ପୁଣି ଆରମ୍ଭ ହେଲା ଜଗା ଦର୍ଶନ

ପୁରୀ: ୩ ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହେଲା ଶ୍ରୀଜିଉଙ୍କ ଦର୍ଶନ । ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ନୂଆବର୍ଷରେ ଗହଳି ଆଶଙ୍କାରେ ମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ ରଖିଥିଲା ପ୍ରଶାସନ । ଏଥିପାଇଁ ଡିସେମ୍ବର  ୩୧ ଓ ଜାନୁଆରୀ ୧ତାରିଖ ଶ୍ରୀଜିଉଙ୍କ ଦର୍ଶନ କରିପାରିନଥିଲେ ଶ୍ରଦ୍ଧାଳୁ । ୨ ତାରିଖ ରବିବାର ହୋଇଥିବାରୁ ଶ୍ରୀମନ୍ଦିର ସାନିଟାଇଜ୍ ପାଇଁ ବନ୍ଦ ରହିଥିଲା । ଏହାପରେ ଆଜିଠୁ ପୁଣି ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଗାଇଡଲାଇନ ଅନୁସାରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।

୩ଦିନ ପରେ ଶ୍ରୀମନ୍ଦିର ଖୋଲିଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି । ଏହାସହ ଶରଧାବାଲିରେ ମଧ୍ୟ ସୂର୍ଯ୍ୟୋଦୟ ଓ ସମୁଦ୍ର ଗାଧୁଆର ମଜା ଉଠାଉଛନ୍ତି ପର୍ଯ୍ୟଟକ ।

Leave a Reply