲା ପୁଅ

ବ୍ରିଟେନ: ଡାହାଣୀ ସନ୍ଦେହରେ ମାଆଙ୍କୁ ହତ୍ୟା କରି ୧୧ ଖଣ୍ଡ କଲା ପୁଅ । ଏହାସହ ଶରୀରରୁ ମୁଣ୍ଡକୁ ଅଲଗା କରିଦେଲା । ଏମିତି ଘଟଣା ଘଟିଛି ବ୍ରିଟେନରେ । ଏହାର ବିଚାର କରି କୋର୍ଟ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।

ଡେଲି ମେଲ୍ ରିପୋର୍ଟ ଅନୁସାରେ, ୪୧ ବର୍ଷିୟ ଏର୍ନେଷ୍ଟ ୫୯ ବର୍ଷିୟ ମାଆ ଭିସଲାଭାଙ୍କୁ ଫ୍ଲାଟରେ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ୧୧ ଖଣ୍ଡ କରି ଫ୍ରିଜ୍ ଓ ଆଲମାରୀରେ ରଖି ଦେଇଥିଲେ । ସୂଚନା ପାଇଁ ପୋଲିସ ଯେତେବେଳେ ପହଞ୍ଚି ଥିଲା ସେ ସମୟରେ ଏର୍ନେଷ୍ଟ ତାଙ୍କ ମାଆଙ୍କ ମୁଣ୍ଡକୁ ଧରି ଛିଡ଼ା ହୋଇଥିଲେ ।

ସୂଚନା ଅନୁସାରେ ଏର୍ନେଷ୍ଟ ଗତ ଫେବୃଆାରୀ ୨୨ ତାରିଖରେ ଘର ପାଖ ବଜାରକୁ ଯାଇଥିବା ବେଳେ ତାଙ୍କ ଡ୍ରେସରେ ରକ୍ତ ଦେଖି ଜଣେ ଦୋକାନୀ ପୋଲିସକୁ ଖବର ଦେଇଥିଲେ । ଦୋକାନୀ ପାଖରୁ ସୂଚନା ପାଇବା ପରେ ପୋଲିସ ପହଞ୍ଚିବା ପରେ ଏର୍ନେଷ୍ଟଙ୍କୁ ଦେଖି ହତବାକ ହୋଇଯାଇଥିଲା । କାରଣ ଏର୍ନେଷ୍ଟ ତାଙ୍କ ମାଆଙ୍କ କଟା ମୁଣ୍ଡ ଧରି ଛିଡ଼ା ହୋଇଥିଲେ । ଏହାପରେ ପୋଲିସ ଘରେ ତଳାସୀ ନେବା ପରେ  ଆଲମାରୀ ଓ ଫ୍ରିଜରୁ ଭିସଲାଭାଙ୍କ ଖଣ୍ଡ ଖଣ୍ଡ ଅଙ୍ଗ ବାହାରିଥିଲା ।

ବିଚାର ବେଳେ କୋର୍ଟଙ୍କୁ କୁହାଯାଇଥିଲା ଏର୍ନେଷ୍ଟଙ୍କ ସନ୍ଦେହ ଥିଲା ଭିସଲାଭା ଜଣେ ଡାହାଣୀ ଓ ତାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିବାକୁ ଈଶ୍ବର ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କର ବିଶ୍ବାସ ଥିଲା ଖଣ୍ଡ ବିଖଣ୍ଡିତ ମୃତଦେହକୁ ପବିତ୍ର ଜଳ ଓ ରକ୍ତରେ ପକାଇଲେ ପୁଣି ତାଙ୍କ ମାଆ ଜୀବିତ ହୋଇଯିବେ । ଏର୍ନେଷ୍ଟଙ୍କ ମାନସିକ ସ୍ଥିତି ଠିକ ନଥିବା କୋର୍ଟରେ କହିଥିଲେ ଓକିଲ । ସବୁ ଶୁଣିବା ପରେ କୋର୍ଟ ମାମଲାର ବିଚାର କରି ଏର୍ନେଷ୍ଟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ତାଙ୍କ ମାନସିକ ସ୍ଥିତି ଠିକ ନଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ମେଡିକାଲରେ ରହି ଆଜୀବନ କରାଦଣ୍ଡାଦେଶ ଭୋଗିବାକୁ ପଡ଼ିପାରେ ।

ଦୁର୍ଘଟଣା ଆହତଙ୍କୁ ମେଡିକାଲରେ ଭର୍ତ୍ତି କଲେ ସାଂସଦଙ୍କ ପିଏସଓ

0

ଭଦ୍ରକ: ଦୁର୍ଘଟଣାରେ ଆହତ ୩ ଜଣଙ୍କୁ ରାସ୍ତାରୁ ଉଠାଇ ମେଡିକାଲରେ ଭର୍ତ୍ତି କଲେ ସଂସଦ ମଞ୍ଜୁଲତା ମଣ୍ଡଳଙ୍କ ପିଏସଓ ତଥା ଭଦ୍ରକ ରିଜର୍ଭ ପୋଲିସର ଏପିଆର ହାବିଲଦାର ଅଶୋକ କୁମାର ବେହେରା । ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଦ୍ରକ ମୁଖ୍ୟ ମେଡିକାଲକୁ ପଠାଇଛନ୍ତି ।

ସୂଚନାଯୋଗ୍ୟ, ତିହିଡି ଅଞ୍ଚଳର ଜନୈକା ବୃଦ୍ଧାଙ୍କୁ ତାଙ୍କ ସମ୍ପର୍କୀୟ ବାଇକ ଯୋଗେ ଚରମ୍ପା ଷ୍ଟେସନକୁ ଆଣୁଥିଲେ । ସେଠାରୁ ଟ୍ରେନ ଯୋଗେ କଟକ ମେଡିକାଲ ଯିବାର ଥିଲା । ହେଲେ ଯିବା ବାଟରେ ଡାହାଣୀଗଢିଆ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ଥ ହୋଇ ୩ ଜଣ ଗୁରୁତର ହୋଇଥିଲେ । ଏହି ସମୟରେ ଅଶୋକ ମର୍ଣ୍ଣିଂଓ୍ବାକରେ ସେହି ବାଟ ଦେଇ ଯାଉଥିବା ବେଳେ ସେମାନଙ୍କ ଉପରେ ନଜର ପଡ଼ିଥିଲା । ଏହାପରେ ସେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ୩ ଆହତଙ୍କୁ ମେଡିକାଲ ପଠାଇଥିଲେ । ପୋଲିସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

T20 World Cup: ନ୍ୟୁଜିଲ୍ୟାଣ୍ଡ ଆଗରେ ୧୬୭ ରନ ବିଜୟ ଲକ୍ଷ

ଦୁବାଇ: ଟି-୨୦ ବିଶ୍ବକପରେ ଆଜି ଇଂଲଣ୍ଡ ଓ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ମୁକାବିଲା ହେଉଛି । ଇଂଲଣ୍ଡ ପ୍ରଥମେ ବ୍ୟାଟି କରି ୪ ଓ୍ବିକେଟ୍ ହରାଇ ୧୬୬ ରନ୍ କରିଛି । ଦଳ ପକ୍ଷରୁ ଜୋସ୍ ବଟଲର୍ ୨୯ ରନ୍ କରିଥିବା ବେଳେ ମଲାନ୍ ୪୧ ରନ୍ କରିଥିଲେ । ମୋଇନ୍ ଅଲ୍ଲୀ ୩୭ ବଲରୁ ୫୧ ରନ୍ କରି ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ତରଫରୁ ସାଉଥି, ମିଲନ, ସୋଧି ଏବଂ ଜେମସ୍ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।

ରିପୋର୍ଟ ଲେଖାଯିବା ବେଳକୁ ନ୍ୟୁଜିଲ୍ୟାଣ୍ଡ ୬ ଓଭରରେ ଦୁଇ ଓ୍ବିକେଟ ହରାଇ ୩୬ ରନ୍ କରିଛି । ଗୁପଟିଲ୍ ୪ ରନ୍ କରି ଆଉଟ ହୋଇଥିବା ବେଳେ କେନ୍ ୫ ନର କରି କରିଛନ୍ତି । ମିଚେଲ ୧୨ ଓ କନଓ୍ବେ ୧୪ ରନ୍ କରି ବ୍ୟାଟିଂ କରୁଛନ୍ତି । ଇଂଲଣ୍ଡ ତରଫରୁ କ୍ରିସ୍ ଓ୍ବାକସ୍ ଦୁଇଟି ଓ୍ବିକେଟ ନେଇଛନ୍ତି ।

ଅନୁଗୁଳରେ ହେବ କୋଲ୍‌ କରିଡର୍‌, ଜିଲ୍ଲାରେ 12ଟି ନୂଆ ଖଣି କାର୍ଯ୍ୟକ୍ଷମ ହେବ

ଅନୁଗୁଳ:  ଜିଲ୍ଲାରେ ତିଆରି ହେବ ନୂଆ କୋଲ୍‌ କରିଡର୍‌ । ଜିଲ୍ଲାରେ 12ଟି ନୂଆ ଖଣି କାର୍ଯ୍ୟକ୍ଷମ ହେବ । ଏନେଇ 2 ମାସ ଭିତରେ ଦାଖଲ କରାଯିବ ପ୍ରୋଜେକ୍ଟ ରିପୋର୍ଟ । ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଶିଳ୍ପାୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରି ଏ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ସେହିପରି ଢେଙ୍କାନାଳ ଓ ଅନୁଗୁଳରେ 2 ଟି ନୂଆ MSME ପାର୍କ ନିର୍ମାଣ କରାଯିବ । ନାଲକୋର ସମ୍ପ୍ରସାରଣ ପାଇଁ ବ୍ରାହ୍ମଣୀ ନଦୀରୁ ଜଳଯୋଗାଣ କରାଯିବାକୁ ଯୋଜନା ରହିଛି ।

ସେହିପରି ଆଲୁମିନିୟମ ପାର୍କର ସମ୍ପ୍ରସାରଣ କରାଯିବ । ପାଉଁଶ ସୁପରିଚାଳନା ପାଇଁ ଖଣି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ଅସିତ ତ୍ରିପାଠୀ । ବନ୍ଦ ହୋଇଥିବା ଖଣିରେ ଭର୍ତ୍ତି କରାଯିବ ପାଉଁଶ । ଜିଲ୍ଲାରେ ଚାଷ ଓ ଶିଳ୍ପ ପାଇଁ ଅନେକ ସମ୍ଭାବନା ରହିଛି । ଏଥିପାଇଁ ଉଭୟକୁ ଗୁରୁତ୍ୱ ଦେଇ କାମ କରାଯିବ ବୋଲି ସୂଚନା ଦେଇଛନ୍ତି ଅସିତ ।

କେନ୍ଦ୍ରର ଚାରଧାମ ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

0

ନୂଆଦିଲ୍ଲୀ: କେନ୍ଦ୍ରର ଚାରଧାମ ପ୍ରକଳ୍ପକୁ ସୁପ୍ରିମ ଝଟ୍‌କା । ଚାରିଧାମ ହାଇଓ୍ୱେ ପ୍ରଶସ୍ତୀକରଣ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ । ଦେଶର ସୁରକ୍ଷା ଆଳରେ ପରିବେଶ ନଷ୍ଟ କରାଯାଇ ପାରିବ ନାହିଁ । ହିମାଳୟର ବିଭିନ୍ନ ଅଞ୍ଚଳରେ ହାଇଓ୍ୱେ ପ୍ରଶସ୍ତୀକରଣ ପ୍ରୋଜେକ୍ଟକୁ ବିରୋଧ କରି ଦାଏର ଜନସ୍ବାର୍ଥ ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଚାରିଧାମ ଯାତ୍ରୀଙ୍କ ପାଇଁ ହିମାଳୟ ବକ୍ଷରେ ହାଇଓ୍ୱେ ପ୍ରଶସ୍ତୀକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପ୍ରକଳ୍ପ ପାଇଁ ଏବେ ସୁଦ୍ଧା ପ୍ରାୟ ୨୫ହଜାର ଗଛ କଟା ସରିଲାଣି । ଏଥିଯୋଗୁ ଭୂସ୍ଖଳନ ଓ ହିମସ୍ଖଳନ ବୃଦ୍ଧି ପାଉଥିବା ବେଳେ ଏହି କ୍ଷତିକୁ ଭରଣା କରାଯାଇପାରିବ ନାହିଁ ବୋଲି ବହୁ ପରିବେଶବିତ୍ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା ।

ତେବେ ଉକ୍ତ ପ୍ରକଳ୍ପ କେବଳ ଚାରିଧାମ ଯାତ୍ରୀଙ୍କ ପାଇଁ ନୁହେଁ ବରଂ ସୀମାରେ ସେନା ନିକଟକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଓ ସେନା ଅଧିକାରୀଙ୍କ ଯା’ଆସ ପାଇଁ ବ୍ୟବହାର ହେବ ବୋଲି କୋର୍ଟରେ ଯୁକ୍ତି ବାଢ଼ିଥିଲେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ । ମାତ୍ର ହିମାଳୟ ହାଇଓ୍ୱେ ପ୍ରଶସ୍ତୀକରଣ କାର୍ଯ୍ୟ ଚୀନ୍ ସୀମାଠାରୁ ଶହେ କିମି ଦୂରରେ ହେଉଥିବାରୁ ଏହା ସେନାର କୌଣସି କାର୍ଯ୍ୟରେ ଆସିବନି ବୋଲି ପ୍ରତିପକ୍ଷ ଓକିଲ ଯୁକ୍ତି ବାଢ଼ିଥିଲେ । ଦୁଇପକ୍ଷର ଯୁକ୍ତି ଶୁଣିବା ପରେ ଦେଶର ସୁରକ୍ଷା ସାଙ୍ଗକୁ ପରିବେଶ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ରାୟ ଶୁଣାଇଛନ୍ତି।

ସୁପ୍ରିମକୋର୍ଟରେ ହାଜର ହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍

ପେଶାଓ୍ବାର: ୨୦୧୪ ପେଶାଓ୍ବାର ଆର୍ମି ସ୍କୁଲ ହତ୍ୟା ମାମଲାରେ ପାକିସ୍ତାନ ସୁପ୍ରିମକୋର୍ଟରେ ହାଜର ହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । କହିଲେ- ଆାଇନ ତା’ ବାଟରେ କାମ କରିବ । ଏ ଦେଶରେ କେହି ସେଚ୍ଚାଟ ନୁହଁନ୍ତି । ମୁଁ ଆଇନର ଶାସନ ଉପରେ ବିଶ୍ବାସ କରେ ।

ସୂଚନାଯୋଗ୍ୟ, ୨୦୧୪ ଡିସେମ୍ବର ୧୬ରେ ଆର୍ମି ପବ୍ଲିକ ସ୍କୁଲରେ ତେହରିକ ଏ ତାଲିବାନ ପାକିସ୍ତାନ (ଟିଟିପି) ଆକ୍ରମଣ କରିଥିଲା । ଏଥିରେ ୧୩୨ ପିଲାଙ୍କ ସହ ୧୪୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଇମ୍ରାନ ସରକାର ଟିଟିପି ସହ ଶାନ୍ତି ବୁଝାମଣା କରିବା ପରେ ଏହି ଘଟଣା ପୁଣି ଚର୍ଚ୍ଚାକୁ ଆସିଛି । ମୃତ ପିଲାଙ୍କ ପରିବାର ଲୋକେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମାମଲାରେ କୋର୍ଟ ଇମ୍ରାନଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ମାମଲାର ପରବର୍ତ୍ତି ଶୁଣାଣି ୪ ସପ୍ତାହ ପରେ ହେବ ।

ଜିୟୋ ନ୍ୟୁଜ୍ ଅନୁସାରେ ଘଟଣାକୁ ୭ ବର୍ଷ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଆଖିଦେଖା କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଟିଟିପି ଗଣ ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲେ ବି କୌଣସି ସରକାର ଏହି ଆତଙ୍କବଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ମୃତ ପିଲାଙ୍କ ପରିବାର ସୁପ୍ରିମେକାର୍ଟର ଦ୍ବାରସ୍ଥ ହୋଇ ଘଟଣା ପାଇଁ ଟିଟିପି ଯେତିକି ଦାୟୀ, ତା’ଠାରୁ ଅଧିକ କେନ୍ଦ୍ର ସରକାର ଦାୟୀ ବୋଲି ଅଭିଯୋଗ କରି ଗାଦିରେ ବସିଥିବା ବଡ଼ ଅଧିକାରୀ ଓ ନେତାଙ୍କ ଜବାବ ଚାହିଁଥିଲେ ।

ସୁପ୍ରିମକୋର୍ଟ ସମନ ଜାରି କରିବା ପରେ ପ୍ରଥମେ ପାକିସ୍ତାନ ଆଟର୍ଣ୍ଣିଂ ଜେନେରାଲ କୋର୍ଟରେ ହାଜର ହୋଇଥିଲେ । ଏହାପରେ ଇମ୍ରାନଙ୍କୁ ହାଜର ହେବାକୁ ନୋଟିସ୍ ହୋଇଥିଲା । ଚିଫ୍ ଜଷ୍ଟିସ୍ ଅଫ୍ ପାକିସ୍ତାନ (ସିଜେପି) ଗୁଲଜାର ଅହମ୍ମଦଙ୍କ ବେଞ୍ଚରେ ଇମ୍ରାନ ହାଜର ହୋଇ କହିଥିଲେ- ମୁଁ ଦେଶରେ ଆଇନର ଶାସନ ଚାହିଁଛି । ହେଲେ, ଏହା ବି ଧ୍ୟାନ ରଖିବାକୁ ପଡ଼ିବ ଏ ଦେଶରେ କେହି ସୁଚ୍ଚୋଟ ନୁହଁନ୍ତି । ଏଥିପାଇଁ ସେ There are no holy cows in Pakistan ବାକ୍ୟ ବ୍ୟବହାର କରିଥିଲେ ।

ସୂଚନାଯୋଗ୍ୟ, ଘଟଣା ବେଳେ ଇମ୍ରାନ ପ୍ରଧାନମନ୍ତ୍ରୀ ନଥିଲେ । ତଥାପି ସେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ । କାରଣ, ସେ ବିରୋଧୀ ଓ ତତ୍କାଳୀନ ନବାବ ସରିଫଙ୍କ ସରକାରଙ୍କୁ ଫସାଇବାକୁ ନିଜେ କୋର୍ଟରେ ହାଜର ହୋଇଥିବା କୁହାଯାଉଛି । ପାକିସ୍ତାରେ ଦେଢ ବର୍ଷ ପରେ ନିର୍ବାଚନ ହେବାକୁ ଅଛି । ଇମ୍ରାନଙ୍କ ପାକିସ୍ତାନ ଏ ଇନସାଫ (ପିଟିଆଇ) ସେନା ଦୟାରୁ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ହେଲେ ତାଙ୍କ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । କୋର୍ଟରେ ହାଜର ହେବା ବାହାନାରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପରେ ଦେଶରେ ୮୦ ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪୮୦ ଡ୍ରୋନ ଆକ୍ରମଣ ହୋଇଛି, ଏଥିପାଇଁ ଦାୟୀ କିଏ ବୋଲି ସେ କୋର୍ଟରେ ପ୍ରଶ୍ନ କରିତିଲେ ? ଏହାର ଉତ୍ତରରେ ଚିଫ୍ ଜଷ୍ଟିସ୍ କହିଥିଲେ, ତୁମେ ଦେଶର ପ୍ରଧାନମନ୍ତ୍ରୀ, ଏହାର ଉତ୍ତର ତୁମେ ନିଜେ ଖୋଜ ।