ବିଦେଶ ରପ୍ତାନି ହେବ ଭାରତୀୟ କ୍ରୁଜ୍ ମିସାଇଲ ବ୍ରହ୍ମୋସ, ଫିଲିପାଇନ୍ସ ସହ ୩୭୪ ନିୟୁତ ଡଲାରର ଚୁକ୍ତି

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷାରେ ନୂଆ ଅଧ୍ୟାୟ । ପ୍ରଥମ ଥର ଲାଗି କ୍ରୁଜ ମିସାଇଲ ବ୍ରହ୍ମୋସ କ୍ଷେପଣାସ୍ତ୍ରର ହେବ ରପ୍ତାନି । ଫିଲିପାଇନ୍ସ ସହ ହୋଇଥିବା ୩୭୪ ନିୟୁତ ଡଲାର ପ୍ରତିରକ୍ଷା ଚୁକ୍ତି ଅନୁସାରେ ଭାରତ ଏହି କ୍ଷେପଣାସ୍ତ୍ର ରପ୍ତାନି କରିବ । ଯୁଦ୍ଧଜାହାଜ ବିଧ୍ୱଂସୀ ଏହି କ୍ଷେପଣାସ୍ତ୍ରର ଅତ୍ୟାଧୁନିକ କାରିଗରୀ ଦେଖି ଫିଲିପାଇନସ ଭାରତ ସହ ପ୍ରତିରକ୍ଷା ଚୁକ୍ତି କରିଥିଲା । ଏହି କ୍ଷେପଣାସ୍ତ୍ର ହାସଲ କଲେ ଫିଲିପାଇନସ ନୌସେନା ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେବ ।

ଚୁକ୍ତି ଅନୁସାରେ ଫିଲିପାଇନ୍ସକୁ ଭାରତ ଇଣ୍ଟିଗ୍ରେଟେଡ ଲଜିଷ୍ଟିକ୍ସ ସପୋର୍ଟ ବି ଦେବ । ଋଷିଆର ସହଭାଗିତାରେ ଭାରତ ବ୍ରହ୍ମୋସ କ୍ରୁଜ ମିସାଇଲ ନିର୍ମାଣ କରୁଛି । ଯାହାକି ବୁଡାଜାହାଜ, ଜାହାଜ, ବିମାନ ବା ଅନ୍ୟ କୌଣସି ସ୍ଥଳବିଶେଷରୁ ଏହାକୁ ନିକ୍ଷେପ କରାଯାଇପାରିବ । ଏହି ରପ୍ତାନି ଭାରତର ପ୍ରଥମ ପ୍ରତିରକ୍ଷାଭିତ୍ତିକ ରପ୍ତାନିର ମାନ୍ୟତା ଲାଭ କରିଛି । ବିଭିନ୍ନ ବନ୍ଧୁ ଓ ସମଭାବାପନ୍ନ ରାଷ୍ଟ୍ରଗୁଡିକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରିଆସୁଛି ଭାରତ । ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବା ଲାଗି ଭିଏତନାମ ଓ ଇଣ୍ଡୋନେସିଆ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।

Leave a Reply