ବରଗଡ଼: ଅପହରଣର ୪ରୁ ୫ ଘଣ୍ଟା ପରେ ଅପହୃତ ୯ ବର୍ଷର ନାବାଳକ ମହମ୍ମଦ ମୌଜାମ ଉଦ୍ଧାର କରାଯାଇଛି । ବରଗଡ଼ ACC ସିମେଣ୍ଟ କାରଖାନାରେ କାର୍ଯ୍ୟରତ ସିଏସଆର ମୁଖ୍ୟ ଜମିଲ ଅଖତର ଖାଁଙ୍କ ପୁଅ ମହମ୍ମଦ ଗତକାଲି ସନ୍ଧ୍ୟାରେ ଦାଣ୍ଡରେ ଖେଳୁଥିବା ବେଳେ ଘରକୁ ଫେରି ନଥିଲା । ପରେ ପୁଅକୁ ଅପହରଣ କରାଯାଇଛି ଏବଂ ୧୦ ଲକ୍ଷ ଦେଲେ ପୁଅକୁ ଫେରାଇବାକୁ ଅପହରଣକାରୀ ଚିଠି ମାଧ୍ୟମରେ ଧମକ୍ ଦେଇଥିଲେ । ଖବର ପାଇବା ପରେ ଛକ ବଜାରରେ ଆରମ୍ଭ ହୋଇଯାଇଥିଲା ସର୍ଚ୍ଚ ଅପରେସନ୍ । ସ୍ଥାନେ ସ୍ଥାନେ ପାଟ୍ରୋଲିଂ ଓ ବିଭିନ୍ନ ଛକରେ ଗାଡି ଚେକିଂ ଆରମ୍ଭ ହୋଇଥିଲା । ପୋଲିସ ତନାଘନା ପରେ ଭୟରେ ସ୍କୁଲ ନିକଟରେ ନାବାଳକକୁ ଛାଡି ଦେଇଥିଲେ ଅପହରଣକାରୀ । ପୋଲିସ ନାବାଳକକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି ।

ସୂଚନାଯୋଗ୍ୟ, ଅପହରଣ ପରେ ରାସ୍ତାରୁ ଏକ ଚିଠି ପାଇଥିଲେ ପଡୋଶୀ । ଉକ୍ତ ଚିଠିରେ ଛୁଆକୁ ଅପହରଣ କରିଥିବା ସହ ଦଶ ଲକ୍ଷ ଟଙ୍କା ଦେଲେ ଛାଡିବାକୁ ଅପହରଣକାରୀ ଧକମ ଦେଇଥିଲେ । ଦୁଇ ତିନି ଦିନ ମଧ୍ୟରେ ଟଙ୍କା ବନ୍ଦୋବସ୍ତ କରି ବରଗଡ଼ ଜିଲ୍ଲାର ଦୁଇଟି ଲୋକାଲ ଚ୍ୟାନେଲର (Bn news khabar ଓ Bargarh Tv)ରେ ଲାଷ୍ଟ ତିନୋଟି ଭିଡିଓରେ ମୋବାଇଲ ନମ୍ବର କମେଣ୍ଟ କରିବାକୁ ଲେଖିଥିଲେ ଅପହରଣକାରୀ । ଏ ସମ୍ପର୍କରେ ସମ୍ପର୍କୀୟ କିମ୍ବା ପୋଲିସକୁ ଜଣାଇଲେ ପିଲାକୁ ହତ୍ୟା କରିବାକୁ ଚିଠିରେ ଉଲ୍ଲେଖ ରହିଥିଲା ।

Leave a Reply