spot_img
Home Blog Page 4947

ଆସନ୍ତା ମାସରେ ପୁରୀରେ ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟକ୍ରମା, ପୂର୍ଣ୍ଣାହୂତିରେ ଯୋଗଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଆସନ୍ତା 22 ତାରିଖରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଭୂମିପୂଜନ କରାଯିବ । ଏଥିପାଇଁ ସ୍ବତନ୍ତ୍ର ଯଜ୍ଞ ଆୟୋଜିତ ହେବ । ଏଥିରେ ପୁରୀ ଗଜପତି ମହାରାଜା କର୍ତ୍ତା ଭାବେ ଦାୟିତ୍ବ ତୁଲାଇବେ । 24 ତାରିଖ ଦିନ ଯଜ୍ଞରେ ପୂଣ୍ଣାହୁତି ହେବ ।

ଏହି କାର୍ଯ୍ୟକ୍ରମକୁ ଭବ୍ୟ କରିବାକୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ୨୨ରେ ଭୂମି ପୂଜନ କାର୍ଯ୍ୟକ୍ରମ ରହିଥିବାବେଳେ ୨୪ରେ ରହିଛି ପୂର୍ଣ୍ଣାହୂତି ରହିଛି ।  ଅନ୍ୟପଟେ ପୁର୍ଣ୍ଣାହୁତି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଚଳିତ ବର୍ଷର ଶେଷ ‘ଚନ୍ଦ୍ର ଗ୍ରହଣ’; ଜାଣନ୍ତୁ କିଭଳି ପ୍ରଭାବ ପଡିବ…

0

ନୂଆଦିଲ୍ଲୀ: ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ‘ଚନ୍ଦ୍ର ଗ୍ରହଣ’ ନଭେମ୍ବର ୧୯ ତାରିଖରେ ଲାଗିବାକୁ ଯାଉଛି। ତେବେ ଏହା ପୂର୍ବରୁ ଗତ ମେ ମାସରେ ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗି ସାରିଛି।

ଆଉ ଏବେ ଶେଷ ଚନ୍ଦ୍ର ଗ୍ରହଣ ନଭେମ୍ବର ୧୯ ତଥା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପଡୁଛି । ଧର୍ମର ମାସ କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ ଖୁବ୍ ମହତ୍ୱ ରହିଛି । ଏଭଳି ସ୍ଥଳେ ଚନ୍ଦ୍ର ଗ୍ରହଣ ଲୋକଙ୍କ ଜୀବନ ଉପରେ ପ୍ରଭାବ ମଧ୍ୟ ପକାଇବ।  ଏହା ଆଶିଂକ ଚନ୍ଦ୍ର ଗ୍ରହଣ ହୋଇଥିବାରୁ ଦେଶର ଅଧିକାଂଶ ସ୍ଥାନରେ ଦେଖାଯିବ ନାହିଁ। କେବଳ ଆସାମ ଓ ଅରୁଣାଚଳ ପ୍ରଦେଶର କିଛି ଅଂଶରେ ଦୃଶ୍ୟମାନ ହେବ।

ଚଳିତ ଥର ଆଶିଂକ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ସୁତକ କାଳ ରହିବ ନାହିଁ। ଗଙ୍ଗା ସ୍ନାନ ଓ ଦୀପ ଦାନ ଭଳି ଧାର୍ମିକ କାର୍ଯ୍ୟ ଏହି ଦିନରେ କରିହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନଭେମ୍ବର ୧୯ ତାରିଖ ଶୁକ୍ରବାର ଦିନ ପଡୁଥିବା ଚନ୍ଦ୍ର ଗ୍ରହଣ ଭାରତୀୟ ସମୟାନୁସାରେ ସକାଳ ୧୧ଟା ୩୦ମି.ରୁ ଲାଗୁହୋଇ ସନ୍ଧ୍ୟା ୫ଟା ୩୩ମି.ରେ ସରିବ।

ତେବେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ବୃଷ ରାଶିରେ ଲାଗିବାକୁ ଯାଉଛି। ଯେଉଁଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ପରେ ସେମାନଙ୍କୁ କିଛି ଦାନ କରିବାକୁ ପଡିବ । ଯାହା ଫଳରେ ଅଶୁଭ ପ୍ରଭାବ କିଛିଟା  କମ୍ ହେବ ।

ସର୍ବଦଳୀୟ ବୈଠକରେ କୋଟିଆ ପାଇଁ ଏକ ସ୍ୱର, ସରକାରଙ୍କୁ ବିରୋଧିଙ୍କ ପ୍ରଶଂସା

ଭୁବନେଶ୍ୱର: କୋଟିଆ ପାଇଁ ସମସ୍ତେ ଏକ ।  ମଙ୍ଗଳବାର ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଆଜି କୋରାପୁଟରେ ବସିଥିଲା ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ସାମିଲ ହୋଇଥିଲେ । କୋଟିଆରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟର ମୁଖିଆ ଆଲୋଚନା କରିଥିବାରୁ ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ତିନି ଦଳର ନେତା ।

ଆଗାମୀ ଦିନରେ ମୁଖ୍ୟ ଶାସନ ସଚିବ ସ୍ତରୀୟ ଆଲୋଚନାରେ କୋରାପୁଟ ଜିଲ୍ଲାର ସମସ୍ତ ତଥ୍ୟ ଭିତ୍ତିକ କାଗଜ ପତ୍ର ପ୍ରଦାନ କରାଯିବ । ଏଥି ପାଇଁ ସମସ୍ତ ସହଯୋଗ କରାଯିବ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ମୁଖ୍ୟ ଶାସନ ସଚିବ ସ୍ତରୀୟ ଆଲୋଚନା ପୂର୍ବରୁ ସର୍ବଦଳୀୟ ବୈଠକର ଏକ ଟିମ୍ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି ।

ବୈଠକରେ ଜୟପୁର ବିଧାୟକ ତାରା ବାହିନୀପତି , କୋରାପୁଟ ବିଧାୟକ ରଘୁରାମ ପଡାଲ , ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ବିଜେପି ନେତା ଜୟରାମ ପାଙ୍ଗିଙ୍କ ସହ ସାମାଜିକ ସଙ୍ଗଠନ ଓ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । କୋଟିଆ ପାଇଁ ସମସ୍ତ ଦଳ ଏକଜୁଟ ହୋଇଥିବାରୁ ସମସ୍ୟାର ସମାଧାନ ହେବା ନେଇ ଆଶା ସଞ୍ଚାର ହୋଇଛି ।

ନିଶା ଦହିୟା ଜୀବିତ, ହତ୍ୟା ଖବର ଗୁଜବ

ସୋନିପତ: ଜାତୀୟସ୍ତରର କୁସ୍ତିଯୋଦ୍ଧା ନିଶା ଦହିୟା ଓ ତାଙ୍କ ଭାଇ ସୁରକ୍ଷିତ ଅଛନ୍ତି । ନିଜେ ନିଶା ଏକ ଭିଡିଓ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି । ନିଶା ଓ ତାଙ୍କ ଭାଇଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହାପରେ ନିଶା ଭିଡିଓ ଜାରି କରି କହିଛନ୍ତି, ‘ମୁଁ ବଞ୍ଚିଛି । ମୋତେ କେହି ଗୁଳି କରି ହତ୍ୟା କରି ନାହାଁନ୍ତି । ମୋ ଭାଇ ବି ସଂପୂର୍ଣ୍ଣ ସୁରକ୍ଷିତ ଅଛି ।’

ସୂଚନାଯୋଗ୍ୟ, ଟିଭି ଚ୍ୟାନେଲଠାରୁ ଆରମ୍ଭ କରି ୱେବ୍ ସାଇଟର ଶିରୋନାମା ପାଲଟି ଥିଲା ନିଶାଙ୍କୁ ହତ୍ୟା କରାଯାଇଥିବା ଖବର । ହରିୟାଣାରେ ଏକ ଗୁଳିକାଣ୍ଡରେ ନିଶା ଦହିୟା ନାମକ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ନାଁ ସମାନ ଥିବାରୁ ନ୍ୟାଶନାଲ ଚାମ୍ପିୟନ ନିଶାଙ୍କୁ ହତ୍ୟା କରାଯାଇଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ଖବର ପ୍ରସାରିତ କରିଥିଲେ ।

ନିଶା ନିକଟରେ ବିଶ୍ବ କୁସ୍ତି ଯୋଦ୍ଧା ପ୍ରତିଯୋଗୀତାରେ ବ୍ରୋଞ୍ଜ ମେଡାଲ୍ ପାଇଥିଲେ । ଏହାପୂର୍ବରୁ ସେ ଅନେକ ଜାତୀୟସ୍ତରର ପ୍ରତିଯୋଗୀତାରେ ନିଜ ପ୍ରତିଭା ଦେଖାଇ ସାରିଛନ୍ତି । ତେବେ ଆଜି ଏଭଳି ଏକ ଖବର ପ୍ରସାରଣ ଓ ଏହାକୁ ନିଶାଙ୍କ ଖଣ୍ଡନ ଏକ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା ।

ଟି-୨୦ ବିଶ୍ବକପ ସେମିଫାଇନାଲ; ଟସ୍ ଜିତିଲା ନ୍ୟୁଜିଲାଣ୍ଡ; ବ୍ୟାଟିଂ କରିବ ଇଂଲଣ୍ଡ

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଆଜି ପ୍ରଥମ ସେମିଫାଇନାଲ ଖେଳାଯାଉଛି । ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ତେବେ ଏହି ମ୍ୟାଚରେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଛି ନ୍ୟୁଜିଲାଣ୍ଡ । ତେବେ ଚଳିତ ଟି-୨୦ ବିଶ୍ବକପର ଏହି ବଡ଼ ମ୍ୟାଚ ପୂର୍ବରୁ ଟିମ୍ ଇଂଲଣ୍ଡକୁ ଲାଗିଛି ଏକ ବଡ଼ ଝଟକା ।  ଇଂଲଣ୍ଡ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଜେସନ ରାୟ ଆଘାତ କାରଣରୁ ବିଶ୍ବକପରୁ ବାହାରି ଯାଇଛନ୍ତି । ଯାହା ଫଳରେ ଆଜି ପ୍ରଥମ ସେମିଫାଇନାଲରେ ତାଙ୍କ ସ୍ଥାନରେ ଜୋଶ ବଟଲରଙ୍କ ସହ ଓପନିଂ କରିବେ ଜନି ବେୟାରଷ୍ଟୋ । ସେହିପରି ନ୍ୟୁଜିଲାଣ୍ଡ କଥା କହିବା ତାହାଲେ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ପକ୍ଷରୁ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଅନ୍ୟପକ୍ଷରେ ଏହି ମ୍ୟାଚକୁ ଜିତି ଦିନିକିଆ ବିଶ୍ବକପର ଫାଇନାଲ ମ୍ୟାଚରେ ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ନ୍ୟୁଜିଲାଣ୍ଡ । ୨୦୧୯ରେ ହୋଇଥିବା ଦିନିକିଆ ବିଶ୍ବକପରେ ନ୍ୟୁଜିଲାଣ୍ଡକୁ ସୁପର ଓଭରରେ ପରାସ୍ତ କରିଥିଲା । ତେବେ ସେହି ମ୍ୟାଚରେ ପରାଜୟର ପ୍ରତିଶୋଧ ନେବାକୁ ଆଜି ପଡ଼ିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ । ଅନ୍ୟପକ୍ଷରେ ଉଭୟ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସବୁ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରିଛି ଏହି ଟୁର୍ଣ୍ଣାମେଣ୍ଟରେ । ତେଣୁ ଆଜିର ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ‘ରକ୍ଷକ’, ତାଲିମ ନେବେ ୩୦ ହଜାର ଜୀବନ ରକ୍ଷାକାରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟର ଠାରେ ସଡକ ସୁରକ୍ଷା ପାଇଁ ଏକ ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ପରିବହନ ବିଭାଗ ଦ୍ୱାରା ଆୟୋଜିତ ଏହି ତାଲିମ କାର୍ଯ୍ୟକ୍ରମରେ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ (First Responder) ତାଲିମ ପାଇବେ। ୩୦୦ ପ୍ରଶିକ୍ଷକ ରାଜ୍ୟର ୩୦ଟି ଜିଲ୍ଲାରେ ୩୦ ସପ୍ତାହ ପାଇଁ ତାଲିମ ପ୍ରଦାନ କରିବେ । ଏହାଦ୍ବାରା ସଡକ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ମାନଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ମିଳିପାରିବ ଓ ଅନେକ ଜୀବନ ବଞ୍ଚାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ  ଆଶାପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣା କେବଳ ଜଣେ ବ୍ୟକ୍ତି ବା ଗୋଟିଏ ପରିବାରର କ୍ଷତି ନୁହେଁ। ଏହା ସମାଜର କ୍ଷତି । ତେଣୁ ଏହାକୁ ରୋକିବା ପାଇଁ ଆମେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଏ କ୍ଷେତ୍ରରେ ଡ୍ରାଇଭର ମାନଙ୍କର ଯେତିକି ଦାୟିତ୍ବ, ସଡକ ବ୍ୟବହାର କରୁଥିବା ବ୍ୟକ୍ତିର ମଧ୍ୟ ସେତିକି ଦାୟିତ୍ବ । ତା ସହିତ ଦୁର୍ଘଟଣା ସ୍ଥଳରେ ଥିବା ଅନ୍ୟ ଲୋକମାନଙ୍କର ମଧ୍ୟ ବିଶେଷ ଦାୟିତ୍ବ ରହିଛି। ତେଣୁ ସେମାନେ ସାମାନ୍ୟ ସହଯୋଗ କଲେ, ଅନେକ ଜୀବନ ରକ୍ଷା ହୋଇପାରିବ ଓ ଅନେକ ପରିବାର ଦୁର୍ଦ୍ଦିନରୁ ରକ୍ଷା ପାଇପାରିବେ ବୋଲି ସେ କହିଥିଲେ।

ତାଲିମ ବ୍ୟବସ୍ଥା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଆପଣମାନେ ହେଉଛନ୍ତି ଜଣେ ଜଣେ ଉତ୍ତମ ନାଗରିକ (Good Samaritan)। ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ଆମେ ଯଦି ତୁରନ୍ତ ଚିକିତ୍ସା କରିବା, ତେବେ ଆମେ ଅନେକ ଜୀବନ ରକ୍ଷା କରିପାରିବା ବୋଲି ସେ କହିଥିଲେ।ବିପଦରେ ଥିବା ଲୋକର ଜୀବନ ବଞ୍ଚାଇବା ଠାରୁ ବଡ ପୁଣ୍ୟ କିଛି ନାହିଁ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଡକ ଦୁର୍ଘଟଣାର ଶିକାର ହେଉଥିବା ଲୋକ ମାନଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ଲୋକକୁ ୨୦୦୦ ଟଙ୍କା ସହାୟତା ଦେବାର ବ୍ୟବସ୍ଥା କରାଯାଇଛି । ଏହାସହିତ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କର ଚିକିତ୍ସା ପାଇଁ ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି ।

ସଡକ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ଏ ଉଦ୍ୟମରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ବିଭିନ୍ନ ଅଣ-ସରକାରୀ ସଂଗଠନ (NGO) ମାନେ ସଡକ ଦୁର୍ଘଟଣା ସମୟରେ ତୁରନ୍ତ ସହାୟତା ଯୋଗାଇଦେବା ଓ ସଚେତନତା ସୃଷ୍ଟି କ୍ଷେତ୍ରରେ ଯେଉଁ ଉଦ୍ୟମ କରୁଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ। ସେମାନଙ୍କର ଏହି ଉଦ୍ୟମ ସଫଳ ହେବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ପରିବହନ ବିଭାଗକୁ ଧନ୍ୟବାଦ ଦେବା ସହିତ ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ବୋଲି କହିଥିଲେ । ତାଲିମ କାର୍ଯ୍ୟକ୍ରମ ଶେଷ ହେବା ପରେ ସଡକ ସୁରକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଭିନ୍ନ ସ୍ବେଚ୍ଛାସେବୀ, ରେଡକ୍ରସ ଓ ଅନ୍ୟାନ୍ୟ ସଂସ୍ଥା ମାନଙ୍କୁ ମୁଖ୍ୟମନ୍ତ୍ର ଧନ୍ୟବାଦ ଦେଇ ଜୀବନ ରକ୍ଷା କ୍ଷେତ୍ରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରକ୍ଷକ ତାଲିମ କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚନ କରିବା ସହିତ ଏହାର ୱେବସାଇଟ OPTICS ଉଦ୍‌ଘାଟନ କରିଥିଲେ । ତାଲିମରେ ଯୋଗ ଦେଇଥିବା first responder ମାନଙ୍କୁ କିଟ୍‌ ଓ ଟି-ସାର୍ଟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ପଦ୍ମନାଭ ବେହେରା ସଡକ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

 

ପିଲାଙ୍କ ପାଠପଢ଼ା ପାଇଁ ମାଇକ୍ରୋସଫ୍ଟର ନୂଆ ଲାପଟପ୍, ଦାମ ମାତ୍ର ୧୮ ହଜାର

ନୂଆଦିଲ୍ଲୀ: ବର୍ତ୍ତମାନ ଅନଲାଇନ କ୍ଲାସ ବହୁତ ବଢ଼ି ଯାଇଛି । ବିଶେଷ କରି କରୋନା କାଳରେ ପିଲାମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ଅନଲାଇନ ଷ୍ଟଡି ଫ୍ରାଣ୍ଡଲି ଲାପଟପ୍ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି । ଏମିତି ସ୍ଥିତିରେ ପ୍ରାୟ ସବୁ ସଫ୍ଟଓ୍ବେର କମ୍ପାନୀ ପିଲାମାନଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ନୂଆ ନୂଆ ଫିଚର୍ ସହ ଲାପଟପ୍ ଲଞ୍ଚ କରୁଛନ୍ତି । ଯାହାର ମୂଲ୍ୟ ସାଧାରଣ ଲାପଟପଠାରୁ କମ ରହୁଛି । ଏବେ ମାଇକ୍ରୋସପ୍ଟ ଏମିତି ଲାପଟପ୍ ଲଞ୍ଚ କରିଛି । ଯାହାର ନାଁ  Surface Laptop SE ରଖାଯାଇଛି । ଏଥିରେ Windows 11ର ଭର୍ଜନ ଦିଆଯାଇଛି । ଗୁରୁତ୍ବପୂଣ୍ଣର୍ କଥା ହେଲା ଏହା କମ୍ପାନୀର ସବୁଠାରୁ ଶସ୍ତା ଲାପଟପ୍ ହେବାକୁ ଯାଉଛି । ଏହାର ମୂଲ୍ୟ ୨୪୯ ଡଲାର (ପାଖାପାଖି ୧୮ ହଜାର ୫୨୩ ଟଙ୍କା) ରହିଛି । ଆସନ୍ତାବର୍ଷ ଏହା ବଜାରରେ ଉପଲବ୍ଧ ହେବ ।

କ’ଣ ରହିଛି ବିଶେଷତ୍ବ ?

Surface Laptop SEରେ ୧୧.୬ ଇଞ୍ଚର ସ୍କ୍ରିନ୍ ରହିଛି । ସ୍କ୍ରିନ ରେଜୁଲୋସନ୍ 1366X768p ରହିଛି । ଏସ୍ପେଟ ରେସିଓ ୧୬:୯ ରଖାଯାଇଛି । ଏଥିରେ Intel Celeron N4020 ପ୍ରୋସେସର ଦିଆଯାଇଛି । ଏହାକୁ 4GB କିମ୍ବା 8GB  ରାମ୍ ସହ କିଣି ପାରିବେ । ଏଥିରେ 64GB ଓ 128GB eMMC ସପୋର୍ଟ ଦିଆଯାଇଛି ।

୧ ମେଗାଫିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି, ଯାହା 720p ଭିଡିଓ ରେକର୍ଡ କରିବାକୁ ସକ୍ଷମ । ଏହାସହ ସିଙ୍ଗିଲ USB A ପୋର୍ଟ, USB ଟାଇପ୍ C ପୋର୍ଟ ଓ ୩.୫ଏମଏମ ହେଡଫୋନ୍ ଦିଆଯାଇଛି ।

ମାଇକ୍ରୋସଫ୍ଟ ପକ୍ଷରୁ ଦାବି କରାଯାଇଛି ଲାପଟପ ୧୬ ଘଣ୍ଟା ଚାର୍ଜ ଦେବ । ବର୍ତ୍ତମାନ ଏହା ଆମେରିକା, ବ୍ରିଟେନ, କନାଡ଼ା ଓ ଜାପାନ ମାର୍କେଟରେ ଲଞ୍ଚ ହୋଇଛି । ଏହାକୁ ଏମିତି ତିଆରି କରାଯାଇଛି ଯେ, ମରାମତି କରିବା ସହଜ ହେବ ।

ଲାପଟପରେ Windows 11 SE ଦିଆଯାଇଛି । ଛାତ୍ର ଓ ସ୍କୁଲ ଆଡମିନିଷ୍ଟ୍ରେସନ ପାଇଁ ଏହି ଅପରେଟିଙ୍ଗ ସିଷ୍ଟମ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି । ଏଥିରେ ଓ୍ବେବ ବେସଡ୍ ଆପ୍ ବ୍ୟବହାର ହୋଇଛି ।

ତେବେ ଭାରତରେ ଏହି ଲାପଟପ୍ କମ୍ପାନୀ ଲଞ୍ଚ କରିବ କି ନାହିଁ ତାହା ସ୍ପଷ୍ଟ କରିନି । ଭାରତରେ ଅନ୍ୟ ସରଫେସ୍ ଲାପଟପ୍ ମିଳୁଥିବାରୁ ଆଗାମୀ ଦିନରେ କମ୍ପାନୀ ଏହାକୁ ଭାରତରେ ଲଞ୍ଚ କରିବ ବୋଲି ଆଶା କରାଯାଉଛି ।

ରାଷ୍ଟ୍ରୀୟ ସ୍ତରର ରେସଲର ନିଶା ଦାହିୟା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା; ମା’ଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ

ସୋନୀପତ: ରାଷ୍ଟ୍ରୀୟ ସ୍ତରର ରେସଲରଙ୍କୁ ଗୁଳି ମାରି ହତ୍ୟା । ହରିଆଣାର ସୋନୀପତରେ ରାଷ୍ଟ୍ରିୟ ସ୍ତରର ରେସଲର ନିଶା ଦାହିୟାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ନିଶାଙ୍କ ବ୍ୟତୀତ ତାଙ୍କ ଭାଇ ଓ ତାଙ୍କ ମା’ଙ୍କୁ ମଧ୍ୟ ଗୁଳି ମାରିଥିଲେ ଆକ୍ରମଣକାରୀ । ତେବେ ଏହି ଆକ୍ରମଣରେ ନିଶାଙ୍କ ସହ ତାଙ୍କ ଭାଇ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି ଏବଂ ତାଙ୍କ ମା ଗୁରୁତର ଭାବରେ ଆହାତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହି ସମ୍ବେଦନଶୀଳ ଘଟଣା ସୋନୀପତର ହଲାଲପୁର ଗାଁର ଘଟିଛି । ଯେଉଁଠାରେ ସୁଶୀଲ କୁମାରଙ୍କ ନାମରେ ଏକାଡେମୀ ରହିଛି ।  ସେହି ଏକାଡେମୀଠାରେ ଆକ୍ରମଣକାରୀ ଏହି ଜଘନ୍ୟ କାଣ୍ଡ ଭିଆଇଥିଲେ । ଆକ୍ରମଣକାରୀ ନିଶା ଦାହିୟା, ତାଙ୍କ ଭାଇ ସୁରଜ ଦାହିୟା ଓ ତାଙ୍କ ମା’ ଧନପତିଙ୍କ ଉପରକୁ ଆଖିବୁଜା ଗୁଳି ବର୍ଷା କରିଥିଲେ । ତେବେ ଆଖିବୁଜା ଗୁଳି ବର୍ଷା ପରେ ଆକ୍ରମଣକାରୀ ସେଠାରୁ ଫେରାର ହୋଇଯାଇଥିଲେ ।  କିଏ କିଛି ବୁଝିବା ପୂର୍ବରୁ ରାଷ୍ଟ୍ରୀୟ ସ୍ତରର ରେସଲର ନିଶା ଦାହିୟା ଓ ତାଙ୍କ ଭାଇ ସୁରଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଏବଂ ତାଙ୍କ ମା’ ଧନପତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ଏବେ ବି ସେ ସଙ୍କଟାପୂର୍ଣ୍ଣ ରହିଛନ୍ତି । ତେବେ କ’ଣ ପାଇଁ ଏମିତି ଏକ ଜଘନ୍ୟ କାଣ୍ଡ ଘଟିଛି ତାହା ଉପରୁ ଏବେ ବି ପରଦା ଉଠିନି ।

ତେବେ ନିଶା ଦାହିୟାଙ୍କୁ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଅଣ୍ଡର-୨୩ ଓ୍ବାର୍ଲ୍ଡ ରେସଲିଂ ଚମ୍ପିଆନସିପରେ ମେଡାଲ ଜିତିଥିବା ପାଞ୍ଚ ଜଣ ରେସଲରଙ୍କୁ ମୋଦୀ ଶୁଭେଚ୍ଛା ଜଣାଇଥିଲେ । ଯେଉଁଥିରେ ନିଶା ଦାହିୟା ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ଲେଖିଥିଲେ କି ଶିବାନୀ, ଅଞ୍ଜୁ,ଦିବ୍ୟା, ରାଧିକା ଏବଂ ନିଶାଙ୍କୁ ଓ୍ବାର୍ଲ୍ଡ ଚମ୍ପିଆନସିପ ବିଜୟ ପାଇଁ ଶୁଭେଚ୍ଛା ।

 

 

ନୂଆ ବର୍ଷରେ ଓଡ଼ିଶା ପାଇବ ନୂଆ ଡିଜିପି, ୩୧ରେ ଅବସର ନେବେ ଅଭୟ

ଭୁବନେଶ୍ୱର: ନୂଆ ବର୍ଷରେ ଓଡ଼ିଶା ପାଇବ ନୂଆ ଡିଜିପି । ଡ଼ିସେମ୍ବର ଶେଷରେ ଅବସର ନେବେ ଓଡ଼ିଶା ପୋଲିସ ମୁଖ୍ୟ ଅଭୟ  । ଅବସର ନେଇ ଅନୁମତି ଦେଇଛନ୍ତି ଓଡ଼ିଶା ସରକାର  ।  ଡ଼ିସେମ୍ବର ୩୧ରେ ଅବସର ଗ୍ରହଣ କରିବେ ଡ଼ିଜିପି ଅଭୟ  । ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ  ଏକ ବିଜ୍ଞପ୍ତି ପ୍ରକାଶ ପାଇଛି  ।

ଯେଉଁଥିରେ ରାଜ୍ୟ ପୋଲିସ ମୁଖିଆ ଅଭୟଙ୍କ ଅବସର ନେଇ ଉଲ୍ଲେଖ ରହିଛି  । ଡିଜିପି ଅଭୟ ଜିସେମ୍ବର ୩୧ରେ ଅବସର ନେବା ନେଇ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର  । ୧୯୮୬ ବ୍ୟାଚ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଅଭୟ ୨୦୧୯ ଡ଼ିସେମ୍ବର ୧୦ ତାରିଖରେ ଓଡ଼ିଶା ପୋଲିସର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ  ।

ଓଡ଼ିଶାରୁ ଅପରାଧ ମୁକ୍ତ କରିବା ଏବଂ ମାଓ ମୁକାବିଲା ନେଇ ଅନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି  । ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ପରେ ଡିଜିପି ଅଭୟଙ୍କୁ ଦାୟିତ୍ୱ ଦେଇଥିଲେ ଓଡ଼ିଶା ସରକାର  । ଡିଜିପି ଅଭୟ ଜଣେ ଦକ୍ଷ ପୋଲିସ ଅଫିସର ଭାବେ ସମଗ୍ର ଦେଶରେ ପରିଚିତ  । ପୂର୍ବରୁ ହାଇଦ୍ରାବାଦ ସ୍ଥିତ ଜାତୀୟ ପୋଲିସ ଏକାଡେମୀର ଡ଼ିଜି ଭାବେ ମଧ୍ୟ ଦାୟିତ୍ୱ ନିଭାଇଛନ୍ତି ଅଭୟ  ।

ଧାରଣାରେ ବସିଲେ ଖେଳାଳି; କହିଲେ ‘କେନ୍ଦ୍ର ସମ୍ମାନ ଦେଉଛି, ଆପଣ କାହିଁକି ନୁହେଁ’…

ନୂଆଦିଲ୍ଲୀ: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପାରା କୁସ୍ତି ଯୋଦ୍ଧା ବିରେନ୍ଦ୍ର ସିଂହ ହରିୟାଣା ସରକାର ବିରୋଧରେ ଧାରଣାକୁ ଓହ୍ଲାଇଛନ୍ତି। ନିକଟରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଯାହା ପରେ ସେ ନୂଆଦିଲ୍‌ଲୀ ସ୍ଥିତ ହରିୟାଣା ଭବନ ବାହାରେ ଧାରଣାରେ ବସିଛନ୍ତି ।

ବିରେନ୍ଦ୍ର ସିଂହ ଟ୍ୱିଟ୍ କରି କହିଛନ୍ତି ଯେ, ମାନନୀୟ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର, ମୁଁ ଦିଲ୍‌ଲୀ ହରିୟାଣା ଭବନର ଫୁଟପାଥରେ ବସିଛି । ଯେଯାଏଁ ଆପଣ ମୁକ-ବଧିର ଖେଳାଳିଙ୍କୁ ପାରା ଖେଳାଳି ମାନଙ୍କ ଭଳି ସମାନ ଅଧିକାର ପ୍ରଦାନ ନକରନ୍ତି, ସେଯାଏଁ ମୁଁ ଧାରଣାରୁ ଉଠିବି ନାହିଁ । କେନ୍ଦ୍ର ଆମକୁ ସମ୍ମାନ ଦେଉଥିବା ବେଳେ ଆପଣ କାହିଁକି ଦେବେନାହିଁ ।

ମୁଖ୍ୟତଃ ପାରା କୁସ୍ତି ଯୋଦ୍ଧା ରୂପେ ଯୋଗଦାନ ପାଇଁ ବିରେନ୍ଦ୍ରଙ୍କୁ  ପଦ୍ମଶ୍ରୀ ସମ୍ମାନ ମିଳିଛି । କିନ୍ତୁ ରାଜ୍ୟ ସରକାରଙ୍କ ଦ୍ୱାରା ତାଙ୍କୁ ସମାନ ଅଧିକାର ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ବିରେନ୍ଦ୍ରଙ୍କୁ ସମ୍ମାନ ମିଳିବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଦେଇଥିଲେ। ଯାହାର ଜବାବ ଦେଇ ବିରେନ୍ଦ୍ର କହିଥିଲେ,- ମୁଖ୍ୟମନ୍ତ୍ରୀ ଜି ଆପଣ ଯଦି ମୋତେ ପାରା ଖେଳାଳି ମାନୁଛନ୍ତି ତେବେ ପାରା ଖେଳାଳି ଭଳି ସମାନ ଅଧିକାର କାହିଁକି ଦେଉନାହାଁନ୍ତି । ମୁଁ ଗତ ୪ ବର୍ଷ ହେବ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବା ବେଳେ ଆଜିବି ଜୁନିଅର କୋଚ୍ ହୋଇ ରହିଛି ।