ପୁରୀରେ ପୁଣି କଣ୍ଟେନମେଣ୍ଟ ଜୋନ୍, ବାହାର ଲୋକଙ୍କୁ ଯାଆସ ମନା

ପୁରୀ: ଶ୍ରୀକ୍ଷେତ୍ରରେ ପୁଣି କଣ୍ଟେନମେଣ୍ଟ ଜୋନ୍ । ପୁରୀର 11ନମ୍ବର ୱାର୍ଡ ଅନ୍ତର୍ଗତ ହୋଟେଲ ସୋନା ଇଣ୍ଟରନ୍ୟାସନାଲ ଓ ଆଖପାଖ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଗତକାଲି ସ୍ଥାନୀୟ ଅଞ୍ଚଳରୁ 3 ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାପରେ ଉକ୍ତ ଅଞ୍ଚଳକୁ ବାହାର ଲୋକଙ୍କ ଯାଆସ ଉପରେ ରୋକ ଲଗାଯାଇଛି ।  ସଂପୃକ୍ତ ଅଞ୍ଚଳକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ଓମିକ୍ରନରେ କିପରି ସଂକ୍ରମିତ ହେଲେ ତାହାର କଣ୍ଟ୍ରାକ୍ଟଟ୍ରେସିଂ ଚାଲିଛି  । କୋଭିଡର ପ୍ରଥମ ପ୍ରବାହ ବେଳେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଥିବାବେଳେ ପୁଣି ପ୍ରାୟ ବର୍ଷକ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ  ।

Leave a Reply