ଦେଢ଼ କେଜି ସୁନା ଚୋରି ମାମଲା: ପିଅନ୍‌କୁ ଗିରଫ କଲା ପୋଲିସ

କୋରାପୁଟ: ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ ୧ କେଜି ୬୧୦ଗ୍ରାମ ସୁନା ଚୋରି ମାମଲା। ଚୋରି ସୁନା ଉଦ୍ଧାର କରିବା ସହ ମୁଖ୍ୟ ଅଭିଯୁକ୍ତ ଶେଖର କୁଲଦୀପଙ୍କୁ ଗିରଫ କରିଛି ପୋଲିସ । ଲକ୍ଷ୍ମୀପୁର ଏସବିଆଇ ଶାଖାରେ ୨୦୧୪ରୁ ୨୦୨୧ ଯାଏଁ ଅସ୍ଥାୟୀ ପିଅନ ଭାବେ କାମ କରୁଥିଲେ ଶେଖର। ସେତେବେଳେ ବ୍ୟାଙ୍କରେ ସୁନା କେଉଁଠି ରଖାଯାଉଥିଲା, ସେକଥା ଶେଖର ଜାଣିଥିଲେ। ଗତବର୍ଷ ନଭେମ୍ବର ୩୦ତାରିଖରେ ବ୍ୟାଙ୍କରେ ସୁନା ଚୋରି କରିଥିବା ବେଳେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗତ ୧୪ତାରିଖରେ ଲକ୍ଷ୍ମୀପୁର ଥାନାରେ ଏତଲା ଦିଆଯାଇଥିଲା।

ଡଗ୍ ସ୍କ୍ୱାର୍ଡ ଓ ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତ ଶେଖର କୁଲଦୀପଙ୍କୁ ନାରାୟଣପାଟଣାରୁ ଗିରଫ କରିଛି । ତାଠାରୁ ପ୍ରାୟ ୧କେଜି ୨୦୦ଗ୍ରାମ ସୁନା ଉଦ୍ଧାର କରଯାଇଛି । ଏଥିସହ ନଗଦ ୨ଲକ୍ଷ ୯୫ହଜାର ଟଙ୍କା ଜବତ କରାଯାଇଛି । ଶେଖରଙ୍କ ଘରକୁ ମଧ୍ୟ ସିଜ୍ କରାଯାଇଛି । ମାମଲାରେ ଅନ୍ୟ କିଏ ସାମିଲ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ଆସନ୍ତାକାଲି ଓଡ଼ିଶା ଆସିବ ଓମିସିୟୋର, ଆଉ ଦରକାର ପଡ଼ିବନି ଜେନମ ସିକ୍ୱେନ୍ସିଂ

Leave a Reply