spot_img
Home Blog Page 4888

ଆଜିଠୁ ବିଜେଡ଼ିର ବିକ୍ଷୋଭ, ୩ ଦିନ ଗ୍ୟାସ ପାଇଁ ଗର୍ଜନ

ଭୁବନେଶ୍ୱର: ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ ଗର୍ଜିବ ବିଜେଡି । ଚଳିବନି କେନ୍ଦ୍ରର ମନ୍‌ମାନି । ବର୍ଦ୍ଧିତ ଗ୍ୟାସ ଦର ପ୍ରତିବାଦରେ ଆଜିଠୁ ୩ଦିନ ଧରି ବିକ୍ଷୋଭ କରିବ ବିଜେଡି । ରାସ୍ତାକୁ ଓହ୍ଲାଇବେ ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ । ଆର୍‌ଡିସି ଓ ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ । ଦର ନିୟନ୍ତ୍ରଣ ହେବା ଯାଏ ପୁରପଲ୍ଲୀରେ ବିଜେଡି ଆନ୍ଦୋଳନ ଜାରି ରଖିବ ।

ପ୍ରତି ଘରକୁ ଯାଇ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ବୁଝାଇ ଆନ୍ଦୋଳନରେ ସାମିଲ କରାଯିବ । ଅଚ୍ଛେ ଦିନ୍‌ର ସ୍ବପ୍ନ ଦେଖାଇ ଗରିବଙ୍କୁ ଠକିଛନ୍ତି କେନ୍ଦ୍ର ସରକାର । ଫେଲ ମାରିଛି କେନ୍ଦ୍ରର ଉଜ୍ବଳା ଯୋଜନା । ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି। ୩ବର୍ଷ ତଳେ ଗ୍ୟାସ ଦର ୫୪୯ ଟଙ୍କା ଥିଲା ।

ଏବେ ଏହା ୭୦ ପ୍ରତିଶତ ବଢି ହଜାରେ ଟଙ୍କାରେ ପହଞ୍ଚିଛି । ରାଜ୍ୟରେ ଉଜ୍ଜ୍ବଳା ଯୋଜନାର ସିଲିଣ୍ଡର ରିଫିଲିଂ କମୁଥିବା ସିଏଜି ରିପୋର୍ଟ ଦେଇଛନ୍ତି । ସେହିପରି ଜାତୀୟ ପରିବାର କଲ୍ୟାଣ ସର୍ଭେ କହୁଛି ୯୮ ପ୍ରତିଶତ ନୁହେଁ, ମାତ୍ର ୨୦ ପ୍ରତିଶତ ସିଲିଣ୍ଡର ବ୍ୟବହାର ହେଉଛି । ଯାହା ଉଜ୍ଜ୍ବଳା ଯୋଜନାର ବିଫଳତାକୁ ଦର୍ଶାଉଛି ।

ଟ୍ରାଙ୍କୁଲାଇଜ ବେଳେ ଆକ୍ରମଣ କଲା ହାତୀ, ୩ ଆହତ ମେଡ଼ିକାଲରେ ଭର୍ତ୍ତି

ଖୋର୍ଦ୍ଧା:  ଟାଙ୍ଗୀରେ ହାତୀକୁ ଟ୍ରାଙ୍କୁଲାଇଜ୍ ବେଳେ ଅଘଟଣ । ଗୟାବନ୍ଧ ନିକଟ ମୁଣ୍ଡାଆମ୍ବ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ଫରେଷ୍ଟରଙ୍କ ସହ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଫରେଷ୍ଟର ଜଣକ ହେଲେ ଟାଙ୍ଗୀ ରେଞ୍ଜର ସିଦ୍ଧୁ ସିଂ । ଅନ୍ୟ ୨ ଜଣ ଟ୍ରାଙ୍କୁଲାଇଜ୍ ଟିମର ସଦସ୍ୟ ଥିବା ଜଣାପଡିଛି ।

ହାତୀ ସୁରକ୍ଷା ଓ ଗତି ବିଧୀ ଉପରେ ନଜର ରଖିବା ପାଇଁ ହାତୀ ବେକରେ ରେଡିଓ କଲାର ଲଗାଇବା ପାଇଁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । କିନ୍ତୁ ଏହି ସମୟରେ ଟ୍ରାଙ୍କୁଲାଇଜ୍ ଟିମକୁ ଆକ୍ରମଣ କରିଥିଲା ହାତୀ । ରବିବାର ହାତୀ ରାମୁ ଓ ମାଖେନା ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିଲେ  । ସେପଟେ ହାତୀର ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି  ।

ଆଜି କନ୍ଧମାଳ ଆସୁଛନ୍ତି ନବୀନ, ଲୋକେ ନେବେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ

ଭୁବନେଶ୍ୱର: କନ୍ଧମାଳ ଲେଖିବ ବିକାଶ ନୂଆ କାହାଣୀ । ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ି ହେଲା କନ୍ଧମାଳ ଜିଲ୍ଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଲବାଣୀ ଯାଇ କନ୍ଧମାଳ ଜିଲ୍ଲାରେ BSKY ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଜିଲ୍ଲାର ୧ ଲକ୍ଷ ୬୭ ହଜାର ହିତାଧିକାରୀ BSKY ସ୍ମାର୍ଟକାର୍ଡର ଲାଭ ପାଇବେ । ଏଥିସହ ପ୍ରାୟ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ନବୀନ ।

ସୂଚନା ମୁତାବକ ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଫୁଲବାଣୀ ମିନି ଷ୍ଟାଡିୟମରେ ପହଞ୍ଚିବେ । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସୁରକ୍ଷାକୁ ନଜରରେ ରଖି ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସୁରକ୍ଷାକୁ ନଜରରେ ରଖି ମୁତୟନ ହେବେ ୧୩ ପ୍ଲାଟୁନ ପୋଲିସ ଫୋର୍ସ । ଅନୁଗୋଳ, ଢେଙ୍କାନାଳ ପରେ ଏବଂ କନ୍ଧମାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ  ।

ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ବୈପ୍ଲବିକ ଆହ୍ୱାନ  । ପ୍ରତିଟି ହିତାଧିକାରୀ କିପରି ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେବେ ତାହା ରାଜ୍ୟ ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଦେଶର ଅନେକ ସୁପର ସ୍ପେସାଲିଟ ହସ୍ପିଟାଲକୁ ରାଜ୍ୟ ସରକାର ଏହି କାର୍ଡରେ ସଂଯୋଗ କରିଛନ୍ତି  । ଯଦ୍ୱାରା ସାଧାରଣ ଗରିବୀ ଲୋକଟିଏ ମଧ୍ୟ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ  ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଫୁଲବାଣୀରେ BJDର ମହାମିଶ୍ରଣ ପର୍ବ

ଫୁଲବାଣୀ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଫୁଲବାଣୀ ଗାନ୍ଧିସ୍ମୃତି ଭବନ ଠାରେ ବିଜୁ ଜନତା ଦଳର ମହା ମିଶ୍ରଣ ପର୍ବ । ବିଜେଡ଼ି ସଭାପତି ସରୋଜ କର୍ଣ୍ଣଙ୍କ ଉପସ୍ଥିତିରେ 25 ରୁ ଉର୍ଦ୍ଧ୍ୱ ଓକିଲ ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ମନ୍ତ୍ରୀ ପ୍ରତାପ ଜେନା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଉପସ୍ଥିତ ଥିଲେ ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ କନ୍ଧମାଳ ଜିଲ୍ଲାର 10 ଟି ବ୍ଲକର 200ରୁ ଉର୍ଦ୍ଧ୍ୱ ଯୁବଛାତ୍ର ବିଜେପି ଛାଡି ଏହି ମହା ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ଏହାଦ୍ୱାରା ଜିଲ୍ଲାରେ ବିଜେଡି ଆହୁରି ମଜବୁତ୍ ହେବ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କିଛି ଘଣ୍ଟା ବାକି ରହିଛି  । ସେପଟେ ବିଜେଡ଼ିରେ ମିଶିଛନ୍ତି ଶତାଧିକ ଅନ୍ୟ ଦଳର କର୍ମୀ  ।

ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦଘାଟନ

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀରେ ୬ କୋଟି ୫୬ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏକାମ୍ର ମହାବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀମାନଙ୍କ ସୁବିଧା ପାଇଁ ଭିନ୍ନକ୍ଷମ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୨ କୋଟି ୫୦ ଲକ୍ଷ ଟଙ୍କାରେ ପାର୍କିଂ, ଟଏଲେଟ୍, ରାମ୍ପ ଓ ଲିଫ୍ଟକୁ ମନ୍ତ୍ରୀ ଉଦଘାଟନ କରିଛନ୍ତି । ସେହିପରି ବିଜ୍ଞାନ ଭବନ ନିର୍ମାଣ ପାଇଁ ୧ କୋଟି ୬୦ ଲକ୍ଷ, ଗଣିତ ଭବନ ନିର୍ମାଣ ପାଇଁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ କରିଛନ୍ତି ।

ପରେ ବିନ୍ଦୁସାଗର ଉତ୍ତରେଶ୍ବର ଘାଟରେ ଶୁଦ୍ଧି ମଣ୍ଡପ ଉଦଘାଟନ କରିବା ସହ ୫୪ ନମ୍ବର ଓ୍ବାର୍ଡର ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ । ଗତକାଲି ୱାର୍ଡ ନମ୍ବର ୬୪ ଡୁମୁଡୁମା ଠାରେ ପ୍ରାୟ ୧ କୋଟି ୬୦ ଲକ୍ଷ ଟଙ୍କାରେ ପଞ୍ଚସଖା ନଗର, ନୂଆ ସାହି, ଯଦୁପୁରରେ ଡ୍ରେନ୍ ଏବଂ ଖେଳ ପଡିଆର ଆଲୋକୀକରଣର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଏକାମ୍ର ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅଧ୍ୟକ୍ଷ ପରିକ୍ଷିତ ଦାସଙ୍କ ସମେତ ସମସ୍ତ ଓ୍ବାର୍ଡର ପୂର୍ବତନ କର୍ପୋରେଟରମାନେ ଉପସ୍ଥିତ ଥିଲେ ।

୩-୦ରେ ଭାରତ ବିଜୟୀ, ବିଶ୍ୱକପର ବଦଲା ସିରିଜରେ

କୋଲକାତା: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍‌କୁ  କ୍ଲିନ୍‌ ସୁଇପ କରିଛି ଭାରତ । ତିନୋଟି ଯାକ ମ୍ୟାଚ୍‌ରେ ଭାରତ ଶ୍ରେଷ୍ଠ ପ୍ରଦର୍ଶନ କରି ୩-୦ରେ ବିଜୟ ହାସଲ କରିଛି । ଆଜି ଅର୍ଥାତ ରବିବାର ସିରିଜର ଶେଷ ମ୍ୟାଚ୍‌ ଥିବାବେଳେ ଭାରତ ୭ ୱିକେଟ ହରାଇ ୧୮୪ ରନ୍‌ କରିଥିଲା  । ସେପଟେ ୧୭ ଓଭର ୨ଟି ବଲ୍‌ରେ ୧୧୧ ରନ୍‌ କରି ଅଲଆଉଟ ହୋଇଛି ନ୍ୟୁଜିଲାଣ୍ଡ ।

ଭାରତ ପକ୍ଷରୁ ଅଧିନାୟକ ରୋହିତଙ୍କ ଶର୍ମା ସର୍ବାଧିକ ୫୬ ରନ୍ କରିଥିବାବେଳେ ଇଷାନ କିଶାନ ୨୯ ରନ୍‌ କରିଥିଲେ । କୋଲାକାତା ଇଡେନ ଗାର୍ଡେନରେ ପ୍ରଥମେ ଭାରତ ଟସ୍ ଜିତିବାସହ ବ୍ୟାଟିଂ ନିଷ୍ପତି ନେଇଥିଲା  । ନିର୍ଦ୍ଧାରିତ ଓଭରରେ ଭାରତ ୧୮୪ ରନ୍‌ କରିଥିଲା । ସେପଟେ ଭାରତର ପିଛା କରିଥିବା ନ୍ୟୁଜିଲାଣ୍ଡ ପକ୍ଷରୁ ମାର୍ଟିନ ଗୁପଟିଲ ଏକାକି ୫୧ ରନ୍‌ କରିଥିଲେ ମଧ୍ୟ ଟିମ୍‌ ବିପର୍ଯ୍ୟୟର ସାମ୍ନା କରିଛି ।

ରନ୍ଧନ ଗ୍ୟାସର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ BCJDର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ରନ୍ଧନ ଗ୍ୟାସ ର ଅହେତୁକ ଦରଦାମ ବୃଦ୍ଧି ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ହେବାକୁ ଥିବା ରାଜ୍ୟ ବ୍ୟାପୀ ଆନ୍ଦୋଳନର ପ୍ରସ୍ତୁତି ବୈଠକ ସମ୍ପର୍କିତ ଓ୍ବେବିନାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୨ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ରାଜ୍ୟର ତିନି ଆର୍.ଡି.ସି କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବ ବିଜୁ ଯୁବ ଛାତ୍ର ଜନତା ଦଳ। ସୋମବାର କଟକ ଆର୍.ଡି.ସି ସମ୍ମୁଖରେ ଏବଂ ଏହାର ଅନ୍ତର୍ଗତ ସମସ୍ତ ବ୍ଲକ୍ ସମ୍ମୁଖରେ ଯୁବକ ଛାତ୍ର ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବେ ।

ସେହିପରି ଅନୁରୁପ ଭାବେ ୨୩ ତାରିଖରେ ସମ୍ବଲପୁର ଆର୍.ଡି.ସି କାର୍ଯ୍ୟାଳୟ, ୨୪ ତାରିଖରେ ବ୍ରହ୍ମପୁର ଆର୍.ଡି.ସି କାର୍ଯ୍ୟାଳୟ ସମ୍ମୁଖରେ ଏବଂ ଏହାର ଅନ୍ତର୍ଗତ ସମସ୍ତ ବ୍ଲକ୍ ସମ୍ମୁଖରେ ଏହି ପ୍ରତିବାଦ ଜାରି ରହିବ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଓ୍ବେବିନାର ମାଧ୍ୟମରେ ଆୟୋଜିତ ପ୍ରସ୍ତୁତି ବୈଠକ ରେ ମୂଖ୍ୟ ଅତିଥି ରୂପେ ଯୋଗଦେଇ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ର ମାନ୍ୟବର ବିଧାୟକ  ପ୍ରଣବ ପ୍ରକାଶ ଦାସ ଓଡ଼ିଶାର ସମସ୍ତ ଯୁବ ଛାତ୍ର ନେତୃତ୍ୱ ଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବା ସହ ରନ୍ଧନ ଗ୍ୟାସ ର ଅହେତୁକ ଦର ଦାମ ବୃଦ୍ଧି ଦ୍ବାରା ଓଡ଼ିଶା ର ମା’, ଭଉଣୀ ତଥା ଓଡ଼ିଶାର ସାଢ଼େ ଚାରି କୋଟି ଜନସାଧାରଣ ମାତ୍ରାଧିକ ପ୍ରଭାବିତ ହେଉଛନ୍ତି ବୋଲି ଉଲ୍ଲେଖ କରିଥିଲେ।

ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଡଃ ବ୍ୟୋମକେଶ ରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଓ୍ବେବିନାର ରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ (ଯୁବଛାତ୍ର ବ୍ୟାପାର) ତଥା ମାନ୍ୟବର ବିଧାୟକ  ପ୍ରଣବ କୁମାର ବଳବନ୍ତରାୟ ଆଗାମୀ ତିନି ଦିନ ଧରି ହେବାକୁ ଥିବା ଆନ୍ଦୋଳନ ର ସବିଶେଷ ଖସଡ଼ା, ରାଜ୍ୟ ର ସମସ୍ତ ଯୁବ ଛାତ୍ର ନେତୃବୃନ୍ଦ ଙ୍କୁ ପ୍ରଦାନ କରିବା ସହ ଉଜ୍ଜଳା ଯୋଜନା ର ବିଫଳତା ଗୃହିଣୀ ଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ବୋଲି ବର୍ଣ୍ଣନା କରିଥିଲେ”।

ବିଗତ ସାଢେ଼ ତିନି ବର୍ଷରେ ରନ୍ଧନ ଗ୍ୟାସ ର ମୂଲ୍ୟ ୭୦% ବଢ଼ିଛି।୨୦୧୭-୧୮ ମସିହାରେ ରନ୍ଧନ ଗ୍ୟାସ ର ମୂଲ୍ୟ ୫୪୯ ଟଙ୍କା ଥିଲା ବେଳେ ଆଜି ପାଖାପାଖି ୧୦୦୦ ଟଙ୍କା ରେ ପହଞ୍ଚିଲାଣି, ଯାହାଦ୍ଵାରା ଦାରିଦ୍ର୍ୟ ସୀମାରେଖା ତଳେଥିବା ସାଧାରଣ ଲୋକ ମାନେ ଦୁର୍ଦ୍ଦିନରେ ଜୀବନ ଅତିବାହିତ କରୁଛନ୍ତି। ତେଣୁ ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହି ଗରିବ ମାରଣା ନୀତି ନିଷ୍ପତ୍ତି କୁ ପ୍ରତ୍ୟାହାର କରି ରନ୍ଧନ ଗ୍ୟାସ ର ମୂଲ୍ୟ ହ୍ରାସ ନ କରିଛନ୍ତି ଓଡ଼ିଶା ର ଯୁବକ ଛାତ୍ର ମାନେ ଏହି ଆନ୍ଦୋଳନ କୁ ଆହୁରି ଦୁର୍ବାର କରିବେ ବୋଲି ଡଃ ରାୟ ତାଙ୍କ ଅଭିଭାଷଣରେ କହିଥିଲେ।

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ  ଦେବୀ ରଂଜନ ତ୍ରିପାଠୀ କହିଥିଲେ କି “କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସ ର ଅହେତୁକ ମୂଲ୍ୟ ବୃଦ୍ଧି ଦ୍ବାରା ଓଡ଼ିଶା ର ଜନ ସାଧାରଣ ଙ୍କୁ ବହୁମାତ୍ରା ରେ ବ୍ୟଥିତ କରୁଛି ତେଣୁ ବିଜୁ ଯୁବ ଛାତ୍ର ଜନତା ଦଳ ସାଧାରଣ ଲୋକଙ୍କ ସ୍ବର ହୋଇ ଏହି ନିର୍ଣ୍ଣାୟକ ଲଢେଇ ଜାରି ରଖିବ ଏବଂ ଓଡ଼ିଶା ର ପ୍ରତ୍ୟେକ ଯୁବକ ଛାତ୍ର କେନ୍ଦ୍ର ସରକାର ଙ୍କ ଏହି ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କରିବେ ଯେପର୍ଯ୍ୟନ୍ତ ଗ୍ୟାସ ର ମୂଲ୍ୟ ହ୍ରାସ ନ ଘଟିଛି।ଏହି ଓ୍ବେବିନାର କୁ ଯୁବ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ନାୟକ ସଂଯୋଜନା କରିଥିଲେ । ଏହି ଓ୍ବେବିନାର ରେ ବିଜୁ ଯୁବ ଛାତ୍ର ଜନତା ଦଳ ର ସମସ୍ତ ରାଜ୍ୟ କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି, ଜୋନ୍ ସଭାପତି, ଉପସଭାପତି, ଜିଲ୍ଲା ସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ, ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ଙ୍କ ସମେତ ସମସ୍ତ ବ୍ଲକ୍ ସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତଥା ମିଡିଆ ଇନଚାର୍ଜ ଆଶିଷ ରଂଜନ ମିଶ୍ର ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।

ବସ୍ତି ଅଞ୍ଚଳର ପିଲାଙ୍କ ପାଇଁ ‘ଉଡ଼ାନ’ର ଖେଳଦୌଡ଼ କାର୍ଯ୍ୟକ୍ରମ

କଟକ: ବସ୍ତି ବାସୀନ୍ଦା ପିଲାଙ୍କ ପାଇଁ ଉଡ଼ାନ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ  । ସାମାଜିକ ସଂଗଠନ ଉଡ଼ାନ ଟ୍ରଷ୍ଟ ଏକ ଖେଳ ଓ ଦୌଡ଼ କାର୍ଯ୍ୟକ୍ରଂ ଆୟୋଜିତ କରିଛି  । ଯେଉଁଥିରେ ସ୍ଥାନୀୟ ବସ୍ତି ପିଲାମାନେ ବିଭିନ୍ନ ପ୍ରକାର ଖେଳରେ ଭାଗ ନେଇଥିଲେ  । କଟକର ଗୋରା କବୀର ପଡ଼ିଆରେ ଅନୁଷ୍ଠିତ ଖେଳ ଦୌଡ଼ କାର୍ଯ୍ୟକ୍ରମରେ ବସ୍ତିର ୨୫୦ ଜଣ ବାଳକ ବାଳିକା ଭାଗ ନେଇଥିଲେ  । ଯେଉଁଥିରେ ଉଭୟ ସିନିୟର ଓ ଜୁନିୟର କ୍ରୀଡ଼ା ଆୟୋଜିତ ହୋଇଥିଲା  । ଲଙ୍ଗ୍ ଜମ୍ପ, ହାଇ ଜମ୍ପ, ସଟପୁଟ, ସ୍କିପିଙ୍ଗ, ଦୌଡ଼, ସାଇକେଲ ଆଦି କ୍ରୀଡ଼ାରେ ଭାଗ ନେଇଥିଲେ ପ୍ରତିଯୋଗୀ  ।

ଉଡାନ ଚାରିଟେବୁଲ ଟ୍ରଷ୍ଟ ମହିଳା ଓ ଶିଶୁଙ୍କୁ ଅଗ୍ରାଧିକାର ଦେବା ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରିଆସିଛି  । ସମାଜରେ ସଭିଙ୍କୁ ସ୍ୱିକୃତି ଦେବା ଏହି ସଂଗଠନର ଲକ୍ଷ୍ୟ  । ଯେଉଁଥିପାଇଁ ବସ୍ତି ଅଞ୍ଚଳରେ ବାସ କରୁଥିବା ପିଲାଙ୍କ ଦକ୍ଷତା ଓ ପାରଦର୍ଶିତାକୁ ସ୍ଥାନ ଦେବା ପାଇଁ ଖେଳ ଓ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା  । ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧି୍କାରୀ ଗୀତା ପାଣିଗ୍ରାହୀ ଯୋଗଦେବା ସହ ବସ୍ତି ବାସୀନ୍ଦା ପିଲାଙ୍କ ପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ସାଜିଥିଲେ  । ବିଶେଷକରି ଉଡ଼ାନ ଅନୁଷ୍ଠାନ ନୀତି ଆଦର୍ଶକୁ ଅଗ୍ରାଧିକାର ଦେଇ ଆସିଛି  । ଆଗକୁ ମଧ୍ୟ ଅନୁଷ୍ଠାନ ଲକ୍ଷ୍ୟ ସାଧିତ କରିବ ବୋଲି କହିଛନ୍ତି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ।

କ୍ଷମା ମାଗିଲେ ଶାହିନ ଆଫ୍ରିଦ; ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ମାରିଥିଲେ ବଲ

ଢ଼ାକା: ଟି-୨୦ ବିଶ୍ବକପ ପରଠାରୁ ଲଗାତର ଭାବରେ ଚର୍ଚ୍ଚାରେ ରହିଛି ପାକିସ୍ତାନ । ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଥିଲା ପାକିସ୍ତାନ । କିନ୍ତୁ ବିଶ୍ବକପ ଜିତି ପାରିନଥିଲା ପାକିସ୍ତାନ । ବିଶ୍ବକପ ପରେ ଏବେ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ବାଂଲାଦେଶ ଯାଇଛି ପାକିସ୍ତାନ । ତେବେ ବାଂଲାଦେଶରେ ଅଭ୍ୟାସ କରୁଥିବା ସମୟରେ ପାକିସ୍ତାନ ତାଙ୍କ ଜାତୀୟ ପତାକା ଲଗାଇ ଚର୍ଚ୍ଚାରେ ରହିଥିଲା । ତେବେ ଏବେ ପାକିସ୍ତାନୀ ବୋଲର ବାଂଲାଦେଶ ବ୍ୟାଟ୍ସମ୍ୟାନଙ୍କୁ ବଲ ମାରି ଚର୍ଚ୍ଚାରେ ରହିଛନ୍ତି ।

ଶନିବାର ପାକିସ୍ତାନ ଓ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିଲା ଦ୍ବିତୀୟ ଟି-୨୦ ମ୍ୟାଚ । ଏହି ମ୍ୟାଚକୁ ପାକିସ୍ତାନ ୮ ଓ୍ବିକେଟରେ ନିଜ ନାମରେ କରିଥିଲା । କିନ୍ତୁ ଏହି ମ୍ୟାଚରେ ଏମିତି ଏକ ଘଟଣା ଘଟିଥିଲା ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଶନିବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଶାହିନ ଆଫ୍ରିଦଙ୍କ ବଲରେ ଛକା ମାରିଥିଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ ଆଫିଫ୍ ହୁସେନ । ତେବେ ଆଫିଫ୍ ଛକା ମାରିବା ପରେ ଆଫିଫଙ୍କ ଉପରେ ରାଗିଯାଇଥିଲେ ଶାହିନ ଆଫ୍ରିଦ୍ । ଏହାର ପରବର୍ତ୍ତୀ ବଲରେ ଯେତେବେଳେ ଆଫିଫ୍ ଶାହିନଙ୍କ ବଲକୁ ଡିଫେନ୍ସ କରିଥିଲେ । ତେବେ ଏହି ସମୟରେ ଶାହିନ ଆଫ୍ରିଦ୍ ତୁରନ୍ତ ବଲକୁ ଧରି ବ୍ୟାଟ୍ସମାନ ଆଫିଫଙ୍କୁ ମାରିଥିଲେ । ବଲ ଆଫିଫଙ୍କ ଗୋଡରେ ବାଜିଥିଲା ଯାହା ଫଳରେ ସେ କ୍ରିଜରେ ହିଁ ପଡ଼ିଯାଇଥିଲେ ।

ଏହି ଘଟଣା ପରେ ପାକିସ୍ତାନ ଫିଲ୍ଡର ଓ ଶାହିନ ଆଫ୍ରିଦ୍ ଆଫିଫଙ୍କ ପାଖକୁ ଆସିଥିଲେ ଏବଂ ଆଫିଫଙ୍କୁ କ୍ଷମା ମାଗିଥିଲେ ଆଫ୍ରିଦ୍ । ତେବେ ଶାହିନ ଆଫ୍ରିଦ୍ ପଡ଼ିଆ ମଧ୍ୟରେ କ୍ଷମା ମାଗିଥିଲେ ଏବଂ ମ୍ୟାଚ ପରେ ମଧ୍ୟ ଶାହିନ ଆଫିଫଙ୍କ ପାଖକୁ ଆସି କ୍ଷମା ମଗିଥିଲେ । ଯାହାର ଭିଡିଓ ପାକିସ୍ତାନ କ୍ରିକେଟ ବୋର୍ଡ ଟୁଇଟରରେ ସେୟାର କରିଛନ୍ତି ।

ନ୍ୟୁଜିଲାଣ୍ଡ ଆଗରେ ୧୮୫ ରନର ଟାର୍ଗେଟ; କ୍ଲିନ ସୁଇପ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କୋଲକାତା: ଆଜି କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ । ଏହି ମ୍ୟାଚରେ ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ତେବେ ପ୍ରଥମ ଇନିଂସରେ ଭାରତ ୭ଓ୍ବିକେଟ ବିନିମୟରେ ୧୮୪ ରନ ସଂଗ୍ରହ କରିଛନ୍ତି । ଆରମ୍ଭରୁ ଦୁଇ ଓପନର ରୋହିତ ଓ ଇଶାନ ଦମଦାର ଆରମ୍ଭ କରିଥିଲେ । କିନ୍ତୁ ରୋହିତ ଶର୍ମାଙ୍କ ଓ୍ବିକେଟ ପରେ ରନ ରେଟ୍ କମିଯାଇଥିଲା । କିନ୍ତୁ ଶେଷରେ ହର୍ଷଲ ପଟେଲ ଓ ଦିପକ ଚହରଙ୍କ ଦମଦାର ବ୍ୟାଟିଂ ପରେ ଭାରତ ୧୮୪ ରନ ସ୍କୋର କରି ପାରିଥିଲେ ।

ଭାରତ ପକ୍ଷରୁ ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ରୋହିତ ୩୧ଟି ବଲରେ ୩ ଛକା ଓ ୫ଚୌକା ସହ ୫୬ ରନ କରିଥିଲେ । ସେହିପରି ଭାବରେ ଇଶାନ କିଶାନ ୨୯, ଶ୍ରେୟାସ ଆୟର ୨୫, ଭେଙ୍କଟେଶ ଆୟର ୨୦, ଦିପକ ଚହର ୨୧ ଏବଂ ହର୍ଷଲ ପଟେଲ ୧୮ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସ୍ୟାଣ୍ଟନର ୩ଟି ଓ୍ବିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଦୁଇଟି, ଆଡାମ ମିଲ୍ନ ଓ ଲୋକି ଫରଗୁସନ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ ।