ଫେରିଲା ଜାଡ଼, ୪ ଜିଲ୍ଲାକୁ ୟେଲୋ ଓ୍ବର୍ଣ୍ଣିଂ

ଭୁବନେଶ୍ବର: କିଛିଦିନର ଝିପିଝିପି ବର୍ଷା ପରେ ପୁଣି ଫେରିଲା ଶୀତ । କୋହଲା ପାଗକୁ ଥଣ୍ଡା ପବନରେ ଥରହର ଜନଜୀବନ । କମିଲା ସ୍ବାଭାବିକ ତାପମାତ୍ରା । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ପ୍ରବଳ ଶୀତ ଲହରୀ ପାଇଁ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସୁନ୍ଦରଗଡ, ଝାରସୁଗୁଡା, ବଲାଙ୍ଗୀର ଓ ବରଗଡ ଜିଲ୍ଲାରେ ଶୀତଲହରୀ ପାଇଁ ସତର୍କତା ଜାରି କରାଯାଇଛି । ଉତ୍ତର ଦିଗରୁ ଓଡ଼ିଶାର ସ୍ଥଳଭାଗକୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟରେ ପୁଣି ଜାଡ ବଢିବା ଆରମ୍ଭ କରିଛି । ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ସିଷ୍ଟମ୍ ନ ଥିବାରୁ ପାଗ ମୁଖତଃ ଶୁଖିଲା ରହିବ । ଜାଡ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଅନୁଗୁଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply