spot_img
Home Blog Page 4887

କନ୍ଧମାଳରେ ନବୀନ ବାଣ୍ଟିଲେ BSKY, ଉପକୃତ ହେବେ ୧ ଲକ୍ଷ ୬୭ ହଜାର ହିତାଧିକାରୀ

ଫୁଲବାଣୀ: କନ୍ଧମାଳ ଲେଖିଲା ବିକାଶ ନୂଆ କାହାଣୀ । ସ୍ମାର୍ଟ ସ୍ବାସ୍ଥ୍ୟସେବାରେ ଯୋଡ଼ି ହୋଇଛି କନ୍ଧମାଳ ଜିଲ୍ଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫୁଲବାଣୀ ଗସ୍ତ କରିବା ସହ କନ୍ଧମାଳ ଜିଲ୍ଲାରେ BSKY ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀ BSKY ସ୍ମାର୍ଟକାର୍ଡରେ ଯୋଡ଼ି ହୋଇଛନ୍ତି ।

ଏଥିସହ ଜିଲ୍ଲାର ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ମିନି ଷ୍ଟାଡିୟମରେ ପହଞ୍ଚିବା ସହ ହିତାଧିକାରୀଙ୍କୁ ପ୍ରଦାନ କରିଥିଲେ BSKY ସ୍ମାର୍ଟକାର୍ଡ । ପରେ ପରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ  । ଯଦ୍ୱାରା ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ଉପାନ୍ତରୁ ବିକାଶର ଦ୍ୱାର ଦେଶରେ ପହଁଚିବ  ।

ସେହିପରି ମୁଖ୍ୟମନ୍ତ୍ରୀ ଉଦବୋଧନ ପ୍ରଦାନ କରିଥିଲେ  । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଭଳି ଏକ ଜନମଙ୍ଗଳକାରୀ କାର୍ଡକୁ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କରିଥିବା ଯୋଜନାର ସଫଳ ରୂପାୟନ ବିଷୟରେ ବାର୍ତ୍ତା ରଖିଥିଲେ ମୁଖ୍ୟମନ୍ତ୍ରୀ  । କନ୍ଧମାଳ ଜିଲ୍ଲା ଆଗାମୀ ଦିନରେ ଏକ ପ୍ରଗତିଶୀଳ ଜିଲ୍ଲାରେ ପରିଣତ ହେବ  । ସାଧାରଣ ଲୋକଙ୍କ ଜୀବନଯାପନ ପକ୍ରିୟାରେ ପରିବର୍ତ୍ତନ ହୋଇଛି  । କନ୍ଧମାଳ ହଳଦୀ ସମଗ୍ର ବିଶ୍ୱରେ ପରିଚୟକୁ ପ୍ରତିପାଦିତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ  ।

ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକୀରୀ ସଭିଏଁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡରେ ଚିକିତ୍ସା ହୋଇପାରିବେ  । ସାଧାରଣ ଗରିବୀ ଲୋକଟିଏ ଯେପରି ଉନ୍ନତ ଚିକିତ୍ସା ପାଇ ପାରିବ, ତାହା ହିଁ ସରକାରର ମୁଖ୍ୟ ଲକ୍ଷ୍ୟ  । ସ୍ୱାସ୍ଥ୍ୟ ପାଇଁ ଜମି, ଅଳଙ୍କାର ଆଦି ବିକ୍ରୟ କରିବାକୁ ପଡ଼ୁଥିଲା  । ତାହା ମୁଖ୍ୟମନ୍ତ୍ରୀଙ୍କୁ ବ୍ୟଥିତ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ  । ଯେଉଁଥିପାଇଁ ଏଭଳି ଏକ ଅଭିନବ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସରକାର ପହଁଚାଇଥିବା  ମୁଖ୍ୟମନ୍ତ୍ରୀ କହିଛନ୍ତି  ।

ମଞ୍ଚରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଉପସ୍ଥିତ ରହିବା ସହ ସାଧାରଣ ଲୋକଙ୍କୁ ଉଦବୋଧନ ପ୍ରଦାନ କରିଥିଲେ । ସେପଟେ ସ୍ଥାନୀୟ ବିଧାୟକ ତଥା ଫୁଲବାଣୀ ବିଧାୟକ ଅଙ୍ଗଦ କଅଁର ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଧ୍ୟ ସଭାରେ ଉପସ୍ଥିତ ରହିଛନ୍ତି  ।  ସୁରକ୍ଷାକୁ ନଜରରେ ରଖି ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବାଲାକୋଟ ହିରୋଙ୍କୁ ବୀର ଚକ୍ର । ବାୟୁସନୋ ୱିଙ୍ଗ କମାଣ୍ଡର ଅଭିନନ୍ଦନ ୱର୍ଥମାନଙ୍କୁ ‘ବୀର ଚକ୍ର’ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଛି ଜାତୀୟ ସାହସିକତା ପୁରସ୍କାର ପ୍ରଦାନ ସମାରୋହ । ବିଭିନ୍ନ ପରିସ୍ଥିତିରେ ସାହସିକତାର ସହ ମୁକାବିଲା କରିଥିବା ଭାରତୀୟଙ୍କୁ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ସମାରୋହରେ ଓଡ଼ିଆ ବାୟୁସନୋ ଅଧିକାରୀ ସମ୍ମାନିତ ହୋଇଛନ୍ତି । ବାୟୁସେନାର ଭାଇସ୍ ମାର୍ସାଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଅତି ବିଶିଷ୍ଟ ସେବା ମଡେଲରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ବୀରଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ଅଭିନନ୍ଦନ ର୍ବଦ୍ଧମାନ ୨୦୧୯ରେ ପାକିସ୍ତାନର ଯୁଦ୍ଧବିମାନ F-16 କୁ ନଷ୍ଟ କରିଥିଲେ । ମିଗ୍-୨୧ରେ ପାକିସ୍ତାନର F-16 ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଇଥିଲେ । ଏହାପରେ ସେ ପିଓକେରେ ପହଞ୍ଚି ଯାଇଥିବାରୁ ପାକିସ୍ତାନୀ ସନୋ ତାଙ୍କୁ ଗିରଫ କରିନେଇଥିଲା ।

ପ୍ରାୟ ୬୦ ଘଣ୍ଟା ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡ଼ିଥିଲା । ଅଭିନନ୍ଦନଙ୍କ ଧୈର୍ଯ୍ୟ, ସାହସ, ପରାକ୍ରମ ଓ ଦେଶଭକ୍ତିକୁ ପୁରା ଦେଶ ସାଲ୍ୟୁଟ କରୁଥିବା ବଳେେ ତାଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ଏୟାର ମାର୍ସଲ ହରଜିତ ସିଂ ଆରୋଡାଙ୍କୁ ଅତି ବିଶିଷ୍ଟ ସେବା ସମ୍ମାନରେ ସମ୍ମାନିତ କରାଯାଇଛି । ପାକିସ୍ତାନ ବାୟୁସନୋର ବିମାନ ଆକ୍ରମଣକୁ ରୋକିବାରେ ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନଙ୍କ ୟୁନିଟ୍ 51 ସ୍କ୍ୱାର୍ଡନକୁ ମଧ୍ୟ ସମ୍ମାନିତ କରାଯାଇଛି ।

ଅଟକିଲେନି ଯୁବକ, ଦେଖୁ ଦେଖୁ ମାଡ଼ିଗଲା ଟ୍ରେନ

ବାଲେଶ୍ୱର: ମୃତ୍ୟୁର ଲାଇଭ୍ ଦୃଶ୍ୟ । ଯାହା ଆପଣଙ୍କ ଛାତି ଥରାଇଦେବ । ଟ୍ରେନ୍ ଆଗରେ ଛିଡା ହେଉଛନ୍ତି ଜଣେ ଯୁବକ । ଦେଖୁ ଦେଖୁ ଟ୍ରେନ୍ ମାଡି ଆସୁଛି । ମାତ୍ର କିଛି ସମୟ ମଧ୍ୟରେ ଟ୍ରେନଟି ଯୁବକଙ୍କୁ ମାଡି ଚାଲିଯାଉଛି । ଯୁବକଙ୍କୁ ପାଖରେ ଥିବା ଲୋକ ଅଟକାଇବା ପାଇଁ ଉଦ୍ୟମ କରୁଥିଲେ ମଧ୍ୟ ବିଫଳ ହେଉଛନ୍ତି । ଆତ୍ମହତ୍ୟାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି ।

ଏପରି ହୃଦୟ ଵିଦାରକ ଦୃଶ୍ୟ ଦେଖି ଵାକୁ ମିଳିଛି ହାଇଦ୍ରାବାଦ ରେଳ ଷ୍ଟେସନରେ । ଆତ୍ମହତ୍ୟା କରିଥିବା ଯୁଵକ ହେଉଛନ୍ତି ଵାଲେଶ୍ୱର ଜିଲ୍ଲା ଖଇରା ଥାନା ବଟେଶ୍ୱର ଗ୍ରାମର ଅନିରୁଦ୍ଧ ଵେହେରାଙ୍କ ବଡ଼ ପୁଅ ଵୁଲୁ । ବୁଲୁଙ୍କ ଦାଦା ହାଇଦ୍ରାବାଦରେ ଦୋକାନ କରୁଥିବାବେଳେ ସେ ୩ ଦିନ ପୂର୍ବରୁ ସେଠାକୁ ବୁଲିବାକୁ ଯାଇଥିଲେ । ଗତକାଲି ଅପରାହ୍ନରେ ଏପରି ଘଟଣା ଘଟିଛି । ଖବରପାଇ ବାପା ଓ ମା ହାଇଦ୍ରାବାଦ ଯାଇଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି  ।

ଧର୍ମପତ୍ନୀଙ୍କୁ ଅବିକଳ ତାଜମହଲ ପରି ଦିଶୁଥିବା ଘର ଉପହାର ଦେଲେ ମଧ୍ୟପ୍ରଦେଶର ବ୍ୟକ୍ତି

0

ଭୋପାଳ: ମଧ୍ୟ ପ୍ରଦେଶର ବୁରହାନପୁରର ଜଣେ ବ୍ୟକ୍ତି ନିଜ ଧର୍ମପତ୍ନୀଙ୍କ ପାଇଁ ଅବିକଳ ତାଜମହଲ ପରି ବିଳାସପୂର୍ଣ୍ଣ ଘର ତିଆରି କରି ଉପହାର ଦେଇଛନ୍ତି । ଏହା ଅସଲ ତାଜମହଲ ପରି ଦେଖାଯାଉଥିବା ୪ ଶୟନକକ୍ଷ ବିଶିଷ୍ଟ ଏକ ଘର ଅଟେ । ଏହି ଘରେ ୪ଟି ବେଡରୁମ, ଗୋଟିଏ ରୋଷେଇ ଘର, ଗୋଟିଏ ଲାଇବ୍ରେରୀ ଏବଂ ଗୋଟିଏ ମେଡିଟେସନ ରୁମ ରହିଛି । ଘରଟିକୁ ପ୍ରସ୍ତୁତ କରିବା ପାଇଁ ବ୍ୟକ୍ତି ଜଣଙ୍କୁ ପ୍ରାୟ ୩ ବର୍ଷ ଲାଗିଥିଲା । ଘରର ଫ୍ଲୋରିଂ ରାଜସ୍ଥାନର ମକରାନା ଏବଂ ଫର୍ଣ୍ଣିଚର ମୁମ୍ବାଇର କାରିଗରଙ୍କ ଦ୍ୱାରା ନିର୍ମାଣ କରାଯାଇଛି । କେବଳ ସେତିକି ନୁହେଁ, ଘର ଭିତରେ ଏବଂ ବାହାରେ ଏମିତି ଟାଇଲ ଲଗାଯାଇଛି ଯେ, ତାହା ରାତିରେ ମଧ୍ୟ ଅସଲି ତାଜମହଲ ପରି ଚମକି ଉଠିବ  ।

ବୁରହାନପୁରରେ ହୋଇଥିଲା ମୁମତାଜଙ୍କ ମୃତ୍ୟୁ

ବୁର୍‌ହାନ୍‌ପୁରର ବାସିନ୍ଦା ଆନନ୍ଦ ଚୋକ୍‌ସେଙ୍କୁ ଗୋଟିଏ କଥା ଖୁବ୍‌ ବିସ୍ମିତ କରେ। ତାହା ହେଲା, ମୋଗଲ ସମ୍ରାଟ ଶାହ ଜାହାନ୍‌ଙ୍କ ପତ୍ନୀ ମମ୍‌ତାଜ୍‌ଙ୍କୀ ବୁର୍‌ହାନ୍‌ପୁର ନଗରୀରେ ମୃତ୍ୟୁ ହୋଇଥିଲେ ବି ଏଠାରେ କାହିଁକି ତାଜ୍‌ମହଲ ନିର୍ମାଣ କରାଗଲା ନାହିଁ? ଶୁଣାଯାଏ, ତାପ୍ତି ନଦୀ କୂଳରେ ତାଜ୍‌ମହଲ ନିର୍ମାଣ କରାଯିବାର ଥିଲା କିନ୍ତୁ, ପରେ ତାହା ଆଗ୍ରାରେ ନିର୍ମାଣ କରାଗଲା।

ସେ ଯାହାହେଉ ନା କାହିଁକି, ଅବିକଳ ତାଜ୍‌ମହଲ ପରି ଦିଶୁଥିବା ଆନନ୍ଦଙ୍କ ଏହି ୪ଟି ଶୟନକକ୍ଷ ଥିବା ଘର ନିର୍ମାଣ ପାଇଁ ୩ ବର୍ଷ ଲାଗିଛି। ଏହି ଘର ନିର୍ମାଣ କରିଥିବା ଇଞ୍ଜିନିୟର୍‌ କହନ୍ତି ଯେ, ଏଥିପାଇଁ ତାଙ୍କୁ ଅନେକ ଚଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିପାଇଁ ପ୍ରଥମେ ସେ ଅସଲ ତାଜ୍‌ମହଲକୁ ତନ୍ନତନ୍ନ କରି ଅଧ୍ୟୟନ କରିଥିଲେ। ଘରର ଅଭ୍ୟନ୍ତର ନିର୍ମାଣ ପାଇଁ ସେ ପଶ୍ଚିମବଙ୍ଗ ଏବଂ ଇନ୍ଦୋରର ଚିତ୍ରକରମାନଙ୍କ ସହଯୋଗ ଲୋଡ଼ିଥିଲେ ।

ଉକ୍ତ ଘରର ଗମ୍ବୁଜର ଉଚ୍ଚତା ୨୯ ଫୁଟ୍‌ । ଘରର ଚାରିପଟେ ତାଜମହଲରେ ଥିବା ବୁରୁଜ ବା ମୀନାର (ଟାୱାର୍‌) ବୁରୁଜ ଅଛି। ଘରର ଚଟାଣ ତିଆରି ହୋଇଛି ରାଜସ୍ଥାନର ମକରାନାରେ ମିଳୁଥିବା ଶଙ୍ଖମର୍ମ୍ମର (ମାର୍ବଲ୍‌) ପଥରରେ। ଘରେ ଥିବା ଆସବାବ୍‌ପତ୍ର ପ୍ରସ୍ତୁତ କରିଛନ୍ତି ମୁମ୍ବାଇର କାରିଗରମାନେ। ଘର ଭିତରେ ଅଛି ଗୋଟାଏ ବଡ଼ ହଲ୍‌, ତଳେ ୨ଟି ଓ ଉପରେ ୨ଟି ଶୟନକକ୍ଷ, ଗୋଟିଏ ପାଠାଗାର ଏବଂ ଗୋଟିଏ ଧ୍ୟାନ କକ୍ଷ। କେବଳ ଏତିକି ନୁହେଁ, ଘର ଭିତର ଏବଂ ବାହାରର ଆଲୋକ ବ୍ୟବସ୍ଥା ଏମିତି କରାଯାଇଛି ଯେ, ତାହା ଅନ୍ଧାରରେ ପ୍ରକୃତ ତାଜ୍‌ମହଲ ପରି ଝଟକୁଛି ।

ଉତ୍ତର ପ୍ରଦେଶରେ ଗର୍ଜିବେ ଚାଷୀ, ଲକ୍ଷ୍ନୌରେ କରିବେ ମହାପଞ୍ଚାୟତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଗର୍ଜିବେ କୃଷକ । ଲକ୍ଷ୍ନୌରେ ଚାଷୀଙ୍କ ହେବ ମହାପଞ୍ଚାୟତ । ଏହି ମହାପଞ୍ଚାୟରେ ସାମିଲ ହେବେ ଚାଷୀ ନେତାଙ୍କ ସହ ହଜାର ହଜାର ଅନ୍ନଦାତା । ଏ ନେଇ ଲକ୍ଷ୍ନୌ ଚଲୋ ନାରା ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଲଖିମପୁର ଖେରୀ ଚାଷୀ ମୃତ୍ୟୁ ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରିଛନ୍ତି ଚାଷୀ ସଙ୍ଗଠନ ।

ଅଜୟ ମିଶ୍ରା ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୃତ ଚାଷୀଙ୍କୁ ଉଚିତ ନ୍ୟାୟ ମିଳିପାରିବ । ଏଥି ସହ କେନ୍ଦ୍ର ସରକାର ସମସ୍ତ ଦାବି ମାନିନେବା ପାଇଁ ଅପିଲ୍ କରାଯାଇଛି । ତିନି କୃଷି ଆଇନ୍ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ହେଲେ ଅନ୍ୟ ଦାବି ଯେ ପର୍ଯ୍ୟନ୍ତ ସରକାର ମାନି ନାହାଁନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଙ୍ଗଠନ ସଫା ସଫା ଶୁଣାଇ ଦେଇଛନ୍ତି ।

ଗୁରୁ ନାନକ ଦେବଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧନ କରିବା ସହ ଚାଷୀ ଆଇନ ହଟାଇବା ନେଇ ଘୋଷଣା କରିଛନ୍ତି  । ଆନ୍ଦୋଳନରତ ଚାଷୀଙ୍କୁ ଆନ୍ଦୋଳନରୁ ଓହରିଯିବା ନେଇ ଘୋଷଣା କରିଥିଲେ  । ପୁଣି ଥରେ ଚାଷୀ ଭାଇମାନେ ରାସ୍ତାରୁ ହଟି କ୍ଷେତକୁ ଯିବା ପାଇଁ ଅନୁରୋଧ କରିଥିଲେ  ।

ସମୀର ୱାଙ୍ଖଡେଙ୍କ ନିକାହ ବେଳର ଫଟୋ ସେୟାର କଲେ ନୱାବ ମଲ୍ଲୀକ, ଲେଖିଲେ ‘ୟେ ତୁନେ କ୍ୟା କିୟା’

0

ମୁମ୍ବାଇ: ସମୀର ୱାଙ୍ଖଡ଼େ ଓ ନୱାବ ମଲ୍ଲୀକଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ନିକଟରେ ୱାଙ୍ଖଡ଼େ ତାଙ୍କ ଜନ୍ମପ୍ରମାଣ ପତ୍ର ଦେଇ ତାଙ୍କୁ ଦାଉଦ ନଡାକିବାକୁ କହିଥିବା ବେଳେ କିନ୍ତୁ ନୱାବ ମଲ୍ଲୀକ କିନ୍ତୁ ତାଙ୍କୁ ପୁଣିଥରେ ଦାଉଦ୍ ବୋଲି ସମ୍ବୋଧନ କରିଛନ୍ତି। ନିଜ ଟ୍ୱିଟରରେ ନୱାବ ରବିବାର ରାତିରେ ଏକ ଫୋଟ ଶେୟାର କରିଛନ୍ତି ଯେଉଁଥିରେ ସମୀର ୱାଙ୍ଖଡ଼େ ଜଣେ କାଜୀଙ୍କ ପାଖରେ ନିକାହ (ବିବାହ) କବୁଲ କରୁଥିବାର ସେ ଦର୍ଶାଇଛନ୍ତି ।

ଏହି ଫଟୋ ଶେୟାର କରିବ ସହିତ ନୱାବ୍ ଲେଖିଛନ୍ତି “କୁବୁଲ୍ ହେ କୁବୁଲ ହେ, କୁବୁଲ ହେ,ଏ କ’ଣ କଲୁ ତୁ ?”

ଏନ୍‌ସିପି ନେତା ଆରମ୍ଭରୁ ସମୀରଙ୍କ ଉପରେ ଜାତିଗତ ପ୍ରମାଣପତ୍ର ହେର୍‌ଫେର୍ ନେଇ ଅଭିଯୋଗ କରିଆସୁଛନ୍ତି। ସିଭିଲ୍ ସର୍ଭିସ୍‌ ଚାକିରି ପାଇଁ ସେ ଜନ୍ମଗତ ପ୍ରମାଣ ପତ୍ରରେ ନିଜର ଏସ୍‌ଟି ବୋଲି ଦର୍ଶାଇ ଏଥିପାଇଁ ଥିବା ସଂରକ୍ଷଣର ଫାଇଦା ଉଠାଇଛନ୍ତି। ଅନ୍ୟପଟେ ୱାଙ୍ଖଡ଼େଙ୍କ ପରିବାର ଏହି ଅଭିଯୋଗ ଖଣ୍ଡନ କରିବା ସହିତ ନୱାବ ମିଛ ଅଭିଯୋଗ ଲଗାଇଛନ୍ତି ବୋଲି କହିଛନ୍ତି।

ଶନିବାର ନୱାବ ମଲ୍ଲିକଙ୍କ ଝିଅ ନିଲୋଫର ମଲ୍ଲିକ ଖାନ ସୋସିଆଲ୍‌ ମିଡିଆରେ ସମୀରଙ୍କ ବାହାଘର କାର୍ଡ ପୋଷ୍ଟ କରିଥିଲେ। ଏଥିରେ ସେ ଶବାନା କୁରେସୀଙ୍କୁ ବିବାହ କରିଥିବା ଦର୍ଶାଯାଇଥିଲା। ଏହି ବାହାଘର କାର୍ଡରେ ବରର ନାଁ ସମୀର ଲେଖା ହୋଇଥିଲା। ବାପାମାଙ୍କ ନାଁ ଶ୍ରୀଯୁକ୍ତ ଦାଉଦ୍ ଏବଂ ଶ୍ରମତୀ ଜହୀଦା ୱାଙ୍କଡ଼େ ଲେଖାଥିଲା। ପୂର୍ବରୁ ନୱାବ ମଧ୍ୟ ସମୀରଙ୍କ ବାପାଙ୍କ ନାଁ ଦାଉଦ୍ ବୋଲି ଦାବି କରିଥିବା ବେଳେ ନିଜ ସମୀର ଓ ତାଙ୍କ ପରିବାର ତାଙ୍କ ନାଁ ଧ୍ୟାନଦେବ ୱାଙ୍ଖଡ଼େ  ବୋଲି କହୁଛନ୍ତି।

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତା ଆଦିତ୍ୟ ସିଲ୍ ଏବଂ ଅନୁଷ୍କା ରଂଜନ

ମୁମ୍ବାଇ: ଏବେ ସାରା ଦେଶରେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ଏଭଳି ପରିସ୍ଥିତିରେ ବଲିଉଡ ବି ବାଦ୍‌ ପଡ଼ିନି। ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ପରେ ବର୍ତ୍ତମାନ ଅନୁଷ୍କା ରଂଜନ ଏବଂ ଆଦିତ୍ୟ ସିଲ୍ ମଧ୍ୟ ବିବାହ ବନ୍ଧନରେ ବାନ୍ଦି ହୋଇଛନ୍ତି । ଆଦିତ୍ୟ ଏବଂ ଅନୁଷ୍କାଙ୍କ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ତୀବ୍ରଗତିରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଅନୁଷ୍କା ଏକ ପେଷ୍ଟଲ ବାଇଗଣୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଆଦିତ୍ୟଙ୍କୁ କ୍ରିମ ରଙ୍ଗର ଶେରୱାନି ପିନ୍ଧିଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଆଦିତ୍ୟ ଅନୁଷ୍କାଙ୍କ ହାତ ଧରିଥିବାର ନଜର ଆସିଥିଲେ। ଏହି ସମୟରେ, ଅନ୍ୟ ଏକ ଭିଡିଓରେ ଆଦିତ୍ୟ ତାଙ୍କ ବରଯାତ୍ରୀରେ ନାଚୁଥିବା ଦେଖିବାକୁ ମିଳିଥିଲା ​​।

ଅନୁଷ୍କା ରଂଜନ ଏବଂ ଆଦିତ୍ୟ ସିଲଙ୍କ ଏହି ବିଶେଷ ଉତ୍ସବରେ ବହୁ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ । ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ତାଙ୍କର ବନ୍ଧୁ ଅନୁଷ୍କାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଏହି ସମୟରେ, ଆଲିଆ ହଳଦିଆ ରେଶମ ସାରିରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଆଥିଆ ଶେଟ୍ଟି ଗୋଲାପୀ ରଙ୍ଗର ଲେହେଙ୍ଗାରେ ନଜର ଆସିଥିଲେ।

ପଠାନକୋଟରେ ଗ୍ରେନେଡ ମାଡ଼, ବାଇକରେ ଆସି ଫିଙ୍ଗିଲେ ୨ ବ୍ୟକ୍ତି

ଅମୃତସର: ପଞ୍ଜାବର ପଠାନକୋଟରେ ଗ୍ରେନେଡ ହମଲା । ପଠାନକୋଟର ଆର୍ମି କ୍ୟାମ୍ପର ମୁଖ୍ୟ ଗେଟ୍ ଉପରେ ଗ୍ରେନେଡ ମାଡ କରାଯାଇଛି । ଦୁଇ ଜଣ ବ୍ୟକ୍ତି ଗୋଟିଏ ବାଇକରେ ଆସି ଗ୍ରେନେଡ ମାଡ କରିଥିବା ଜଣାପଡିଛି । ସିସିଟିଭି ଆଧାରରେ ଛାନଭିନ୍ ଆରମ୍ଭ କରିଛି ପୋଲିସ । ହମଲାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ପଠାନକୋଟ ହେଉଛି ଏକ ସମ୍ବେଦନଶୀଳ ସ୍ଥାନ । ଯେଉଁଠି ବାୟୁସେନା ଷ୍ଟେସନ, ସେନାର ଗୋଳା ବାରୁଦ ଡିପୋ ରହିଛି । ୨୦୧୬ରେ ବାୟୁସେନା ଷ୍ଟେସନ ଉପରେ ଆତଙ୍କବାଦୀ ମହଲା ହୋଇଥିଲା । ଏଥିରେ ୫ ଜଣ ଆତଙ୍କୀ ନିହତ ହୋଇଥିବାବେଳେ ୮ ଜଣ ଯବାନ ସହିଦ ହୋଇଥିଲେ  ।

ଶେଷ ଟି-୨୦ରେ ଧରାଶାୟୀ ନ୍ୟୁଜିଲାଣ୍ଡ, କୋହଲିଙ୍କୁ ପଛରେ ପକାଇ ଇତିହାସ ସୃଷ୍ଟି କଲେ ରୋହିତ ଶର୍ମା

0

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍‌କୁ  କ୍ଲିନ୍‌ ସୁଇପ କରିଛି ଭାରତ । ତିନୋଟି ଯାକ ମ୍ୟାଚ୍‌ରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ୩-୦ରେ ବିଜୟ ହାସଲ କରିଛି । ନୂଆ କୋଚ୍ ରାହୁଲ ଦ୍ରାବିଡ ଏବଂ ନୂଆ ଟି-୨୦ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ ବଳରେ  ଭାରତ ତୃତୀୟ ଟି-୨୦ ଅନ୍ତର୍ଜାତୀୟରେ ନ୍ୟୁଜିଲାଣ୍ଡକୁ ୭୩ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୩-୦ରେ କ୍ଲିନ୍ ସୁଇପ୍ କରିଛି। ନିୟମିତ ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ଏହା ପ୍ରଥମ ସିରିଜ୍ ବିଜୟ । କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ ମଧ୍ୟ ଏହା ଏକ ଭଲ ଆରମ୍ଭ । 

ତେବେ ଭାରତୀୟ ଟି-୨୦ ଦଳର ଅଧିନାୟକ ରୋହିତ ଶର୍ମା କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି। ସେ ଟି-୨୦ ଅନ୍ତର୍ଜାତୀୟରେ ସବୁଠୁ ଅଧିକ ଥର ୫୦ରୁ ଅଧିକ ରନ କରିଛନ୍ତି। ସେ ୧୧୯ତମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ସଫଳତା ହାସଲ କରିଛନ୍ତି। ରୋହିତ ଶର୍ମା ୨୮ ବଲ୍‌ରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ଛକା ଟି-୨୦ ଅନ୍ତର୍ଜାତୀୟରେ ୨୬ତମ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି ।

ଏହା ପୂର୍ବରୁ ଏହି ରେକର୍ଡ ଯୁଗ୍ମ ଭାବେ ବିରାଟ କୋହଲି ଏବଂ ତାଙ୍କ ନାମରେ ହିଁ ଥିଲା । ହେଲେ ଏହି ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ ଖେଳି ରୋହିତ ବିରାଟ କେହାଲିଙ୍କୁ ପଛରେ ପକାଇଛନ୍ତି। ଏହି ତାଲିକାରେ ତୃତୀୟରେ ଅଛନ୍ତି ପାକିସ୍ତାନର ଅଧିନାୟକ ବାବର ଆଜମ। ସେ ୨୫ ଟି-୨୦ ଅନ୍ତର୍ଜାତୀୟ ଅର୍ଦ୍ଧଶତକ  ହାସଲ କରିଛନ୍ତି। ଡେଭିଡ୍ ଓ୍ଵାର୍ଣ୍ଣର ୨୨ ଥର ୫୦ରୁ ଅଧିକ ରନ କରିଛନ୍ତି। ଆଜି ଖେଳାଯାଇଥିବା ମ୍ୟାଚ୍‌ରେ ରୋହିତ ଶର୍ମା ୩୧ ବଲ୍‌ରୁ ୫ ଚୌକା ଓ ୩ ଛକା ସହ ୫୬ ରନର ଇନିଂସ ଖେଳିଥିଲେ।

କେବଳ ଏହି ଗୋଟିଏ ରେକର୍ଡ ନୁହେଁ ରୋହିତ ଶର୍ମା ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି । ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ରୋହିତ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ଏହି ତାଲିକାରେ ପ୍ରଥମରେ ରହିଛନ୍ତି ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ୍।

ରୋହିତ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ୧୧୯ଟି ମ୍ୟାଚ୍ ଖେଳି ୧୫୦ଟି ଛକା ମାରିଛନ୍ତି।  ଇଡେନ୍‌ଗାର୍ଡେନ୍‌ରେ ଚାଲିଥିବା ମ୍ୟାଚ୍‌ରେ ରୋହିତ ଲକି ଫର୍ଗ୍ୟୁସନଙ୍କ ବଲ୍‌ରେ ସ୍କୋୟାର ଲେଗ୍‌କୁ ଛକା ମାରି ଏହି ରେକର୍ଡ କରିଛନ୍ତି। ତେବେ ତାଲିକାରେ ଶୀର୍ଷରେ ଥିବା ଗପ୍ଟିଲ୍‌ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ରୋହିତଙ୍କ ଠାରୁ ଅଧିକ ୧୧ଟି ଛକ୍କା ମାରିଛନ୍ତି । ସେ ୧୧୨ ମ୍ୟାଚ୍ ଖେଳି ୧୬୧ଟି ଛକା ମାରିଛନ୍ତି ।

ଶ୍ରୀକ୍ଷେତ୍ରରେ ତ୍ରି ଦିନାତ୍ମକ ଯଜ୍ଞ ପୂଜାଵିଧି, ଯଜ୍ଞର ସଫଳତା ପାଇଁ ପ୍ରସ୍ତୁତ ପ୍ରଶାସନ

ପୁରୀ: ଶ୍ରୀକ୍ଷେତ୍ରରେ ଭବ୍ୟ ଆୟୋଜନ । ଆଜିଠୁ ତ୍ରି ଦିନାତ୍ମକ ଯଜ୍ଞ ପୂଜାଵିଧି ପରମ୍ପରା ଅନୁଯାଇ ଅନୁଷ୍ଠିତ ହେବ । ବ୍ରାହ୍ମଣଙ୍କ ଦ୍ବାରା ଯଜ୍ଞ ପୂଜା ଆରମ୍ଭ ହେବ । ତ୍ରି ଦିନାମତ୍କ ସ୍ବତନ୍ତ୍ର ଯଜ୍ଞ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅନୁଷ୍ଠିତ ହେବା ନେଇ ଗଜପତି ମହାରାଜ ଗୁଆ ଟେକିଛନ୍ତି । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଯଜ୍ଞ ମଣ୍ଡପ । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯଜ୍ଞର ସଫଳତା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଆସନ୍ତା ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ ହେବ। ଶ୍ରୀନହରରେ ଏନେଇ ଏକ ସ୍ବତନ୍ତ୍ର ପୂଜା କରାଯାଇଥିବା ବେଳେ ଗଜପତି ବ୍ରହ୍ମଣମାନଙ୍କୁ ବରଣ କରି ଅଧିବାସ ନୀତି ସମାପନ କରିଛନ୍ତି । ଯଜ୍ଞସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୂର୍ଣାହୁତି ଦିନ ପ୍ରକଳ୍ପ ଶିଳାନ୍ୟାସରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।