spot_img
Home Blog Page 4886

ଓଡ଼ିଶାରେ ନାହାଁନ୍ତି ନବୀନଙ୍କ ସମତୁଲ ନେତା, ମାନିଲା ବିଜେପି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ପ୍ରଶଂସା  । ବିରୋଧୀ ଦଳରେ ନାହିଁ ନବୀନ ପଟ୍ଟନାୟକଙ୍କ ସମତୂଲ ନେତା । ନବୀନଙ୍କ ଭାବମୂର୍ତ୍ତୀ ହିଁ ବିଜେଡି ବିଜୟର କାରଣ । ୨୦୦୦ ମସିହାରୁ କ୍ରମାଗତ ଭାବେ ବିଜେଡିର ବିଜୟ ଧାରା ଏବଂ ଉପନିର୍ବାଚନଗୁଡିକରେ ବିଜୟ ହିଁ ଏହାର ମୂଳ କାରଣ  ବୋଲି କହିଛନ୍ତି ଖୋଦ ବିରୋଧି ନେତା ।

ଖାରବେଳ ସ୍ୱାଇଁ ବିଜେପିର ଜଣେ ବରିଷ୍ଠ ନେତା  । ପୂର୍ବରୁ ଅନେକ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଖାରବେଳ  । ପିପିଲି ଉପ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ଅନୁପସ୍ଥିତ ରହି ମଧ୍ୟ ବିପୁଳ ବ୍ୟବଧାନରେ ଦଳୀୟ ପ୍ରାର୍ଥୀ ନିର୍ବାଚନ ଜିତିଥନ୍ତି  । ଯାହା କେବଳ ନବୀନଙ୍କ ଭାବ ମୂର୍ତ୍ତି ପାଇଁ ସମ୍ଭବ ଏକଥା ମାନିଛନ୍ତି ଖୋଦ ବିଜେପିର ବରିଷ୍ଠ ।

ସେହିପରି ଖାରବେଳ ଏକଥା ମଧ୍ୟ କହିଛନ୍ତି କି, ବିରୋଧୀ ଦଳରେ ନବୀନଙ୍କ ଭାବମୂର୍ତ୍ତୀକୁ ଟକ୍କର ଦେବା ଭଳି ନେତା ନାହାଁନ୍ତି  । ତେବେ ପୂର୍ବରୁ ଅନେକ ବାର ମୁଖ୍ୟମନ୍ତ୍ରୀଙ୍କୁ ସାଣିତ ସମାଲୋଚନା କରୁଥିବା ନେତା ଖାରବେଳ ସ୍ୱାଇଁ ମଧ୍ୟ ଗ୍ରହଣ କରିଛନ୍ତି ଯେ, ନବୀନଙ୍କ ସମତୁଲ ନାହାଁନ୍ତି  ।

କୁକୁର ବିକୁଛି ୨୩୦ କୋଟି ଟଙ୍କାର ଘର

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ କୁକୁର ଗୁନ୍ଥର-୬କୁ ତ ଜାଣିଥିବେ । ୪୩୦ କୋଟି ଟଙ୍କାର ମାଲିକ ଗୁନ୍ଥରର ଦିନ ରାଜା ପରି କଟିଥାଏ । ପ୍ରତିଦିନ ତା’ ଦେଖାଶୁଣା ପାଇଁ ନିଯୁକ୍ତି ପାଇଛନ୍ତି ଏକାଧିକ କର୍ମଚାରୀ । ଯେଉଁମାନେ ଛାଇ ପରି ଗୁନ୍ଥର ଆଖପାଖରେ ରହିଥାନ୍ତି । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଗୁନ୍ଥର-୬ । ନିଜ ୨୩୦ କୋଟି ଟଙ୍କାର ମିୟାମି ହାଓ୍ବେଲି ବିକ୍ରି କରିବାକୁ ଯାଉଛି ଗୁନ୍ଥର-୬ ।

ଆମେରିକାର ଫ୍ଲୋରିଡା ସ୍ଥିତ ଏହି ହାଓ୍ବେଲିରେ ୯ଟି ଓ୍ବାଟରଫ୍ରଣ୍ଟ ବେଡରୁମ୍ ଓ ୮ଟି ବାଥରୁମ୍ ରହିଛି । ହାଓ୍ବେଲି ବାହାରେ ଏକ ସୁନ୍ଦର ଓ ଅତ୍ୟାଧୁନିକ ସୁଇମ୍ ପୁଲ୍ ମଧ୍ୟ ରହିଛି । ମିୟାମି ଭିଲାର ଲିଭିଙ୍ଗ ରୁମ୍ ଚେମିନି ଉପରେ ଗନ୍ଥର-୬ର ଏକ ଫଟୋଚିତ୍ର ରହିଛି । ଏଥିରେ ସୁନାର ପ୍ରଲେପ ଦିଆଯାଇଛି ।

ମିୟାମି ଭିଲାରୁ ପ୍ରକୃତିକ ସୌନ୍ଦର୍ଯ୍ୟକୁ ଭରପୁର ଉପଭୋଗ କରିଦେବ । ହାଓ୍ବେଲି ଚାରିପାଖ ବିଭିନ୍ନ ପ୍ରକାରର ଗଛରେ ପୂର୍ଣ୍ଣ ହୋଇ ରହିଛି । ହାଓ୍ବେଲିରୁ ପୂରା ସହରକୁ ଦେଖି ହେବ ।

ଗନ୍ଥର-୬ ଜର୍ମାନୀ ଶେଫର୍ଡ ପ୍ରଜାତୀର କୁକୁର । ଗନ୍ଥର-୬କୁ ଏତେ ପରିମାଣର ସମ୍ପତ୍ତି ଉତ୍ତରାଧିକାରୀ ସୂତ୍ରରେ ମିଳିଛି । ପ୍ରଥମେ ଗନ୍ଥର-୬ଙ୍କ ପୂର୍ବଜ ଗନ୍ଥର-୩କୁ ଏହି ୪୩୦ କୋଟି ଟଙ୍କାର ସମ୍ପତ୍ତି ଦିବଂଗତ ମାଲିକାନି କାଉଣ୍ଟେସ୍ କାର୍ଲୋଟା ଲେବନଷ୍ଟିନଙ୍କ ପାଖରୁ ୧୯୯୨ ମସିହାରେ ମିଳିଥିଲା । ମୃତ୍ୟୁ ପୂର୍ବରୁ କାଉଣ୍ଟେସ୍ ଗନ୍ଥର-୩ଙ୍କ ନାଁରେ ଏହି ସମ୍ପତ୍ତି କରିଥିଲେ ।  ୧୯୯୨ରେ ତାଙ୍କ ମୃତ୍ୟୁ ପରେ ଉତ୍ତରାଧିକାରୀ ସୂତ୍ରରେ ଗନ୍ଥର-୩ ଏହାର ମାଇକ ହୋଇଥିଲେ ଓ ପିଢୀ ପରେ ପିଢୀ ଏହାର ମାଲିକାନା ଏବେ ଗନ୍ଥର-୬ଙ୍କ ପାଖରେ ରହିଛି ।

ସୂଚନାଯୋଗ୍ୟ, କାଉଣ୍ଟେସ୍ କାର୍ଲୋଟା ଲେବନଷ୍ଟିନ ନାଁରେ କୌଣସି ମହିଳା ନଥିଲେ ବୋଲି ୧୯୯୫ ମସିହାରେ ଇଟାଲିୟନ ପ୍ରେସରେ ଖବର ପ୍ରକାଶ ପାଇଥିଲା । ଯାହାକୁ ହାଓ୍ବେଲିର ଜଣେ ପୁରୁଣା ମାଲିକ ଖଣ୍ଡନ କରିବା ସହ କାଉଣ୍ଟେସ୍ ହିଁ ନିଜ ପାଳିତ କୁକୁର ନାଁରେ ଏହି ସମ୍ପତ୍ତି କରିଥିବା କହିଥିଲେ ।

ପୁରୀରେ ମାନସ ମଙ୍ଗରାଜ, ଶ୍ରୀମନ୍ଦିର ପରିକ୍ରମା ମାର୍ଗ କଲେ ପରିଦର୍ଶନ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପରିଦର୍ଶନ କଲେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ସେ ଆଲୋଚନା କରିଛନ୍ତି । ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ମାନସ ମଙ୍ଗରାଜ । ଆସନ୍ତା ୨୪ ତାରିଖରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତା ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ପୁରୀରେ ଭବ୍ୟ ଆୟୋଜନ କରାଯାଇଛି । ପରମ୍ପରା ଅନୁସାରେ ଆଜିଠୁ ତ୍ରି ଦିନାତ୍ମକ ଯଜ୍ଞ ପୂଜାବିଧି ଆରମ୍ଭ ହୋଇଛି । ସକାଳୁ ଶ୍ରୀମନ୍ଦିର ସେବାୟତଙ୍କ ଦ୍ୱାରା ଯଜ୍ଞ ଓ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟମାନ ଆରମ୍ଭ ହୋଇଛି  । ତ୍ରି ଦିନାମତ୍କ ସ୍ବତନ୍ତ୍ର ଯଜ୍ଞ ଶ୍ରୀମନ୍ଦିର ଐଶାନ୍ୟ କୋଣରେ କରାଯିବ । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଯଜ୍ଞ ମଣ୍ଡପରେ ଚାଲିଛି ପୂଜା କାର୍ଯ୍ୟକ୍ରମ ।

ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯଜ୍ଞର ସଫଳତା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆସନ୍ତା ବୁଧବାର ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶିଳାନ୍ୟାସ । ଶ୍ରୀନହରରେ ଏନେଇ ଏକ ସ୍ବତନ୍ତ୍ର ପୂଜା କରାଯାଇଥିବା ବେଳେ ଗଜପତି ବ୍ରାହ୍ମଣମାନଙ୍କୁ ବରଣ କରି ଅଧିବାସ ନୀତି ସମାପନ କରିଛନ୍ତି । ଯଜ୍ଞସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପୂର୍ଣାହୁତି ଦିନ ପ୍ରକଳ୍ପ ଶିଳାନ୍ୟାସରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡ଼ିର ଅଡ଼ିଟ କରିବ CAG

ଭୁବନେଶ୍ୱର: ଏଣିକି ପ୍ରାକୃତିକ ସମ୍ପଦ ଓ ପଞ୍ଚାୟତ-ପୌର ନିର୍ବାଚନର ଅଡିଟ କରିବ ସିଏଜି । ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ । ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବ ସିଏଜି । ସେହିଭଳି ଲୋକାଲ ବଡିର ଅଡିଟ ମଧ୍ୟ କରିବ ସିଏଜି ।

ରାଜ୍ୟଗୁଡ଼ିକ ଲୋକଲ ବଡିର ଅଡିଟ କରୁଛନ୍ତି । ଏଥିରେ ସିଏଜି ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବ । ଫଳରେ ଲୋକାଲ ବଡିର ରିଅଲ ଟାଇମ ଅଡିଟ ସମ୍ଭବ ହୋଇପାରିବ । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କୋଟି କୋଟି ଟଙ୍କା ଆବଣ୍ଟନ କରୁଛନ୍ତି । ଏହି ଅର୍ଥ କିଭଳି ଖର୍ଚ୍ଚ ହେଉଛି, ତାହାର ଅଡିଟ ହେବ । ଏଥିରେ ରହୁଥିବା ତ୍ରୁଟିକୁ ଧରିବା ସହ ତାହାର ସୁଧାର ଲାଗି ସୁପାରିସ କରିବ ସିଏଜି ।

ପ୍ରଧାନ ମହାଲେଖାକାର ନୂତନ କାର୍ଯ୍ୟାଳୟର ଲୋକାର୍ପଣ ଅବସରରେ ଏହା କହିଛନ୍ତି ଭାରତର ଲେଖା ନିୟନ୍ତ୍ରକ ତଥା ମହାଲେଖା ପରୀକ୍ଷକ (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ । ଦେଶର ପ୍ରଥମ ଅଡିଟ ପକ୍ଷ ପାଳନ ଅବସରରେ ଏହି ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଛି । ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ସିଏଜି କାର୍ଯ୍ୟାଳୟର ମହାନିର୍ଦ୍ଦେଶକ ମନିଶ କୁମାର, ଭୁବନେଶ୍ୱର ରେଳଓ୍ୱେ ଅଡିଟର ପ୍ରମୁଖ ନିର୍ଦ୍ଦେଶକ ଅନନ୍ତ କିଶୋର ବେହେରା ଓ ସିପିଡବ୍ଳ୍ୟୁଡିର ଅତିରିକ୍ତ ମହାନିର୍ଦ୍ଦେଶକ ଟି.ଏସ୍. ବିବେକାନନ୍ଦ ସମ୍ମାନୀୟ ଅତିଥିଭାବେ ଯୋଗଦେଇଥିଲେ । ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ଓଡ଼ିଶା ଏଜିର କାର୍ଯ୍ୟକାଳପକୁ ଉଚ୍ଚ ପ୍ରଶଂସା କରିଥିଲେ ।  ୧.୧ ଏକର ଜମି ଉପରେ ଅବସ୍ଥିତ ପ୍ରାୟ ୪୦ ହଜାର ବର୍ଗ ଫୁଟର ଏହି ନୂଆ ସେମି ଗ୍ରୀନ ଅଫିସ ବିଲ୍ଡିଂ ନିର୍ମାଣ ଲାଗି ଖର୍ଚ୍ଚ ହୋଇଛି ୨୭ କୋଟି ୨୬ ଲକ୍ଷ ଟଙ୍କା । ଏହି ଅଫିସରେ ପ୍ରିନ୍ସିପାଲ ଏଜି କାର୍ଯ୍ୟାଳୟର ଅଡିଟ-୨ କାର୍ଯ୍ୟାଳୟ ସହ ଡିଜି ଅଫିସ ରହିବ ।

ଲକ୍ଷ୍ନୌ ମହାପଞ୍ଚାୟତରେ ଗର୍ଜିଲେ ଚାଷୀ, MSP ଗ୍ୟାରେଣ୍ଟି ପାଇଁ ନୂଆ ଆଇନ ଆଣ

ନୂଆଦିଲ୍ଲୀ: ବିବାଦୀୟ ୩କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ପରେ ବି ଚାଷୀ ଅଟଳ । ଖାଲି ଆଇନ ପ୍ରତ୍ୟାହାର କଲେ ଚଳିବନି । ଦିଲ୍ଲୀ ହରିୟାଣା, ଚଣ୍ଡିଗଡ଼, ୟୁପି ଆଦି ସ୍ଥାନରେ ଆନ୍ଦୋଳନ ବେଳେ ଚାଷୀଙ୍କ ନାମରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର, ଏମଏସପି ଗ୍ୟାରେଣ୍ଟ, ଲଖିମପୁର ଚାଷୀ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଆଦି ଦାବିରେ ହଲ୍ଲାବୋଲ ଜାରି ରଖିଛନ୍ତି ହଜାର ହଜାର ଚାଷୀ । ଆଜି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆୟୋଜିତ ଚାଷୀ ମହାପଞ୍ଚାୟତରେ ଚାଷୀ ନେତା ରାକେଶ ଟିକୟତ ଯୋଗଦେଇ କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି ।

ଚାଷୀଙ୍କ ପକ୍ଷରୁ ଦିଆଯାଇଥିବା ୬ଦଫା ଦାବିପତ୍ର ପୂରଣ ନହେବା ଯାଏଁ ଆନ୍ଦୋଳନ ପ୍ରତ୍ୟାହୃତ ହେବାର ପ୍ରଶ୍ନ ଉଠୁନି ବୋଲି ଟିକାୟତ କହିଛନ୍ତି । କେନ୍ଦ୍ର ସରକାର MSPକୁ ନେଇ ବାରମ୍ବାର ମିଛ କହୁଛନ୍ତି । ମିଛର କୌଣସି ସମଧାନ ନାହିଁ, ଏଣୁ ସରକାର ଖୁବ ଶୀଘ୍ର MSPକୁ ଆଇନରେ ପରିଣତ କରନ୍ତୁ । ଏଥି ସହ ଆନ୍ଦୋଳନ ସମୟରେ ଯେଉଁ ଚାଷୀଙ୍କ ମୃତ୍ୟୁ ହୋଇଛି ସେ ସେମାନଙ୍କ ପରିବାରକୁ ସହାୟତା ଯୋଗାଇଦେବା ପାଇଁ ଚାଷୀ ଦାବି କରିଛନ୍ତି । ଏଭଳି ୬ଟି ଦାବି ରଖିଛନ୍ତି ଚାଷୀ ସଙ୍ଗଠନ । ଯେ ପର୍ଯ୍ୟନ୍ତ ସରକାର ମାନି ନାହାଁନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ସଙ୍ଗଠନ ସଫା ସଫା ଶୁଣାଇ ଦେଇଛନ୍ତି ।..

ପୁରୀ ଆସିଛନ୍ତି RBI ଗଭର୍ଣ୍ଣର, ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ କଲେ ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ RBI ଗଭର୍ଣ୍ଣର ଶକ୍ତି କାନ୍ତ ଦାଶ । ଆଜି ପୂର୍ବାହ୍ନରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶକ୍ତିକାନ୍ତ । ପତ୍ନୀଙ୍କ ସହ ସିଂହଦ୍ୱାରରେ ପହଁଚିବା ପରେ ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅଧିକାରୀ ଶୁଭ୍ରାଂଶୁ ପାଢ଼ୀ, ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାଶ ମହାପାତ୍ର ସ୍ୱାଗତ କରିଥିଲେ ।

ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ରତ୍ନ ସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଥିଲେ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ  । ପରେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ଏବଂ ଶ୍ରୀମନ୍ଦିର ସେବାୟତଙ୍କୁ ଐତିହ୍ୟ କରିଡର ସମ୍ପର୍କରେ ପଚାରି ବୁଝିଥିଲେ  ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ  ।

ଦିଲ୍ଲୀରେ ପୁଣି ବଢ଼ିଲା ପ୍ରଦୂଷଣ, ୨୬ ତାରିଖ ଯାଏ ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣ । ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା ବଢିଥିବାବେଳେ ଆଜି ଦିଲ୍ଲୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହାର ସମୀକ୍ଷା କରାଯାଇଛି । ଆସନ୍ତା ୨୬ ତାରିଖ ଯାଏ ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ ବୃଦ୍ଧି କରାଯାଇଛି । ସେପଟେ ଦିଲ୍ଲୀରେ ଏକ୍ୟୁଆଇ ୩୪୯ ରହିଥିବା ନେଇ ସୂଚନା ଦେଇଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।

ପବନର ଗତି ଅତି ଧୀର ରହିଥିବାରୁ ପ୍ରଦୂଷଣ ହ୍ରାସ ପାଇବାର ନାଁ ନେଉନାହିଁ । ଆସନ୍ତା ଦୁଇ ଦିନ ଯାଏଁ ପ୍ରଦୂଷଣର ମାତ୍ରା ଥମିବାର ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛି ପ୍ରଦୂଷଣ ବିଭାଗ । ଆସନ୍ତା ୨୪ ତାରିଖରୁ ଶୀତ ବଢିବା ସହ ତାପମାତ୍ରା ହ୍ରାସ ପାଇବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଏହି କାରଣରୁ ଦିଲ୍ଲୀରେ ପ୍ରଦୂଷଣ ଥମିବାର ସମ୍ଭାବନା ନଥିବା ଆଶଙ୍କା କରାଯାଉଛି । ଦିଲ୍ଲୀ ଆଖପାଖ ଅଞ୍ଚଳରେ ନଡା ପୋଡିବା ଜାରି ରହିଥିବାରୁ, ଏହାର ପ୍ରଭାବରେ ଦିଲ୍ଲୀବାସୀ ଆକ୍ତାମାକ୍ତା ଅବସ୍ଥାରେ କାଳ କାଟୁଛନ୍ତି । ଆନନ୍ଦ ବିହାର ଅଞ୍ଚଳରେ ଏକ୍ୟୁଆଇ ସର୍ବାଧିକ ଖରାପ ସ୍ଥିତିରେ ରହିଛି । ଏଠାରେ ଏକ୍ୟୁଆଇ ରହିଛି ୩୯୪ । ସେହିପରି ଆକେ ପୁରମରେ ଏକ୍ୟୁଆଇ ରହିଛି ୩୫୯ ।

ସେପଟେ ଯମୁନା ନଦୀରେ ପୁଣି ବଢିଲା ପ୍ରଦୂଷଣ । ନଦୀରେ ପ୍ରଚୁର ଫେଣ ଭାସୁଥିବା ଦେଖାଦେଇଛି । ଗତ କିଛି ଦିନ ତଳେ ନଦୀରେ ଫେଣ ଭାସୁଥିବା ଯୋଗୁ ପ୍ରଦୂଷଣ ବଢିବା ଆଶଙ୍କା କରାଯାଉଥିଲା । ଏବେ ପୁଣି ଥରେ ପ୍ରଚୁର ଫେଣ ଭାସୁଥିବାରୁ ଚିନ୍ତା ପ୍ରକାଶ ପାଇଛି । ଗତ ୮ ତାରିଖରୁ ନଦୀରେ ଧାରାବାହିକ ଭାବେ ଫେଣ ଭାସିବା ପରିଲକ୍ଷିତ ହୋଇଆସୁଛି । ଦିଲ୍ଲୀ, ହରିୟାଣା ଓ ଉତ୍ତରପ୍ରଦେଶର ବିଭିନ୍ନ କ୍ଷେତ୍ରରୁ ବାହାରୁଥିବା ବିଷାକ୍ତ ଜଳ ପ୍ରଭାବରୁ ଏହି ଫେଣ ସୃଷ୍ଟି ହୋଇଥିବା ବିଶେଷଜ୍ଞ କହିଛନ୍ତି । ୱାଜିରାବାଦ ଓ ଓଖଲା ମଧ୍ୟସ୍ଥ ୨୨ କିଲୋମିଟର ନଦୀରେ ଏହି ଫେଣ ବହୁଳ ଭାବେ ପରିଲକ୍ଷିତ ହୋଇଛି ।

ଉପାନ୍ତ ନୁହେଁ ବିକଶିତ କନ୍ଧମାଳ, ନିର୍ମାଣ ହେବ ମେଡ଼ିକାଲ କଲେଜ

କନ୍ଧମାଳ: କନ୍ଧମାଳରେ ହେବ ମେଡ଼ିକାଲ କଲେଜ । 5ଶହ ଶଯ୍ୟାବିଶିଷ୍ଟ ମେଡିକାଲ୍ କଲେଜ ଓ ହସପିଟାଲ କାମ ଶୀଘ୍ର ଶେଷ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଗୋଟେପଟେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବିତରଣ କାର୍ଯ୍ୟକ୍ରମ ଜାରି ରହିଛି ଅନ୍ୟପଟେ ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ତେବେ ଉପାନ୍ତ ଅଞ୍ଚଳ କୁହାଯାଉଥିବା କନ୍ଧମାଳ ଆଗାମୀ ଦିନରେ ବିକଶିତ କନ୍ଧମାଳ ହେବାର ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ  ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  । ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି । କନ୍ଧମାଳ ସୁନାର ଭୂମି, ଏ ମାଟିରେ ସୁନା ଫଳେ । କନ୍ଧମାଳ ହଳଦୀ ବିଶ୍ବରେ ଏକ ନାମୀ ବ୍ରାଣ୍ଡ ଭାବେ ପ୍ରତିଷ୍ଠା ଲାଭ କରିଥିବା କହିଛନ୍ତି  । ଇକୋ ଟୁରିଜିମ୍ ପାଇଁ କନ୍ଧମାଳ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କନ୍ଧମାଳରେ ଭିତ୍ତିଭୂମି ବିକାଶକୁ ରାଜ୍ୟ ସରକାରଙ୍କ ଗୁରୁତ୍ବ ଦେଇଛନ୍ତି।

ସେହିପରି କନ୍ଧମାଳରେ ବିଜୁ ସେତୁ ଯୋଜନାରେ 120କୋଟି ଟଙ୍କା ବିନିଯୋଗରେ 69ଟି ଗ୍ରାମପଞ୍ଚାୟତରେ ଯୋଗାଯୋଗରେ ଉନ୍ନତି କରାଯାଇଛି । ଏହାଦ୍ବାରା 2ଲକ୍ଷ ଲୋକ ଏହାଦ୍ବାରା ଉପକାର ପାଇଛନ୍ତି । ବାଲିଗୁଡ଼ାରେ 220/33 କେଭି ଗ୍ରୀଡ୍ ସବଷ୍ଟେସନ୍ କାମ ଶୀଘ୍ର ସରିବ । ଏହାଦ୍ବାରା କେ. ନୂଆଗାଁ, ତୁମୁଡିବନ୍ଧ, କୋଟାଗୁଡା, ଦାରିଙ୍ଗବାଡ଼ି, ବାଲିଗୁଡାର 34 ହଜାର ପରିବାର ଉପକାର ପାଇବେ ।  ସ୍ମାର୍ଟ କାର୍ଡ ଦ୍ୱାରା ଦେଶର 2ଶହରୁ ଅଧିକ ବଡ଼ ବଡ ହସପିଟାଲରେ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ  ।

ଶୋଭାଯାତ୍ରା ପାଲଟିଗଲା ଶୋକଯାତ୍ରା, ଖ୍ରୀଷ୍ଟମାସ ପରେଡରେ ଯାଉଥିବା ଲୋକଙ୍କ ଉପରେ ଚଢ଼ିଗଲା ଗାଡ଼ି

ୱାଉକେଶା: ଆଗକୁ ଆସୁଛି ବଡ଼ ଦିନ। ଏଥିପାଇଁ ଖୁସୀରେ ଝୁମୁଥିଲେ ଆମେରିକାବାସୀ। ଖ୍ରୀଷ୍ଟମାସ ପରେଡ୍‌ରେ ଲୋକମାନେ ବାଜା ବଜେଇ ନାଚ ଗୀତରେ ମସ୍‌ଗୁଲ୍ କରି ରାସ୍ତାରେ ଯାଉଥିଲେ। ହେଲେ ହଠାତ୍ ଏହି ଖୁସୀର ଶୋଭାଯାତ୍ରା ଶୋକ ସଭାରେ ପରିଣତ ହୋଇଗଲା। ଶୋଭାଯାତ୍ରାରେ ଯାଉଥିବା ଲୋକମାନଙ୍କୁ ପଛରୁ ଚଢ଼ିଗଲା କାର୍। ଆମେରିକାର ୱିସକନସିନ୍ ୱାଉକେଶା ସହରରେ ଏଭଳି ଦୁଃଖଦ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ପୋଲିସ ସୂଚନା ଦେଇଛି ।

ଦୁର୍ଘଟଣା ସମୟର ଭିଡିଓକୁ ଅନେକ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ଏସ୍‌ୟୁଭି ଗାଡ଼ିଟି ବ୍ୟାରିକେଡ୍ ଭାଙ୍ଗି ଲୋକମାନଙ୍କ ଉପରେ ଚଢ଼ିଯାଉଥିବା ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ସଠିକ ମୃତ୍ୟୁ ଖବର ସୂଚନା ମିଳି ନଥିବା ବେଳେ ୧୧ ଜଣ ପିଲା ଓ ୧୨ ଜଣ ବୟସ୍କଙ୍କୁ ଡାକ୍ତରଖାନା ପଠାଯାଇଛି। କାର୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।

 

ରାସ୍ତାରେ ଛିଡ଼ା ହୋଇ ପାରମ୍ପିରକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କାର୍‌ଟି ବ୍ୟାରିକେଡ୍ ଭାଙ୍ଗି ଖ୍ରୀଷ୍ଟମାସ ଶୋଭାଯାତ୍ରା କରୁଥିବା ଲୋକଙ୍କ ଉପରେ ଚଢ଼ିଯାଇଥିଲା। ତା ପରେ କାର୍‌କୁ ପୋଲିସ ଅଫିସରମାନେ ଅଟକାଇ ଡ୍ରାଇଭରଙ୍କୁ ଗିରଫ କରିଥିଲେ।

ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ BJDର ବିକ୍ଷୋଭ, କଟକ ଆରଡିସି ଆଗରେ ପ୍ରତିବାଦ

କଟକ: ଆରଡ଼ିସି ସ୍ତରୀୟ ପ୍ରତିବାଦର ପ୍ରଥମ ଦିନ । ସିଲଭର ସିଟି କଟକରେ ଗର୍ଜିଛି ବିଜେଡ଼ି  । ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ଓ ପ୍ରତିବାଦ ଜାରି ରଖିଛି ଦଳ। ପ୍ରଥମ ଦଫାରେ କଟକ ଆରଡିସି କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଓ ନାରାବାଜି କରିଛି ବିଜେଡି । ଏଥିସହ କଟକ ଆରଡିସି ଜୋନ୍ ଅନ୍ତର୍ଗତ ସବୁ ବ୍ଲକରେ ବିକ୍ଷୋଭ କରାଯାଇଛି ।

ଗ୍ୟାସ ଦର ବୃଦ୍ଧି ସାଧାରଣ ଲୋକଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରୁଛି । ଏହା ବିରୋଧରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କ ବିଫଳତା ବିରୋଧରେ ଗର୍ଜିଛନ୍ତି । ଅଭିନବ ଉପାୟରେ କେଉଁଠି ରାସ୍ତାରେ ଚୁଲି ଜାଳି ପ୍ରତିବାଦ କରାଯାଉଛି, ତ କେଉଁଠି ଗ୍ୟାସ ସିଲିଣ୍ଡରରର କୋକେଇ ଶୋଭାଯାତ୍ରା କରାଯାଇଛି । ଦର ହ୍ରାସ ନପାଇବା ଯାଏଁ ପୁରପଲ୍ଲୀରେ ଆନ୍ଦୋଳନ ଜାରି ରଖିବ ବିଜେଡି ।

ପ୍ରତି ଘରକୁ ଯାଇ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ବୁଝାଇ ଆନ୍ଦୋଳନରେ ସାମିଲ କରାଯିବ । ଅଚ୍ଛେ ଦିନ୍‌ର ସ୍ବପ୍ନ ଦେଖାଇ ଗରିବଙ୍କୁ ଠକିଛନ୍ତି କେନ୍ଦ୍ର ସରକାର । ଅହେତୁକ ଦରବୃଦ୍ଧି ମାଡରେ ସାଧାରଣ ହିତାଧିକାରୀ ନାନାଦି ହଇରାଣ ହୋଇଛନ୍ତି । ଏହି ଆନ୍ଦୋଳନ ଆଗାମୀ ଦିନରେ ବିଜୁ ଜନତା ଦଳ ଜାରି ରଖିବ ଏବଂ ଦର ବୃଦ୍ଧି ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ ବୋଲି କହିଛନ୍ତି ନେତା ।