ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ବରୁଣଙ୍କ ଅନ୍ତିମ ସଂସ୍କାର

ଭୋପାଳ: ପଞ୍ଚଭୂତରେ ଲୀନ ହେଲେ ଗ୍ରୁପ କ୍ୟାପଟେନ ବରୁଣ ସିଂ । ମଧ୍ୟପ୍ରଦେଶର ଭୋପାଳରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଭୋପାଳସ୍ଥିତ ମିଲିଟାରି ହସ୍ପିଟାଲରୁ ଏକ ଶୋଭାଯାତ୍ରାରେ ବରୁଣଙ୍କ ପାର୍ଥିବ ଶରୀରକୁ ବିଶ୍ରାମ ଘାଟ ଶ୍ମଶାନକୁ ନିଆଯାଇଥିଲା । ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଉପସ୍ଥିତ ରହି ବରୁଣଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ପ୍ରତିରକ୍ଷା ବାହିନୀର ଯବାନମାନେ ସେଠାରେ ଉପସ୍ଥିତ ରହି କ୍ୟାପଟେନ ବରୁଣଙ୍କୁ ଶେଷ ସମ୍ମାନ ଦେଇଥିଲେ ।

ତାମିଲନାଡୁର କୁନ୍ନୁରରେ ଗତ ଡିସେମ୍ବର ୮ ତାରିଖରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବରୁଣ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ଓ୍ବେଲିଂଟନ ଓ ପରେ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଗତ ୧୫ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ବରୁଣ ସହିଦ ହେବା ପରେ ତାଙ୍କ ପରିବାରକୁ ୧ କୋଟିର ସମ୍ମାନ ନିଧି ଦେବା ପାଇଁ ଘୋଷଣା କରିଥିଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

 

Leave a Reply