spot_img
Home Blog Page 4907

ଘନିଭୂତ ହେଉଛି ଘୂର୍ଣ୍ଣିବଳୟ, ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଘନିଭୂତ ହେଉଛି ଘୂର୍ଣ୍ଣିବଳୟ । କିଛି ସ୍ଥାନରେ ଲାଗି ରହିଛି ଝିପିଝିପି ବର୍ଷା । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା । ଉପକୂଳ ଓଡ଼ିଶାରେ କୋହଲା ପାଗ ସମେତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ୪ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଉ ଏକ ଘୂର୍ଣ୍ଣିବଳୟ ସହ ସମାନ ଅଞ୍ଚଳରେ ସକ୍ରିୟ ରହିଛି । ଆଜି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ତାମିଲନାଡୁ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ।  ଏହି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ନ ଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ଏବଂ ୨୦ ତାରିଖରେ ଦକ୍ଷିଣ, ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁରରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୨୧ ତାରିଖରେ ବର୍ଷାର ପରିମାଣ ବଢିବ । ପ୍ରବଳ ବର୍ଷା ପାଇଁ ଗଜପତି, ମାଲକାନଗିରି, କୋରାପୁଟ ଏବଂ ରାୟଗଡା ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବ ।

ଆଖଣ୍ଡଳମଣୀ ପୀଠରେ ୧୪୪ ଧାରା

ଭଦ୍ରକ: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା । ଆରଡି ଆଖଣ୍ଡଳମଣୀଙ୍କ ପୀଠରେ ଲାଗିଲା ୧୪୪ ଧାରା  ।  ପଞ୍ଚକ ବ୍ରତ ଆରମ୍ଭରୁ ଭକ୍ତଙ୍କ ଦର୍ଶନ ଉପରେ ସାମାନ୍ୟ କୋହଳ କରାଯିବା ପରେ ଆଜି ସକାଳ ୮ଟା ଯାଏଁ ସାଧାରଣଭକ୍ତଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି ।

ସକାଳ ୮ଟା ଠାରୁ ଶୁକ୍ରବାର ରାତ୍ର ୮ଟା ଯାଏଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ପ୍ରଶାସନ ।  ବାବାଙ୍କ ଶିବଗଙ୍ଗା ପୁଷ୍କରଣୀ ଓ ବୈତରଣୀ ନଦୀ ଘାଟ ସମେତ କୌଣସି ଜଳ ଉତ୍ସରେ ବୋଇତ ବନ୍ଦାଣ ଓ ଡଙ୍ଗା ଭସା ଯିବନାହିଁ । ଏନେଇ ମଧ୍ୟ କଟକଣା ଜାରି କରିଛି ପ୍ରଶାସନ । କରୋନା ପାଇଁ ପାଳିଆ ସେବାୟତ ଓ ସୀମିତ ସେବାୟତଙ୍କ ଦ୍ବାରା ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବାବା ‘ହରଗୌରୀ’ ବେଶରେ ସଜ୍ଜିତ ହେବେ । ପୀଠରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବନାହିଁ । ଏଥିପାଇଁ ଏସଓପି ଜାରି ହୋଇଛି ।

ଦୁଇ ଘଣ୍ଟା ଅଧିକ କରିପାରିବେ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ଆଜି ପଞ୍ଚୁକର ଚତୁର୍ଥ ଦିନ । ମହାକାର୍ତ୍ତିକ ମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି | ଏହି ଅବସରରେ ଆଜି ଶ୍ରୀବିଗ୍ରହଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ତିନି ଠାକୁର ।  ଶ୍ରୀଜୀଉଙ୍କର ଅବକାଶ ନୀତି ସମ୍ପର୍ଣ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆ ପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ତେଣୁ ଏହାକୁ ଡାଳିକିଆ ବେଶ କୁହାଯାଏ ।

ସକାଳଧୂପ ନୀତି ସମ୍ପର୍ଣ ପର୍ଯ୍ୟନ୍ତ ଏହି ବେଶ ରହିଥାଏ । ଅନ୍ୟପଟେ ପ୍ରବଳ ଭକ୍ତଙ୍କ ସମାଗମକୁ ଲକ୍ଷ କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାରେ ଦୁଇ ଘଣ୍ଟା ବୃଦ୍ଧି କରାଯାଇଛି । ପୂର୍ବରୁ ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା ଥିବା ବେଳେ ତାହାକୁ ବୃଦ୍ଧି କରାଯାଇ ରାତି ୧୧ଟା ପର୍ଯ୍ୟନ୍ତ କରାଯାଇଛି । ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ କିଭଳି ବଞ୍ଚିତ ନହୁଅନ୍ତୁ ସେନେଇ ଏହି ନିଷ୍ପତି ନିଆଯାଇଛି । ତେବେ ଏସଓପି ଅନୁଯାୟୀ ଆସନ୍ତାକାଲି କାର୍ତ୍ତିକ ପୂର୍ଣମୀ ଅବସରରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ ।

ଆଇସିସି ଅଣ୍ଡର-୧୯ ବିଶ୍ବକପର ତାରିଖ ଘୋଷଣା; ୧୫ଜାନୁଆରୀରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପରେ ପରେ ଜାନୁଆରୀ ମାସରେ ହେବାକୁ ଯାଉଛି ଆଉ ଏକ ଆଇସିସି ଇଭେଣ୍ଟ । ଜାନୁଆରୀରେ ହେବାକୁ ଥିବା ଆଇସିସି ଅଣ୍ଡର-୧୯ ବିଶ୍ବକପର ତାରିଖ ଘୋଷଣା କରିଛି ଆଇସିସି । ୨୦୨୨ରେ ଓ୍ବେଷ୍ଟଇଣ୍ଡିଜରେ ଖେଳାଯିବ ଅଣ୍ଡର-୧୯ ବିଶ୍ବକପ । ଅଣ୍ଡର-୧୯ ବିଶ୍ବକପରେ ଭାରତ ଗ୍ରୁ-ବିରେ ରହିଛି । ଏହି ଗ୍ରୁପରେ ଭାରତ ସହିତ ଦକ୍ଷିଣ ଆଫ୍ରିକା, ଆର୍ୟଲାଣ୍ଡ ଏବଂ ନୂଆ କରି ପଦାର୍ପଣ କରିଥିବା ଉଗାଣ୍ଡା ରହିଛି । ଟିମ୍ ଇଣ୍ଡିଆର ଗ୍ରୁପ ମ୍ୟାଚ ଜାନୁଆରୀରୁ ଆରମ୍ଭ ହେବ । ୧୫ ଜାନୁଆରୀରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ଭେଟିବ । ସେହିପରି ଦ୍ବିତୀୟ ମ୍ୟାଚ ୧୯ ଜାନୁଆରୀରେ ଆର୍ୟଲାଣ୍ଡ ସହ ହେଉଥିବା ବେଳେ ଶେଷ ଗ୍ରୁପ୍ ମ୍ୟାଚ ୨୨ ଜାନୁଆରୀରେ ଉଗାଣ୍ଡା ସହ ଖେଳିବ ।

ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟିମ୍ ଭାଗ ନେବେ ଏବଂ ମୋଟ ୪୮ ମ୍ୟାଚ ଖେଳାଯିବ । ଗତ ସଂସ୍କରଣର ଚମ୍ପିଆନ ବାଂଲାଦେଶ, ଇଂଲଣ୍ଡ, କାନାଡା ଏବଂ ୟୁଏଇ ଗ୍ରୁପ-ଏରେ ସ୍ଥାନ ପାଇଛନ୍ତି । ଗ୍ରୁପ୍-ସିରେ ପାକିସ୍ତାନ, ଆଫଗାନିସ୍ତାନ, ଜିମ୍ବାଓ୍ବେ ଏବଂ ପପୁଆ ନ୍ୟୁ ଗିନି ସ୍ଥାନ ପାଇଛନ୍ତି । ସେହିପରି ଭାବରେ ଗ୍ରୁପ୍-ଡିରେ ଓ୍ବେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ,ଶ୍ରୀଲାଙ୍କ ଓ ସ୍କଟଲାଣ୍ଡ ଏହି ଗ୍ରୁପରେ ସ୍ଥାନ ପାଇଛନ୍ତି । ତେବେ କ୍ବାରେଣ୍ଟାଇନ କାରଣରୁ ନ୍ୟୁଜିଲାଣ୍ଡ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛି । ଅନ୍ୟପକ୍ଷରେ ଆୟୋଜନ କରୁଥିବା ଚାରି ଦେଶ ଆଣ୍ଟିଗୁଆ & ବାରବୁଡା, ଗୁଆନା, ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ଓ ଟ୍ରିନିଦାଦ୍ ଆଣ୍ଡ ଟବାଗୋ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେ ।

ପ୍ରତ୍ୟେକ ଗ୍ରୁପ୍ରୁ ଦୁଇଟି ଟିମ୍ ସୁପର ଲିଗ୍ ପାଇଁ ଯିବେ । ଯେତେବେଳେ କି ଅନ୍ୟ ଟିମ୍ ପ୍ଲେଟ୍ ବର୍ଗରେ ଖେଳିବେ । ଏହି ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲ ୨ ଫେବୃଆରୀ ଖେଳାଯିବ ସେହିପରି ଭାବରେ ଫାଇନାଲ ୫ ଫେବୃଆରୀ ଭିଭିଆନ ରିଚାର୍ଡ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ।

 

୧୫୮ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଭୁବେନଶ୍ବର: ବଦଳୁଛି ସରକାରୀ ସ୍କୁଲର ଚିତ୍ର । ୫ଟି ସଂସ୍କାରରେ ସ୍କୁଲ ଟ୍ରାନ୍ସଫର୍ମେସନରେ ମିଳୁଛି ନୂଆ ଭିତ୍ତିଭୂମି । ଘରୋଇ ସ୍କୁଲ ଭଳି ହାଇ-ଟେକ୍ନୋଲୋଜି, କାଠ ବେଞ୍ଚ ଟେବୁଲ ବଦଳରେ ନୂଆ ଡେସ୍କ ବେଞ୍ଚ, ଲାଇଟ ଓ ଫ୍ୟାନର ମିଳୁଛି ସୁବିଧା । ଆଜି ୧୫୮ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେସିଂରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଲୋକାର୍ପିତ କରିବେ ।

ମାଲକାନଗିରିର ୬ଟି ହାଇସ୍କୁଲ, ଝାରସୁଗୁଡ଼ାର ୨୫, କଳାହାଣ୍ଡିର ୨୬, ମୟୂରଭଞ୍ଜର ୬୦ ଓ ଖୋର୍ଦ୍ଧାର ୩୮ଟି ହାଇସ୍କୁଲ ଲୋକାର୍ପିତ କରାଯିବ । ସ୍ମାର୍ଟ କ୍ଲାସ ସାଙ୍ଗକୁ ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାଵ, କମ୍ପ୍ୟୁଟର ଲାଵ, ସ୍ପୋର୍ଟସ କମ୍ପଲେକ୍ସ ଓ ଅତ୍ୟାଧୁନିକ ଶୌଚାଳୟ ସାଙ୍ଗକୁ ପାନୀୟ ଜଳ ବ୍ୟବସ୍ଥା ରହିଛି ସ୍କୁଲ ପରସରରେ ।

ସରକାରଙ୍କ ଏହି ବୈପ୍ଲବିକ ଯୋଜନା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ । ଯାହାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମୋଟ ୧୦୭୦ ସ୍କୁଲ ଟ୍ରାନ୍ସଫରମେସନ କରିବାକୁ ଯୋଜନା ରହିଛି ।

ସ୍ମାର୍ଟ ହେବ କେନ୍ଦୁଝର, ସ୍ମାର୍ଟ ହେବ ସ୍ବାସ୍ଥ୍ୟସେବା

କେନ୍ଦୁଝର: ବଦଳୁଛି କେନ୍ଦୁଝର, ସ୍ମାର୍ଟ ହେଉଛି ସ୍ବାସ୍ଥ୍ୟସେବା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହେବ କେନ୍ଦୁଝର । ଆଜି ଭିଡିଓ କନଫରେନସିଂରେ କେନ୍ଦୁଝର ଜିଲ୍ଲାରେ ବିଏସକେଓ୍ବାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜିଲ୍ଲାରେ ମୋଟ ୪ ଲକ୍ଷ ୧୯ ହଜାର ୭୮୭ ଜଣ ହିତାଧିକାରୀ ଉପକୃତ ହେବେ । ଏହାସହ ୨୧୮ କୋଟି ଟଙ୍କାର ୬୩ଟି ନବ ନିର୍ମିତ ରାସ୍ତା ଓ ୫୦ କୋଟି ଟଙ୍କାର ୧୦ଟି ପୋଲ ଉଦଘାଟନ କରାଯିବ । ୫୬ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ୫୬ଟି ସ୍ବାସ୍ଥ୍ୟ ଯୋଜାନାରେ ଉନ୍ନତିକରଣ ଯୋଜନାର ଶୁଭାରମ୍ଭ କରାଯିବ ।  ମିଶନ୍ ସୁବିଦ୍ୟାରେ  ୨ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ଏସଏସଡି ହଷ୍ଟେଲ୍ ଉନ୍ନତିକରଣ କରାଯାଇଛି । ଏସବୁକୁ ଆଇଏସଓ ମାନ୍ୟତା ମିଳିଛି । ୬୫ ଲକ୍ଷ ଟଙ୍କା ବ୍ୟୟରେ ବଡବିଲରେ ଏକ ଲାଇବ୍ରେରୀର ଉଦଘାଟନ ହେବ । ୮୩ଟି ବହୁଭାଷୀ ସ୍କୁଲମାନଙ୍କୁ ଏକ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି । ୬ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟରେ ୫ଟି ଯୋଜନାରେ ୫ହଜାର ଲୋକ ଉପକୃତ ହେବେ । ଦକ୍ଷତା ବିକାଶ ପାଇଁ ୧୭ ଦଶମିକ ୪କୋଟି ଟଙ୍କାର ୨ଟି ପ୍ରକଳ୍ପ ଉଦଘାଟନ କରାଯିବ । ସେହିପରି ୧୨୭ଟି ରାସ୍ତା ଓ ୧୮ଟି ପୋଲ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାଶ କରାଯିବ ।  ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ମଧ୍ୟ ୨୨ଟି ପ୍ରକଳ୍ପର ଶିଳାନ୍ୟାସ କରାଯିବ ।

ବିବାଦୀୟ ଭାଷଣ ପଡ଼ିଲା ଭାରି; ନିଜ ଘରେ ପୁଣି ନଜରବନ୍ଦୀ ରହିଲେ ମେହବୁବା ମୁଫତି

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ତାଙ୍କ ଘରେ ନଜର ବନ୍ଦୀରେ କରାଯାଇଛି । ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ତାଙ୍କୁ ତାଙ୍କ ଘରେ ନଜର ବନ୍ଦୀ ରଖାଯାଇଛି । ଜାମ୍ମୁ କାଶ୍ମୀରରେ ବଢ଼ିଥିବା ଆତଙ୍କବାଦ ଏବଂ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ମଧ୍ୟରେ ପ୍ରଶାସନ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛି । ତେବେ ଏହି ନିଷ୍ପତି କେନ୍ଦ୍ର ସରକାରଙ୍କ ବିରୋଧରେ ମହେବୁବା ମୁଫତି ମୁହଁ ଖୋଲିବା ପରେ ଏପରି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ ।

ସୋମବାର ସୁରକ୍ଷାକକର୍ମୀଙ୍କ ଦ୍ବାରା ହୋଇଥିବା ଏନକାଉଣ୍ଟରେ କିଛି ଆତଙ୍କବାଦଙ୍କୁ ମାରିଥିଲେ । ତେବେ ଏହି ସମୟରେ ମୁଫତି କହିଥିଲେ କି ଘାଟିରେ ଆତଙ୍କବାଦଙ୍କୁ ମାରାଯାଉଛି କି ନାହିଁ ତାହା କାହାକୁ ଜଣାନାହିଁ । ସେ ଦାବି କରି କହିଥିଲେ କି ସୋମବାର ହୋଇଥିବା ଏନକାଉଣ୍ଟରରେ ତିନି ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ବରଣ ହୋଇଛି । ସେ ଆହୁରି କହିଥିଲେ କି ଘାଟିରେ ଆତଙ୍କବାଦ ନାମରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଛି । ଏହା ପୂର୍ବରୁ ଯେତେବେଳେ ଘାଟିରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ାଯାଇଥିଲା ସେ ସମୟରେ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ।

ତେବେ ଏହି ସମୟରେ ଆଜି ମେହବୁବା ମୁଫତି ଜାମ୍ମୁ ସ୍ଥିତ କାର୍ଯ୍ୟାଳୟରେ ଏକ ରାଲିରେ ସମ୍ବୋଧିତ କରିଥିଲେ । ସେହି ସଭାରେ ସେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସଭାରେ ଥିବା କାର୍ଯ୍ୟକର୍ତ୍ତା ନାରା ଦେଇଥିଲେ କି କାଶ୍ମୀରେ ସାଧାରଣ ଲୋକଙ୍କ ହତ୍ୟାକୁ ବନ୍ଦ କର । ତେବେ କର୍ମକର୍ତ୍ତାଙ୍କ ଏହି ନାରାକୁ ମେହବୁବା ମୁଫତି ମଧ୍ୟ ସମର୍ଥନ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ କରିଥିଲେ ।

 

T20 ସିରିଜର ପ୍ରଥମ ମ୍ୟାଚରେ ଜିତିଲା ଭାରତ, ୧-୦ରେ ଆଗୁଆ

ଜୟପୁର: ଟି-୨୦ ବିଶ୍ୱକପ୍‌ରେ ହାରିଥିବା ଭାରତ ନେଇଛି ବଦଲା  ।  ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇଛି ଭାରତ  ।  1-0ରେ ଆଗୁଆ ଅଛି ଭାରତ  ।  ପ୍ରଥମ ଦିନରେ ପ୍ରଥମ ମ୍ୟାଚ୍‌ ହାତେଇଛି ଭାରତ  । ୫ ଓ୍ବିକେଟ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଲ ମ୍ୟାଚକୁ ଅକ୍ତିଆର କରିଛି ଭାରତ  । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୬ ୱିକେଟ ହରାଇ ୧୬୪ ରନ୍ ସଂଗ୍ରହ କରିଥିଲା  ।

ଦ୍ୱିତୀୟ ଇଂନିସରେ ଭାରତ ବ୍ୟାଟିଂ କରିବା ସହ ୧୯ ଓଭର ୪ଟି ବଲରେ ୧୬୬ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛି ଭାରତ  ।  ଦଳ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୨ ରନ୍‌ କରିଥିବାବେଳେ ୪୮ ରନ୍‌ କରିଛନ୍ତି ରୋହିତ ଶର୍ମା  । ସେପଟେ ଆସନ୍ତା ୧୯ରେ ହେବ ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଇଂନିସ  ଟି-୨୦ ମ୍ୟାଚ୍‌

୪୬୪୯ ପଞ୍ଚାୟତରେ ମିଶନଶକ୍ତି ସଦସ୍ୟଙ୍କୁ ବ୍ୟାଙ୍କ କରେସପଣ୍ଡେଟ ନିଯୁକ୍ତି ଦିଆଯିବ

ଭୁବନେଶ୍ୱର: ମହିଳା ମାନଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ବ୍ୟାଙ୍କ ସୁବିଧା ନଥିବା ୪୬୪୯ଟି ପଞ୍ଚାୟତରେ ମିଶନଶକ୍ତି ଗୋଷ୍ଠୀର ସଦସ୍ୟଙ୍କୁ ବ୍ୟାଙ୍କ କରେସପଣ୍ଡେଟ ଭାବରେ ନିଯୁକ୍ତି ଦିଆଯିବ । ୨୦ଟି ବିଭାଗର ସମୀକ୍ଷା କରି ଏ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତି ଗୋଷ୍ଠୀ ମାନଙ୍କୁ ଅଧିକରୁ ଅଧିକ ସରକାରୀ କାମ ଦେବା ସହ ଆବଶ୍ୟକ ସ୍ଥଳେ ପାରିଶ୍ରାମିକ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦୋଇଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷରେ ମିଶନଶକ୍ତି ଗୋଷ୍ଠୀଙ୍କୁ ୧୨ ଶହ କୋଟି ଟଙ୍କାର କାମ ଦିଆଯାଇଛି ।

ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି ମହିଳାମାନଙ୍କୁ ସରକାରୀ କାମ ଯୋଗାଇ ଦେବା ମହିଳା ସଶକ୍ତିକରଣର ପ୍ରମୁଖ ମାଧ୍ୟମ । ଏହାକୁ ଦୃଷ୍ଟିରେ ରଖି ଆମର ସବୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉ । ରାଜ୍ୟ ସରକାରଙ୍କ ସବୁବିଭାଗ ମାନେ ମହିଳା ଆର୍ଥିକ ସଶକ୍ତିକରଣର ଏକ ଦିଗ ଭାବେ ଗ୍ରହଣ କରି କାମ କରନ୍ତୁ । ଆବଶ୍ୟକସ୍ଥଳେ ମିଶନ ଶକ୍ତି ମା ମାନଙ୍କର ପାରିଶ୍ରମିକ ମଧ୍ୟ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବୈଠକରେ ସବୁ ବିଭାଗ ମାନେ ଆଗାମୀ ୩ ବର୍ଷ ପାଇଁ ସେମାନଙ୍କର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଟେକ୍ ହୋମ୍ ରାସନ, ଆହାର, ମାଛ ଚାଷ ଓ କୃଷି ଉତ୍ପାଦକ ଗୋଷ୍ଠୀ ଆଦି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା ମାନେ ଭଲ ପ୍ରଦର୍ଶନ କରିଛନ୍ତି । ବୈଠକକୁ ୫ଟି ସଚିବ ଭି.କେ ପାଣ୍ଡିଆନ ପରିଚାଳନା କରିଥିବା ବେଳେ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମିଶନ ଶକ୍ତି ବିଭାଗ କମିଶନର ସୁଜାତା କାର୍ତ୍ତିକେୟନ ଯୋଗଦେଇ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନା ରଖିଥିଲେ । ବୈଠକରେ ଉନ୍ନୟନ କମିଶନର ପି.କେ. ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।

ଆସିପାରେ ଆଉଏକ ମହାମାରୀ; ଚୀନରୁ ୧୮ ପ୍ରକାର ଭୂତାଣୁ ଠାବ

ଉହାନ: କୋଭିଡ ଭୂତାଣୁ ବିପଦ ନ ଟଳୁଣୁ ପୁଣି ବିପଦର ଆଭାସ । ଚୀନର ବିଭିନ୍ନ ସ୍ଥାନରୁ ଠାବ ହୋଇଛି ଆଉ ୧୮ ପ୍ରକାର ଭୂତାଣୁ ଠାବ ହୋଇଛି। ଏହି ଭୂତାଣୁ ମଣିଷ ଓ ଅନ୍ୟାନ୍ୟ ଗୃହପାଳିତ ପ୍ରାଣୀଙ୍କ ଲାଗି ବିପଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଚୀନର ଉହାନ ମାର୍କେଟରୁ ଠାବ ହୋଇଥିବା କରୋନା ଭୂତାଣୁ ସାରା ବିଶ୍ବରେ ୫୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ହୋଇଥିବାବେଳେ ଏବେ ପୁଣି ନୂଆ ଭୂତାଣୁର ସନ୍ଧାନ ଚିନ୍ତା ସୃଷ୍ଟି କରିଛି।

ଚୀନ, ଆମେରିକା, ବେଲଜିୟମ ଓ ଅଷ୍ଟ୍ରେଲିଆର ଗବେଷକମାନେ ଏହି ମତ ଦେଇଥିଲେ ଯେ, ଚୀନ ଉହାନର ସନ୍ତସନ୍ତିଆ ଖାଦ୍ୟ ବଜାରରୁ କୋଭିଡ ଭୂତାଣୁର ଉତ୍ପନ୍ନ ହୋଇଥିଲା। ବିଭିନ୍ନ ଗବେଷଣାରୁ ୭୧ ପ୍ରକାର ଭୂତାଣୁର ଚିହ୍ନଟ କରାଯାଇଛି ଏବଂ ସେଥିରୁ ୧୮ଟି ଭୂତାଣୁ ସବୁଠାରୁ ବିପଜ୍ଜନକ ବୋଲି ଗବେଷକମାନେ କହିଛନ୍ତି । ଏହି ୭୧ଟି ଭୂତାଣୁ ମଧ୍ୟରୁ ୪୫ଟି ଭୂତାଣୁ ସମ୍ପୂର୍ଣ୍ଣ ନୂଆ ପ୍ରଜାତିର ବୋଲି ପ୍ରମାଣିତ ହୋଇଛି।