spot_img
Home Blog Page 4906

ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୨ ବଖରା ଘର

ବାଲେଶ୍ବର: ମାଣିତ୍ରୀ ବନ୍ଧସାହିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି । ବନ୍ଧସାହିରେ ଟିକିବନ୍ଧଙ୍କର ୧୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ବିଦ୍ୟୁତ ସର୍ଟସକ୍ରିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି । ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି । ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଶୀଘ୍ର ସରିବ ମାଷ୍ଟରକ୍ୟାଣ୍ଟିନ ଯୋଦ୍ଧା ଘୋରା ମରାମତି

ଭୁବନେଶ୍ବର: ଖୁବଶୀଘ୍ର ଶେଷ ହେବ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଯୋଦ୍ଧା ଘୋଡାର ମରାମତି କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଚାଲିଛି ମାଷ୍ଟର କ୍ୟାଣ୍ଟିନ ଛକର ସୌନ୍ଦର୍ଯ୍ୟକରଣ ।

ପଦ୍ମବିଭୁଷଣ ସୁଦର୍ଶନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ବର୍ଗତ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ନାତି ସ୍ମିତେଶ ମହାପାତ୍ର ଯୋଦ୍ଧା ଘୋଡା ଓ ଏହାର ଚତୁଃପାର୍ଶ୍ବରେ ଥିବା ନର୍ତ୍ତକୀ ମୂର୍ତ୍ତିଗୁଡିକର ମରାମତି କାର୍ଯ୍ୟ ହାତକୁ ନେଇଛନ୍ତି । ମରାମତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ଆଉ ମାତ୍ର ୨ରୁ ୩ଦିନ ମଧ୍ୟରେ ଶେଷ ହେବ ।

ସେପଟେ ମାଷ୍ଟର କ୍ୟାଣ୍ଟିନ ଛକର ଗୋଲେଇ ଆକୃତି ବର୍ତ୍ତମାନ ବଦଳି ଅଣ୍ଡାକୃତି ହୋଇସାରିଛି । ଖୁବଶୀଘ୍ର ମାଷ୍ଟର କ୍ୟାଣ୍ଟିନ ଛକର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହେବା ସହ ଏହା ସ୍ମାର୍ଟସିଟି ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ଦର୍ଶନୀୟ ସ୍ଥାନ ରୂପେ ପରିଗଣିତ ହେବ ।

ୟୁପି ନିର୍ବାଚନ ଜିତିବା ପାଇଁ ଆଜି ଦିଲ୍ଲୀରେ ରଣନୀତି କରିବ ବିଜେପି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ଉତ୍ତରପ୍ରଦେଶରେ ରାଜନୖତିକ ସରଗରମ ଆରମ୍ଭ ହୋଇସାରିଛି । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଜିତିବା ପାଇଁ ଭାରତୀୟ ଜନତା ପାର୍ଟି ତା’ର ଚେଷ୍ଟା ଆରମ୍ଭ କରିସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବରିଷ୍ଠ ବିଜେପି ନେତା ଗୋଟିଏ ପରେ ଗୋଟିଏ ୟୁପି ଗସ୍ତ କରି ସେଠାରେ ବିଜେପିର ମାହୋଲ ବନାଇବାରେ ଚେଷ୍ଟା କରୁଛନ୍ତି । ତେବେ ଗୁରୁବାର ଦିଲ୍ଲୀରେ ୟୁପି ନିର୍ବାଚନର ରଣନିତୀ ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଯେଉଁ ବୈଠକରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କାର୍ଯ୍ୟକ୍ରମ ଓ ମୁଦ୍ଦା ଆଧାରରେ ପ୍ରଚାର ଓ ନିର୍ବାଚନ ଅଭିଯାନକୁ ନେଇ ମନ୍ଥନ କରାଯିବ ।

୨୦୨୨ ୟୁପି ନିର୍ବାଚନକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ସଂଗଠଡ଼ ମହାମନ୍ତ୍ରୀ ବିଏଲ ସନ୍ତୋଷ, ୟୁପି ପ୍ରଭାରୀ ରାଧାମୋହନ ସିଂହ, ୟୁପି ନିର୍ବାଚନ ପ୍ରଭାରୀ ର୍ଧମେନ୍ଦ୍ର ପ୍ରଧାନ, ୟୁପି ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ ଏବଂ ୟୁପି ସଂଗଠନ ମହାମନ୍ତ୍ର ସୁନୀଲ ବଂସଲ ଉପସ୍ଥିତ ରହିବେ । ଭାରତୀୟ ଜନତା ପାର୍ଟି ୟୁପିରେ ୨୦୧୭ ପରି ୩୦୦ରୁ ଅଧିକ ସିଟ୍ ଜିତିବା ପାଇଁ ଲକ୍ଷ୍ୟ ରଖିଛି । କିନ୍ତୁ ଦୁଇ- ତିନି ଦଶନ୍ଧି କଥା ଯଦି ଦେଖିବା ତାହାଲେ କ୍ଷମତାରେ ଥିବା ପାର୍ଟି ନିର୍ବାଚନ ଜିତି ପାରିନାହିଁ । ଏପରି ସ୍ଥିତିରେ ବିଜେପି ୨୦୨୨ ନିର୍ବାଚନକୁ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବ ବିଜେପି ।

ଜେପି ନଡ୍ଡା ୟୁପି ନିର୍ବାଚନ ରଣନୀତି ପାଇଁ ଆଜି କାର୍ଯ୍ୟକର୍ତ୍ତାଙ୍କୁ ନିର୍ବାଚନ ପାଇଁ ମନ୍ଥନ କରିବେ । ଜେପି ନଡ୍ଡା ଆସନ୍ତା ସପ୍ତାହରେ ଦୁଇ ଦିନ ପାଇଁ ଉତ୍ତରପ୍ରଦେଶ ଗସ୍ତରେ ଯିବେ । ଏହି ସମୟରେ ସେ ବୁଥ୍ କାର୍ଯ୍ୟକର୍ତ୍ତଙ୍କୁ ନିର୍ବାଚନ ଜିତିବା ପାଇଁ ମନ୍ତ୍ର ଦେବେ । ଜେପି ନଡ୍ଡା ୨୨ ନଭେମ୍ବରରେ ଗୋରଖପୁରରେ ପାର୍ଟିର ବୁଥ୍ ଅଧ୍ୟକ୍ଷଙ୍କ ସହ ବୈଠକ କରିବେ । ସେହିପରି ନଭେମ୍ବର ୨୩ରେ ନଡ୍ଡା କାନପୁର ଅନ୍ତର୍ଗତ ଥିବା ଜିଲ୍ଲାର ସବୁ ବୁଥ୍ ଅଧ୍ୟକ୍ଷଙ୍କ ସହ ବୈଠକ କରି ନିର୍ବାଚନର ସମୀକ୍ଷା କରିବେ । ବୁଥ୍ ଜିତିଲେ ନିର୍ବାଚନ ଜିତିବା । ଏହି ମନ୍ତ୍ରକୁ ଆଧାର କରି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବୁଥ୍ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ବିଜେପି ଅଧ୍ୟକ୍ଷଙ୍କ ପରି ପ୍ରଧାନମନ୍ତ୍ରୀ ମଧ୍ୟ ୟୁପି ନିର୍ବାଚନ ପାଇଁ ରଣନିତୀ ଆପଣେଇ ସାରିଛନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ଉତ୍ତରପ୍ରଦେଶରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେର ଉଦଘାଟନ ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୯ ନଭେମ୍ବର ଝାଂସୀରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମର ମଧ୍ୟ ଯୋଗ ଦେବେ । ଏହା ପରେ ୨୫ ନଭେମ୍ବରରେ ମୋଦି ଜେବର ଏୟାରପୋର୍ଟର ଶିଳାନାସ୍ୟ ମଧ୍ୟ କରିବେ । ସେହିପରି ବାରଣାସୀରେ ଡିସେମ୍ବର ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ବନାଥ କୋରିଡରର ଉଦଘାଟନ ମଧ୍ୟ କରିବେ ।

ନାବାଳିକା ଅପହରଣ ଅଭିଯୋଗରେ ୩ ଗିରଫ

ସମ୍ବଲପୁର: ନାବାଳିକାକୁ ଅପରହଣ କରି ଟଙ୍କା ମାଗିବା ଅଭିଯୋଗରେ ୩ ଜଣ ଗିରଫ । ଘଟଣା ଘଟିଛି ରେଙ୍ଗାଲି ଥାନା ଅଞ୍ଚଳରେ । ଗିରଫ ଅଭିଯୁକ୍ତମାନେ ହେଲେ ଭରତ ନାଏକ, ସାରଙ୍ଗ ନାଏକ ଏବଂ ରାଜେନ୍ଦ୍ର ଧୁରୁଆ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ୨ଟି ଟିମ୍ ଗଠନ କରିଥିଲା । ଅଭିଯୁକ୍ତଙ୍କୁ କୁଚିଣ୍ଡା ପୁରୁଣାପାଣି ଜଙ୍ଗଲରୁ ମୋବାଇଲ ଟ୍ରାକିଂ ସାହାଯ୍ୟରେ ଗିରଫ କରିଛି ପୋଲିସ ।

ଅଭିଯୁକ୍ତମାନେ ଗତ ୪ ତାରିଖ ସନ୍ଧ୍ୟାରେ ନାବାଳିକାକୁ ଅପହରଣ କରି ଜଙ୍ଗଲରେ ଲୁଚାଇଥିଲେ । ୧୫ ତାରିଖରେ ଫୋନ୍ କରି ନାବାଳିକାର ଭାଇକୁ ୪ ଲକ୍ଷ ଟଙ୍କା ଦାବି କରିଥିଲେ । ନାବାଳିକାକୁ ଅପହରଣ କରିବା ପଛରେ ପୁଅ ଭରତକୁ ସହଯୋଗ କରିଥିଲା ବାପା ସାରଙ୍ଗ । ଜଙ୍ଗଲରେ ଦୁଇ ସପ୍ତାହ ରହିବା ପରେ ନାବାଳିକାକୁ ଉଦ୍ଧାର କରିଛି ପୋଲିସ । ଅଭିଯୁକ୍ତଙ୍କଠାରୁ କିଛି ଆପତ୍ତିଜନକ ଜିନିଷ ଉଦ୍ଧାର କରିଛି ପୋଲିସ ।

ଦୀକ୍ଷାନ୍ତ ସମାରୋହ: ଡିଏସପି ଓ ସବ ଇନ୍ସପେକ୍ଟରଙ୍କ ପରେଡ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଭୁବନେଶ୍ୱରରେ ଚାଲିଛି ଦୀକ୍ଷାନ୍ତ ସମାରୋହ । ପାସିଙ୍ଗ ଆଉଟ ପରେଡ଼ରେ ଭାଗ ନେଲେ ପଞ୍ଚମ ବ୍ୟାଚ ଡିଏସପି ଓ ଦଶମ ବ୍ୟାଚ ସବ ଇନ୍ସପେକ୍ଟର । ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।

୫ମ ବ୍ୟାଚ ଡିଏସପିର ୭ ଏବଂ ୧୦ମ ବ୍ୟାଚ ସବଇନ୍ସପେକ୍ଟରର ୨୯୧ ଜଣ ସବ ଇନ୍ସପେକ୍ଟର ପାସିଂ ଆଉଟ୍ ପରେଡରେ ସାମିଲ ହୋଇଛନ୍ତି । ଏହି ଅବସରରେ ୨୦୧୬-୨୦୧୭ ଓ ୨୦୧୭-୧୮ ମସିହାରେ ଟ୍ରେନିଂ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୟୁନିଅନ ହୋମ୍ ମିନିଷ୍ଟର ମେଡାଲ ଫର ଏକ୍ସଲେନ୍ସ ଇନ ପୋଲିସ ସମ୍ମାନ ପ୍ରଦାନ କରାଯିବ ।

ଭିଜିଲାନ୍ସ ଜାଲରେ ଆରଡି ଯନ୍ତ୍ରୀ

ନୟାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ରଣପୁର ଆରଡି ଡିଭିଜନ ସହକାରୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଖୋର୍ଦ୍ଧା, ନୟାଗଡ଼ ଢେଙ୍କାନାଳର ୪ଟି ସ୍ଥାନରେ ଏକକାଳୀନ ୪ଟି ଟିମ୍ ଚଢ଼ାଉ କରୁଛନ୍ତି । ଚଢାଉରେ ୪ ଜଣ ଡିଏସପିଙ୍କ ସମେତ ୮ ଇନ୍ସପେକ୍ଟର ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଋଷିନାଥଙ୍କ ନାଁରେ ଗୋଟିଏ ପ୍ଲଟ୍, ଗୋଟିଏ ଚାରିଚକିଆ, ଗୋଟିଏ ବାଇକ୍ ଓ ୧ ଲକ୍ଷ ୩୦ ହଜାର ନଗଦ ଟଙ୍କା ଜବତ ହୋଇଛି । ତାଙ୍କ ପାଖରେ ଆହୁରି ସ୍ଥାବର ଅସ୍ଥାବର ସମ୍ପତ୍ତି ଠାକ ହୋଇଛି । ଯାହାର ମୂଲ୍ୟ ଆକଳନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

ସପ୍ନା ଚୌଧୁରୀଙ୍କ ନାମରେ ଆରେଷ୍ଟ ଓ୍ବାରେଣ୍ଟ; ୨୨ ତାରିଖ ସୁଦ୍ଧା ଗିରଫ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

ଲକ୍ଷ୍ନୌ: ପ୍ରଖ୍ୟାତ ଡ୍ୟାନସର ସପ୍ନା ଚୌଧୁରୀଙ୍କ ବିରୋଧରେ ଗିରଫ ପରଓ୍ବାନା । ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି ଲକ୍ଷ୍ମୌର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶାନ୍ତନୁ ତ୍ୟାଗୀ । ଆସନ୍ତା ୨୨ ତାରିଖ ସୁଦ୍ଧା ତାଙ୍କୁ ଗିରଫ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କର ଏକ ନୃତ୍ୟ କାର୍ଯ୍ୟକ୍ରମ ଲାଗି ଟିକେଟ ବିକ୍ରି କରାଯାଇଥିଲା । ମାତ୍ର ସେ ଏହି କାର୍ଯ୍ୟକ୍ରମକୁ ବାତିଲ କରିବା ସତ୍ତ୍ବେ ଦର୍ଶକଙ୍କ ଟିକେଟ ବାବଦ ଅର୍ଥ ଫେରସ୍ତ କରି ନଥିଲେ ।

ପୂର୍ବରୁ ଏ ସଂକ୍ରାନ୍ତ ଏଫଆଇଆରକୁ ରଦ୍ଦ କରିବା ଲାଗି ସେ କୋର୍ଟକୁ ଯାଇଥିଲେ, ମାତ୍ର ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା । ଗତ ୨୦୧୮ ଅକ୍ଟୋବର ୧୩ ତାରିଖରେ ଲକ୍ଷ୍ମୌରେ ଏକ ନୃତ୍ୟ କାର୍ଯ୍ୟକ୍ରମ ହେବା ଲାଗି ଆୟୋଜନ ହୋଇଥିଲା ଏବଂ ସହସ୍ରାଧିକ ଟିକେଟ ବିକ୍ରି ହୋଇଥିଲା । ମାତ୍ର କାର୍ଯ୍ୟକ୍ରମ ବାତିଲ ହୋଇଥିବାରୁ ତାଙ୍କ ବିରୋଧରେ ଅକ୍ଟୋବର ୧୪ ତାରିଖରେ ସ୍ଥାନୀୟ ଆସିୟାନା ଥାନାରେ ମାମଲା ରୁଜୁ ହୋଇଥିଲା । ତାଙ୍କ ସହ ଅନ୍ୟ ୫ ଜଣଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିଲା ।

ବସକୁ ଘେରିଗଲେ ଡକାୟତ ଗ୍ୟାଙ୍ଗ, ତା’ପରେ…

ନୀଳଗିରି: କିଟିମିଟି ଅନ୍ଧାର । ଜଙ୍ଗଲି ରାସ୍ତାରେ ଆଗକୁ ମାଡ଼ି ଚାଲିଥିଲା ଯାତ୍ରୀବାହୀ ବସ୍ । କେହି କେବେ ଭାବି ନଥିଲେ ଅନ୍ଧାର ରାତିରେ ଜଗି ବସିଛି ବିପଦ । ଘାତ ଲଗାଇ ବସର ଆସିବା ବାଟକୁ ଅନାଇ ବସିଥିଲେ ଡକାୟତି ଗ୍ୟାଙ୍ଗ । ବସ୍ ଠିକଣା ସ୍ଥାନରେ ପହଞ୍ଚିବା ପରେ ଡକାୟତ ଗ୍ୟାଙ୍ଗର ପ୍ଲାନ୍ ବି କାମ ଦେବା ଆରମ୍ଭ କରିଥିଲା । ହେଲେ ଠିକ୍ ସମୟରେ ଦେବଦୂତ ସାଜି ପହଞ୍ଚି ଯାଇଥିଲେ ଜଣେ ବନ କର୍ମଚାରୀ । ଏକା ଥିଲେ ବି ଉପସ୍ଥିତି ବୁଦ୍ଧି ଖଟାଇ ବଞ୍ଚାଇ ଦେଲେ ବସ୍ କମର୍ଚାରୀଙ୍କ ସହ ସମସ୍ତ ଯାତ୍ରୀଙ୍କ ଧନଜୀବନ ।

ଘଟଣା ନୀଳଗିରି ଅଞ୍ଚଳର । ତିନିକୋଷିଆ ଜଙ୍ଗଲ ଦେଇ ନୀଳଗିରି-ଉଦଳା ରାସ୍ତାରେ ଗନ୍ତବ୍ୟ ସ୍ଥଳ ଆଡ଼କୁ ଆଗେଇ ଚାଲିଥାଏ ‘ବିଜୟା’ ବସ୍ । ହେଲେ, ବସକୁ ଟାର୍ଗେଟ କରି ଜଗି ବସିଥିଲେ ଡକାୟତି ଗ୍ୟାଙ୍ଗ । ବିରାଟ କାୟ ଶାଳ ଗଛ କାଟି କରିଥିଲେ ରାସ୍ତା ଅବରୋଧ । ଡକାୟତ ଗ୍ୟାଙ୍ଗର କିଛି ଦୁର୍ବୃତ୍ତ ରାସ୍ତା ଅବରୋଧ ସ୍ଥାନରେ ଉପସ୍ଥିତ ଥିଲେ । କିଛି ଦୂରରେ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ ଏକ ପଲସର ବାଇକ ଧରି ବସ୍ ଆସିବା ବାଟକୁ ଅନାଇ ବସିଥିଲେ । ପ୍ଲାନିଂ ମୁତାବକ ବିଜୟା ବସ୍ ଉଦଳା ପଟୁ ଆସି ପହଞ୍ଚିଥିଲା ।

ହାତ ହଲାଇ ବାଇକରେ ଥିବା ଦୁଇ ଦୁର୍ବୃତ୍ତ ବସକୁ ଅଟକାଇଥିଲେ । ବସ୍ ରହିବା ପରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆଗରେ ଗଛ ପଡି ରାସ୍ତା ବନ୍ଦ ହୋଇଯାଇଛି ବୋଲି କହିଥିଲେ । ଏହାପରେ ୨୦୦ ଟଙ୍କା ଦିଅ ଅନ୍ୟ ବାଟ ଅଛି ଦେଖାଇ ଦେବୁ ସେ ବାଟ ଦେଇ ପଳାଇବେ ବୋଲି କହିଥିଲେ । ଏମିତି ଶୁଣିବା ପରେ ବସ୍ କର୍ମଚାରୀଙ୍କ ମନରେ ସନ୍ଦେହ ହୋଇଥିଲା ।

ଡକାୟତି ଗ୍ୟାଙ୍ଗ କିଛି କରିବ ପୂର୍ବ ଦେବଦୂତ ସାଜି ପହଞ୍ଚି ଯାଇଥିଲେ ପାଟ୍ରୋଲିଂରେ ଥିବା ସଜନାଗଡ଼ ବନରଖି । ତେବେ ଦୁର୍ବୃତ୍ତମାନେ ବନରକ୍ଷୀଙ୍କୁ ଦେଖିବା ମାତ୍ରେ ଗୋଡାଇଥିଲେ । ବନରକ୍ଷୀ ପ୍ରତିବାଦ କରିବାରୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଘଟଣା ସ୍ଥଳରୁ ଚାଲିଯିବାକୁ ଧମକ ଦେଇଥିଲେ । ତଥାପି ବନରକ୍ଷୀ ବିଚଳିତ ନହୋଇ ଡକାୟତ ଗ୍ୟାଙ୍ଗର ସାମ୍ନା କରିଥିଲେ । ଏହାସହ ଫୋନ କରି ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଖବର ପାଇ ଆଖପାଖର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଡଗାୟତି ଗ୍ୟାଙ୍ଗ ଛତ୍ରଭଙ୍ଗ ଦେଇ ରାତିର ଅନ୍ଧାରରେ ଜଙ୍ଗଲ ଭିତରକୁ ଖସି ଯିବାକୁ ସକ୍ଷମ ହୋଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବନ ବିଭାଗ ଶାଳଗଛକୁ ରାସ୍ତାରୁ କାଟି ସଫା କରିବା ପରେ ଯାତ୍ରୀଙ୍କୁ ଧରି ‘ବିଜୟା’ ବସ୍ ଗନ୍ତବ୍ୟ ସ୍ଥଳକୁ ବାହାରିଥିଲା ।

ବିଜେପିକୁ ଶରଦ ପାଓ୍ବାରଙ୍କ ଧମକ; ପ୍ରତି ମୁହୂର୍ତ୍ତର ପ୍ରତିଶୋଧ ନେବି

ନାଗପୁର: ଏନସିପି ପ୍ରମୁଖ ଶରଦ ପାଓ୍ବାର ଇଡି, ସିବିଆଇକୁ ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶରଦ ପାଓ୍ବାର । ମୋଦୀ ସରକାରଙ୍କ ଉପରେ ଟାର୍ଗେଟ କରି ଶରଦ ପାଓ୍ବାର କହିଛନ୍ତି କି ଏନସିପି, କଂଗ୍ରେସ ଏବଂ ଶିବସେନା ଆମର ସହଯୋଗୀମାନେ ବିଭିନ୍ନ ସରକାରୀ ଏଜେନ୍ସି ର ଭୁଲ ବ୍ୟବହାର କରି ଅସୁବିଧାରେ ପଡ଼ିଛି ।

ଶରଦ ପାଓ୍ବାର କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରି କହିଛନ୍ତି କି ମୁଁ ଏହା କହୁଛି , ଆପଣ ଯେତେ ଚଡାଉ କର ନା କାହିଁକି, ଆପଣ ଯେତେ ଗିରଫ କରନ୍ତୁ ନା କାହିଁକି , ଆମେ ସାଧାରଣ ଲୋକଙ୍କୁ ମହାରାଷ୍ଟ୍ର ରାଜ୍ୟରେ ସେମାନଙ୍କ ସହ ଆସିବାକୁ ଦେବୁ ନାହିଁ ।  ଆପଣଙ୍କୁ ଶତ ପ୍ରତିଶତ ପରାଜୟର ସାମ୍ନା କରିବାକୁ ପଡ଼ିବ । ମୁଁ ଆଜି କହୁଛି କି ତୁମେ ଅନିଲ ଦେଶମୁଖଙ୍କୁ ଜେଲରେ ରଖିଛ, ତାଙ୍କର ପ୍ରତ୍ୟେକ ଦିନ ଏବଂ ପ୍ରତ୍ୟେକ ଘଣ୍ଟାର ମୂଲ୍ୟ ଆଜି କିମ୍ବା କାଲି ନିଶ୍ଚିତ ଭାବରେ ପୁନଃରୁଦ୍ଧାର ହେବ ।

ଶରଦ ପାଓ୍ବାର ଆହୁରି କହିଛନ୍ତି କି ଏକନାଥ ଖଡସେ ଭାରତୀୟ ଜନତା ପାର୍ଟିରେ ଥିଲେ । ଏବେ ସେ ଏନସିପି  ସାମିଲ ହୋଇଛନ୍ତି । ତାଙ୍କ ପତ୍ନୀଙ୍କୁ ଇଡି ଡାକିଥିଲା । ତା’ପରେ ମାମଲା ପଞ୍ଜିକୃତ କରିଥିଲା ।  ଏହି ଲୋକମାନେ ଶିବସେନାର ସଞ୍ଜୟ ରାଉତଙ୍କ ବିପକ୍ଷରେ କିଛି କରିପାରିଲେ ନାହିଁ ତେଣୁ ତାଙ୍କ ପତ୍ନୀଙ୍କୁ ଇଡି ଡାକିଥିଲା ଏବଂ ବୟାନ ରେକର୍ଡ କରିଥିଲା । ସେହିପରି ଭାବରେ ଅଜିତ ପାଓ୍ବାର ବିପକ୍ଷରେ କିଛି କରିପାରିନଥିଲେ । ରାଜ୍ୟ ସରକାରକୁ ଅସ୍ଥିର କରିବା ପାଇଁ ପ୍ରୟାସ କରାଯାଇଥିଲା ।

 

 

ତାମିଲନାଡୁରେ କନ୍ୟା ଅଭାବ; କେଉଁଠି ବାହା ହେବେ ବ୍ରାହ୍ମଣ ଯୁବକ

ଚେନ୍ନାଇ: ତାମିଲନାଡୁର ୪୦ ହଜାର ଅଧିକ ତାମିଲ ବ୍ରାହ୍ମଣ ଯୁବକଙ୍କୁ କନ୍ୟା ମିଳିବା କଷ୍ଟକର ହୋଇଯାଉଛି । ଯେଉଁଥିପାଇଁ ତାମିଲନାଡୁ ବ୍ରାହ୍ମଣ ସଂଘ ଉତ୍ତରପ୍ରଦେଶ ଓ ବିହାରକୁ ବ୍ରାହ୍ମଣ କନ୍ୟା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି । ତାମିଲନାଡୁ ବ୍ରାହ୍ମଣ ଆସୋସିଏସନର ମାସିକ ତାମିଲ ପତ୍ରିକା ନଭେମ୍ବରରେ ପ୍ରକାଶିତ ଏକ ଚିଠାରେ କହିଛନ୍ତି କି ଆମେ ଆମର ସଙ୍ଗମ ତରଫରୁ ଏକ ସ୍ବତନ୍ତ୍ର ଆନ୍ଦୋଳନ ଆରମ୍ଭ କରିଛୁ ବୋଲି ଏହି ଆସୋସିଏସନର ଅଧ୍ୟକ୍ଷ ଏମ୍ ନାରାୟଣନ୍ କହିଛନ୍ତି । ଏମ୍ ନାରାୟଣନ୍ ଆକଳନ କରି କହିଛନ୍ତି କି ୩୦ରୁ ୪୦ ବର୍ଷ ବୟସ ବର୍ଗର ୪୦ ହଜାର ବ୍ରାହ୍ମଣ ଯୁବକ ବିବାହ କରିନାହାନ୍ତି । କାହିଁକି ନା ତାମିଲନାଡୁ ଭିତରେ ନିଜ ପାଇଁ  ଯୁବତୀ ଖୋଜି ପାରୁନାହାନ୍ତି । ସେ ଅନୁମାନ କରି କହିଛନ୍ତି କି ତାମିଲନାଡୁରେ ବିବାହ ବୟସ ବର୍ଗରେ ୧୦ ଜଣ ବ୍ରାହ୍ମଣ ପୁଅ ଅଛନ୍ତି, ତେବେ ଏହି ବୟସ ବର୍ଗରେ କେବଳ ୬ ଜଣ ଯୁବତୀ ଉପଲବ୍ଧ ଅଛନ୍ତି ।

ଆସୋସିଏସନ ପ୍ରମୁଖ ତାଙ୍କ ପତ୍ରରେ କହିଛନ୍ତି କି ଏହି ପଦକ୍ଷେପକୁ ଆଗକୁ ନେବା ପାଇଁ ଦିଲ୍ଲୀ, ଲକ୍ଷ୍ନୌ ଏବଂ ପାଟନାରେ ସଂଯୋଜକ ନିଯୁକ୍ତି କରାଯିବ । ନାରାୟଣନ କହିଛନ୍ତି କି ହିନ୍ଦୀ ପଢ଼ିପାରୁଥିବା, ଲେଖିପାରୁଥିବା ଏବଂ କହିପାରୁଥିବା ବ୍ୟକ୍ତି ଏଠାରେ ଆସେିସିଏସନର ଭୂମିକା ଗ୍ରହଣ କରିପାରିବେ ।

ଅନେକ ବ୍ରାହ୍ମଣ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି । ତେବେ ସମ୍ପ୍ରଦାୟ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି । ଶିକ୍ଷାବିତ୍ ଏମ୍ ପରମେଶ୍ବରନ କହିଛନ୍ତି କି ବିବାହ ବୟସ ବର୍ଗରେ ତାମିଲ ବ୍ରାହ୍ମଣ ଝିଅ ପର୍ଯ୍ୟାପ୍ତ ନୁହଁନ୍ତି । ପରମେଶ୍ବର କହିଛନ୍ତି କି ଝିଅର ପରିବାର ବିବାହର ସମସ୍ତ ଖର୍ଚ୍ଚ ବହନ କରିଥାଏ । ଏହା ତାମିଲ ସମ୍ପ୍ରଦାୟ ପାଇଁ ଅଭିଶାପ । ସେ କହିଛନ୍ତି କି ଅଳଙ୍କାର, ବିବାହ ମଣ୍ଡପ ଖର୍ଚ୍ଚ, ଖାଦ୍ୟ ଏବଂ ଉପହାର ଅତି କମରେ ୧୨-୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ସେ ଆହୁରି କହିଛନ୍ତି କି ମୁଁ ବ୍ୟକ୍ତିଜତ ଭାବରେ ଏପରି ଗରିବ ବ୍ରାହ୍ମଣ ପରିବାରକୁ ଜାଣେ ଯେଉଁମାନେ ନିଜ ଝିଅଙ୍କ ବିବାହ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ସଂଘର୍ଷ କରୁଛନ୍ତି । ଯଦି ଭଲ ଲୋକମାନେ ନିଜର ଅଂହକାର ତ୍ୟାଗ କରିବାକୁ ପ୍ରସ୍ତୁତ ତେବେ ତାମିଲନାଡୁରେ ପୁଅମାନଙ୍କୁ କନ୍ୟା ମିଳିପାରିବେ ।