ଯାଜପୁରରେ ବଳ ବଢ଼ାଉଛି ବିଜେଡି, ଶଙ୍ଖ ଫୁଙ୍କିଲେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଯାଜପୁର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯାଜପୁର ଜିଲ୍ଲାରେ ଦିନକୁ ଦିନ ବିଜେଡିର ଶକ୍ତି ବୃଦ୍ଧି ହେବାରେ ଲାଗିଛି । ଗତକାଲି ଦୁଇ ଶହରୁ ଅଧିକ କଂଗ୍ରେସ ଓ ବିଜେପି କର୍ମୀ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ଦଶରଥପୁର ବ୍ଲକର ଜୟନ୍ତରା ପଞ୍ଚାୟତରେ ବିଜେଡିର ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ଜୟନ୍ତରା ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ନିଜ ଦଳ ଛାଡି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବଳିଷ୍ଠ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ଏମାନେ ଦଳରେ ସାମିଲ ହୋଇଥିବା କହିଛନ୍ତି । ଯାଜପୁର ବିଧାୟକ ତଥା ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେଡ଼ିର ବରିଷ୍ଠ ନେତା କାର୍ଣ୍ଣାଟ କେଶରୀ ଦାସ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply