ଅଳିଆ ଗଦାରେ ଫୋପାଡିଲେ ୩୪୦ ମିଲିୟନ ପାଉଣ୍ଡର ବିଟକଏନ; ଖୋଜିବାକୁ ନେଲେ ନାସାର ସାହାଯ୍ୟ

ଓ୍ୱାଶିଂଟନ: ସାରା ବିଶ୍ୱରେ ଏବେ ଭର୍ଚୁଆଲ କରେନ୍ସି ବିଟକଏନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଭର୍ଚ୍ୟୁଆଲ କରେନ୍ସି ବିଟକଏନ ଦ୍ୱାରା ଲୋକମାନେ ରାତିରାତି କୋଟିପତି ହେଉଛନ୍ତି । ବିଟକଏନ ଆସିବା ଫଳରେ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ବିଟକଏନ ମାଧ୍ୟମରେ ରାତାରାତି କୋଟି ପତି ହେବା ପାଇଁ ସ୍ୱପ୍ନ ଦେଖୁଛନ୍ତି । ଏମିତି ଏକ ସ୍ୱପ୍ନ ଦେଖିଥିଲେ ଆମେରିକାର ଜଣେ ଆଇଟି ଇଞ୍ଜିନିୟର ଜେମ୍ସ । କିନ୍ତୁ ତାଙ୍କର ଏହି ସ୍ୱପ୍ନ ସ୍ୱପ୍ନ ଭାବରେ ରହିଗଲା ।  ଜେମ୍ସଙ୍କ ପାଖରେ ୨୦୧୩ ମସିହାରେ କିଛି ବିଟକଏନ ଥିଲା । ଯାହାର କି’ ସେ ହାର୍ଡ ଡ୍ରାଇଭରେ ରଖିଥିଲେ ।

୨୦୧୩ରେ ଆଇଟି ଇଞ୍ଜିନିୟର ଜେମ୍ସ ତାଙ୍କ ହାର୍ଡ ଡ୍ରାଇଭକୁ ଆବର୍ଜନାରେ ପକାଇ ଦେଇଥିଲେ । ଯାହା ଫଳରେ ତାଙ୍କର ଏକ ବହୁତ ବଡ଼ କ୍ଷତି ହୋଇଥିଲା । ଜେମ୍ସଙ୍କ ହାର୍ଡ ଡ୍ରାଇଭରେ ଏକ କ୍ରିପ୍ଟୋଗ୍ରାଫିକ୍ ‘ପ୍ରାଇଭେଟ କି’ ଷ୍ଟୋର୍‌ ରହିଥିଲା ।  ​ଯାହା ଜେମ୍ସଙ୍କ ପାଖରେ ଥିବା ବିଟକଏନ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଜେମ୍ସଙ୍କ ପାଖରେ ଥିବା ବିଟକଏନର ମୂଲ୍ୟ ଆଜିର ଦିନରେ ୩୪୦ ମିଲିୟନ ପାଉଣ୍ଡର ହେବ । ତେବେ ଏବେ ଜେମ୍ସ ତାଙ୍କ ହଜିଥିବା ହାର୍ଡ ଡ୍ରାଇଭକୁ ଖୋଜିବା ପାଇଁ ନାସାର ସାହାଯ୍ୟ ନେଇଛନ୍ତି ।

ଜେମ୍ସଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତାଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱନ ହେଉଛି ଡ୍ରାଇଭକୁ ଖୋଜିବା । କିନ୍ତୁ ଏହାକୁ ଖୋଜିବାକୁ ପ୍ରଶାସନ ତାଙ୍କୁ ଅନୁମତି ଦେଉନାହାନ୍ତି । ଜେମ୍ସ ପ୍ରଶାସନକୁ କହିଛନ୍ତି କି ଯଦି ସେ ଡ୍ରାଇଭରୁ ଟଙ୍କା ପାଆନ୍ତି ତେବେ ସେ ଟଙ୍କାର ୨୫ ପ୍ରତିଶତ କୋଭିଡ ରିଲିଫ ଫଣ୍ଡକୁ ପ୍ରଦାନ କରିବେ । କିନ୍ତୁ ପ୍ରଶାସନ ଜେମ୍ସଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି ।

ଏହି ହାର୍ଡ ଡ୍ରାଇଭ ଖୋଜିବା ପାଇଁ ଜେମ୍ସ ଇଞ୍ଜିନିୟର, ପରିବେଶବିତ୍ ଓ ଡାଟା ରିକୋଭରୀ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିଥିଲେ । ଏବେ ସେ ଏଥିପାଇଁ ଅନଟ୍ରାକ୍ କମ୍ପାନୀର ସାହାଯ୍ୟ ନେଇଛନ୍ତି । ୨୦୦୩ରେ ପୃଥିବୀକୁ ଖସିଯିବା ପରେ କଲମ୍ବିଆ ମହାକାଶଯାନରୁ ପୋଡିଯାଇଥିବା ଏବଂ ନଷ୍ଟ ହୋଇଥିବା ହାର୍ଡ ଡ୍ରାଇଭରୁ ଏହି କମ୍ପାନୀ ଡାଟା ପୁନଃରୁଦ୍ଧାର କରିଥିଲା ​​| ଡାଟା ପୁନଃରୁଦ୍ଧାର ପାଇଁ ନାସା ମଧ୍ୟ ଏହି କମ୍ପାନୀର ସାହାଯ୍ୟ ନେଇଥାଏ ।

Leave a Reply