ଅସଲି ଛାତ୍ରଙ୍କୁ ପଢାଉଛନ୍ତି ନକଲି ଶିକ୍ଷକ

କଳାହାଣ୍ଡି:  ବଢିଚାଲିଛି ନକଲି ଶିକ୍ଷକଙ୍କ ତାଲିକା । ଜିଲ୍ଲାରେ 12 ଜଣ ନକଲି ଶିକ୍ଷକ ଓଟିଇଟି ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଜଣାପଡ଼ିଛି । ନକଲି ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବା ସହିତ ଚାକିରିରୁ ବହିଷ୍କୃତ କରିବା ନିମନ୍ତେ ପଦକ୍ଷେପ ଆରମ୍ଭ କରିଛି ଶିକ୍ଷାବିଭାଗ । ୨୦୧୯ ମସିହାରେ ଜାଲ ସାର୍ଟିଫିକେଟ ଦେଇ ୧୨ ଜଣ ଶିକ୍ଷକ ଚାକିରି କରୁଥିବା ଜଣାପଡ଼ିଥିଲା ।

ପରେ ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନର ଯାଞ୍ଚ ପରେ ସାମ୍ନାକୁ ଆସିଥିଲା ସତ । ଜାଲ ସାର୍ଟିଫିକେଟ ଜଣାପଡ଼ିବା ପରେ, ୧୨ ଜଣ ଶିକ୍ଷକ ନିଜର ସାର୍ଟିଫିକେଟ ଦାଖଲ କରିବା ସହିତ ନିଜର ପକ୍ଷ ରଖିଥିଲେ । ଏଥିରେ ଓଟିଇଟି ସାର୍ଟିଫିକେଟ ସମ୍ପୂର୍ଣ୍ଣ ଜାଲ ଥିବା ଜଣାପଡ଼ିଛି । ଏନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave a Reply