ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ

ସମ୍ୱଲପୁର/ନୟାଗଡ଼: କୁଚିଣ୍ଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।  ବାଇକକୁ ପଛ ପଟୁ ଧକ୍କା ଦେଲା ଟ୍ରେଲର । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି । କୁଚିଣ୍ଡା ଜମନକିରା ଥାନା ବଡ଼ରମା ନିକଟରେ ଦୁର୍ଘଟଣା ଘଟିଛି। ବାଇକରେ ୩ ଜଣ ଯାଉଥିବା ବେଳେ ଜମନକିରା ଥାନା ବଡ଼ରମା ନିକଟରେ ଏକ ଟ୍ରେଲର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଖଣ୍ଡପଡ଼ା ବ୍ଲକ ଅଧିନ ବାହାଡ଼ା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିବା ସହିତ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ ପୂର୍ତ୍ତବିଭାଗ ରାସ୍ତାର ବାହାଡ଼ା ଗ୍ରାମ ନିକଟରେ ଖଣ୍ଡପଡ଼ା ପଟୁ ବାଇକ ଯୋଗେ ଆସୁଥିବା ଖୋର୍ଦ୍ଧା ଜିଲ୍ଲା ମାଣିକାଗୋଡ଼ା ଗ୍ରାମର ସୁଦାମ ରାଉତରାୟ (୨୮) ଏବଂ ତାଙ୍କ ସମ୍ପର୍କୀୟ ଶଳା ବାସୁଦେବ ମାଝୀ (୨୧) ବିପରୀତ ଦିଗରୁ ଆସୁଥିବା ଅଟୋକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଯୋଗୁଁ ବାଇକରେ ଥିବା ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଅଟୋରେ ନୟାଗଡ଼ ବ୍ଲକ ଅଧିନ ଖେଡପଡା ଗ୍ରାମର ଗୋଟିଏ ପରିବାରର ସବିତା ନାୟକ, ମାଣିକ ନାୟକ, ସିଶୁଲା ନାୟକ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ କ୍ରମେ ଆହତଙ୍କୁ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ବାଇକ ଆରୋହୀ ସୁଦାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ କରୋନା ଟିକା

Leave a Reply