ପାର୍କରେ ଖେଳୁଥିବା ବେଳେ ୯ବର୍ଷ ଶିଶୁପୁତ୍ରକୁ ଉଠାଇ ନେଲେ ଦୁର୍ବୃତ୍ତ

1 min read

ବରଗଡ଼: ବରଗଡ଼ରେ ନାବାଳକଙ୍କୁ ଅପହରଣ ଅଭିଯୋଗ । ବରଗଡ଼ ACC ସିମେଣ୍ଟ କାରଖାନା ସିଏସଆର୍ ହେଡ ଜମିଲ୍ ଅକ୍ତର ଖାଁଙ୍କ ୯ବର୍ଷର ବର୍ଷର ପୁଅକୁ ଅପହରଣ କରାଯାଇଥିବା ଟାଉନ ଥାନାରେ ଅଭିଯୋଗ । ବରଗଡ଼ ଟାଉନ ଥାନାରେ ଏତଲା ଦେଲେ ସିଏସଆର୍ ହେଡ । ୯ ବର୍ଷର ପୁଅ ମହମ୍ମଦ ମୌଜାମ ଆଜି ସନ୍ଧ୍ୟା ସମୟରେ ଘର ପାଖ ପାର୍କରେ ଖେଳୁଥିବା ବେଳେ କିିଛି ଦୁର୍ବୃତ୍ତ ତାକୁ ଉଠାଇ ନେଇଥିବା ଜଣାପଡ଼ିଛି ।
ପରେ ରାସ୍ତାରୁ ଏକ ଚିଠି ପାଇଥିଲେ ପଡୋଶୀ । ଉକ୍ତ ଚିଠିରେ ଛୁଆକୁ ଅପହରଣ କରିଥିବା ସହ ଦଶ ଲକ୍ଷ ଟଙ୍କା ଅପହରଣକାରୀ ମାଗିଥିବା ଲେଖା ଯାଇଛି । ଦୁଇ ତିନି ଦିନ ମଧ୍ୟରେ ଟଙ୍କା ବନ୍ଦୋବସ୍ତ କରି ବରଗଡ଼ ଜିଲ୍ଲାର ଦୁଇଟି ଲୋକାଲ ଚ୍ୟାନେଲର (Bn news khabar ଓ Bargarh Tv)ରେ ଲାଷ୍ଟ ତିନୋଟି ଭିଡିଓରେ ମୋବାଇଲ ନମ୍ୱର କମେଣ୍ଟ କରିବାକୁ ଲେଖିଛନ୍ତି ଅପହରଣକାରୀ । ଯଦି ଏହି ଘଟଣା ବାବଦରେ ନିଜର ସମ୍ପର୍କୀୟ ଓ ପୋଲିସକୁ ଜଣାଇଲେ ନିଜର ଛୁଆକୁ ହରାଇବେ ବୋଲି ମଧ୍ୟ ଲେଖା ଯାଇଛି ।
ଘଟଣାସ୍ଥଳକୁ ବରଗଡ଼ ଏସପି ଓ ବରଗଡ଼ ବିଧାୟକ ପହଞ୍ଚି ଜମିଲଙ୍କ ପରିବାରଙ୍କ ସହ ଆଲୋଚନା କରୁଛନ୍ତି । ତେବେ ଏନେଇ ବରଗଡ଼ ଏସ. ପି ରାହୁଲ ଅଧିକ ତଦନ୍ତ ଚଲାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ କରୋନା ଟିକା

Leave a Reply