ବଲିଉଡରେ କାମ କରିବାକୁ ଏଭଳି ସର୍ତ୍ତ ରଖିଲେ ଅଲ୍ଲୁ ଅର୍ଜୁନ୍

ହାଇଦ୍ରାବାଦ : ନିକଟରେ ଅଲ୍ଲୁ ଅର୍ଜୁନଙ୍କ ଦମଦାର ସୁପରହିଟ୍ ଚଳଚ୍ଚିତ୍ର ‘ପୁଷ୍ପା’ ରିଲିଜ୍ ହୋଇଥିବା ବେଳେ ବକ୍ସ ଅଫିସରେ ଏହା ୩୦୦ କୋଟିର ଆୟ କରିସାରିଛି । କେବଳ ଏତିକି ନୁହେଁ ଏହାର ହିନ୍ଦୀ ଭର୍ସନ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିବା ବେଳେ ଖୁବ୍ ଶୀଘ୍ର ୭୫ କୋଟିର ଆୟ ଉପାର୍ଜନ କରିବ ବୋଲି ଅନୁମାନ କରାଯାଉଛି ।

କେବଳ ସାଉଥ୍ ନୁହେଁ ସାରା ବିଶ୍ୱରେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକ ରହିଛନ୍ତି । ଏବେ ଯାଏଁ ସେ ଏକାଧିକ ଚଳଚ୍ଚିତ୍ର କରିସାରିଥିବା ବେଳେ ତାଙ୍କ ଅଭିନିତ ଚଳଚ୍ଚିତ୍ର ଭିନ୍ନ ଭିନ୍ନ ଭାଷାରେ ରିଲିଜ୍ ହୋଇସାରିଛି । ଏବେ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଥିବା ‘ପୁଷ୍ପା’ ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବା ସହ ବଲିଉଡରେ ଏହାର ପ୍ରଶଂସା ବଢ଼ିଚାଲିଛି । ଅଲ୍ଲୁ ଜଣେ ପ୍ରସିଦ୍ଧିଲାଭ କଳାକାର ହୋଇଥିବାରୁ ତାଙ୍କୁ ହିନ୍ଦୀ ଚଳଚ୍ଚିତ୍ର ପାଇଁ ମଧ୍ୟ ଅନେକ ସୁଯୋଗ ଆସୁଛି । ବଲିଉଡରୁ ଆସିଥିବା ଚଳଚ୍ଚିତ୍ର ଅଫର୍ ଏତେ ଖାସ୍ ନଥିବାରୁ ସେ ଅଭିନୟ କରିବାକୁ ଇଚ୍ଛୁକ ନାହାନ୍ତି । ଯଦି ସେଭଳି କିଛି ସୁଯୋଗ ଆସେ ତେବେ ସେ ହାତଛଡ଼ା କରିବେ ନାହିଁ ବୋଲି ଅଲ୍ଲୁ କହିଛନ୍ତି । ବଲିଉଡରେ କାମ କରିବାକୁ ସେ ଗୋଟିଏ ସର୍ତ୍ତ ରଖିଛନ୍ତି । ସେ କହିଛନ୍ତି ଯେ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ସେ ପ୍ରସ୍ତୁତ ମାତ୍ର, ଭଲ ଷ୍ଟୋରୀକୁ ଅପେକ୍ଷା । ଅଲ୍ଲୁ ମୁଖ୍ୟତଃ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରନ୍ତି । ଅନ୍ୟ କାହାର ଭୂମିକାରେ ଅଭିନୟ କରିବା ତାଙ୍କର ପସନ୍ଦ ନୁହଁ । ପୁଷ୍ପା ଚଳଚ୍ଚିତ୍ରର ଆୟ ଦେଖି ଏହା ନିଶ୍ଚିତ କୁହାଯାଇପାରିବ ଯେ ବଲିଉଡ୍ ଅପେକ୍ଷା ସାଉଥ୍ ଚଳଚ୍ଚିତ୍ରର ବେଶ୍ ଭଲ କାହାଣୀ ରହିଥିବା ବେଳେ ଭଲ ଆୟ ମଧ୍ୟ ହେଉଛି । ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ମଧ୍ୟ ସାଉଥ୍ ଚଳଚ୍ଚିତ୍ର ବେଶ୍ ପ୍ରସିଦ୍ଧ ହେବାରେ ଲାଗୁଛି ।

Leave a Reply