spot_img
Home Blog Page 4843

ଅଣାୟତ୍ତ ଦିଲ୍ଲୀ ବାୟୁ ପ୍ରଦୂଷଣ; ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁଣି ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଣାୟତ୍ତ ବାୟୁ ପ୍ରଦୂଷଣ । ବଢ଼ୁଛି ପ୍ରଦୂଷଣ, ବଢ଼ୁଛି ସମସ୍ୟା । ଏଥିମଧ୍ୟରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସମସ୍ତ ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । କେଜ୍ରୀଓ୍ୱାଲ ସରକାର ଏହି ଆଦେଶ ଶୁକ୍ରବାରଠାରୁ ଲାଗୁ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ-ଏନସିଆରରେ ଗତ ଏକ ମାସ ଧରି ବାୟୁ ପ୍ରଦୂଷଣ ଲଗାତର ଭାବରେ ବଢ଼ିବାରେ ଲାଗିଛି । ଆଜି ଦିଲ୍ଲୀର କିଛି ସ୍ଥାନରେ ପ୍ରଦୂଷଣସ୍ତର ଅଧିକ ରହିଥିଲା । ଦିଲ୍ଲୀର କିଛି ସ୍ଥାନରେ ଆଜି ବାୟୁ ଗୁଣବତ୍ତା ୬୦୦ରୁ ଅଧିକ ରହିଥିଲା ।

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଲଗାତର ଭାବରେ ସୁପ୍ରିମ କୋର୍ଟ ଶୁଣାଣି କରୁଛି । ସୁପ୍ରିମ କୋର୍ଟ ଗୁରୁବାର ଏହି ମାମଲାରେ ଶୁଣାଣି କରି ଦିଲ୍ଲୀରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ପ୍ରଶ୍ନ ଉଠାଇଥିଲେ । ଦିଲ୍ଲୀରେ ଲଗାତର ଭାବରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି ଏପରି ସ୍ଥିତିରେ କିପରି ଦିଲ୍ଲୀରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଲ ବୋଲି ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମ କୋର୍ଟ । ଘରର ବଡ଼ ଲୋକ ଘରେ ରହି କାମ କରୁଥିବାବେଳେ ଛୋଟ ପିଲା କିପରି ସ୍କୁଲ ଆସିବେ ବୋଲି ମଧ୍ୟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି ସୁପ୍ରିମ କୋର୍ଟ ।

କୋର୍ଟ ଆହୁରି କହିଛି କି ଆପଣ କହୁଛନ୍ତି କି ଅଭିଭାବକ ଯଦି ଚାହିଁବେ ତେବେ ପିଲାଙ୍କୁ ସ୍କୁଲ ପଠାଇ ପାରିବେ। ସୁପ୍ରିମ କୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ ଦିଲ୍ଲୀ ସରକାର ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ପରିବେଶ ମନ୍ତ୍ରୀ ଗୋପାଳ ରାୟ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦେଖି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି । ବର୍ତ୍ତମାନ ପ୍ରଦୂଷଣର ସ୍ତରକୁ ଦେଖି ଦିଲ୍ଲୀର ସମସ୍ତ ବିଦ୍ୟାଳୟକୁ ପରବର୍ତ୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଦୂଷଣ ମାମଲାକୁ ନେଇ ଆଜି ସୁପ୍ରିମ କୋର୍ଟ କଡ଼ା ଆଭିମୁଖ୍ୟ ଆପଣେଇଥିଲା । ସୁପ୍ରିମ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ କହିଛି କି ଆମେ ୨୪ ଘଣ୍ଟା ଦେଉଛୁ । ସରକାର ବାୟୁ ପ୍ରଦୂଷଣ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ନହେଲେ ଆମେ ଆଦେଶ ଜାରି କରିବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ସୁପ୍ରିମ କୋର୍ଟ ।

 

ପୋଲିସ ରିମାଣ୍ଡରେ କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁ

ଭୁବନେଶ୍ୱର: ୨ ଦିନିଆ ରିମାଣ୍ଡରେ ଗଲା କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁ । ରିମାଣ୍ଡ ବେଳେ ସମ୍ପଦକୁ ଗୁଡେଇ ତୁଡେଇ ଜେରା କରିବ ପୋଲିସ । ସମ୍ପଦକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ନୟାପଲ୍ଲୀ ପୋଲିସ । ହେଲେ ୨ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ । ରିମାଣ୍ଡ ବେଳେ କଣ୍ଟ୍ରାକ୍ଟ କିଲର ସମ୍ପଦର ଖୋଲିବ କ୍ରାଇମ୍ ନେଟୱର୍କ । ଫେରାର ଅଭିଯୁକ୍ତ ଓ ସମ୍ପଦର ପୂରା ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜାଣିବା ପାଇଁ ପୋଲିସ ପଚରାଉଚରା କରିବ ।

Contract Killer Sampad Sahoo In Two Days Police Remand

ସୁପାରି ନେଇ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଜଗତସିଂହପୁରରେ ପ୍ଳାନ୍ କରିଥିଲା ସମ୍ପଦ, ଭୁବନେଶ୍ୱର ଥିଲା ମର୍ଡର ପଏଣ୍ଟ । ଟାର୍ଗେଟରେ ଥିଲେ ବ୍ୟବସାୟୀ । ଛକି ବସିଥିଲା କଣ୍ଟ୍ରାକ୍ଟ କିଲର । ହତ୍ୟା କରିବା ପୂର୍ବରୁ କାବୁ କରିଥିଲା ପୋଲିସ । ନୟାପଲ୍ଲୀ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ବ୍ୟବସାୟୀଙ୍କୁ ଅପେକ୍ଷା କରିଥିଲା ଜଗତସିଂହପୁର ସମ୍ପଦ ସାହୁ । ବନ୍ଧୁକ ଧରି ଛକି ବସିଥିଲେ ସମ୍ପଦ ଓ ତା’ ସହଯୋଗୀ । ବନ୍ଧୁକ ଧରି ବୁଲୁଥିବା ନେଇ ପୋଲିସକୁ ଖବର ଦେଇଥିଲା ଖବରୀ । ସମ୍ପଦଠାରୁ ଦୁଇଟି ବନ୍ଧୁକ, ୮ ରାଉଣ୍ଡ ଗୁଳି ଓ ଲଙ୍କା ଗୁଣ୍ଡ ସ୍ପ୍ରେ ଜବତ ହୋଇଛି । ଭୁବନେଶ୍ୱର, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଖୋର୍ଦ୍ଧା ଅଞ୍ଚଳରେ ଅନେକ ମାମଲାରେ ଜଡ଼ିତ ସମ୍ପଦ ।

ଏଥିସହ ପଢ଼ନ୍ତୁ: ଆଜି ଅବପାତ, କାଲି ବାତ୍ୟା; ୪ ଜିଲ୍ଲାକୁ ରେଡ୍ ଆଲର୍ଟ  

ଗତ କିଛିଦିନ ଧରି ସମ୍ପଦ କିଛି ବ୍ୟବସାୟୀଙ୍କୁ ଭୟଭୀତ କରି ତାଳଚେର ଠାରେ କୋଇଲା ବ୍ୟବସାୟ କରୁଥିଲା । ସମ୍ପଦର ପୂରା ଅପରାଧିକ ସାମ୍ରାଜ୍ୟ ବିଷୟରେ ଏହି ରିମାଣ୍ଡ ସମୟରେ ଜାଣିବାକୁ ପ୍ରୟାସ କରିବ ପୋଲିସ । ଗତ ୨୮ ତାରିଖରେ ସମ୍ପଦକୁ ନୟାପଲ୍ଲୀ ସ୍ୱପ୍ନେଶ୍ବର ମନ୍ଦିର ନିକଟରୁ ଗିରଫ କରିଥିଲା ପୋଲିସ । ସେପଟେ ଫେରାର ହୋଇ ଯାଇଥିବା ଅଭିଯୁକ୍ତକୁ ଧିରିବାକୁ ଚଢ଼ାଉ ଜାରି ରଖିଛି ପୋଲିସ ।

ପରାଗ ଅଗ୍ରଓ୍ୱାଲଙ୍କଠାରୁ ଦୁଇ ଗୁଣ ସୁନ୍ଦର ପିଚାଇଙ୍କ ଦରମା

ନୂଆଦିଲ୍ଲୀ: ଆମେରିକାର ବିଭିନ୍ନ ଟେକ୍ନୋଲୋଜି କମ୍ପାନୀର କମାଣ୍ଡ ସମ୍ଭାଳୁଛନ୍ତି ଭାରତୀୟ । ଗୁଗଲଠାରୁ ଆରମ୍ଭ କରି ଟ୍ୱିଟର ପର୍ଯ୍ୟନ୍ତ ସବୁ ଟେକ୍ କମ୍ପାନୀର ବସ୍ ଭାରତୀୟ । ଆରମ୍ଭରୁ ଟେକ୍ନୋଲୋଜିକୁ ଭଲ ପାଉଥିଲେ ଗୁଗଲ ସିଇଓ ସୁନ୍ଦର ପିଚାଇ । ଯାହା ଫଳରେ ଦୁନିଆର ସବୁଠାରୁ ବଡ଼ କମ୍ପାନୀ ଗୁଗଲର ସିଇଓ ଭାବରେ ଦାୟିତ୍ୱ ତୁଲାଉଛନ୍ତି ସୁନ୍ଦର ପିଚାଇ । ଦୁନିଆର ସବୁଠାରୁ ବଡ଼ କମ୍ପାନୀର ସିଇଓ ହେବା ଫଳରେ ପ୍ରତି ବର୍ଷ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ସୁନ୍ଦର ପିଚାଇ ।

ବର୍ତ୍ତମାନ ସୁଦ୍ଧା ସୁନ୍ଦର ପିଚାଇଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୬୦୦ ମିଲିୟନ ଡଲାର । ଭାରତୀୟ ମୂଲ୍ୟରେ ଏହି ସମ୍ପତ୍ତିର ମୂଲ୍ୟ ୪୫ ଆରବ ଅଟେ । ଗୁଗଲର ସିଇଓ ଭାବରେ ପ୍ରତି ବର୍ଷ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ସୁନ୍ଦର ପିଚାଇ । ସେ ୨୦୧୫ରୁ ୨୦୨୦ ମଧ୍ୟରେ ପ୍ରତିବର୍ଷ ୧ ବିଲିୟନ ଡଲାରରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ସୁନ୍ଦର ପିଚାଇଙ୍କ ମୂଳ ଦରମା ୨ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୫ କୋଟି । ଏହା ବ୍ୟତୀତ ସେ ବୋନସ୍ ଏବଂ ଷ୍ଟକ୍ ଗ୍ରାଣ୍ଟରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି ।

ତେବେ ନିକଟରେ ଟ୍ୱିଟର ସିଇଓ ଭାବରେ ନିଯୁକ୍ତି ପାଇଛନ୍ତି ପରାଗ ଅଗ୍ରଓ୍ୱାଲ । ସୁନ୍ଦର ପିଚାଇଙ୍କ ପରେ ସବୁଠାରୁ ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟରର ସିଇଓ ହୋଇଛନ୍ତି ପରାଗ ଅଗ୍ରଓ୍ୱାଲ । ଯଦି ପରାଗଙ୍କ ଦରମା କଥା କହିବା ତାହାଲେ ପରାଗ ଅଗ୍ରଓ୍ୱାଲଙ୍କଠାରୁ ଦୁଇ ଗୁଣ ଅଧିକ ଦରମା ପାଉଛନ୍ତି ସୁନ୍ଦର ପିଚାଇ । ପରାଗ ଅଗ୍ରଓ୍ବାଲଙ୍କ ମୂଳ ଦରମା ୧ ମିଲିୟନ ଡାଲାର ଏବଂ ସୁନ୍ଦର ପିଚାଇଙ୍କ ମୂଳ ଦରମା ହେଉଛି ୨ ମିଲିୟନ ଡଲାର ।

‘ମିର୍ଜାପୁର’ ଅଭିନେତା ବ୍ରହ୍ମା ମିଶ୍ରଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ: ୱେବ୍ ସୋ ‘ମିର୍ଜାପୁର’ରେ ଲଲିତ ଭୂମିକା ପାଇଁ ପ୍ରଶଂସା ସାଉଁଟିଥିବା ଜଣାଶୁଣା ଅଭିନେତା ବ୍ରହ୍ମା ମିଶ୍ରଙ୍କ ଦେହାନ୍ତ ହୋଇଛି। ଖବର ଅନୁଯାୟୀ ମୁମ୍ବାଇର ଭର୍ସୋଭାସ୍ଥିତ ଫ୍ଲାଟରେ ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରିଛି। ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କପୁର୍ ହସ୍ପିଟାଲକୁ ପଠାଯାଇଥିବା ଜଣାଯାଇଛି।

ରିପୋର୍ଟ ଅନୁଯାୟୀ, ଏହି ଅଭିନେତା ଜଣଙ୍କ ଗତ ନଭେମ୍ବର ୨୯ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଚିକିତ୍ସିତ ହେବା ପରେ ଡାକ୍ତର ତାଙ୍କୁ ଘରକୁ ପଠାଇଥିଲେ। କିନ୍ତୁ ହୃଦ୍‌ଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଆଧିକାରିକ ଭାବେ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ମିର୍ଜାପୁରରେ ମୁନ୍ନା ତ୍ରୀପାଠି ଭୂମିକାରେ ଅଭିନୟ କରିଥିବା ଅଭିନେତା ଦିବ୍ୟେନ୍ଦୁ ମିଶ୍ର ବ୍ରହ୍ମାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ବ୍ରହ୍ମା ଅନେକ ଫିଲ୍ମ ଓ ସିରିୟଲରେ ଅଭିନୟ କରିଥିବା ବେଳେ ‘ମିର୍ଜାପୁର’ ତାଙ୍କୁ ପରିଚୟ ଦେଇଥିଲା । ଏହି ସିରିଜରେ ତାଙ୍କ ଚରିତ୍ର ଖୁବ୍ ଦମଦାର୍ ରହିଥିଲା । ଏପରିକି ତାଙ୍କ ପ୍ରଶଂସାରେ ବହୁ ମିମ୍ ମଧ୍ୟ ବନାଯାଇଥିଲା। ଭୋପାଳର ବାସିନ୍ଦା ବ୍ରହ୍ମାଙ୍କର ପିଲାବେଳରୁ ସ୍ୱପ୍ନ ଥିଲା ଅଭିନେତା ହେବା । ୨୦୧୩ରେ ସେ ‘ଚୋର ଚୋର ସୁପର ଚୋର୍’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ଅକ୍ଷୟଙ୍କ ଫିଲ୍ମ କେଶରୀରେ ‘ଖୁଦାଦଦ ଖାନ୍’ର ରୋଲ୍ ପ୍ଲେ କରିଥିଲେ ।

 

 

ପେଟ୍ରୋଲ ଓ ଡିଜେଲ ଦରକୁ ନେଇ କେନ୍ଦ୍ର ବିରୋଧରେ ଗର୍ଜିଲା ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି ସହିତ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ନଦେବାକୁ ହୋଇଥିବା ଷଡ଼ଯନ୍ତ୍ର ଏବଂ ବେକାରୀ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡିର ଆନ୍ଦୋଳନ ଜାରି ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନକୁ ନେଇ ଆନ୍ଦୋଳନ କରାଯାଇଥିବା ବେଳେ ଆଜି ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ରାଜଭବନ ନିକଟରେ ଧାରଣା ଓ ପ୍ରତିବାଦ ସଭା କରାଯାଇଛି ।

BJD's Protest Against Petrol And Diesel Rate Hike

ଏହି ପ୍ରତିବାଦ ସଭାରେ ୫ହଜାରରୁ ଅଧିକ ଯୁବ ଓ ଛାତ୍ରମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ତଥା ସାଧାରଣ ସମ୍ପାଦକ (ଯୁବଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଆଦି ଉପସ୍ଥିତ ଥିଲେ ।

BJD's Protest Against Petrol And Diesel Rate Hike

ଉପସ୍ଥିତ ଛାତ୍ର, ଯୁବକ ଓ ବରିଷ୍ଠ ନେତାମାନେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲର ଲଗାମ ଛଡ଼ା ଦରବୃଦ୍ଧି ଯୋଗୁଁ ରାଜ୍ୟର ସାଧାରଣ ଓ ଗରିବ ଲୋକେ କିଭଳି ଆର୍ଥିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତାହା ଦର୍ଶାଇବା ସହିତ ତୁରନ୍ତ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଦର ହ୍ରାସ ପାଇଁ ଦାବି କରିଥିଲେ । କେନ୍ଦ୍ର ସରକାର ଯଦି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହାର ଦର ନକମାନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାପାଇଁ ବିଭିନ୍ନ ସ୍ଥାନରୁ ଆସିଥିବା ଯୁବ ଓ ଛାତ୍ରନେତାମାନେ ମତ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିଲେ । ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ଯୁବ ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାଏକ, ଜିଲ୍ଲା ସଭାପତି ସମରେଶ ବେଉରା, ଏଲିନା ଦାସ, ଧୃତି ମାର୍ଥା, ଜ୍ୟୋସ୍ନା ପରିଡା, ବିଜୟକେତନ ସାହୁ, ଶୁଭ୍ରାଂଶୁ ମିଶ୍ର, ସୋଫିଅ ଆଲାମ, ସୁନୀଲ ପଣ୍ଡା, ରାକେଶ ରାମ, ତାରିଣୀ ପ୍ରସାଦ ନାୟକ, ଆଶିଷ ମିଶ୍ର, ମଧୁସ୍ମିତା ନାୟକ, ପାର୍ଥ ମୁଦୁଲି, ଗଣେଶ ମହାପାତ୍ର, ଶୁଭ୍ରଜିତ ପାଢ଼ୀ, ବାନିକଲ୍ୟାଣ ମହାନ୍ତି, ଅଂଶୁମାନ ସେଠି, ସୋନାଲି ପ୍ରିୟଦର୍ଶିନୀ, ମହେକ୍ଷିତ ମିଶ୍ର, ଅପର୍ଣ୍ଣା ଦାସ, ବାସୁଦେବ ସା, ଦୀପକ ସାହୁ, ଲଗ୍ନାଦୀପା ମିଶ୍ର, ଜଗମୋହନ ବଳିଆରସିଂ ଉପସ୍ଥିତ ଥିଲେ ।

BJD's Protest Against Petrol And Diesel Rate Hike

ସେହିଭଳି ଅଫଟାବ ଖାନ, ପୃନେନ୍ଧୁ ପୂଜାପଣ୍ଡା, ଦୀପକ ସାମନ୍ତରାୟ, ଦୀପକ ମହାପାତ୍ର, ସୌମ୍ୟରଂଜନ ତ୍ରିପାଠୀ, ରାଜେଶ ଭୂୟାଁ, ଅଦ୍ୟପ୍ରାଣ ସୁବୁଦ୍ଧି, ର୍ନିମଳ ବିକାଶ ମହାପାତ୍ର, ମନୋଜ ମହାନ୍ତି, ମନୋଜିତ ଦାସ,ସ୍ମୃତି ନାୟକ ଏବଂ ଛାତ୍ର ବିଜେଡିର ରାଜେଶ ରାଜ ସ୍ୱାଇଁ, ଇପ୍ସିତା ସାହୁ, ଅଜିତ ବେହେର. ସ୍ୱାଗତିକା ଦାସ, ଅପୂର୍ବ ଅପରୂପା, ବିଜୟ ବସନ୍ତିଆ, ସୁଜିତ୍‍ ପାଲଟା ସିଂ, ସମ୍ବିତ ବେହେରା, ଅଭିଷେକ ବେହେରା, ମିକୁ ପ୍ରଧାନ, ସଂକେତ ରାୟ, ସୁଭାଙ୍ଗୀ ରାୟ, ରଞ୍ଜିତ ଦାସ, ସମ୍ବିତ ଶ୍ରୀଚନ୍ଦନ, ବିଜୟଲକ୍ଷ୍ମୀ ଦାସ, ସୁଚିଶ୍ମିତା ବେହେରା. ଅସିମ୍‌ ମହାନ୍ତି, ଅନନ୍ତ ନାରାୟଣ ଜେନା, ପୱନ୍ ସ୍ୱାଇଁ, ଅରୂପ ଶ୍ରୀଚନ୍ଦନ, ଆସିଫ୍ ଅମିନ (କଟକ ଜିଲ୍ଲା ସଭାପତି), ବିଶ୍ୱଦୀପ୍ ପ୍ରଧାନ (ଖୋର୍ଦ୍ଧା ଜିଲ୍ଲା ସଭାପତି), ସୌମ୍ୟ ପ୍ରକାଶ ବିଶ୍ୱାଳ ( ଯାଜପୁର ଜିଲ୍ଲା ସଭାପତି), ସୁଭାଷ ସାହୁ (ଭୁବନେଶ୍‌ର ଜିଲ୍ଲା ସଭାପତି). ସଞ୍ଜୟ ପଟ୍ଟନାୟକ (କଟକ ସିଟି ସଭାପତି), ଭଗବାନ ସାହୁଙ୍କ ସମେତ ୫ହଜାରରୁ ଉର୍ଦ୍ଧ୍ୱ ଛାତ୍ର ଓ ଯୁବ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ । କେନ୍ଦ୍ର ବିରୋଧରେ ଚାଲିଥିବା ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ଆସନ୍ତା କାଲି (ଡିସେମ୍ବର ୩ ତାରିଖ)ରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ରନ୍ଧନଗ୍ୟାସ ଦରବୃଦ୍ଧି ନେଇ ଜୋରଦାର ପ୍ରତିବାଦ କରାଯିବ ଏବଂ ୪ତାରିଖରେ ବେକାରୀ ସମସ୍ୟା ନେଇ ଯୁବ ଓ ଛାତ୍ର ସଂଗଠନ ଆନ୍ଦୋଳନ କରିବାକୁ ସ୍ଥିର ହୋଇଛି ।

କଂଗ୍ରେସକୁ PKଙ୍କ କଡ଼ା କଟାକ୍ଷ: ବିଜେପି ବିରୋଧରେ ବିକଳ୍ପ କିଏ ?

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଚାଲିଛି ବିକଳ୍ପ ଲଢେଇ  । ଅର୍ଥାତ କେଉଁ ଦଳ ଏନଡ଼ିଏ ବିରୋଧରେ ବଡ଼ ଶକ୍ତି ହୋଇ ଉଭା ହେବ ତାହାକୁ ନେଇ ବିବାଦ ସୃଷ୍ଟି ହୋଇଛି  । ଦୁଇ ଦଳ ମଧ୍ୟରେ ଛକା ଫଞ୍ଝା ଆରମ୍ଭ ହୋଇଛି । ଏହାରି ଭିତରେ ବିକଳ୍ପ ଲଢେଇରେ ଏଣ୍ଟ୍ରି ମାରିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର । ରାଜନୀତିରେ କ୍ଷମତା ଆକଳନ କରୁଥିବା ପ୍ରଶାନ୍ତ କିଶୋର କଂଗ୍ରେସ ନେତୃତ୍ୱକୁ ସିଧା ଟାର୍ଗେଟ କରିଛନ୍ତି  । ଦେଶରେ କଂଗ୍ରେସ ଦଳ ବିକଳ୍ପ ଭାବେ ଗ୍ରହଣୀୟ ଯୋଗ୍ୟ ହୋଇ ପାରୁନାହିଁ  । ଏହାର କାରଣ କେବଳ ଦଳୀୟ ନେତା  । ଯେଉଁଥିପାଇଁ ବିଗତ ୧୦ ବର୍ଷ ମଧ୍ୟରେ କଂଗ୍ରେସ ଦଳ ୯୦ ପ୍ରତିଶତ ନିର୍ବାଚନରେ ପରାଜିତ ହୋଇଛି । ଫଳରେ ବିପକ୍ଷ ଦଳର ଭୁମିକାରେ ମଧ୍ୟ ଆସିବା କଂଗ୍ରେସ ପାଇଁ କଷ୍ଟସାଧ୍ୟ ହୋଇପଡିଥିବା କହିଛନ୍ତି ପିକେ   ।

ଟ୍ୱିଟ କରି ପିକେ କହିଛନ୍ତି, ଦେଶରେ ମଜଭୁତ ନେତୃତ୍ୱ ପାଇଁ କଂଗ୍ରେସ ଯେଉଁ କସରତ ଚଳାଇଛି, ଅର୍ଥାତ ଯେଉଁ ବିଚାରରେ ବିସ୍ତାରିତ ହେବାକୁ ପ୍ରସ୍ତୁତ ହେଉଛି, ତାହା ଅତ୍ୟନ୍ତ କଷ୍ଟସାଧ୍ୟ  । ସେପଟେ ବିଗତ ଦିନରେ କଂଗ୍ରେସର ନିର୍ବାଚନ ଫଳାଫଳ ହିଁ ଏହାକୁ ପ୍ରମାଣିତ କରିସାରିଛି  । କାରଣ ୧୦ ବର୍ଷ ମଧ୍ୟରେ ଜାତୀୟ ଦଳ କଂଗ୍ରେସ ୯୦ ପ୍ରତିଶତ ନିର୍ବାଚନରେ ପରାଜୟ ବରଣ କରିଛି  । ଗଣତାନ୍ତ୍ରିକ ଦେଶରେ କଂଗ୍ରେସ ବିପକ୍ଷ ପଦବୀରେ ବସିବାର ଅଧିକାର ମଧ୍ୟ ହରାଇଥିବା କହିଛନ୍ତି ପି.କେ  ।

ବର୍ତ୍ତମାନ ପ୍ରରିପ୍ରେକ୍ଷୀରେ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି  । ବିପକ୍ଷ ପାଇଁ କଂଗ୍ରେସ ସଂଗ୍ରାମ କରୁଥିବାବେଳେ ମମତା ବାନାର୍ଜୀ ଏବେ ଠାରୁ ଶକ୍ତି ସଞ୍ଚୟ କରିବା ଆରମ୍ଭ କଲେଣି  । ଏବେ ବିଭିନ୍ନ ରାଜ୍ୟ ଗସ୍ତ କରିବା ସହ ଅନେକ ଅଞ୍ଚଳିକ ଦଳର ସୁପ୍ରିମୋଙ୍କ ସହ ବୈଠକ ଜାରି ରଖିଛନ୍ତି  । ଏହାରି ଭିତରେ ମହାରାଷ୍ଟ୍ର ଗସ୍ତ କରିଥିବା ମମତା ବାନାର୍ଜୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଦେଶରେ ସେତେବେଳେ ବିକଳ୍ପ ଉଭା ହେବ  । ଯେତେବେଳେ ସମସ୍ତ ବିପକ୍ଷ ରାଜନୈତିକ ଦଳ ଏକଜୁଟ ହେବେ  । ଅର୍ଥାତ୍ ତୃତୀୟ ସାମୁଖ୍ୟ ପ୍ରସଙ୍ଗ ଉତାପନ କରିଛନ୍ତି ଟିଏମସି ସୁପ୍ରିମୋ  । ଯାହା କଂଗ୍ରେସର ସତ୍ତା ସ୍ୱପ୍ନ ବିପକ୍ଷରେ କଣ୍ଟା  ସାଜିବାକୁ ଯାଉଛି  ।

ଦିନେ କଂଗ୍ରେସ ହାତରେ ହାତ ମିଳାଇ ବାଟ ଚାଲୁଥିବା ମମତା ଏବେ ବାଧକ ସାଜିଛନ୍ତି  । କଂଗ୍ରେସ ନେତୃତ୍ୱଙ୍କୁ ମଧ୍ୟ ସିଧାସଳଖ ଆକ୍ଷେପ କରିଛନ୍ତି  । ସେ କହିଛନ୍ତି କଂଗ୍ରେସ ଟିକେଟରେ ବର୍ତ୍ତମାନ କେହି ନିର୍ବାଚନ ଲଢିପାରିବେ ନାହିଁ  । ତେବେ ଆମେ କେମିତି ଲଢିବୁ ? ତେଣୁ ସମସ୍ତ ଦଳ ମିଳିତ ନିର୍ବାଚନ ଲଢୁ ବୋଲି କହିଛନ୍ତି ମମତା  । ପ୍ରଶ୍ନ ଉଠୁଛି ଯେ କଂଗ୍ରେସ ଗଠବନ୍ଧନ ବା ୟୁପିଏର ନେତା କିଏ ? ତେବେ ମମତା ଏହା ମଧ୍ୟ କହିଛନ୍ତି, ଏହା ସ୍ପଷ୍ଟ ଯେ ବର୍ତ୍ତମାନ ୟୁପିଏର ନେତା ହେଉଛନ୍ତି ସୋନିଆ ଗାନ୍ଧୀ  । ତେବେ କିଛି ମାସ ପୂର୍ବେ କଂଗ୍ରେସର ଶୀର୍ଷ ନେତୃତ୍ୱଙ୍କ ସହ ଭେଟି ଏକ ସମୀକରଣର ଖବର ଦେଇଥିବା ମମତା ବାନାର୍ଜୀ, ଏବେ ନିଜ ନେତୃତ୍ୱରେ ବିଜେପି ବିପକ୍ଷରେ ବକଳ୍ପ ବୋଲି ଆହ୍ୱାନ ଦେଇଛନ୍ତି  ।

ବାତ୍ୟା ‘ଜୱାଦ’ ନେଇ କ’ଣ କହୁଛି ସ୍କାଏମେଟର ଆକଳନ

ଭୁବନେଶ୍ୱର: ବଙ୍ଗୋପସାଗର ଉପକୂଳରେ ମାଡ଼ ହେବ ବାତ୍ୟା । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଆଜି ସନ୍ଧ୍ୟାରେ ଅବପାତରେ ପରିଣତ ହେବ । ଘରୋଇ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ସ୍କାଏମେଟର ଆକଳନ ଅନୁସାରେ, ଅବପାତ ବାତ୍ୟା ‘ଜୱାଦ’ରେ ପରିଣତ ହେବ । ଏବଂ ବାତ୍ୟାରେ ପରିଣତ ହେବାର ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଛୁଇଁବ ।

ଏଥିସହ ପଢ଼ନ୍ତୁ: ଆଜି ଅବପାତ, କାଲି ବାତ୍ୟା; ୪ ଜିଲ୍ଲାକୁ ରେଡ୍ ଆଲର୍ଟ  

ତେବେ ଲଘୁଚାପ ଅବପାତର ରୂପ ନେବା ପରେ ବାତ୍ୟା ‘ଜୱାଦ’ର ଗତିପଥ ଜଣାପଡ଼ିବ । ଏବେର ଆକଳନ ଅନୁସାରେ, ଶୁକ୍ରବାର ସନ୍ଧ୍ୟାରୁ ଉପକୂଳରେ ପ୍ରଭାବ ଦେଖାଇବ ‘ଜୱାଦ’ । ତିନି ତାରିଖ ରାତିରୁ ୪ ତାରିଖ ସକାଳ ଯାଏଁ ବାତ୍ୟାର ପ୍ରଭାବ ଅଧିକ ରହିବ । ବାତ୍ୟା ଦୁର୍ବଳ ହେବାର ପରବର୍ତ୍ତୀ ୪୮ ଘଣ୍ଟା ଯାଏଁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପ୍ରଭାବ ଜାରି ରହିବ ।

Skymet On Cyclone Jawad

ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ଗଞ୍ଜାମ, ଗଜପତି, ଜଗତସିଂହପୁର, ବାରିପଦା ସହ ପଶ୍ଚିମବଙ୍ଗର ଦୀଘା, କଣ୍ଟାଇ ଓ ସୁନ୍ଦରବନକୁ ବର୍ଷା ସହ ବାତ୍ୟା ପରବର୍ତ୍ତୀ ବନ୍ୟାର ବିପଦ ରହିଛି । ଏହି ସବୁ ସ୍ଥାନରେ ୬ ତାରିଖ ଯାଏଁ ପାଣିପାଗ ଖରାପ ରହିବ । ପ୍ରବଳ ବର୍ଷା ଓ ଶକ୍ତିଶାଳୀ ପବନରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇପାରେ । ସଡ଼କ ଓ ରେଳସେବାକୁ କ୍ଷତି ପହଞ୍ଚିପାରେ । ତଳିଆ ଅଞ୍ଚଳରେ ରହୁଥିବା ଲୋକ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ।

କର୍ଣ୍ଣାଟକରୁ ୨ ଓମିକ୍ରନ୍ ମାମଲା ଚିହ୍ନଟ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ B.1.1.529 ବା ଓମିକ୍ରନକୁ ନେଇ ଏବେ ଚାରିଆଡ଼େ ଆତଙ୍କ। ଏଭଳି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିନ କୋଭିଡ-୧୯ ସ୍ଥିତିର ସମୀକ୍ଷା କରାଯାଇଛି। ଯେଉଁଥିରେ କର୍ଣ୍ଣାଟକରୁ ‘ଓମିକ୍ରନ୍’ ଭାରିଆଣ୍ଟରେ ସଂକ୍ରମିତ  ଦୁଇଟି ମାମଲା ଚିହ୍ନଟ ହୋଇଛି।

ଏହି ଦୁଇ ସଂକ୍ରମିତ ବ୍ୟକ୍ତି ହେଉଛନ୍ତି ୬୬ ବର୍ଷ ଏବଂ ୪୬ ବର୍ଷ ବୟସ୍କ ପୁରୁଷ । ଏହି ମାମଲା ପରେ ସରକାର କଣ୍ଟ୍ରାକ୍ଟ ଟ୍ରେସିଂକୁ ଜୋରଦାର୍ କରିଥିବା ବେଳେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ସରକାର ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯ଟି ଦେଶରେ ଓମିକ୍ରନ୍ ଭାରିଆଣ୍ଟର ୩୭୩ ଟି ମାମଲା ଚିହ୍ନଟ ହୋଇଛି।

ଆକ୍ରାନ୍ତ ଦ୍ବୟ ନିକଟରେ ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଆକ୍ରାନ୍ତ ଦୁଇଜଣ କରୋନା ପଜିଟିଭ ହେବା ପରେ ଜିନୋମ ସିକ୍ବେନ୍ସିଂ ପାଇଁ ସାମ୍ପୁଲ ପଠାଯାଇଥିଲା । ଆଜି ରିପୋର୍ଟ ଆସିବା ପରେ ସେମାନେ ଓମିକ୍ରନ ଷ୍ଟ୍ରେନରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏହି ଦୁଇ ଆକ୍ରାନ୍ତଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।  ତେବେ ଆତଙ୍କିତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ।

ଅଧିକ ପଢନ୍ତୁ: ୨୩ ଦେଶରେ କରୋନା ଭୂତାଣୁ ଓମିକ୍ରନ୍ ଆତଙ୍କ

ଆଜି ଅବପାତ, କାଲି ବାତ୍ୟା; ୪ ଜିଲ୍ଲାକୁ ରେଡ୍ ଆଲର୍ଟ  

ଭୁବନେଶ୍ୱର: କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଗାମୀ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ । ଏହାପରେ ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହୋଇପାରେ ।

ବାତ୍ୟା ‘ଜୱାଦ’ରେ ପରିଣତ ହେବା ପରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ୪ ତାରିଖ ସକାଳେ ମାଡ଼ ହୋଇପାରେ । ଏହାପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ କରିବ । ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସହ ଅନ୍ୟ କିଛି ଜିଲ୍ଲାରେ ବର୍ଷା ହେବ । ୩ ତାରିଖରେ ଗଞ୍ଜାମ, ଗଜପତି ସହ କୋରାପୁଟ, ରାୟଗଡ଼ା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ହେବ । ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇଛି ପାଣିପାଗ ବିଭାଗ । ସେହିଭଳି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୫ ତାରିଖରେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ବଢ଼ିବ । ୩ରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।

୨ ତାରିଖ ସନ୍ଧ୍ୟାରୁ ଦକ୍ଷିଣପୂର୍ବ ଓ ସଂଲଗ୍ନ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ରହିବ । ୩ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ରହିପାରେ । ପରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ଓ ଝଟକା ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ହ୍ୱାଟ୍ସଆପରୁ ବୁକ୍ କରିପାରିବେ Uber Ride, ଜାଣନ୍ତୁ କିଭଳି କାମ କରିବ ଏହାର ନୂଆ ଫିଚର୍…

ନୂଆଦିଲ୍ଲୀ: Uber, Ola କମ୍ପାନୀ ଗୁଡିକ କ୍ୟାବ୍ ସର୍ଭିସକୁ ଆହୁରି ସୁଗମ କରିଦେଇଛନ୍ତି । ଏପରିସ୍ଥଳେ Uber Technologies Ltd ଏକ ବଡ଼ ଘୋଷଣା କରିଛି । ତଦନୁଯାୟୀ କମ୍ପାନୀ ଭାରତରେ ଏକ ନୂଆ ଫିଚର୍ ଆଣିବାକୁ ଯାଉଛି, ଯାହା ଫଳରେ  ୟୁଜର୍ସ ମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ବୁକିଂ କରିପାରିବେ।

ଏବେ ଉବର୍ ରାଇଡ୍ ପାଇଁ ଆପଣଙ୍କୁ Uber App ଡାଉନଲୋଡ୍ କରିବାକୁ ପଡିବ ନାହିଁ। ଗ୍ରାହକ ଚାହିଁଲେ ରାଇଡ୍ ବୁକିଂ WhatsApp ଜରିଆରେ କରିପାରିବେ। ତେବେ ଏହି ସୁବିଧା ପାଇଲଟ୍ ପ୍ରୋଜେକ୍ଟ ଭାବେ ପ୍ରଥମେ ଲକ୍ଷ୍ନୗେରେ ଆରମ୍ଭ ହେବ । ଏହା ସଫଳ ହେଲେ ତତପରେ ଅନ୍ୟ ସହରରେ ଆରମ୍ଭ ହେବ ।

ଏକ ଗଣମାଧ୍ୟ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉବର୍ ର ବ୍ଲଗ୍ ପୋଷ୍ଟରୁ ଜଣାପଡିଛି ଯେ ଏହି ସପ୍ତାହରୁ ଆମେ ଏକ ନୂଆ ସର୍ଭିସ୍ ଆରମ୍ଭ କରୁଛୁ । ଯେଉଁଥିରେ କି ଲୋକମାନେ ଏକ ଅଫିସିଆଲ୍ ଉବର୍ ହ୍ୱାଟ୍ସଆପ୍ ଚାର୍ଟବୋଟ୍ ମାଧ୍ୟମରେ ଲୋକଙ୍କୁ ରାଇଡ୍ ବୁକର ବିକଳ୍ପ ମିଳିପାରିବ।ଉପଭୋକ୍ତା ମାନେ ପଞ୍ଜିକରଣ ଠାରୁ ଆରମ୍ଭ କରି ରାଇଡ୍ ବୁକିଂ ଏବଂ ଟ୍ରିପର ରସିଦ ପାଇବା ଭଳି ସବୁ କାମ ହ୍ୱାଟ୍ସଆପର ଚାଟ୍ ଇଣ୍ଟରଫେସରେ କରିପାରିବେ।  ହ୍ୱାଟ୍ସଆପ୍ ବ୍ୟବହାର କାରୀଙ୍କୁ ବାରକୋଡ୍ ସ୍କାନ୍ କରି ଉବରର ବ୍ୟବସାୟ ଆକାଉଣ୍ଟ ନମ୍ବରକୁ ମେସେଜ୍ କରିବାକୁ ପଡିବ କିମ୍ବା ସେମାନେ ସିଧାସଳଖ ଲିଙ୍କରେ କ୍ଲିକ୍ କରି ଉବର ହ୍ୱାଟ୍ସ ଆପ୍ ଚାଟକୁ ଯାଇପାରିବେ ।

ସୂଚନାଯୋଗ୍ୟ, ଉବର୍ ଗତ ଆଠ ବର୍ଷ ଧରି ଭାରତରେ କାମ କରୁଛି ଏବଂ ପ୍ରାୟ ୭୦ଟି ସହରରେ ଏହାର ସର୍ଭିସ୍ ଉପଲବ୍ଧ। ଏଥିସହିତ ଦେଶରେ ଏହାର ୫୦ କୋଟି ଉପଭୋକ୍ତା ରହିଛନ୍ତି।