spot_img
Home Blog Page 4889

ମୋଦି-ଯୋଗୀଙ୍କ ଫଟୋ ଭାଇରାଲ; ସମାଜବାଦୀ ପାର୍ଟି କହିଲା ‘ତୁମସେ ନ ହୋ ପାଏଗା’

ଲକ୍ଷ୍ନୌ: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । କିନ୍ତୁ ନିର୍ବାଚନ ଯେତିକି ପାଖେଇ ଆସୁଛି ୟୁପି ରାଜନିତୀ ସରଗରମ ହେବାରେ ଲାଗିଛି । ଉତ୍ତରପ୍ରଦେଶ ଦଖଲ କରିବାକୁ ଏବେଠାରୁ ଉଭୟ ଶାସକ ଓ ବିରୋଧ ଦଳ ରଣନିତୀ ଆପଣାଇଛନ୍ତି । ୨୦୧୭ରେ ବିଜୟୀ ହୋଇଥିବା ଭାରତୀୟ ଜନତା ପାର୍ଟି ଚଳିତ ନିର୍ବାଚନରେ ଏହି ବିଜୟ ଧାରା ବଜାୟ ରଖିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବହୁ କେନ୍ଦ୍ରସ୍ତରୀୟ ନେତା ଉତ୍ତରପ୍ରଦେଶ ଗସ୍ତ କରି ରଣନିତୀ ପ୍ରସ୍ତୁତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ତିନିଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ବହୁ ପ୍ରକଳ୍ପର ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନାସ୍ୟ ମଧ୍ୟ କରିଛନ୍ତି । ତେବେ ଏହି ଗସ୍ତ ସମୟରେ ମୋଦି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗୁରୁତ୍ବପୂର୍ଣ୍ଣ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ତେବେ ଏହି ସମୟରେ ମୋଦିଙ୍କ ସହ ଏକ ଫଟୋ ଯୋଗୀ ଟୁଇଟରରେ ସେୟାର କରିଥିଲେ । ଏହି ଫଟୋ ସହ ଯୋଗୀ ଲେଖିଥିଲେ କି “ଆମେ ବାହାରି ପଡ଼ିଛୁ ଶପଥ କରି, ନିଜ ତନ-ମନ ଅର୍ପଣ କରି, ଜିଦ୍‌ ହେଉଛି ସୂର୍ଯ୍ୟ ଉଦୟ କରିବା, ଆକାଶଠାରୁ ଉଚ୍ଚକୁ ଯିବାର ଅଛି, ଏକ ନୂଆ ଭାରତ ଗଢିବାର ଅଛି। ତେବେ ଯୋଗୀ ଏହି ଫଟୋକୁ ଟୁଇଟର ସେୟାର କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

ତେବେ ଏହି ଫଟୋ ଯୋଗୀ ସେୟାର କରିବା ପରେ ବିରୋଧୀମାନେ ମଧ୍ୟ ବହୁ ସମାଲୋଚନା କରିଥିଲେ । ସାମଜବାଦୀ ପାର୍ଟିର ମୁଖ୍ୟ ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହି ଫଟୋକୁ ନେଇ ସମାଲୋଚନା କରିଛନ୍ତି । ସେ ଲେଖିଛନ୍ତି କି ଦୁନିଆର ସ୍ବାର୍ଥ ପାଇଁ ବେଳେବେଳେ ରାଜନୀତିରେ ଏମିତି କରିବାକୁ ପଡେ, ଅସ୍ଥିର ଭାବରେ କାନ୍ଧରେ ହାତ ରଖି କିଛି ପାଦ ଚାଲିବାକୁ ପଡିବ ବୋଲି ଟ୍ବିଟରରେ ଲେଖିଛନ୍ତି ଅଖିଳେଶ ସିଂ ଯାଦବ । ଅଖିଳେଶଙ୍କ ବ୍ୟତୀତ ସମାଜବାଦୀ ପାର୍ଟିର ଏମଏଲଏସି ସୁନିଲ ସିଂ ଯାଦବ ମଧ୍ୟ ଯୋଗୀ ଆଦିତ୍ୟନାଥଙ୍କ ଏହି ଫଟୋକୁ ନେଇ ସମାଲେଚନା କରିଛନ୍ତି । ସେ ଲେଖିଛନ୍ତି କି “ଶୁଣ, ତୁମସେ ନା ହୋ ପାଏଗା । ୟୁପିରେ ଅଖିଳେଶ ଯାଦବ ହିଁ ଆସିବେ ବୋଲି ଲେଖିଛନ୍ତି ସୁନିଲ ସିଂ ଯାଦବ । ମୋଦି-ଯୋଗୀଙ୍କ ଏହି ଫଟୋରେ କଂଗ୍ରେସ ମଧ୍ୟ ସମାଲୋଚନା କରିଛନ୍ତି । କଂଗ୍ରେସ ମୁଖପାତ୍ର ସୁରେନ୍ଦ୍ର ରାଜପୁତ ଟୁଇଟ କରି ସମାଲୋଚନା କରିଛନ୍ତି ।

ରୁପାଲାଙ୍କୁ ପଞ୍ଚାନନଙ୍କ ଜବାବ, ଅହଂକାରୀ ଶାସନର ଘଟିଛି ପରାଜୟ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୃଷକ ଆଇନକୁ ପ୍ରତ୍ୟାହାର ପାଇଁ ଘୋଷଣା କରିଥିବାରୁ କେନ୍ଦ୍ର ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ସ୍ବାଗତ କରିଛନ୍ତି । ହେଲେ କଂଗ୍ରେସ ପକ୍ଷରୁ ଏହି ଦିନକୁ ବିଜୟ ଦିବସ ପାଳନକୁ ସମାଲୋଚନା କରିଛନ୍ତି  । କଂଗ୍ରେସ ଅଳ୍ପ ଆସନ ଜିତି ବିଜୟ ଦିବସ ପାଳିବାର କୌଣସି ସୁଯୋଗ ନାହିଁ । ତେଣୁ ବିଜୟ ଦିବସ ପାଳନ ପାଇଁ ତାହାକୁ ଏକ ବାହାନା ଦରକାର ବୋଲି କେନ୍ଦ୍ର ମନ୍ତ୍ରୀ ରୁପାଲା କହିଛନ୍ତି ।

ରୁପାଲାଙ୍କ ଏହି ମନ୍ତବ୍ୟର କଡ଼ା ଜବାବ ରଖିଛି କଂଗ୍ରେସ । ଅହଂକାରୀ ଶାସକର ପରାଜୟ ହୋଇଛି । ୭୫୦ ଚାଷୀଙ୍କ ବଳିଦାନ ସହ ଲକ୍ଷ ଲକ୍ଷ ଚାଷୀଙ୍କ ବିରୋଧ ଯୋଗୁଁ କେନ୍ଦ୍ର ସରକାର ଏହାକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି । ଚାଷୀଙ୍କ ବିଜୟ ହୋଇଛି । ଏଥିରେ ବିଜୟ ଦିବସ ପାଳିବାରେ ଅସୁବିଧା କେଉଁଠି ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପ୍ରଶ୍ନ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ମୁହଁରେ ଲାଜ ନଥିବାରୁ ଏଭଳି କହୁଛନ୍ତି ବୋଲି ପଞ୍ଚାନନ କହିଛନ୍ତି ।

କୋଟିଆ ପରେ ଦେଓମାଳି ଉପରେ ଆଖି, ବିନା ସୂଚନାରେ କୋରାପୁଟ ଆସିଛନ୍ତି ଆନ୍ଧ୍ର ଅଧିକାରୀ

0

କୋରାପୁଟ: କୋଟିଆ ପରେ ଦେଓମାଳି ଉପରେ ଆନ୍ଧ୍ରର ନଜର ଥିବା ସନ୍ଦେହ ସୃଷ୍ଟି ହୋଇଛି । ଆନ୍ଧ୍ର ଅଧିକାରୀଙ୍କ ସଦଳବଳେ କୋଟିଆ ଗସ୍ତ, ବିଜୟନଗରମ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ, ପାର୍ବତୀପୁରମ ପିଏ ଆଇଟିଡିଏ, ସାଲୁର ମଣ୍ଡଳର ଅଧିକାରୀମାନେ ଶୁଙ୍କି ଦେଇ କୋଟିଆ ଗସ୍ତ କରିଛନ୍ତି  । ଦେଓମାଳି ପରିଦର୍ଶନ କରିବା ପରେ କୋଟିଆର ବିବାଦୀୟ ଗ୍ରାମ ଗୁଡିକ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଆନ୍ଧ୍ର ଅଧିକାରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି  । ସେପଟେ ଆନ୍ଧ୍ର ପ୍ରଶାସନର କୌଣସି କାର୍ଯ୍ୟକ୍ରମ କୋଟିଆରେ କରାଇ ଦିଆଯିବ ନାହିଁ କହିଲେ କୋରାପୁଟ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତର । କୋରାପୁଟ ପ୍ରଶାସନକୁ ସୂଚନା ନଦେଇ ଆନ୍ଧ୍ରର ଅଧିକାରୀମାନେ ଦେଓମାଳିରେ ପ୍ରବେଶ କରିଛନ୍ତି । ଯାହା ଏକ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଏଭଳି ଗସ୍ତ ଆନ୍ଧ୍ର କାର୍ଯ୍ୟାକଳାପକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ଭୁବନେଶ୍ୱରରେ ମାତିଛନ୍ତି ହାତୀ, ଗତିବିଧି ପାଇଁ ଗଜ ଶରୀରରେ ଲାଗିବ ‘ରେଡ଼ିଓ କୋଲାର’

ଭୁବନେଶ୍ୱର: ମାତିଛନ୍ତି ହାତୀ । ଜଙ୍ଗଲ ନୁହେଁ ରାଜଧାନୀ ଉପକଣ୍ଠରେ ମାତିଛନ୍ତି ହିଂସ୍ର ହାତୀ ରାମୁ ଓ ମାଖେନା । ସଞ୍ଜ ହେଲେ ଗାଁ ଗଣ୍ଡାରେ ପଶି ଧନଜୀବନ କ୍ଷତି ଘଟାଉଛନ୍ତି । ହାତୀ ଦୁହିଙ୍କୁ ଆୟତ୍ତ କରିପାରୁନି ଚନ୍ଦକା ବନବିଭାଗ । ତେଣୁ ସମସ୍ୟାର ସମାଧାନ ପାଇଁ ଜଙ୍ଗଲୀ ହାତୀଙ୍କୁ ପ୍ରଥମ ଥର କରାଯିବ ‘ରେଡ଼ିଓ କୋଲାରିଙ୍ଗ’ । ଏହାଦ୍ୱାରା ଯାହା ହାତୀମାନଙ୍କ ଗତିବିଧିକୁ ସହଜରେ ଟ୍ରାକ୍ କରାଯାଇ ପାରିବ ।

ଓଡିଶାରେ ପ୍ରଥମଥର ପାଇଁ ଏହା ଚନ୍ଦକା ଜଙ୍ଗଲୀ ହାତୀ ଶରୀରରେ ଲଗାଯିବ । ଏସିଆନ ଏଲିଫ୍ୟାଣ୍ଟ ରିସର୍ଚ୍ଚ ସେଣ୍ଟର ବେଙ୍ଗଳୁରୁରୁ ଏକ ଟିମ୍ ଆସିଛନ୍ତି । ହାତୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ଏହାକୁ ଲଗାଯିବ । ଏହା ଫଳରେ ଗାଁ ଗଣ୍ଡାରେ ହାତୀ ପ୍ରବେଶ ପୂର୍ବରୁ ବନବିଭାଗ ନାଇଟ ପେଟ୍ରୋଲିଙ୍ଗ ଟିମ୍ ଜାଣିପାରି ତାଖୁ ଘାଉଡାଇ ପାରିବେ । ଏବେ ହାତୀ ଖୋର୍ଦ୍ଧା ଅଞ୍ଚଳରେ ଅଛି ବୋଲି ଚନ୍ଦକା ବାନବିଭାଗ ସ୍ପଷ୍ଟ କରିଛି ।

କାମ କରି ଟଙ୍କା ମାଗିବାରୁ ଶ୍ରମିକଙ୍କ ହାତ କାଟିଲେ

ମଧ୍ୟପ୍ରଦେଶ : କାମ କରି ଟଙ୍କା ମାଗିଲେ ପାପ । ପରିଶ୍ରମ କରି ନିଜ ଅଧିକାର ମାଗିବାରୁ ଶ୍ରମିକଙ୍କ ହାତ କାଟିଦେଲେ । ମଧ୍ୟପ୍ରଦେଶର ରୀବା ଅଞ୍ଚଳରେ ଜଣେ ଶ୍ରମିକ ମଜୁରୀ କରି ନିଜ ପରିଶ୍ରମର ଟଙ୍କା ମାଗିବାରୁ ଦଳିତ ଶ୍ରମିକଙ୍କ ହାତ କାଟିଲେ ତିନି ଜଣ ବ୍ୟକ୍ତି । ଏହି ଘଟଣା ରିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ ସିରମୋରା ଥାନା ଅନ୍ତର୍ଗତ ଡୋଲମଓ ଗାଁର ।

ଘଟଣାରୁ ପ୍ରକାଶ ଡୋଲମଓ ଗାଁର ଜଣେ ଶ୍ରମିକ ମଜୁରୀ ସାରି ଗଣେଶ ମିଶ୍ରାଙ୍କୁ ନିଜ ଟଙ୍କା ମାଗିଥିଲେ । ମାତ୍ର ଗଣେଶ ତାଙ୍କୁ ଟଙ୍କା ଦେବା ପରିବର୍ତ୍ତେ ନିଜର ଦୁଇ ଭାଇଙ୍କ ସହ ମିଶି ଏକ ଧାରୁଆ ଅସ୍ତ୍ରରେ ଶ୍ରମିକଙ୍କ ଗୋଟିଏ ହାତ ହାଣିଦେଇଥିଲେ । ଉକ୍ତ ଶ୍ରମିକଙ୍କ ନାଁ ସାକେତ ବୋଲି ଜଣାପଡ଼ିଛି । ସାକେତ ପଡ଼ରୀ ଗାଁର ବାସିନ୍ଦା ହୋଇଥିବା ବେଳେ ଗରିବ ଏବଂ ଦଳିତ ଜାତିର ।

ଡୋଲମଓ ଗାଁରେ ସାକେତଙ୍କୁ ଏକ ନିର୍ମାଣ କାର୍ଯ୍ୟରେ ମିଶ୍ରା ନିୟୋଜିତ କରିଥିଲେ । କାମ ସାରି ଟଙ୍କା ମାଗିବାରୁ ମିଶ୍ରା ଏବଂ ସାକେତଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ମିଶ୍ରା ନିଜ ଦୁଇ ଭାଇଙ୍କ ସହଯୋଗରେ ସାକେତଙ୍କ ହାତ କାଟିଦେଇଥିଲେ । ଏହି ଘଟଣା ପୋଲିସ ପାଖରେ ପହଁଞ୍ଚିଯିବାରୁ ସମସ୍ତ ଅଭିଯୁକ୍ତ ଫେରାର ହେବାକୁ ଚେଷ୍ଟା କରିଥିଲେ । ମାତ୍ର ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା । ପୋଲିସ ଧାରା ୩୦୭ ଏବଂ ଅନୁସୂଚିତ ଜାତି ଅନ୍ତର୍ଗତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

 

ଟସ୍ ଜିତି ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ; ଦଳକୁ ଫେରିଲେ ଚହଲ

କୋଲକାତା: ଆଜି କୋଲକାତାରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ । ପ୍ରଥମ ଦୁଇଟି ମ୍ୟାଚରେ ବିଜୟଲାଭ କରି ସିରିଜକୁ ନିଜ ନାମରେ କରି ସାରିଛି ଟିମ୍ ଇଣ୍ଡିଆ ।ତେବେ ଆଜିର ମ୍ୟାଚରେ ଜିତି ଏହି ସିରିଜକୁ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଛି ରୋହିତ ବ୍ରିଗେଡ । ଆଜିର ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଛି ଟିମ୍ ଇଣ୍ଡିଆ । ଏହି ସିରିଜରେ ଲଗାତର ଭାବରେ ତିନୋଟି ମ୍ୟାଚରେ ଟସ୍ ମଧ୍ୟ ଜିତିଛନ୍ତି ଅଧିନାୟକ ରୋହିତ ଶର୍ମା ।

ତେବେ ଆଜିର ମ୍ୟାଚେ ଭାରତ ପକ୍ଷରୁ ଦୁଇଟି ପରିବର୍ତ୍ତନ କରାଯାଇଛି । ଉପ ଅଧିନାୟକ କେଏଲ ରାହୁଲ ଓ ଏହି ସିରିଜରେ ଦମଦାର ବୋଲିଂ କରିଥିବା ରବି ଚନ୍ଦ୍ରନ ଅଶ୍ବିନୀଙ୍କୁ ବିଶ୍ରାମ ଦିଆଯାଇଛି । ରାହୁଲଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସ୍ଥାନ ମିଳିଥିବାବେଳେ ଅଶ୍ବିନୀଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି ୟୁଜିବେନ୍ଦ୍ର ଚହଲ । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ କଥା ଯଦି କହିବା ତାହାଲେ ନ୍ୟୁଜିଲାଣ୍ଡ ପକ୍ଷରୁ ଗୋଟିଏ ପରିବର୍ତ୍ତନ କରାଯାଇଛି । ଅଧିନାୟକ ଟିମ୍ ସାଉଦିଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତ ଆଡାମ ମିଲନ୍ । ତେବେ ଆଜିର ମ୍ୟାଚରେ ଭାରତ ଜିତି ଏହି ସିରିଜକୁ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ଦୁଇଟି ମ୍ୟାଚରେ ପରାଜୟ ପରେ ଇଜ୍ଜତ ବଞ୍ଚାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ ।

ଭାରତ: ରୋହିତ ଶର୍ମା(ଅଧିନାୟକ), ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଅକ୍ଷର ପଟେଲ, ଭୁବନେଶ୍ଵର କୁମାର, ଦୀପକ ଚହର, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ।

ନ୍ୟୁଜିଲାଣ୍ଡ: ମାର୍ଟିନ ଗପ୍ଟିଲ, ଡାରିଲ ମିଚେଲ, ମାର୍କ ଚାପମାନ, ଗ୍ଲେନ ଫିଲିପ୍ସ, ଟିମ ସେଫର୍ଟ (ଓ୍ବିକେଟ କିପର), ଜେମ୍ସ ନିଶମ, ମିଚେଲ ସାଣ୍ଟନର୍ (ଅଧିନାୟକ), ଆଡାମ ମିଲନ୍, ଇସ୍ ସୋଢ଼ି, ଲୋକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ

 

ଦିଲ୍ଲୀରେ କେବେ ଖୋଲିବ ସ୍କୁଲ; ଶିକ୍ଷା ବିଭାଗ ଦେଲା ସୂଚନା

ଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ସାଘଂତିକ ହେବାରେ ଲାଗିଛି ବାୟୁ ପ୍ରଦୂଷଣ । ସ୍ଥିତି ଏପରି ହୋଇଛି କି ସାଧାରଣ ଲୋକ ଘରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡୁଛି । ଏପରି ସ୍ଥିତିରେ ଗତ ସପ୍ତାହରେ ସୁପ୍ରିମକୋର୍ଟ ନିଷ୍ପତି କ୍ରମେ ସବୁ ସ୍କୁଲ କଲେଜକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ଏହା ବ୍ୟତୀତ ସବୁ ସରକାର କାର୍ଯ୍ୟାଳୟକୁ ବି ଗୋଟିଏ ସପ୍ତାହ ପାଇଁ ଓ୍ବାର୍କ ଫ୍ରମ ହୋମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏବେ ଶିକ୍ଷା ବିଭାଗ ସ୍କୁଲ କଲେଜ ଖୋଲିବା ପାଇଁ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି ।

ଶିକ୍ଷା ବିଭାଗ ନୋଟିସ ଜାରି କରି କହିଛି କି ସବୁ ସ୍କୁଲକୁ ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏହି ନୋଟିସରେ କୁହାଯାଇଛି କି ସବୁ ସରକାରୀ, ବେସରକାରୀ, ସରକାରୀ ସହାୟତା ପ୍ରାପ୍ତ ଏଆଂ ଦିଲ୍ଲୀରେଥିବା ସବୁ ସ୍କୁଲକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହି ସମୟ ମଧ୍ୟରେ ଅନଲାଇନରେ ପାଠ ପଢ଼ା ଚାଲୁ ରହିବ । ଯେଉଁ ଶ୍ରେଣୀଗୁଡିକର ବୋର୍ଡ ପରୀକ୍ଷା ଚାଲୁଛି ସେହି ସବୁ ପରୀକ୍ଷାର୍ଥୀଙ୍କ ପାଇଁ ସ୍କୁଲ ଖୋଲିପାରିବେ । ଏହି ନିର୍ଦ୍ଦେଶ ସ୍କୁଲର ସବୁ ହେଡଙ୍କୁ ଦିଆଯାଇଛି । ଏହା ପୂର୍ବରୁ କରୋନା ମହାମାରୀ ପାଇଁ ଏକ ବର୍ଷରୁ ଅଧିକ ସମୟ ଧରି ସ୍କୁଲ ସବୁ ବନ୍ଦ ରହିଥିଲା । ତେବେ କରୋନା ପରେ ସ୍କୁଲ ଖେଲିଥିଲା କିନ୍ତୁ ଏବେ ବାୟୁ ପ୍ରଦୂଷଣ ପାଇଁ ପୁଣି ଥରେ ସ୍କୁଲକୁ ଛୁଟି କରିଦିଆଯାଇଛି ।

ଇସ୍ପାତନଗରୀରେ ଶଙ୍ଖନାଦ, ବିଜେଡ଼ିରେ ମିଶିଲେ ଶତାଧିକ କର୍ମୀ

ସୁନ୍ଦରଗଡ଼: ବୀରମିତ୍ରପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀ ଅଧୀନ ପୁରୁଣାପାଣିଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଭିନ୍ନ ଦଳର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବିଜେଡି ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡେଇଙ୍କ ସମେତ ବହୁ ବିଜେଡି ନେତା ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।

ବିଦେଶରେ ବି କରି ହେବ ଆଧାର କାର୍ଡର ବ୍ୟବହାର

ନୂଆଦିଲ୍ଲୀ: ବଢ଼ିବ ଆଧାର କାର୍ଡର ବ୍ୟବହାର । ଏହି କାର୍ଡକୁ ଏକ ଅନ୍ତର୍ଜାତିକ ଡିଜିଟାଲ ପରିଚୟ ମାନକ ବା ଇଣ୍ଟରନ୍ୟାସନାଲ ଡିଜିଟାଲ ଆଇଡେଣ୍ଟିଟି ଷ୍ଟାଣ୍ଡାର୍ଡ ଭାବେ ପରିଣତ କରିବା ଲାଗି ଅଭିଯାନ ଆରମ୍ଭ ହେବ । ପୂର୍ବାପେକ୍ଷା ଅଧିକ କାମରେ ଯେପରି ଆଧାର କାର୍ଡର ଉପଯୋଗ ହୋଇପାରିବ ସେଥିଲାଗି ଭାରତ ଓ ବିଦେଶର ବିଶେଷଜ୍ଞମାନେ କରିବେ ଆଲୋଚନା । ଏକ ଡିଜିଟାଲ ଅର୍ଥନୀତିରେ ଏହି କାର୍ଡକୁ ଅଧିକ ଉନ୍ନତ ଓ ଆଧୁନିକ କରିବା ଲାଗି ପଦକ୍ଷେପ ନିଆଯିବ ।

ଡିଜିଟାଲ ଆଇଡେଣ୍ଟିଟି ଓ ସ୍ମାର୍ଟ ଗଭର୍ଣ୍ଣାନ୍ସ ନୀତିକୁ ଦୃଷ୍ଟିରେ ରଖି ଆଧାର ୨.୦ ଉପରେ ଆସନ୍ତା ୨୩ରୁ ତିନି ଦିନ ଧରି ଏହି କର୍ମଶାଳା ଆୟୋଜିତ ହେବ । ଏଥିରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ,  ୟୁଆଇଡିଏଆଇର ପୂର୍ବତନ ମୁଖ୍ୟ ନନ୍ଦନ ନିଲେକେନି, ଆରଏସ ଶର୍ମା, ଅଜୟ ଭୂଷଣ ପାଣ୍ଡେ, ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରିଷଦ ଅଧ୍ୟକ୍ଷ, ଅର୍ଥ ସଚିବ, ଆଇଟି ସଚିବ ଓ ନିତି ଆୟୋଗ ସିଇଓ ଯୋଗଦେବେ । ଏହା ସହ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା, ଆଇଆଇଟି, ଆଇଆଇଏସସିର କିଛି ବିଶେଷଜ୍ଞ ବି ଯୋଗ ଦେବେ । ଏକ ଡିଜିଟାଲ ଅର୍ଥନୀତି ପରିପ୍ରେକ୍ଷୀରେ ଆଧାର କାର୍ଡକୁ ଅଧିକ ଗୁରୁତ୍ବ ଦିଆଯିବ । ଆଧାର କାର୍ଡକୁ ଭାରତ ବାହାରେ ବ୍ୟବହାର କରିବା ପରି ଏକ ଡିଜିଟାଲ ପରିଚୟ ପତ୍ର ଭାବେ ପ୍ରସ୍ତୁତ କରାଯିବ । ବର୍ତ୍ତମାନ ଆଧାର କାର୍ଡ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଓ ସଶକ୍ତିକରଣର ଏକ ମାଧ୍ୟମ ପାଲଟିଥିବାବେଳେ ଏହାକୁ ବିଶ୍ବସ୍ତରରେ ମାନ୍ୟତା ଲାଗି ପଦକ୍ଷେପ ନିଆଯିବ ।

ତୃତୀୟ ଥର ପାଇଁ ବର ବେଶରେ ନଜର ଆସିବେ ଅମୀର; କୋ-ଷ୍ଟାରଙ୍କୁ କରିବେ ବିବାହ!

ମୁମ୍ବାଇ: ଆସନ୍ତା ବର୍ଷ ପରଦାକୁ ଆସୁଛି ଅମୀର ଖାନଙ୍କର ଫିଲ୍ମ ଲାଲ ସିଂହ ଚଡ୍ଡା । ଅମୀର ଖାନ ତାଙ୍କ ପରବର୍ତ୍ତୀ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ପୋଷ୍ଟର ଶନିବାର ରିଲିଜ୍ ହୋଇଛି । ଏହି ଫିଲ୍ମରେ ଅମୀର ଶିଖ୍ ଭୂମିକାରେ ନଜର ଆସିବେ । ତେବେ ଏହି ମଧ୍ୟରେ ଅମୀର ଖାନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ପୁଣି ଥରେ ବାହା ହେବାକୁ ଯାଉଛନ୍ତି ବଲିଉଡ ସୁପରଷ୍ଟାର ଅମୀର ଖାନ । ତୃତୀୟ ଥର ପାଇଁ ବର ବନିବାକୁ ଯାଉଛନ୍ତି Mr. Perfectionist ।

ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି ଅମୀରଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡା ରିଲିଜ୍ ହେବା ଠିକ ପରେ ହିଁ ଅମୀର ତାଙ୍କ ବିବାହ ନେଇ ଘୋଷଣା କରିପାରନ୍ତି । ଫିଲ୍ମ ଉପରୁ କାହାର ଧ୍ୟାନ ନହଟୁ ଏବଂ ବକ୍ସ ଅଫିସରେ କିଛି ପ୍ରଭାବ ନପଡ଼ୁ ସେଥିପାଇଁ ଅମୀର ତାଙ୍କ ବିବାହକୁ ନେଇ କୌଣସି ଘୋଷଣା କରୁନାହାନ୍ତି । ତେବେ ସୁପରଷ୍ଟାର ଅମୀର ଖାନ କାହାକୁ ବିବାହ କରିବେ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି । ତେବେ ଏହି ଚର୍ଚ୍ଚା ଭିତରେ ଗୋଟିଏ ନାମ ସାମ୍ନାକୁ ଆସୁଛି ସେ ହେଉଛନ୍ତି ଫାତିମା ସନା ଶେଖ ।

ଫାତିମା ସନା ଶେଖଙ୍କ ପାଇଁ ଅମୀର ଓ କରିଣ ରାଓଙ୍କ ଅଲଗା ହୋଇଛନ୍ତି ବୋଲି କହୁଯାଉଛି । ଅମୀର ଖାନ ଓ କରିଣ ରାଓଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେବା ପରେ ତା ପର ଦିନ ହିଁ ସୋସିଆଲ ମିଡିଆରେ ଫାତିମା ସିନା ଶେଖ ଟ୍ରେଣ୍ଡ କରିଥିଲେ । ତେବେ ଏହା ଏକ ଗୁଜବ ବୋଲି କହିଛନ୍ତି ଫାତିମା । ଅମୀର ଖାନ ତାଙ୍କ ଗୁରୁ ବୋଲି କହିଛନ୍ତି ଫାତିମା । ଏହି ଦୁଇଜଣ ପ୍ରଥମେ ଦଙ୍ଗଲ ଏବଂ ପରେ ଠଗ୍ସ ଅଫ ହିନ୍ଦୁସ୍ଥାନରେ କାମ କରିସାରିଛନ୍ତି ।

ଅମୀର ଖାନ ୧୯୮୬ରେ ରୀନା ଦତ୍ତଙ୍କ ସହ ପ୍ରଥମ ବିବାହ କରିଥିଲେ । ୨୦୦୨ ମସିହାରେ ରୀନାଙ୍କ ସହ ଅଲଗା ହେବା ପରେ ୨୦୦୫ରେ କିରଣ ରାଓଙ୍କ ସହ ଦ୍ବିତୀୟ ବିବାହ କରିଥିଲେ । ତେବେ ୨୦୨୧ରେ କିରଣଙ୍କୁ ଛାଡପତ୍ର ଦେବା ପରେ ଏବେ ତୃତୀୟ ବାହାଘର କରିବେ ବୋଲି ଚର୍ଚ୍ଚା ହେଉଛି ।