ଦେଶରେ ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨ ଲକ୍ଷ ୭୧ ହଜାର ଆକ୍ରାନ୍ତ ଚିହ୍ନଟ

1 min read

ନୂଆଦିଲ୍ଲୀ: ସାରା ଦେଶରେ ଦ୍ରୁତି ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୭୧ ହଜାର ୨୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୧୪ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲିଠାରୁ ଆଜି ୨ ହଜାର ୩୬୯ ଜଣ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଦୈନିକ ପଜିଟିଭ୍ ରେଟ୍‌ ୧୬.୨୮ ପ୍ରତିଶତ ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୭୪୩ରେ ପହଞ୍ଚିଛି ।

ଦେଶରେ ଶନିବାର ୨ ଲକ୍ଷ୬୮ ହଜାର ୮୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟା ବଢ଼ି ୨ ଲକ୍ଷ ୭୧ ହଜାର ୨୦୨ରେ ପହଞ୍ଚିଛି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୧୫ ଲକ୍ଷ ୫୦ ହଜାର ୩୭୭ ରହିଛି । ସେହିପରି ବର୍ତ୍ତମାନ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬ରେ ପହଞ୍ଚିଛି ।

Leave a Reply