ଉଦଘାଟନର ୧୦ ଦିନ ପରେ ଓଭରହେଡ୍ ପାଣି ଟାଙ୍କି ଅଚଳ

Over Head Water Tank Unfunctional After 10 Days Of Inauguration

କଣ୍ଟାବାଞ୍ଜି: ଉଦଘାଟନର ୧୦ ଦିନ ପରେ ଅଚଳ ହେଲା ଓଭରହେଡ୍ ପାଣି ଟାଙ୍କି । ବିଶୁଦ୍ଧ ପାନୀୟଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ପତ୍ରାପାଲିବାସୀ । ଠିକା ସଂସ୍ଥାର ମନମାନି ପାଇଁ ଅଚଳ ହୋଇ ପଡିଛି ଓଭରହେଡ଼ ପାଣି ଟାଙ୍କି । ଏପଟେ ପାଣି ଟୋପାଏ ପାଇଁ ସସସ୍ୟା ଭୋଗୁଛନ୍ତି ଲୋକେ । ନଳକୂପର ଲୁହାଗୁଣ୍ଡି ପାଣିକୁ ବ୍ୟବହାର କରି ରୋଗରେ ପଡୁଥିବା ଅଭିଯୋଗ କରିଛନ୍ତି ।

Over Head Water Tank Unfunctional After 10 Days Of Inauguration

ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ପାଣିରେ ପଡ଼ିଛି ସରକାରୀ ଅର୍ଥ । ଟ୍ୟାପ ଲାଗିଛି, ଷ୍ଟାଣ୍ଡପୋଷ୍ଟ ବି ଅଛି, ହେଲେ ଶୁଖିଲା ପଡ଼ିଛି ଟାଙ୍କି । ଉଦଘାଟନ ହେବାର ମାତ୍ର ୧୦ ଦିନ ପରେ ୧୦ ହଜାର ଲିଟର କ୍ଷମତା ବିଶିଷ୍ଟ ଓଭରହେଡ୍ ପାଣି ଟାଙ୍କି ଅଚଳ ହୋଇ ପଡ଼ିଛି । ମଟର ଅଚଳ ହେବାରୁ ବିଶୁଦ୍ଧ ପାନୀୟ ଜଳ ପାଇଁ ସମସ୍ୟା ଭୋଗୁଛନ୍ତି ମୁରିବାହାଲ ବ୍ଲକ ଜାମୁଟ ଗ୍ରାମବାସୀ ।

Over Head Water Tank Unfunctional After 10 Days Of Inauguration

ପାଣି ଆସୁନଥିବାରୁ ଧିରେ ଧିରେ ନଷ୍ଟ ହେଲାଣି ଷ୍ଟାଣ୍ଡପୋଷ୍ଟ । ଗାଁରେ ୫ଟି ନଳକୂପ ଅଛି, ହେଲେ ପାଣିରେ ଲୁହାଗଣ୍ଡି ବାହାରୁଥିବାରୁ ବ୍ୟବହାର ଉପଯୋଗୀ ହେଉନାହିଁ । ମଟର ସଚଳ କରିବାକୁ ଦାବି ହେଉଛି, ମାତ୍ର କୌଣସି ସୁଫଳ ମିଳୁନାହିଁ । ସେପେଟ ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ସେଠ୍ ସମସ୍ୟାକୁ ସ୍ୱୀକାର କରିବା ସହ ଶୀଘ୍ର ପାଣି ଟାଙ୍କି କାର୍ଯ୍ୟକ୍ଷମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply