ନୂଆପଡ଼ାର ବାଘ ଆତଙ୍କ, ଗାଈକୁ ଟାଣିନେଲା

ନୂଆପଡା: ଗାଈକୁ ଟାଣିନେଲା ବାଘ । କୁଟରେଙ୍ଗାପଡ଼ାରେ ବାଘ ଆତଙ୍କ । ମହାବଳ ବାଘ ଗାଈ ଶିକାର କରିଥିବା ଅଭିଯୋଗ ହୋଇଛି । ଆଜି ସକାଳୁ ଅଗିନ ମାଝୀ ଗାଈ ଚରାଇବାକୁ ନେଇଥିଲେ । ଏହି ସମୟରେ ଗାଁ ମୁଣ୍ଡରେ ଏକ ବାଘ ହଠାତ ଆସି ଗାଈର ତଣ୍ଟିକୁ ଧରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଏହାପରେ ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ଚିତ୍କାର କରିବାରୁ ବାଘ ଗାଈକୁ ଧରି ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା ।

ଏହି ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନକୁ ଠାବ କରିଛନ୍ତି । ଏହି ଘଟଣା ପରେ ଏବେ ଧରମବନ୍ଧା, ତୋର୍ରା ଅଞ୍ଚଳରେ ବାଘକୁ ନେଇ ଆତଙ୍କ ଖେଳିଯାଇଛି । ଅନ୍ୟପକ୍ଷରେ ବନ ବିଭାଗ କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ବାଘକୁ ନେଇ ସଚେତନ କରୁଛନ୍ତି ।

Leave a Reply