ଇସ୍ପାତନଗରୀରେ ଉଡୁଛି ସନ୍ଦିଗ୍ଧ ପାରା, ଗୋଡରେ ଲାଗିଛି ଟ୍ୟାଗ୍

ରାଉରକେଲା: ଗୋଟିଏ ପାରା ଇସ୍ପାତ ନଗରୀର ପାରା ବଢାଇ ଦେଇଛି । ଆଗରୁ ପାକିସ୍ତାନୀ ପାରା କଥା ଶୁଣିଥିବେ ଏବେ ଚାଇନା ପାରା କଥା ଶୁଣନ୍ତୁ । ପଞ୍ଜାବରେ ପଶୁଥିଲା ପାକିସ୍ତାନୀ ପାରା । ଏବେ ରାଉରକେଲା ପୋଲିସ ଖୋଜୁଛି ପାରା ପାଲାର ସତ । ଇସ୍ପାତ ନଗରୀରେ ଉଡ଼ି ବୁଲୁଛି ଏହା ଚାଇନା ପାରା.. ଚା ଖଟିରୁ ଚାଉମିନ୍ ଦୋକାନ, ସବୁଠି  ଏହି ପାରାକୁ ନେଇ ଚର୍ଚ୍ଚା  । କିଏ ଛାଡ଼ିଲା ଏହି ପାରା ? କାହିଁକି ପକ୍ଷୀର ଗୋଡରେ ଲାଗିଛି ଟ୍ୟାଗ ? ଗୁପ୍ତ ତଥ୍ୟ ପାଇଁ ପାରା ସାଜିଛି କି ଗୁପ୍ତଚର ?  ଏହା ଚାଇନାର ଚାଲ ନା କୌଣସି ସନ୍ଦିଗ୍ଧଙ୍କ ଷଡଯନ୍ତ୍ର ? ରାଜଗାଙ୍ଗପୁରରୁ ଉଦ୍ଧାର ହୋଇଥିବା ବିଦେଶୀ ପାରାକୁ ନେଇ ଏବେ ନାନା ପ୍ରଶ୍ନ ଉଙ୍କି ମାରିଛି…

କାଂସବାହାଲ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ଉଡ଼ି ଆସିଥିଲା ଏହି ପାରା  । ବିରଳ ପାରାକୁ ଉଦ୍ଧାର କରିଥିଲେ ସର୍ବେଶ୍ୱର ଛୋଟରାୟ  । ସେ ଦେଖିଥିଲେ ପାରାର ଗୋଡ଼ରେ ଲାଗିଛି ଏକ ଧଳାରଙ୍ଗର ଟ୍ୟାଗ  । ଯେଉଁଥିରେ ଚାଇନା ଭାଷାରେ କିଛି ଶବ୍ଦ ଲେଖାହୋଇଥିଲା  । ପରେ ସର୍ବେଶ୍ୱର ଏନେଇ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ  । ପାରାର ଗୋଡରେ ଲାଗିଥିବା ଚାଇନା ଭାଷାରେ ଲିଖିତ ଏହି ଟ୍ୟାବ  ସନ୍ଦେହଜନକ ସ୍ଥିତି ସୃଷ୍ଟି କରିଥିଲା  । ଏମିତିକି ଏହି ଖବର ପ୍ରଚାରିତ ହେବା ପରେ କିଛି ଲୋକେ ଭୟଭୀୟ ହୋଇପଡିଥିଲେ  । ଏହା ଚାଇନାର ଗୁଇନ୍ଦା ପାରା ବୋଲି କହିବାକୁ ଲାଗିଥିଲେ  ।

ସେପଟେ ପୋଲିସ ଘଟଣା ସ୍ଥଳରେ ପହଁଚି, ପାରାକୁ ଯାଞ୍ଚ କରିଥିଲେ  । ପାରା ଗୋଡରେ ଲାଗିଥିବା ଏହି ଟ୍ୟାଗରୁ ଜଣା ପଡିଥିଲା ଏହା ଏକ ରେସିଂ ପାରା  । ପ୍ରତିଯୋଗିତା ପାଇଁ ଏହି ପାରାକୁ ବ୍ୟବହାର କରାଯାଇଥିବା ପୋଲିସ ସ୍ପଷ୍ଟ କରିଥିଲା  । ଗୁଇନ୍ଦା ସୂଚନା କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ପାରାକୁ ବ୍ୟବହାର ଖବରକୁ ପୋଲିସ ଖଣ୍ଡନ କରିଥିଲା  । ଅନ୍ୟପଟେ ପାରାଟି ଏବେ ସାମାନ୍ୟ ଅସୁସ୍ଥ ଥିବାବେଳେ ଆସନ୍ତାକାଲି ତାକୁ ଉଦ୍ଧାର କରିଥିବା ବ୍ୟକ୍ତି ଛାଡ଼ିଦେବେ ବୋଲି କହିଛନ୍ତି  ।

କାନସଵାହାଲ ଅଞ୍ଚଳରେ ଗୋଟିଏ ପାରାର ଗୋଡ଼ରେ ଚାଇନା ଭାଷାରେ ଲେଖାଯାଇଥିବା ଟ୍ୟାଗ ଠାବ ହୋଇଛି  । ପାରାଟି ଚୀନରୁ ଆସିଛି କି କେହି ଚାଇନା ଭାଷାରେ ଟ୍ୟାଗ୍ ଲଗାଇ ଛାଡ଼ିଦେଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କାନସବାହାଲ ଅଞ୍ଚଳକୁ ଏହା କିପରି ଆସିଲା ସେନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ପାରାଟିର ଗୋଡରେ ଚାଇନା ଭାଷାର କେହି ଟ୍ୟାଗ ଲଗାଇ ଦେଇଥିବା ପୋଲିସ କହିଛି  । ଏନେଇ ଭୟଭୀତ ନହେବାକୁ ପୋଲିସ ପରାମର୍ଶ ଦେଇଛି  ।

Leave a Reply