spot_img
Home Blog Page 4945

ରାଜସ୍ଥାନ କଂଗ୍ରେସ କନ୍ଦଳର ହେବ ଅନ୍ତ; ଏହି ମାସରେ ସଂପ୍ରସାରଣ ହେବ ମନ୍ତ୍ରୀ ମଣ୍ଡଳ

ନୂଆଦିଲ୍ଲୀ: ଗତକାଲି ଅର୍ଥାତ ବୁଧବାର ରାଜସ୍ଥାନ ରାଜନୀତିରେ ଏକ ବ୍ୟସ୍ତବହୁଳ ଦିନ ଥିଲା । ପଞ୍ଜାବ ରାଜନୀତିରେ କଂଗ୍ରେସ ହାଇକମାଣ୍ଡ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରେ ଏବେ ରାଜସ୍ଥାନରେ ନଥିବା ରାଜନୈତିକ ଝଡକୁ ସମାଧାନ ପାଇଁ ସକ୍ରିୟ ହୋଇଛନ୍ତି । ଏଥିପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବୁଧବାର ଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ ଗତକାଲି ସନ୍ଧ୍ୟାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ରାଜସ୍ଥାନ ରାଜନୀତି ସମ୍ପର୍କରେ ଆଲୋଚନା ହୋଇଥିଲା । ଯେଉଁଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉପସ୍ଥିତ ଥିଲେ ।

ରାହୁଲ ଗାନ୍ଧୀଙ୍କ ବାସଭବନରେ ହୋଇଥିବା ଏହି ବୌଠକରେ ରାଜସ୍ଥାନରେ ଦୀର୍ଘ ଦିନ ଧରି ଚାଲୁଥିବା ରାଜନୈତିକ ମତାନ୍ତରକୁ ଅନ୍ତ ଘଟାଇବା ଉପରେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ମନ୍ତ୍ରୀ ମଣ୍ଡଳ ବିସ୍ତାର, ରାଜନୈତିକ ପଦବୀରେ ନିଯୁକ୍ତି ସହ ସଂଗଠନର ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା । ସୂଚନା ଅନୁସାରେ ୨୦୨୩ରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏବେଠାରୁ ରଣନୀତି ଆପଣାଇଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ବାସ ଭବନରେ ହୋଇଥିବା ଏହି ବୈଠକରେ ଦୁଇଟି ସୂତ୍ର ଉପରେ ଆଲୋଚନା ହୋଇଥିଲା ଯେଉଁଥିରେ ସମସ୍ତ ଶିବିରକୁ ସଜାଡିବା ବିକଳ୍ପ ଉପରେ ଆଲୋଚନା ହୋଇଥିଲା । ଯେଉଁ ଦୁଇଟି ସୂତ୍ର ଉପରେ ଆଲୋଚନା ହୋଇଥିଲା ସେତିମଧ୍ୟରୁ ପ୍ରଥମ ଟି ହେଉଛି ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ଓ ଖାଲି ଥିବା ପଦଗୁଡିକରେ ନିଯୁକ୍ତି । ଦ୍ବିତୀୟଟି ହେଉଛି କିଛି ମନ୍ତ୍ରୀଙ୍କ ଇସ୍ତଫା ନିଆଯିବ ଓ ୧୫ ଜଣ ନୂଆ ମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବା ଉଚିତ । ଏହା ଦ୍ବାରା ସବୁକିଛି ଆଡଜଷ୍ଟ ହେବ ।

ତେବେ ଆଲୋଚନା ହୋଇଥିବା ଏହି ଦୁଇଟି ସୂତ୍ରରେ ରାହୁଲ ଗାନ୍ଧୀଙ୍କ ସହମତି ମିଳିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବେ । ସୋନିଆ ଗାନ୍ଧୀଙ୍କ ସହ କଥା ହେବା ପରେ ଏହା ଉପରେ ଚୁଡାନ୍ତ ନିଷ୍ପତି ନିଆଯିବ ଏବଂ ଏହାପରେ ଏହି ମାସରେ ହିଁ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ନେଇପାରନ୍ତି ବୋଲି ସୂଚନା ମିଳୁଛି । ଏହି ରାଜନୈତିକ ନିଯୁକ୍ତି ସମୟରେ ଦଳର କର୍ମକର୍ତ୍ତାଙ୍କୁ ଅଗ୍ରାଧିକାର ମିଳିବ । କୌଣସି ବିଧାୟକଙ୍କୁ ରାଜନୈତିକ ନିଯୁକ୍ତି ମିଳିବ ନାହିଁ । ରାହୁଲ ଗାନ୍ଧୀଙ୍କ ବାସ ଭବନରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକନ ଓ କେସି ଭେନୁଗୋପାଳ ଉପସ୍ଥିତ ଥିଲେ । ତେବେ ଗେହଲଟଙ୍କ ପୂର୍ବରୁ ସଚିନ୍ ପାଇଲଟ ଦିଲ୍ଲୀରେ ପହଞ୍ଚି କେସି ଭେନୁଗୋପାଳଙ୍କୁ ଭେଟି ଆଲୋଚନା କରିଥିଲେ । ତେବେ କଂଗ୍ରେସ ସଂଗଠନର ମହାସଚିବ କେସି ଭେନୁଗୋପାଳଙ୍କ ସହ ହୋଇଥିବା ଆଲୋଚନାରେ ପାଇଲଟ ତାଙ୍କ ପୂରୁଣା ଦାବି ଦୋହରାଇଥିଲେ । ପାଇଲଟ ଭେନୁଗୋପାଳଙ୍କୁ କହିଥିଲେ କି ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ଓ ଖାଲି ପଡ଼ିଥିବା ମନ୍ତ୍ରୀ ପଦରେ ତୁରନ୍ତ ନିଯୁକ୍ତି ଦେବା ପାଇଁ ଭେନୁଗୋପାଳଙ୍କୁ କହିଥିଲେ ସଚିନ୍ ପାଇଲଟ ।

ଟାଟା ଠକେଇ ମାମଲା: ଆକାଶ ପାଠକଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର: ପୁଣି ଫେରିଲା ଟାଟା ଠକେଇ ମାମଲା। ଟାଟା ନାରେ ଫେକ୍‌ ନିଯୁକ୍ତି ନେଇ ଠକେଇ ମାମଲାରେ ଝାରପଡା ଜେଲରେ ଥିବା ଆକାଶ ପାଠକଙ୍କୁ ଜେରା କରିବ ଇଡି। । ଆଜି ଇଡିର ୩ ଜଣିଆ ଟିମ ଆକାଶଙ୍କୁ ପଚରାଉଚରା କରିବ। ଏ ନେଇ ପୂର୍ବରୁ ଇଡି କୋର୍ଟରେ ଆବେଦନ କରିଥିଲା। ତେବେ ବର୍ତ୍ତମାନ କୋର୍ଟ ଏ ନେଇ ଅନୁମତି ଦେଇଛନ୍ତି।

ବେଆଇନ ଅର୍ଥ କାରବାର ନେଇ ଇଡି ଆକାଶଙ୍କଠାରୁ ସମସ୍ତ ସତ ଉଗାରିବାକୁ ଚେଷ୍ଟା କରିବ। ଗତବର୍ଷ ୨୧ ଡିସେମ୍ବରରେ ଆକାଶ ଗିରଫ ହୋଇ ଜେଲକୁ ଯାଇଥିଲେ। ଟାଟା ମୋଟର୍ସ କମ୍ପାନୀର ଏମଡି ପରିଚୟ ଦେଇ ସ୍କାଏ କିଙ୍ଗ ଟ୍ରାଭେଲସ୍ ଏଜେନ୍ସିରୁ ଚାର୍ଟର ବିମାନ ବୁକିଂ କରିଥିଲେ । ତାଙ୍କ ନାଁରେ ଲକ୍ଷାଧିକ ଟଙ୍କା ବାକି ରହିଥିବା ସୂଚନା କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା । ଆକାଶ ୬୫ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ସ୍କାଏ କିଙ୍ଗ ଟ୍ରାଭେଲ ସଂସ୍ଥା ଭୁବନେଶ୍ୱର ଖାରବେଳ ନଗର ଥାନାରେ ଅଭିଯୋଗ କରିବା ପରେ ତାଙ୍କର ଗିରଫଦାରୀ ହୋଇଥିଲା।

ଗୁଳିମାଡ଼ କରି ମେଡ଼ିସିନ ଦୋକାନରୁ ଲୁଟ, ଅଳ୍ପକେ ବର୍ତ୍ତୀଲେ ଦୋକାନୀ

ଭଦ୍ରକ: ଗୁଳିମାଡ଼ କରି ମେଡ଼ିସିନ ଦୋକାନରୁ ଲୁଟ। ଆରଡ଼ି ଛକ ନିକଟ ମାନବଜ୍ୟୋତି ମେଡ଼ିସିନ ଷ୍ଟୋରରୁ  ଗୁଳିମାଡ଼ କରି ୩ଟି ମୋବାଇଲ ସହ ଟଙ୍କା ନେଇଗଲେ ଦୃବୁର୍ତ୍ତ। ସୂଚନା ଅନୁଯାୟୀ, ଗତକାଲି ରାତିରେ ଆରଡ଼ି ଛକ ନିକଟରେ ମେଡ଼ିସିନ ଦୋକାନ ଖୋଲାଥିବା ବେଳେ, କିଛି ଦୃବୁର୍ତ୍ତ ବାଇକ ଯୋଗେ ଆସି ଦୋକାନୀଙ୍କ ଉପରେ ଗୁଳି ଚାଳନା କରିଥିଲେ। ସୌଭାଗ୍ୟବଶତଃ ଗୁଳି ଟି କାହା ଦେହରେ ନ ବାଜି ଦୋକାନ ରେ ବାଜିଥିଲା। ଗୁଳି ଶବ୍ଦ ଶୁଣି ଦୋକାନୀଙ୍କ ସମେତ ଅନ୍ୟ ପାଖ ଲୋକମାନେ ଭୟରେ ଦୌଡ଼ି ପଳାଇଥିଲେ। ଏହି ସୁଯୋଗରେ ଦୃବୁର୍ତ୍ତ ମାନେ ମେଡ଼ିସିନ ଦୋକାନରୁ ମୋବାଇଲ ସହ କିଛି ଟଙ୍କା ଲୁଟ କରି ପଳାଇଥିବା ନେଇ ଅଭିଯୋଗ ହୋଇଛି।

ସୂଚନା ମୁତାବକ ତିନୋଟି ବାଇକ ଯୋଗେ ୭ରୁ ଉର୍ଦ୍ଧ୍ୱ ଦୃବୁର୍ତ୍ତ ଆସି ଏହି ଲୁଟ କରିଥିଲେ। ଭଦ୍ରକ ସହର ଠାରୁ ମାତ୍ର ଅନତି ଦୂରରେ ଥିବା ଜନଗହଳିପୂର୍ଣ୍ଣ ଆରଡ଼ି ଛକରେ ଏଭଳି ଗୁଳିକାଣ୍ଡ କରି ଲୁଟ ଘଟଣାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି।  ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, କେଉଁମାନେ ଏହି ଲୁଟରେ ସମ୍ପୃକ୍ତ ଅଛନ୍ତି ସେନେଇ ଅନୁସନ୍ଧାନ ଚଳାଇଛି ପୋଲିସ।

ବଦଳିବାକୁ ଯାଉଛି ହ୍ୱାଟ୍ସଅପ୍ ଫିଚର; କେଉଁ ସବୁ ନୂଆ ଫିଚର ସାମିଲ ହେବ ଜାଣନ୍ତୁ…

ନୂଆଦିଲ୍ଲୀ: ବଦଳିବାକୁ ଯାଉଛି ହ୍ୱାଟ୍ସଅପର ଫିଚର। କିଛି ନୂଆ ଫିଚର ଆଣିବାକୁ ଟେଷ୍ଟିଂ କରୁଛି ହ୍ୱାଟ୍ସଅପ । ଏହା ଭିତରେ ୟୁଜର ଇଣ୍ଟରଫେସର ଏକ ନୂଆ ଡିଜାଇନ ବି ରହିଛି । ଏହା ବ୍ୟତୀତ ମଲ୍ଟି ଡଭାଇସ୍ ସିଷ୍ଟମରେ ବି କିଛି ନୂଆ ଫିଚର ଆଣିପାରେ ହ୍ୱାଟ୍ସଅପ। WABetainfoର ଏକ ରିପୋର୍ଟ ଅନୁସାରେ ହ୍ବାଟସପ୍ ଅନେକ ନୂଆ ଫିଚର ଆଣିବାକୁ ଯାଉଛି । ଯଦିଓ ଏହା ଏବେ ଟେଷ୍ଟିଂ ସ୍ତରରେ ରହିଛି । ଟେଷ୍ଟିଂ ପାଇଁ ବିଟାକୁ ଏହାର ଇଣ୍ଟରଫେସ୍ ଦିଆଯାଇଛି । ଏହା ବ୍ୟତୀତ କମ୍ପାନୀ ଡିଲେଟ ମେସଜର ଟାଇମରର ମଧ୍ୟ ଟେଷ୍ଟିଂ କରୁଛି ଏବଂ ମଲ୍ଟି ଡିଭାଇସ୍ ସପୋର୍ଟରେ ଜଡିତ ଫିଚର ଉପରେ ବି ଆହୁରି ଅଧିକ ଟେଷ୍ଟିଂ କରୁଛି । ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି ନିକଟରେ କିଛି ଦିନ ପୂର୍ବରୁ ହ୍ବାଟସପ୍ ମଲ୍ଟି ଡିଭାଇସ୍ ସପୋର୍ଟ ଜାରି କରିଛି ।

WABetainfoର ଏକ ରିପୋର୍ଟ ଅନୁଯାୟୀ ହ୍ବାଟସପ୍ ଏକ ନୂଆ ଡିଫଲ୍ଟ ମେସେଜ ଟାଇମର ଜାରି କରିଛି । ଏହି ଫିଚର ଅଦୃଶ୍ୟ ମେସେଜ ପାଇଁ ଅଟେ । ଏହି ଡିଫଲ୍ଟ ମେସେଜ ଟାଇମର ୨୪ ଘଣ୍ଟା ଓ ୯୦ ଦିନ ପାଇଁ ସେଟ୍ କରିପାରିବେ ।ଏହି ଡିଫଲ୍ଟ ମେସେଜ ଟାଇମରକୁ ପ୍ରାଇଭେସି ସେଟିଂକୁ ଯାଇ ଏନାବେଲ କରିପାରିବେ । ଏହି ରିପୋର୍ଟ ଅନୁସାରେ ହ୍ବାଟସପ୍ ମଲ୍ଟି ଡିଭାଇସ୍ ସିଷ୍ଟମକୁ ନେଇ କିଛି ନୂଆ ଫିଚର ଟେଷ୍ଟିଂ କରୁଛି । ଏହା ଅଧିନରେ ପ୍ରତ୍ୟେକ ଥର ଡିଭାଇସ୍ ପରିବର୍ତ୍ତନ କଲେ ସିକ୍ୟୁରିଟି କୋଡ୍ ଦେଖାଇବ ନାହିଁ । ଏବେ ମଲ୍ଟି ଡିଭାଇସ୍ ସିଷ୍ଟମ ଦ୍ବାରା ଡିଭାଇସ୍ ପରିବର୍ତ୍ତନ ସମୟରେ ପ୍ରତି ଥର କୋଡ ଦେଖାଉଛି । ବର୍ତ୍ତମାନ ଏହି ମଲ୍ଟି ଡିଭାଇସ୍ ଫିଚର BETA ପର୍ଯ୍ୟାୟରେ ରହିଛି । ଯଦି ଆପଣ ବର୍ତ୍ତମାନ ହ୍ବାଟସପ୍ ଓ୍ବେବ ବ୍ୟବହାର କରୁଛନ୍ତି ତେବେ ସେଥିରେ ବିଟା ଲେଖା ହୋଇଥିବା ଆପଣ ନୋଟିସ୍ କରିଥିବେ । ତେବେ ଆଗାମୀ ସମୟରେ କିଛି ନୂଆ ଫିଚର ଏଥିରେ ସାମିଲ ହୋଇପାରେ ଏବଂ କିଛି ଫିଚର ମଧ୍ୟ ଏଥିରୁ ଅପସାରଣ କରାଯାଇପାରେ ବୋଲି କୁହାଯାଉଛି ।

ବନ୍ଧୁକ ଦେଖାଇ ଲୁଟିନେଲେ ୪୦ ହଜାର

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ବନ୍ଧୁକ ଦେଖାଇ ଲୁଟ ହୋଇଥିବା ଅଭିଯୋଗ । ଜିଲ୍ଲାର ବୈଶିଙ୍ଗା ଥାନା ମାଣତ୍ରୀଠାରେ ଥିବା ଇଣ୍ଡିଆନ୍ ଅଏଲ ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଅଚିହ୍ନା ଯୁବକ ମୁହଁରେ କପଡ଼ ବାନ୍ଧି ପେଟ୍ରୋଲ ପମ୍ପ  ଅଫିସ ଭିତରକୁ ପଶିଥିେଲ ଓ ରାତି ଡ୍ୟିଟିରେ ଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟବୀତ କରିଥିଲେ । ଏବଂ ସେମାନଙ୍କଠୁ  ପ୍ରାୟ ୪୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ବୈଶିଙ୍ଗା ଥାନାରେ ଅଭିଯୋଗ ହୋଇଛି। ଵୈଶିଙ୍ଗା ପୋଲିସ ଘଟଣାର ସିସିଟିଭି ଫୁଟେଜ ଜବତ କରି ତଦନ୍ତ ଆରମ୍ଭ କରିଛି।

ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌, ମାଡ଼ିବସିଲା ବନ ବିଭାଗ

ଦେବଗଡ଼: ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ହେଉଥିବା ବେଳେ ବନ ବିଭାଗର ଚଢାଉ। ଦେବଗଡ ବନଖଣ୍ଡ ରିଆମାଲ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍ମଣୀପାଲି ଗାଁ ନିକଟରେ ଗୋଟିଏ ଚିତାବାଘ ଛାଲ ଜବତ ହୋଇଥିବା ବେଳେ ୨ବାଘଛାଲ ବେପାରୀଙ୍କୁ ବନ ବିଭାଗ ଗିରଫ କରିଛି।

ସୂଚନା ମୁତାବକ  ଚିତାବାଘ ଚାଲ ବିକ୍ରୀ ପାଇଁ ଡିଲ୍‌ ଚାଲିଥିବା ବେଳେ ବନବିଭାଗ ମାଡି ବସିଥିଲା। ଘଟଣାସ୍ଥଳରୁ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ପ୍ରହଲ୍ଲାଦ ପରିଡାଙ୍କୁ ବନବିଭାଗ ଗିରଫ କରିଛି । ଚଢାଉ ସମୟରେ ଜଣେ ବେପାରୀ ଗିରଫ ହୋଇଥିବା ବେଳେ ବିଳମ୍ବିତ ରାତିରେ ସିମିଲିହୋତା ଗାଁର ପାଣ୍ଡବ ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଇଛି।

ସେମିଫାଇନାଲ ପୂର୍ବରୁ ପାକିସ୍ତାନକୁ ଲାଗିଛି ବଡ଼ ଝଟକ୍କା; ଏହି ଦୁଇ ଷ୍ଟାର ଖେଳାଳି ଫ୍ଳୁରେ ଆକ୍ରାନ୍ତ

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ କରୁଛି ପାକିସ୍ତାନ । ଗ୍ରୁପ୍ ଷ୍ଟେଜରେ ଅପରାଜୟ ରହି ବିଶ୍ବକପର ସେମିଫାଇନାଲରେ ପହଞ୍ଚିଛି ପାକିସ୍ତାନ । ଆଜି ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ । ତେବେ ଏହି ମ୍ୟାଚ ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକ୍କା ଲାଗିଛି । ପାକିସ୍ତାନର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ନେଇ ଚିନ୍ତା ପାକିସ୍ତାନ କ୍ରିକେଟ ବୋର୍ଡ । ଦମଦାର ଫର୍ମରେ ଥିବା ଶୋଏବ ମଲ୍ଲିକ ଓ ମହମ୍ମଦ ରିଜଓ୍ବାନ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ଯାହାଫଳରେ ଉଭୟ ବ୍ୟାଟ୍ସମ୍ୟାନ ମ୍ୟାଚ ପୂର୍ବରୁ ହୋଇଥିବା ଅଭ୍ୟାସ ଅଧିବେସନରେ ଯୋଗ ଦେଇନଥିଲେ ।

ପାକିସ୍ତାନ ମିଡିଆର ରିପୋର୍ଟ ଅନୁଯାୟୀ ସରଫରାଜ ଅହମଦ ଓ ହାଇଦର ଅଲ୍ଲୀ ଏହି ଦୁଇ ଖେଳାଳିଙ୍କୁ ରିପ୍ଲେସମେଣ୍ଟ ପାଇଁ ରଖାଯାଇଛି । ଯିଏକି ପୂର୍ବରୁ ଏହି ଦଳ ସହ ପୂର୍ବରୁ ଷ୍ଟାଣ୍ଡବାଏ ଥିଲେ । ଯଦିଓ ଶୋଏବ ମଲ୍ଲିକ ଓ ମହମ୍ମଦ ରିଜଓ୍ବାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଏବେ ବିଶ୍ରାମ ନେବା ପାଇଁ ଡାକ୍ତର କହିଛି । ତେବେ ଏହି ଦୁଇ ଷ୍ଟାର ଖେଳାଳି ସେମିଫାଇନାଲ ଖେଳିବେ କି ନାହିଁ ତାହା ମ୍ୟାଚ ପୂର୍ବରୁର ହିଁ ନିଷ୍ପତି ନିଆଯିବ । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ବଡ଼ ମ୍ୟାଚ ପୂର୍ବରୁ ପାକିସ୍ତାନର ଚିନ୍ତା ବଢ଼ିଯାଇଛି । ଉଭୟ ମହମ୍ମଦ ରିଜଓ୍ବାନ ଓ ଶୋଏବ ମଲ୍ଲିକ ଦମଦାର ଫର୍ମରେ ରହିଛନ୍ତି । ଶୋଏବ ମଲ୍ଲିକ ପୂର୍ବ ମ୍ୟାଚରେ ୧୮ ବଲରୁ ଧୂଆଁଧାର ୫୪ ରନର କରିଥିଲେ । ଚଳିତ ବିଶ୍ବକପରେ ୫ଟି ମ୍ୟାଚରେ ଶୋଏବ ମଲ୍ଲିକ ୩ଟି ମ୍ୟାଚରେ ବ୍ୟାଟିଂ କରି ଯଥାକ୍ରମେ ୨୬, ୧୯ ଓ ୫୪ ରନ ସଂଗ୍ରହ କରିଛନ୍ତି । ସେହିପରି ମହମ୍ମଦ ରିଜଓ୍ବାନ ୫ଟି ମ୍ୟାଚ ଖେଳି ଯଥାକ୍ରମେ ୭୯, ୩୩, ୮, ୭୯ ଓ ୧୫ ରନ କରିଛନ୍ତି । ତେଣୁ ଏହି ଦୁଇ ଖେଳାଳି ପାକିସ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟନ୍ତି । ଯିଦି ଆଜିର ସେମିଫାଇନାଲରେ ଏହି ଦୁଇ ଖେଳଳି ନ ଖେଳନ୍ତି ତେବେ ପାକିସ୍ତାନ ଅଡୁଆରେ ପଡ଼ିପାରେ ।

ପାକିସ୍ତାନ ପ୍ରଦର୍ଶନ କଥା ଯଦି କହିବା ତାହାଲେ ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଛି । ସୁପର-୧୨ ଷ୍ଟେଜରେ ପାକିସ୍ତାନ ଭାରତ,ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ସ୍କଟଲାଣ୍ଡ ଓ ନାମବ୍ୟାକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ତେବେ ପାକିସ୍ତାନ ଆଜି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚଳିତ ବିଶ୍ବକପ ଫାଇନାଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା ପାଇଁ ଚେଷ୍ଟା କରିବ ।

ଅବପାତରେ ପରିଣତ ହେଲା ଲଘୁଚାପ, ୧୩ ଓ ୧୪ ତାରିଖରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଅବପାତରେ ପରିଣତ ହେଲା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହା ସହ ଆସନ୍ତା ୧୩ ତାରିଖ ବେଳକୁ ଆଣ୍ଡାମାନ ସାଗର ଏବଂ ଏହାର ଆଖପାଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏଥିପାଇଁ ଏବେ ପାଗ ଅନୁକୁଳ ରହିଛି। ଏହି ଦୁଇଟି ଲଘୁଚାପ ପ୍ରଭାବରେ ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ କୋହଲିଆ ପାଗ ରହିବ। ୧୩ ଓ ୧୪ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଦୁର୍ବଳ ହେବା ପରେ ରାଜ୍ୟରେ ବଢିବ ଶୀତର ପରିମାଣ।

ଉତ୍ତମ ପରିମଳ ପରିଚାଳନା ପାଇଁ ଓଡ଼ିଶାକୁ ୩ଟି ଜାତୀୟ ସମ୍ମାନ

ଭୁବନେଶ୍ୱର: ପୁଣି ଜାତୀୟସ୍ତରରେ ପୁରସ୍କାର ହାତେଇଲା ଓଡ଼ିଶା। ସହରାଞ୍ଚଳରେ ଉତ୍ତମ ପରିମଳ ପରିଚାଳନା ପାଇଁ ଓଡ଼ିଶାକୁ ୩ଟି ଜାତୀୟ ସମ୍ମାନଜନକ ISC-FICCI ପୁରସ୍କାର ମିଳିଛି। ସହରାଞ୍ଚଳ ନିମନ୍ତେ ନୂଆ ଉତ୍ସାହଜନକ ସଫଳ ଉଦ୍ୟମ ଓ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା ପାଇଁ ଓଡ଼ିଶା ପୁରସ୍କୃତ ହୋଇଛି। ପ୍ରମୁଖ ପରିମଳ କର୍ମଚାରୀଙ୍କ ପାଇଁ ଯୁଗାନ୍ତକାରୀ ଗରିମା ଯୋଜନାର ସଫଳ ରୁପାୟନ ପାଇଁ ରାଜ୍ୟକୁ ପ୍ରଶଂସା କରାଯାଇଛି।

ଅନ୍ୟପଟେ ସହରାଞ୍ଚଳ ପରିମଳ ଦୀର୍ଘସ୍ଥାୟୀ ପରିଚାଳନା ଓ ପଛୁଆ ବର୍ଗ ଲୋକଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଓଡ଼ିଶା ଆଗୁଆ ରହିଛି। କଟକ ମହାନଗର ନିଗମ ଅଞ୍ଚଳରେ ପରିଚାଳିତ ମଳ ବିଶୋଧନାଗାର ପ୍ଲାଣ୍ଟର ସଫଳ ପରିଚାଳନା ଦାୟିତ୍ବ ତୁଲାଇଥିବା ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟାଙ୍କୁ ପ୍ରଶଂସା କରାଯାଇଛି।

 

ସେପଟେ କାର୍ଯ୍ୟଦକ୍ଷତା ପାଇଁ ଢେଙ୍କାନାଳ ପୌରପାଳିକା ମଧ୍ୟ ପୁରସ୍କୃତ ହୋଇଛି । ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ସମନ୍ବୟ ଆଣି ମଳ ଓ ସେପ୍ଟେଜ୍ ପରିଚାଳନାର ନୂତନ ମଡେଲ୍ ପ୍ରଦର୍ଶନ କରିଛି ଢେଙ୍କାନାଳ ପୌରପାଳିକା । ଓଡ଼ିଶା ସାରା ଦେଶରେ ଲଗାତାର ତିନି ଥର ପାଇଁ ସଠିକ ମଳ ପରିଚାଳନା ପାଇଁ ପୁରସ୍କାର ହାତେଇଛି।

 

ଆଜି ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ

ଦୁବାଇ: ଚଳିତ ଟି-୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ । ଏହି ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚକୁ ଜିତି ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ । ଚଳିତ ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଛି ପାକିସ୍ତାନ । ଗ୍ରୁପ୍ ଷ୍ଟେଜରେ ସମସ୍ତ ମ୍ୟାଚକୁ ବିଜୟ ଲାଭ କରି ଫାଇନାଲରେ ପହଞ୍ଚିଛି ପାକିସ୍ତାନ । ପାକିସ୍ତାନର ଏହି ବିଜୟ ରଥକୁ ଅଟକାଇବାକୁ ଚେଷ୍ଟା କରିବ କଙ୍ଗାରୁ ଦଳ । ତେବେ ପାକିସ୍ତାନର ଦମଦାର ବୋଲିଂ ଲାଇନ ଅଫକୁ ସାମ୍ନା କରିବାକୁ ତୟାର ଅଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ । ସେହିପରି ଭାବରେ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା ପାଇଁ ମଧ୍ୟ ପୂରା ତୟାର ଅଛନ୍ତି ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ ଓ ଜୋଶ ହେଜେଲଉଡ ।

ତେବେ ଯଦି ଟି-୨୦ ବିଶ୍ବକପ କଥା କହିବା ତାହାଲେ ଅଷ୍ଟ୍ରେଲିଆଠାରୁ ଆଗରେ ରହିଛି ପାକିସ୍ତାନ । ୨୦୦୭ ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ ଭାରତଠାରୁ ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲା ପାକିସ୍ତାନ ଏବଂ ଏହା ପର ସଂସ୍କରଣ ଅର୍ଥାତ ୨୦୦୯ ବିଶ୍ବକପରେ ବିଜୟ ମୁକୁଟ ପିନ୍ଧିଥିଲା ପାକିସ୍ତାନ । ତେବେ ଚଳିତ ବିଶ୍ବକପରେ ଆଜି ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଚମ୍ପିଆନ ହେବ ଲକ୍ଷ୍ୟରେ ରହିଛି ପାକିସ୍ତାନ । ଯଦି ଅଷ୍ଟ୍ରେଲିଆ କଥା କହିବା ତାହାଲେ ଅଷ୍ଟ୍ରେଲିଆ ୨୦୧୦ରେ ଇଂଲଣ୍ଡଠାରୁ ପରାଜିତ ହୋଇଥିଲା ଏବଂ ଏହା ପରାଠାରୁ ଅଷ୍ଟ୍ରେଲିଆ ଆଉ ଫାଇନାଲ ଖେଳିନାହିଁ । ତେଣୁ ଏହି ମ୍ୟାଚକୁ ଜିତି ଚଳିତ ବିଶ୍ବକପର ଫାଇନାଲ ଖେଳିବାକୁ ଚେଷ୍ଟା କରିବ ଅଷ୍ଟ୍ରେଲିଆ ।