spot_img
Home Blog Page 4890

ବିଜେଡିର ଆନ୍ଦୋଳନକୁ ତାରାଙ୍କ ଧନ୍ୟବାଦ, କହିଲେ ଠକି ଚାଲିଛି କେନ୍ଦ୍ର ସରକାର

ଭୁବନେଶ୍ୱର: ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କେନ୍ଦ୍ର ସରକାର ଉଜ୍ୱଳା ଯୋଜନା କହି ଲୋକଙ୍କୁ ଠକି ଚାଲିଛନ୍ତି । ୨୦୧୪ରେ ଗ୍ୟାସ ସିଲିଣ୍ଡର ଦର ୩୫୦ ଟଙ୍କା ଥିଲା । ଏବେ ଏହା ପାଖାପାଖି ହଜାରେ ଟଙ୍କାରେ ପହଞ୍ଚିଲାଣି । ତେଣୁ କେନ୍ଦ୍ର ବିରୋଧରେ ଆନ୍ଦୋଳନ ହେବା ଦରକାର ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଗକୁ ଆନ୍ଦୋଳନ କରିବ । ତୁରନ୍ତ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ୍‌ ଉପରେ ସବସିଡି ଦିଅନ୍ତୁ । ସେହିପରି ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ ପାଇଁ ବିଜେଡିକୁ ତାରା ଧନ୍ୟବାଦ ଦେଇଛନ୍ତି । ଏହାସହ ପ୍ରଧାମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବାକୁ ସମର୍ଥନ କରିଛି କଂଗ୍ରେସ । ମହାମାରୀ କରୋନା ସମୟରେ ଲୋକ ପ୍ରଭାବିତ ହୋଇଛନ୍ତି । ତେଣୁ କେନ୍ଦ୍ର ସରକାର ତୁରନ୍ତ ଚାଉଳ ପ୍ରଦାନ କରିବାକୁ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି ।

ନିଜକୁ ନିଜେ ପରିହାସ କରୁଛନ୍ତି ବିଜେପି ନେତା, ପ୍ରେସମିଟରେ ବର୍ଷିଲା ବିଜେଡ଼ି

ଭୁବନେଶ୍ୱର: ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ  । ବିଜେପି ନେତା ତଥା ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି  । କହିଛନ୍ତି ପୀତାମ୍ବର ଆଚାର୍ଯ୍ୟଙ୍କ ମତାମତ ଦୁର୍ଭାଗ୍ୟ ଜନକ । ପୀତାମ୍ବର ଆଚାର୍ଯ୍ୟ ଜଣେ ବରିଷ୍ଠ ଆଇନଜୀବୀ  । କଟକ ଠାରୁ ଉଗାଣ୍ଡା ପର୍ଯ୍ୟନ୍ତ ପ୍ରବଳ ଜ୍ଞାନ ତାଙ୍କର । ମାତ୍ର ବିଭିନ୍ନ ସମୟରେ ସେ ନିଜକୁ ନିଜେହିଁ ପରିହାସ କରୁଛନ୍ତି । ବିଜେପି ଏଜେଣ୍ଡାକୁ ସେ ଆଗେଇବାକୁ ଉତ୍ସୁକତା ଦେଖାଉଛନ୍ତି ଓ ନିଜର ପରିଚୟ ହାନି ଘଟାଉଛନ୍ତି ବୋଲି ଲେନିନ କହିଛନ୍ତି ।

ଓଡିଶା ବିଜେପିର ସଂକୀଣ୍ଣ ବିବୃତ୍ତିକୁ ସେ ଆଗେଇ ନେଉଥିବାରୁ ନିଜକୁ ନିନ୍ଦା କରିବା ଦରକାର । ଲୋକେ ତାଙ୍କୁ ଆଦୌ ଗ୍ରହଣ କରନ୍ତି ନାହିଁ । ତାଙ୍କର ବୋଧ ହୁଏ, ଆଇନ ଉପରେ ଜ୍ଞାନ ଥିବା ଭଳି ଲାଗୁନାହିଁ । ତାଙ୍କ ମହକିଲ ମଧ୍ୟ ଧୀରେ ଧୀରେ ତାଙ୍କ ଉପରେ ଭରସା ହରାଇଲେଣି ବୋଲି କହିଛନ୍ତି ଲେଲିନ । ଏଣୁ  ସେ ନିଜ ମିଛ କଥା ଓ ବିରାଟ ଅନୁଭୂତି ଉପରେ ଅନୁତପ୍ତ ହେବେ ବୋଲି ପୀତାମ୍ବର କହିଛନ୍ତି  । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହରଙ୍କ ମନ୍ତବ୍ୟ ନେଇ ମଧ୍ୟ ବର୍ଷିଛନ୍ତି ଲେନିନ । କହିଛନ୍ତି ଲେଖାଶ୍ରୀଙ୍କ ମନ୍ତବ୍ୟ ସଭିଙ୍କୁ ବିସ୍ମିତ କରିଛି । ତାଙ୍କ କଥାରେ କେବେ ବି ବାସ୍ତବତା ନଥାଏ ।

ସକାଳୁ ମିଛ କହିବା ପାଇଁ ତାଙ୍କର ଆଭିମୁଖ୍ୟ ଥାଏ ।  ୨୦୧୪ ଫେବୃଆରୀରେ ଗ୍ୟାସ ଦର ୬ ୟୁଏସ ଡଲାର ଥିଲା । ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଜିର ଦିନରେ ୧୫ ପ୍ରତିଶତ ଦର କମିଛି  । ମାତ୍ର ଦେଶରେ ୦୧୪ ଠାରୁ ଆଜି ମଧ୍ୟରେ ଗ୍ୟାସ ଦର ୧୨୩ ପ୍ରତିଶତ ବଢିଛି । ମଧ୍ୟବିତ୍ତ ପରିବାର ଗରିବ ପରିବାର ପାଇଁ କାଳ ପାଲଟିଛି ବିଜେପି । ଗ୍ୟାସ ଦରବୃଦ୍ଧିର ଯେଉଁ ଅତ୍ୟଧିକ ଟଙ୍କା  କେନ୍ଦ୍ର ସରକାର ଯେଉଁଭଳି ଭାବେ ଲୋକଙ୍କ ଠାରୁ ଛଡାଇ ନେଉଛନ୍ତି, ସେ ଟଙ୍କାକୁ କରାଯାଉଛି କଣ ? ଦୟାକରି ଲେଖାଶ୍ରୀ ଲୋକଙ୍କୁ ଭୁଆଁ ବୁଲାନ୍ତୁନି । ମିଛ କହି ବା ଅପଶବ୍ଦ କହି ଓଡ଼ିଆଙ୍କୁ ବୋକା ବନାନ୍ତୁନି ।

ସମ୍ପ୍ରସାରଣ ହେଲା ଗେହଲଟଙ୍କ ମନ୍ତ୍ରୀ ମଣ୍ଡଳ; ପାଇଲଟଙ୍କ ଗୋଷ୍ଠୀରୁ ଅଛନ୍ତି ୫ ମନ୍ତ୍ରୀ

ଜୟପୁର: ସମ୍ପ୍ରସାରିତ ହେଲା ଗେହଲଟଙ୍କ ମନ୍ତ୍ରୀମଣ୍ଡଳ । ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଆରମ୍ଭ ହୋଇଛି । ଜୟପୁରସ୍ଥିତ ରାଜଭବନଠାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଛି । ରାଜ୍ୟପାଳ କଳରାଜ ମିଶ୍ର ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଉଛନ୍ତି । ନୂଆ କରି ହୋିଥିବା ମନ୍ତ୍ରୀ ମଣ୍ଡଳରେ ୧୫ ଜଣ ବିଧାୟକ ଶପଥ ନେଉଛନ୍ତି ।

ନୂତନ ମନ୍ତ୍ରୀ ଭାବେ ୧୫ ବିଧାୟକ ଶପଥ ନେଉଛନ୍ତି । ୧୧ ବିଧାୟକଙ୍କୁ କ୍ୟାବିନେଟ ପାହ୍ୟା ଦିଆଯାଇଥିବା ବେଳେ ୪ଜଣ ରାଜ୍ୟମନ୍ତ୍ରୀ ଭାବେ ଶପଥ ନେବେ । ନୂଆ ମନ୍ତ୍ରୀମଣ୍ଡଳକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ନୂଆ ମନ୍ତ୍ରୀଙ୍କ ମଧ୍ୟରେ ସଚିନ ପାଇଲଟ ଗୋଷ୍ଠୀର ୫ ଜଣ ଅଛନ୍ତି । ଅନ୍ୟପକ୍ଷରେ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ନେବା ପୂର୍ବରୁ ସଚିନ୍ ପାଇଲଟ ପ୍ରେସ କନଫରମେନ୍ସ କରିଥିଲେ । ଏହି ପ୍ରେସ କନଫରମେନ୍ସରେ ପାଇଲଟ କହିଛନ୍ତି କି ଏବେ ରାଜସ୍ଥାନ କଂଗ୍ରେସରେ ସବୁକିଛି ଠିକ୍ ଅଛି ।

 

 

ମୋଦିଙ୍କ ସହ ଫଟୋ ସେୟାର କଲେ ଯୋଗୀ; କହିଲେ ନୂଆ ଭାରତ ଗଠନ କରିବା ପାଇଁ ବାହାରିଲୁ

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ତିନିଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଏହି ଗସ୍ତ ସମୟରେ ୟୁପି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ମୋଦି । ତେବେ ଏହି ଆଲୋଚନା ସମୟର ଏକ ଫଟୋ ଟୁଇଟରରେ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଯୋଗୀ ଆଦିତ୍ୟନାଥଙ୍କ କାନ୍ଧରେ ହାତ ରଖି ଆଲୋଚନା କରୁଥିବାର ନଜର ଆସିଛନ୍ତି ।

ଏହି ଫଟୋକୁ ଯୋଗୀ ତାଙ୍କ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରି ଏକ କବିତା ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି କି “ଆମେ ବାହାରି ପଡ଼ିଛୁ ଶପଥ କରି, ନିଜ ତନ-ମନ ଅର୍ପଣ କରି, ଜିଦ୍‌ ହେଉଛି ସୂର୍ଯ୍ୟ ଉଦୟ କରିବା, ଆକାଶଠାରୁ ଉଚ୍ଚକୁ ଯିବାର ଅଛି, ଏକ ନୂଆ ଭାରତ ଗଢିବାର ଅଛି। ତେବେ ଯୋଗୀ ଏହି ଫଟୋକୁ ଟୁଇଟର ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ମୋଦି ବିଧାନସଭା ନିର୍ବାଚନ ଜିତିବା ପାଇଁ ଲଗାତର ଭାବରେ ରାଲି, ଶିଳାନ୍ୟାସ ଓ ବିଭିନ୍ନ ପ୍ରକଳ୍ପର ଲୋକର୍ପଣ ମଧ୍ୟ ହେଉଛି । ଉତ୍ତର ପ୍ରଦେଶକୁ କିପରି ଦ୍ବିତୀୟ ଥର ନିଜ କବଜ୍ଜାରେ ରଖିପାରିବେ ସେଥିପାଇଁ ମୋଦିଙ୍କ ସମତେ ବହୁ କେନ୍ଦ୍ରୀୟ ନେତା ବାରମ୍ବାର ୟୁପି ଗସ୍ତ କରି ରଣନିତୀ ପ୍ରସ୍ତୁତ କରୁଛନ୍ତି । ମୋଦିଙ୍କ ୟୁପି ଗସ୍ତ ସମୟରେ ବାରମ୍ବାର ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶାଂସ କରୁଥିବାବେଳେ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ଭାଷଣରେ ମୋଦି କରିଥିବା ଯୋଜନାର ଗୁଣଗାନ କରୁଛନ୍ତି ।

 

ଶେଷ ମ୍ୟାଚରେ କାହାକୁ ମିଳିବ ସୁଯୋଗ; ବେଞ୍ଚ ଷ୍ଟ୍ରେନ୍ଥଙ୍କ ସପକ୍ଷରେ ଯାଇ ପାରନ୍ତି ରୋହିତ

କୋଲକାତା: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ଶେଷ ଟି-୨୦ ମ୍ୟାଚ । କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ ଏହି ମ୍ୟାଚ । ପ୍ରଥମ ଦୁଇ ମ୍ୟାଚ ଜିତି ସିରିଜକୁ ନିଜ ନାମରେ କରିସାରିଛି ଟିମ୍ ଇଣ୍ଡିଆ । ତେବେ ତୃତୀୟ ମ୍ୟାଚରେ ମଧ୍ୟ ଜିତି ଏହି ସିରିଜକୁ କ୍ଲିନ ସୁଇପ୍ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ତେବେ ଆଜିର ମ୍ୟାଚରେ ରୋହିତ ଶର୍ମା ବେଞ୍ଚ ଷ୍ଟ୍ରେନ୍ଥଙ୍କୁ ସୁଯୋଗ ଦେଇପାରନ୍ତି ।

ଟି-୨୦ ବିଶ୍ବକପରେ ଖରାପ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ଯାହା ଫଳରେ ସେମିଫାଇନାଲକୁ ମଧ୍ୟ ଯାଇ ପାରିନଥିଲା ଭାରତ । ତେବେ ଟି-୨୦ ବିଶ୍ବକପରେ ଭାରତର ଶୋଚନୀୟ ପରାଜୟ ପରେ ଯଦି ଭାରତ ଏହି ମ୍ୟାଚକୁ ୩-୦ରେ ବିଜୟ ଲାଭ କରେ ତେବେ ଭାରତୀୟ ଟିମର ମନୋବଳ ବଢ଼ିବ । ଅନ୍ୟପକ୍ଷରେ ଯଦି ନ୍ୟୁଜିଲାଣ୍ଡ କଥା କହିବା ତାହାଲେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ କେବଳ ଇଜ୍ଜତ ବଞ୍ଚାଇବା ପାଇଁ ପଡ଼ିଆକୁ ଓହ୍ଲାଇବ ।

ଇଡେନ ଗାର୍ଡେନରେ ହିଁ ଦିନିକିଆ କ୍ରିକେଟରେ ୨୬୪ ରନର ଇନିଂସ ଖେଳି ଇତିହାସ ରଚିଥିଲେ । ତେବେ ବର୍ତ୍ତମାନ ଅଧିନାୟକ ଭାବରେ ପ୍ରଥମ ଟି-୨୦ ସିରିଜକୁ ଇଡେନ ଗାର୍ଡେନରେ କ୍ଲିନ୍ ସୁଇପ୍ କରିବାର ସୁଯୋଗ ରହିଛି । ତେବେ ଶେଷ ଟି-୨୦ ରେ କୋଚ୍ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମା ବେଞ୍ଚ ଷ୍ଟ୍ରେନ୍ଥଙ୍କୁ ଆଜିର ମ୍ୟାଚରେ ସୁଯୋଗ ମିଳିପାରେ । ଷଷ୍ଠ ବୋଲର ଭାବରେ ଆଜିର ମ୍ୟାଚରେ ଭେଙ୍କଟେଶ ଆୟାରଙ୍କ ବୋଲିଂ କରିବାର ସୁଯୋଗ ମଧ୍ୟ ମିଳିପାରେ । ସେହିପରି ଭାବରେ ଋତୁରାଜ ଗାଇକୋଏଡ, ଆଭେଶ ଖାନ ଓ ଇଶାନ କିଶାନଙ୍କୁ ଏହି ମ୍ୟାଚରେ ରୋହିତ ଶର୍ମା ସୁଯୋଗ ଦେଇ ପାରନ୍ତି ବୋଲି ଆଶା କରାଯାଉଛି ।

ଆଇପିଏଲରେ ଅରେଞ୍ଜ କ୍ୟାପ ଜିତିଥିବା ଋତୁରାଜ ଗାଇକୋଏଡ ପ୍ରଥମ ତିନି ସ୍ଥାନ ମଧ୍ୟରେ ଯେଉଁସ୍ଥାନରେ ବି ଖେଳିପାରିବେ । ଏଥିପାଇଁ ଅଧିନାୟକ ରୋହିତ ଶର୍ମା ଓ ଉପ ଅଧିନାୟକ କେଏଲ ରାହୁଲଙ୍କ ମଧ୍ୟରୁ ଜଣଙ୍କୁ ବେଞ୍ଚରେ ବସାଇବାକୁ ପଡ଼ିବ । ତେବେ ଏହି ମ୍ୟାଚରେ ରାହୁଲଙ୍କୁ ରେଷ୍ଟ ଦେବା ସଠିକ ହେବ କାହିଁକି ନା ଆଉ ଚାରି ଦିନ ପରେ ଟେଷ୍ଟ ମ୍ୟାଚ ଆରମ୍ଭ ହେବ । ତେଣୁ ଏହି ମ୍ୟାଚରେ ରାହୁଲଙ୍କୁ ରେଷ୍ଟ ମିଳିପାରେ । ଏହି ପରି ଭାବରେ ଦିପକ ଚହର ଓ ଭୁବନେଶ୍ବର କୁମାରଙ୍କ ସ୍ଥାନରେ ଆଭେଶ ଖାନଙ୍କୁ ମିଳିପାରେ ସୁଯୋଗ । ସେହିପରି ଭାବରେ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ସ୍ଥାନରେ ୟୁଜିବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିପାରେ । ଅନ୍ୟପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ପରଠାରୁ ଲଗାତର ଭାବରେ ଖେଳୁଥିବା ଋଷଭ ପନ୍ତଙ୍କୁ ମଧ୍ୟ ରେଷ୍ଟ ଦେଇ ଇଶାନ କିଶାନଙ୍କୁ ସୁଯୋଗ ମିଳିପାରେ ।

 

ସୋମବାର କନ୍ଧମାଳରେ ପହଁଚିବ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ, ଆସୁଛନ୍ତି ନବୀନ

ଭୁବନେଶ୍ୱର: ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ଯୋଡି ହେବ କନ୍ଧମାଳ ଜିଲ୍ଲା । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଗସ୍ତ କରିବେ  ।  ଜିଲ୍ଲାରେ BSKY ସ୍ମାର୍ଟ କାର୍ଡ ଯୋଜନାର ଶୁଭାରମ୍ଭ କରିବା ନେଇ ରହିଛି ସୂଚନା । ଏଥି ସହ ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ ପଟ୍ଟନାୟକ । ସୂଚନା ମୁତାବକ ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀ BSKY ସ୍ମାର୍ଟ କାର୍ଡର ଲାଭ ପାଇବେ ।

ଆସନ୍ତାକାଲି ଦିନ ୧୧ଟାରେ ଫୁଲବାଣୀ ମିନି ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ସ୍ଥିତି ପରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ । ସୁରକ୍ଷାକୁ ନଜରରେ ରଖି ମୁତୟନ ହେବେ ୧୩ ପ୍ଲାଟୁନ ପୋଲିସ ଫୋର୍ସ । ଅନୁଗୋଳ, ଢେଙ୍କାନାଳ ପରେ ଏବଂ କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ  ।

ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ବୈପ୍ଲବିକ ଆହ୍ୱାନ  । ପ୍ରତିଟି ହିତାଧିକାରୀ କିପରି ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେବେ ତାହା ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଦେଶର ଅନେକ ସୁପର ସ୍ପେସାଲିଟ ହସ୍ପିଟାଲକୁ ରାଜ୍ୟ ସରକାର ଏହି କାର୍ଡରେ ସଂଯୋଗ କରିଛନ୍ତି  । ଯଦ୍ୱାରା ସାଧାରଣ ଗରିବୀ ଲୋକଟିଏ ମଧ୍ୟ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ  ।

THE GARLAND କବିତାରେ ନବୀନଙ୍କ ବିକାଶ ଗାଥା

ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହାସହ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ସୁଖ୍ୟାତି ରହିଛି । ତେଣୁ ଡକ୍ଟର ସୁରେନ୍ଦ୍ର କୁମାର ମହାନ୍ତି ଲେଖିଥିବା କବିତା ସଂକଳନ THE GARLAND ପୁସ୍ତକକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉତ୍ସର୍ଗ କରିଛନ୍ତି ।  THE GARLAND କବିତା ବହି Aଠାରୁ ଆରମ୍ଭ ହୋଇ Zରେ ଶେଷ ହୋଇଛି । ପ୍ରତ୍ୟେକ କବିତାର ଅକ୍ଷର ସଂଖ୍ୟା ୩୦ ଥିବା ବେଳେ ଲାଇନ ସଂଖ୍ୟା ୧୪ ଥିବା କବି ଡକ୍ଟର ସୁରେନ୍ଦ୍ର ମହାନ୍ତି କହିଛନ୍ତି ।

କେଉଁଠି ଧୋନି ଖେଳିବେ କ୍ୟାରିୟରର ଶେଷ ଟି-୨୦?

ଚେନ୍ନାଇ: କ୍ରିକେଟରୁ ଅବସର ନେଇ ଏକ ବଡ଼ ଘୋଷଣା କରିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଆଇପିଏଲ ସିଜିନ୍-୧୪ରେ ଚମ୍ପିଆନ ହେବା ପରେ ଗତକାଲି ଚେନ୍ନାଇ ବିଜୟ ଉତ୍ସବ ମନାଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଚମ୍ପିଆନ କରିବା ପରେ ଟି-୨୦ ବିଶ୍ବକପରେ ଭାରତୀୟ ଦଳର ମେଣ୍ଟର ଭାବରେ ଟିମରେ ସାମିଲ ହୋଇଥିଲେ । ତେଣୁ ବିଶ୍ବକପରୁ ଧୋନି ଫେରିବା ପରେ ଗତକାଲି ଏହି ବିଜୟ ଉତ୍ସବ ଚେନ୍ନାଇରେ ପାଳନ କରାଯାଇଥିଲା । ତେବେ ଏହି ଉତ୍ସବରେ ଧୋନି ଆଇପିଏଲରୁ ଅବସର ନେଇ ଏକ ବଡ଼ ସଙ୍କେତ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଧୋନି ତାଙ୍କ ଭବିଷ୍ୟତକୁ ନେଇ କହିଥିଲେ କି ମୁଁ ମୋର ଶେଷ ଟି-୨୦ ମ୍ୟାଚ ଚେନ୍ନାଇରେ ଖେଳିବାକୁ ଚାହୁଁଛି । ମୁଁ ସବୁବେଳେ ମୋର କ୍ରିକେଟରେ ପ୍ଲାନ କରିଥାଏ । ମୁଁ ମୋର ଶେଷ ଦିନିକିଆ ମ୍ୟାଚ ମଧ୍ୟ ମୋର ହୋମ୍ ଟାଉନ ରାଞ୍ଚିରେ ଖେଳିଥିଲି । ଆଉ ଏବେ ଚାହୁଁଛି କି ମୋର ଶେଷ ଟି-୨୦ ଚେନ୍ନାଇରେ ଖେଳିବି । କିନ୍ତୁ ଏହା ଆସନ୍ତାବର୍ଷ ହେବ କି ଆଉ ୫ ବର୍ଷ ପରେ ତାହା କିଛି ଜଣା ନାହିଁ ।

ଶନିବାର ଚେନ୍ନାଇରେ ହୋଇଥିବା ଏହି ଉତ୍ସବରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ, ଚେନ୍ନାଇ ସୁପର କିଙ୍ଗ୍ସ ମାଲିକ ଏନ.ଶ୍ରୀନିବାସନ, ବିସିସିଆଇ ସମ୍ପାଦକ ଜୟ ଶାହା ଯୋଗ ଦେଇଥିଲେ । ଏହି ଉତ୍ସବରେ ଦୋନି ଆହୁରି କହିଥିଲେ କି ଚେନ୍ନାଇ ସୁପର କିଙ୍ଗ୍ସର ଲୋକପ୍ରିୟତା କେବଳ ଚେନ୍ନାଇରେ ସୀମିତ ହୋଇ ରହିନାହିଁ । ସାରା ଦେଶରେ ବେଶ୍ ଲୋକପ୍ରିୟ ଚେନ୍ନାଇ ସୁପର କିଙ୍ଗ୍ସ । ଏମିତି କି ଆମେ ଯେତେବେଳେ ସାଉଥ ଆଫ୍ରିକା ଓ ୟୁଏଇରେ ମଧ୍ୟ ଖେଳୁଥିଲୁ ସେ ସମୟରେ ବି ବହୁ ଫ୍ୟାନ ଆମ ସର୍ପଟରେ ଆସିଥିଲେ । ତେଣୁ ଏହି ଦଳ ସାରା ଦେଶରେ ବେଶ୍ ଲୋକପ୍ରିୟ ବୋଲି କହିଥିଲେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

ୟୁରୋପରେ ଅଣାୟତ୍ତ କରୋନା; ଲକଡାଉନକୁ ବିରୋଧ କରି ଆନ୍ଦୋଳନ

ନୂଆଦିଲ୍ଲୀ: ୟୁରୋପରେ କୋଭିଡ-୧୯ ଅଧିକରୁ ଅଧିକ ପରିବ୍ୟାପ୍ତ ହେଉଥିବାବେଳେ ଲକଡାଉନ ବିରୋଧରେ ହୋଇଛି ଆନ୍ଦୋଳନ । ଏପରିକି କେତେକ ସ୍ଥାନରେ ବିକ୍ଷୋଭ ହେବା ସହ ଗୁଳିକାଣ୍ଡ ଘଟିଛି । ନେଦରଲ୍ୟାଣ୍ଡ୍ସରେ ଲକଡାଉନକୁ ବିରୋଧ କରି ଜୋରଦାର ଆନ୍ଦୋଳନ ହେବା ସହ ପୋଡାଜଳା ହୋଇଛି । ନେଦରଲ୍ୟାଣ୍ଡର ରଟରଡ୍ୟାମ ସିଟିରେ ଆନ୍ଦୋଳନ ଜୋରଦାର ହେବାରୁ ପୋଲିସକୁ ଗୁଳି କରିବାକୁ ପଡିଛି । ଫଳରେ ସେଠାରେ ୨ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ପୋଲିସ ୫୧ଜଣଙ୍କୁ ଗିରଫ କରିଛି । ସେହିପରି ହଗ୍ ସହରରରେ ଲୋକମାନେ ପୋଲିସ ଉପରକୁ ବୋମା ଫିଙ୍ଗିବା ସହ ପୋଡାପୋଡି କରିଛନ୍ତି । ଅଷ୍ଟ୍ରିଆ, କ୍ରୋଏସିଆ, ଇଟାଲିରେ କଟକଣା ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଜୋରଦାର ବିକ୍ଷୋଭ କରିଛନ୍ତି ।

ୟୁରୋପର ବିଭିନ୍ନ ସ୍ଥାନରେ ହେଉଥିବା ଆନ୍ଦୋଳନକୁ ନେଇ ଚିନ୍ତାବ୍ୟକ୍ତ କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । କରୋନା ଦିନକୁ ଦିନ ହୁ ହୁ ବଢ଼ୁଥିବା ବେଳେ ଏପରି ଆନ୍ଦୋଳନକୁ କଡା ସମାଲୋଚନା କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ହାନ୍ସ କ୍ଲୁଜ । ୟୁରୋପରେ କୋଭିଡ ସଂକ୍ରମଣ ପୁଣି ବଢୁଥିବାବେଳେ ବିଭିନ୍ନ କଟକଣାକୁ ଲୋକଙ୍କ ବିରୋଧ ଯୋଗୁ ଏହ ସମସ୍ୟା ଅଧିକ ଘନୀଭୂତ ହେବା ଆଶଙ୍କା କରାଯାଉଛି । ହିଂସା ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି ଏବଂ ଅଧିକରୁ ଅଧିକ ଲୋକ ଆହତ ହେବାରେ ଲାଗିଛନ୍ତି । ନେଦରଲ୍ୟାଣ୍ଡରେ ତିନି ସପ୍ତାହବ୍ୟାପୀ ଆଂଶିକ ଲକଡାଉନ ହେବା କାରଣରୁ ଏହାକୁ ନେଇ ଲୋକେ ଉତ୍ତ୍ୟକ୍ତ ହୋଇଛନ୍ତି । ପ୍ରତିଷ୍ଠାନ, ବାର୍, ରେଷ୍ଟୁରାଣ୍ଟ, କ୍ରୀଡା ଉପରେ କଟକଣା ଜାରି କରାଯାଇଛି । କ୍ରୋଏସିଆ, ଇଟାଲୀ, ଫ୍ରାନ୍ସ ଆଦି ସ୍ଥାନରେ ପ୍ରତିବାଦ ପରିଲକ୍ଷିତ ହୋଇଛି ।

ଆର୍ଯ୍ୟନଙ୍କୁ ଗିରଫ ନୁହେଁ, ଅପହରଣ କରାଯାଇଥିଲା: ନଓ୍ବାବ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କୁ ଜାମିନ ମିଳିଥିବା ବେଳେ ସେ ଏବେ ଘରେ ଅଛନ୍ତି । ହେଲେ ବିବାଦ ଓ ଆରୋପ ପ୍ରତ୍ୟାରୋପ ଥମିବାର ନାଁ ନେଉନି । ଏହି ମାମଲାରେ ଏନସିବିକୁ ବାରମ୍ବାର ସମାଲୋଚନା କରି ଆସିଥିବା ଏନସିପି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରି ନଓ୍ବାବ ମଲ୍ଲିକ ଆଣିଛନ୍ତି ପୁଣି ଏକ ଗୁରୁତର ଅଭିଯୋଗ । ଆର୍ଯ୍ୟନଙ୍କୁ ଗିରଫ କରାଯାଇ ନଥିଲା, ବରଂ ଅପହରଣ କରାଯାଇଥିଲା ବୋଲି ଅଭିଯୋଗ ଏନସିବି ଉପରେ ଲଦିଛନ୍ତି ନଓ୍ବାବ ।

ସେ କହିଛନ୍ତି, ‘ଆର୍ଯ୍ୟନ ଖାନଙ୍କୁ ଏନସିବି ଗିରଫ କରିବା ଏକ ଅପହରଣ ମାମଲା । ପ୍ରି ପ୍ଲାନ୍ କରାଯାଇ ଆର୍ଯ୍ୟନ ଓ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ସୋସିଆଲ ମିଡିଆରେ ଏକ ସେଲଫି ଭାଇରାଲ ହେବା ପରେ ପୂରା ପ୍ଲାନ ସ୍ପଷ୍ଟ ହୋଇଯାଇଥିଲା ।’

ସେ ଆହୁରି କହିଛନ୍ତି, ‘ଆର୍ଯ୍ୟନ ଡ୍ରଗ୍ସ ନେଇଥିବାର କିଛି ପ୍ରମାଣ ନଥିବା ବେଳେ ତାଙ୍କଠାରୁ କୌଣସି ମାଦକ ଦ୍ରବ୍ୟ ଜବତ ମଧ୍ୟ ହୋଇ ନଥିଲା ।’

ଏହା ମଧ୍ୟରେ ଆର୍ଯ୍ୟନଙ୍କ ବେଲ ଅର୍ଡର ଜାରି କରିଛନ୍ତି ମୁମ୍ବାଇ ହାଇକୋର୍ଟ । ଏଥିରେ ଦର୍ଶାଯାଇଛି, ‘ଡ୍ରଗ୍ କାରବାରକୁ ନେଇ ଆର୍ଯ୍ୟନ୍ ଖାନ୍, ଅରବାଜ୍ ମର୍ଚାଣ୍ଟ ଏବଂ ମୁନମୁନ୍ ଧାମଚାଙ୍କ ମଧ୍ୟରେ ଷଡଯନ୍ତ୍ରର କୌଣସି ପ୍ରମାଣ ମିଳିନାହିଁ । ହ୍ବାଟ୍ସଆପ୍ ଚାଟ୍ ମଧ୍ୟ ଆପତ୍ତିଜନକ ନୁହେଁ । ଆପରାଧିକ କାର୍ଯ୍ୟକଳାପକୁ ନେଇ ସେମାନଙ୍କ ବିରୋଧରେ କିଛି ଠୋସ୍ ପ୍ରମାଣ ନାହିଁ ।’

କୋର୍ଟଙ୍କ ବେଲ ଅର୍ଡର ରିଲିଜ ପରେ ଏନସିବି ଓ ଏନସିବିର ଜୋନ୍ ଅଧ୍ୟକ୍ଷ ସମୀର ଓ୍ବାଖଡେଙ୍କୁ ଟାର୍ଗେଟ କରିଛନ୍ତି ନଓ୍ବାବ । ସେପଟେ ଓ୍ବାଖଡେଙ୍କ ଧର୍ମକୁ ନେଇ ଆଉ ଏକ ପ୍ରମାଣ ଆଣି ଟାର୍ଗେଟ କରିଛନ୍ତି ନିଲୋଫର ମଲ୍ଲିକ ଖାନ୍ । ନିଜ ଟ୍ବିଟର ହ୍ୟାଣ୍ଡେଲରେ ଓ୍ବାଖଡେଙ୍କ ବାହାଘର କାର୍ଡ ଓ ବିବାହ ପ୍ରମାଣପତ୍ର ସେୟାର କରିଛନ୍ତି ସେ ।