ପୁଣି ବଦଳିଲେ IAS, ଦିବ୍ୟଜ୍ୟୋତି ପରିଡା ସମ୍ବଲପୁର ଜିଲ୍ଲାପାଳ

1 min read

ଭୁବନେଶ୍ୱର: ଆଇଏଏସ  ସ୍ତରରେ ପୁଣି ଅଦଳବଦଳ  । ବଦଳିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା  । କୃଷି ବିଭାଗର ଯୁଗ୍ମ ସଚିବ ଭାବେ ପାଇଲେ ନିଯୁକ୍ତି  । ରାଉରକେଲା ମୁନସିପାଲ୍‌ କର୍ପୋରେସନ୍‌ କମିଶନର ଥିବା ଦିବ୍ୟଜ୍ୟୋତି ପରିଡା ହୋଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ସେହିପରି ଶୁଭଙ୍କର ମହାପାତ୍ର ହେଲେ ଆରଏମସିର କମିଶନର  ।

ବର୍ତ୍ତମାନ କନ୍ଧମାଳ ଉପଜିଲ୍ଲାପାଳ ଅଛନ୍ତି ଶୁଭଙ୍କର ମହାପାତ୍ର  । ସେପଟେ ରାଉରକେଲା ସ୍ମାର୍ଟ ସିଟିର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି  । ଖୁବ୍‌ଶୀଘ୍ର ସମସ୍ତଙ୍କୁ ନୂଆ ଦାୟିତ୍ୱରେ  ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି  । ରବିବାର ମଧ୍ୟ ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ ହୋଇଛନ୍ତି  ।

୧୦ବରିଷ୍ଠ ଆଇଏଏସଙ୍କ ବିଭାଗ ଅଦଳବଦଳ କରାଯାଇଥିଲା । ଏସିଏସ୍ ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ OSMCLର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରାଙ୍କୁ  କୃଷି ଉତ୍ପାଦନ କମିଶନର ନିଯୁକ୍ତ କରାଯାଇଛି ।  ସେହିପରି  ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି  ।

Leave a Reply