ବିଜେଡିରେ ମିଶିଲେ ବହଳଦାର ପୂର୍ବତନ ବିଧାୟକ ଓ ବୌଦ୍ଧ ପୂର୍ବତନ ଜିଲ୍ଲା ପରିଷଦ

ଭୁବନେଶ୍ୱର: ବଢିଲା ବିଜେଡି ବଳ । ବିଜେଡିରେ ଯୋଗଦେଲେ ମୟୂରଭଞ୍ଜ ଜିଲ୍ଲା ବହଳଦାର ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ । ଲକ୍ଷ୍ମଣ ସୋରେନଙ୍କୁ ବିଧିବଦ୍ଧ ଭାବେ ସ୍ୱାଗତ କରିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜେପିରୁ ୨୦୦୦ ମସିହାରେ ୨୧ ଶହ ଅଧିକ ଭୋଟରେ ଜିତିଥିଲେ । ୨୦୦୪ରୁ ବିଜେପି ଟିକେଟ ନପାଇବାରୁ କଂଗ୍ରେସରୁ ଲଢ଼ି ପରାଜିତ ହୋଇଥିଲେ । ପୁଣି ସେହି ୨୦୦୪ରେ ସେ ବିଜେପିକୁ ଫେରିଥିଲେ । କିନ୍ତୁ ଏହା ପରଠାରୁ ବିଜେପି ତାଙ୍କୁ ଆଉ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇ ନଥିଲା । ଯେଉଁଥିପାଇଁ ସେ ବିଜେପି ଛାଡ଼ିଛନ୍ତି ।

ସେହିପରି ବୌଦ୍ଧର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଧୀର ମହାକୁଡ଼ କଂଗ୍ରେସ ଛାଡ଼ି ବିଜେଡିର ମିଶିଛନ୍ତି । ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ମଧ୍ୟ ଥିଲେ ସୁଧୀର । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି । କଂଗ୍ରେସର ସଂଗଠନ ଦୁର୍ବଳ ହେଉଥିବା ବେଳେ କେହି ଏହାର ସଂଗଠନକୁ ସୁଦୃଢ଼ କରିବାକୁ ଚାହୁଁନାହାନ୍ତି । ଯେଉଁଥି ପାଇଁ ସମର୍ଥକଙ୍କ ସହ କଂଗ୍ରେସ ଛାଡି ସୁଧୀର ମହାକୁଡ଼ ବିଜେଡିରେ ମିଶିଛନ୍ତି । ବିଜେଡିରେ ସେମାନଙ୍କର ରାଜନୈତିକ ଆଦର ସମ୍ମାନ ଅକ୍ଷୂଣ୍ଣ ରହିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

Leave a Reply