spot_img
Home Blog Page 4808

ପ୍ରବାସୀଙ୍କୁ ନେଇ ଯାଉଥିବା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ୫୩ ମୃତ

ମେକ୍ସିକୋ: ଦକ୍ଷିଣ ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଶତାଧିକ ଆମେରିକୀୟ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାୟ ୫୩ ଜଣଙ୍କ ମୃତ୍ୟୁ ହୋଇଛି । ୫୦ରୁ ଊର୍ଦ୍ଧ୍ୱଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଟ୍ରକ ମୁହାଁମୁହିଁ ହେବା ଯୋଗୁ ଏହି ଦୁର୍ଘଟଣା ଘଟିଛି ।

53 migrants dead, 54 injured in truck crash in south Mexico

ଚିଆପସରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍ ପହଞ୍ଚି ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାର ତଦନ୍ତ କରିବା ସହ ତୁରନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଚିଆପସ ଗଭର୍ଣ୍ଣର ।

53 migrants dead, 54 injured in truck crash in south Mexico

ଗୁରୁବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଠିଛି । ସୂଚନା ଅନୁସାରେ, ପ୍ରାୟ ୨୦୦ ଜଣ ପ୍ରବାସୀ ଆମେରିକୀୟ ଟ୍ରକରେ ଯାତ୍ରା କରୁଥିଲେ । ଟ୍ରକଟି ନିୟନ୍ତ୍ରଣ ହରାଇ ଅନ୍ୟ ଏକ ଟ୍ରକରେ ଧକ୍କା ଖାଇ ଫୁଟ୍ ଓଭର ବ୍ରିଜରେ ମାଡ଼ ହୋଇଥିଲା ।

ଝିଅକୁ ଧରି କାକୁତି ମିନତି କରୁଥିଲା ବାପା, କିଛି ନଶୁଣି ନିର୍ଦ୍ଧୁମ ଛେଚି ଚାଲିଲା ପୋଲିସ, ଦେଖନ୍ତୁ ଭାଇରାଲ ଭିଡିଓ

0

କାନପୁର: କାନପୁରର ଦୋହାତର ଅକବରପୁରରେ ଜଣେ ବ୍ୟକ୍ତିକୁ ମାଡ଼ ମାରିବା ଘଟଣା ଏବେ ନିଆଁ ଭଳି ବ୍ୟାପିପାରେ ଲାଗିଛି । କାଖରେ ନିଜ ଝିଅକୁ ଧରିଥିବା ପୁନିତ ଶୁକ୍ଳାଙ୍କୁ ଅକବରପୁର ଥାନାର SHO ବିନୋଦ କୁମାର ମିଶ୍ର ଅତି ବର୍ବରତାର ସହ ମାଡ଼ ମାରୁଥିବା ଦୃଶ୍ୟ ସମସ୍ତଙ୍କୁ ବିବ୍ରତ କରୁଛି । ଏହି ଭିଡିଓ ଭାଇରାଲ ହେବା ପରେ SHO ବିନୋଦ କୁମାର ମିଶ୍ରକୁ ସସପେଣ୍ଡ କରାଯାଇଛି ।

ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ପୋଲିସ ଏହି ଘଟଣାର ସ୍ପଷ୍ଟୀକରଣ ଦେଇଛି । ପୋଲିସ କହିଛି ଯେ ରଜନୀଶ ଶୁକ୍ଲା ନାମକ ଜଣେ ବ୍ୟକ୍ତି ଡାକ୍ତରଖାନାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ରଜନୀଶଙ୍କ ଭାଇ । ପୋଲିସର କହିବାନୁସାରେ, ବାରମ୍ବାର ବୁଝାଇବା ପରେ ସେ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ।

ସେଥିପାଇଁ ଆମେ ଏମିତି ଆକ୍ସନ ନେବାକୁ ବାଧ୍ୟ ହୋଇଥିଲୁ । ପୋଲିସ କହିଛି ଯେ ଡିଏମ ଏବଂ ସିଏମଓ ମଧ୍ୟ ଘଟଣାସ୍ଥଳରେ ଥିଲେ । ଦୁହେଁ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ରାଜି ହୋଇନଥିଲେ । ପ୍ରଶାସନ ଅଭିଯୋଗ କରିଛି ଯେ ଡାକ୍ତରଖାନା ଏମାନେ ବହୁତ ସମସ୍ୟା କରୁଥିଲେ । ଯେଉଁଥିପାଇଁ ରୋଗୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏଭଳି ପରିସ୍ଥିତିରେ ସେମାନଙ୍କୁ ହଟାଇବା ପ୍ରଶାସନ ଏବଂ ପୋଲିସର ଦାୟିତ୍ୱ ଥିଲା ।

କଣ ରହିଛି ପୁରା ମାମଲା

କାନପୁରର ଦେହାତ ଅଞ୍ଚଳରେ ବର୍ତ୍ତମାନ ଜିଲ୍ଲା ଡାକ୍ତରଖାନା ପାଖରେ ଏକ ମେଡିକାଲ କଲେଜ ନିର୍ମାଣ ପାଇଁ ଖନନ କାର୍ଯ୍ୟ ଚାଲିଥିଲା । ମାଟି ଖୋଳାବେଳେ ଏହାର ମାଟି ଜିଲ୍ଲା ଡାକ୍ତରଖାନାରକୁ ଉଡୁଥିଲା । କର୍ମଚାରୀମାନେ ଏହା ଉପରେ ଅଭିଯୋଗ କରିଥିଲେ ମଧ୍ୟ ଶୁଣାଣି ହୋଇ ନ ଥିବାରୁ ସେମାନେ ଗୁରୁବାର ଦିନ ବିରୋଧ ଆରମ୍ଭ କରିଥିଲେ । ଅଭିଯୋଗ ରହିଛି ଯେ ଏହି ସମୟ ଡାକ୍ତରଖାନାକୁ ବନ୍ଦ କରାଯାଇଥିଲା । ପୋଲିସ ପ୍ରଶାସନ କର୍ମଚାରୀଙ୍କୁ ହଟାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ସେମାନେ ନମାନିବାରୁ ପୋଲିସ ଲାଠି ଚାର୍ଜ କରିଥିଲା । ଲାଠି ଚାର୍ଜ ସମୟରେ ଜିଲ୍ଲା ଡାକ୍ତରଖାନାର ୱାର୍ଡବୟ ଏବଂ କର୍ମଚାରୀ ନେତା ରଜନୀଶ ଶୁକ୍ଲାଙ୍କୁ ପୋଲିସ ମାଡ଼ ମାରିଥିଲା । ଏହି ସମୟରେ ରଜନୀଶଙ୍କ ଭାଇ ପୁନିତଙ୍କୁ ମଧ୍ୟ ପୋଲିସ ମାଡ଼ ମାରିବାକୁ ଲାଗିଲା । ଯେତେବେଳେ ପୋଲିସ ମାଡ ମାରୁଥିଲା ପୁନିତ ତାଙ୍କ ଶିଶୁ କନ୍ୟାକୁ କୋଳରେ ଧରିଥିଲେ ।

ବିପିନଙ୍କ ଆର୍ମୀ ଚାକିରି ସ୍ୱପ୍ନ ପୂରଣ କରିଥିଲା ଏକ ଦିଆସିଲି

ଭୁବନେଶ୍ବର: ବିପିନ ରାଓ୍ବତ । ସିଡିଏସ୍ ବିପିନ ରାଓ୍ବତ । ନାଁ ହିଁ କାଫି । ଯାହାଙ୍କ ପଦିଏ କଥାରେ ଥରହର ହେଉଥିଲା ଶତ୍ରୁ କ୍ୟାମ୍ପ । ଯାହାଙ୍କ ଗର୍ଜନରେ ଚୀନ, ପାକିସ୍ତାନ ପରି ପଡୋଶୀ ରାଷ୍ଟ୍ରଙ୍କର କପଡ଼ା ଓଦା ହୋଇଯାଇଥାଏ । ଆଜି ସେହି ବୀର ନାହାନ୍ତି । ସେନା ଚପର ଦୁର୍ଘଟଣାରେ ୧୧ ବୀର ଯବାନ ଏବଂ ପତ୍ନୀଙ୍କ ସହ ସହିଦ ହୋଇଛନ୍ତି ଭାରତମାତାଙ୍କ ଏହି ସୁଯୋଗ୍ୟ ସନ୍ତାନ ।

ଆର୍ମୀ ଚାକିରିରୁ ସିଡିଏସ୍ ପରି ପଦକୁ ଆସିଥିବା ବିପିନ ରାଓ୍ବତଙ୍କ ଜୀବନୀକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ । ସର୍ଜିକାଲ ଷ୍ଟ୍ରାଇକ୍, ପୁଲଓ୍ବାମା ଆକ୍ରମଣ ହେଉ କି ଚୀନକୁ ମୁହଁତୋଡ଼ ଜବାବ ଦେବା ହେଉ, ତାଙ୍କ ତତ୍ବାବଧାନରେ ସାରା ବିଶ୍ବ ଦେଖିଛି ଭାରତୀୟ ବୀର ଯବାନଙ୍କ ପରାକ୍ରମ ।

ତେବେ ଜାଣିଛନ୍ତି କି ଏକ ଦିଆସିଲି ହିଁ ତାଙ୍କୁ ଆର୍ମୀରେ ଯାଇ ଦେଶମାତୃକାର ସେବା କରିବାର ସ୍ବପ୍ନକୁ ପୂରଣ କରିଥିଲା । ଏବେ ଭାବୁଥିବେ ଆର୍ମୀ ଚାକିରି କରିବାକୁ ହେଲେ କଠିନ ଶାରୀରିକ ଓ ମୌଖିକ ପରୀକ୍ଷା ଦେବାକୁ ପଡ଼ିଥାଏ । ଏକ ଦିଆସିଲି କେମିତି ତାଙ୍କୁ ଆର୍ମୀ ଚାକିରି ଦେଇପାରିବ । ଆସନ୍ତୁ ଜାଣିବା ଆର୍ମୀ ଚାକିରି ପାଇବା ପଛରେ ବିପିନ ରାଓ୍ବତ ଓ ତାଙ୍କ ଦିଆସିଲିର ଥିବା ଏହି ରୋଚକ କାହାଣୀ ।

ଘଟଣା ସେ ସମୟର, ୟୁପିଏସସି ଦ୍ବାରା ପରିଚାଳିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ) ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ବିପିନ । ଲିଖିତ ପରୀକ୍ଷା ଠିକଠାକ ହୋଇଯାଇଥିଲା । ଏଥିରେ ସେ କୃତକାର୍ଯ୍ୟ ମଧ୍ୟ ହୋଇ ଯାଇଥିଲେ । ଏବେ ଥିଲା ମୌଖିକ ସାକ୍ଷାତକାର ସମୟ ।

ଯୁବାବସ୍ଥା ଓ ଆର୍ମୀ ଚାକିରି ପାଇଁ ସାକ୍ଷାତକାର । ଅନ୍ୟ ପରୀକ୍ଷାର୍ଥୀଙ୍କ ପରି ସେ ବି ନର୍ଭସ ଥିଲେ । ସାକ୍ଷାତକାର ହଲକୁ ଯିବା ବେଳେ ତାଙ୍କ ହୃଦ ସ୍ପନ୍ଦନ ବି ବଢ଼ି ଯାଇଥିଲା । ଆଗରେ ବସିଥିଲେ ଜଣେ ବ୍ରିଗେଡିୟର ରାଙ୍କର ଅଫିସର ।

ଆର୍ମୀ ଷ୍ଟାଇଲ ଓ ଚଢ଼ା ଗଳାରେ ସେପଟୁ ପ୍ରଶ୍ନ ଆସିଥିଲା, ‘୪ରୁ ୫ ଦିନ ପାଇଁ ଏକ ଟ୍ରେକିଂକୁ ଯିବା ବେଳେ ସାଙ୍ଗରେ କ’ଣ କ’ଣ ଗୁରୁତ୍ବପୂର୍ଣ୍ଣ ଜିନିଷ ନେଇ କି ଯିବାକୁ ଚାହିଁବ ।’

ନରମ ଗଳାରେ ବିପିନ ରାଓ୍ବତ ଉତ୍ତର ଦେଇଥିଲେ, ‘ସାର୍ ଏଭଳି ସ୍ଥିତିରେ ମୁଁ ସାଙ୍ଗରେ ଏକ ଦିଆସିଲି ରଖିବାକୁ ଚାହିଁବି ।’

ଏପରି ଉତ୍ତର ଶୁଣିବା ପରେ ଅଧିକାରୀଙ୍କ ତରଫରୁ ପୁଣି ଏକ ପ୍ରଶ୍ନ ଆସିଥିଲା, ‘କେବଳ ଦିଆସିଲି କାହିଁକି ? ବହି, ବୋତଲ କିମ୍ବା ଛୁରୀ ମଧ୍ୟ ନେଇପାରିବ ?’

ପ୍ରତି ଉତ୍ତରରେ ବିପିନ କହିଥିଲେ, ‘ଯେତେବେଳେ ମଣିଷ ପ୍ରାଚୀନ କାଳରେ ଜଙ୍ଗଲରେ ରହୁଥିଲା, ସେତେବେଳେ ସେ ପ୍ରଥମେ ନିଆଁ ଆବିଷ୍କାର କରିଥିଲା । ତେଣୁ ମୋ ଦୃଷ୍ଟିରେ ଦିଆସିଲି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ।’

ବିପିନ ରାଓ୍ବତଙ୍କ ଏମିତି ଉତ୍ତର ସାକ୍ଷାତକାର ନେଉଥିବା ବ୍ରିଗେଡିଆରଙ୍କୁ କେତେ ପ୍ରଭାବିତ କରିଥିବ ତାହା ତାଙ୍କୁ ଜଣା । ହେଲେ ଏନଡିଏରେ ବିପିନଙ୍କ ଏଣ୍ଟି ହୋଇଯାଇଥିଲା । ଏକ ସାକ୍ଷାତକାର ବେଳେ ବିପିନ ତାଙ୍କ ଦିଆସିଲି ପ୍ରସଙ୍ଗ କହିଥିଲେ । ସେତିକି ନୁହେଁ ପରୀକ୍ଷା ସହ ଦିଆସିଲି ବି ତାଙ୍କୁ ଚାକିରି ମିଳିବା ପଛରେ ସହାୟକ ହୋଇଥିବା ସେ ମନେ କରୁଥିଲେ ।

ଶେଷ ଯାତ୍ରାରେ ଜେନେରାଲ ରାଓ୍ୱତ

ନୂଆଦିଲ୍ଲୀ: ଶେଷ ଯାତ୍ରାରେ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ଦିଲ୍ଲୀ ବାସଭବନରୁ ବରାର ଚୌକ ଶ୍ମଶାନ ପର୍ଯ୍ୟନ୍ତ ଆସୁଛି ବିପିନଙ୍କ ଅନ୍ତିମ ଯାତ୍ରା । ବିପିନଙ୍କ ଅନ୍ତିମ ଯାତ୍ରା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଲୋକମାନେ ବିପିନ୍ ରାଓ୍ୱତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି । ସହିଦ ଜେନେରାଲ ବିପିନ ରାଓ୍ୱତଙ୍କ ଶେଷ ଯାତ୍ରାକୁ ଏକସର୍ଟ କରୁଛନ୍ତି ଟ୍ରଇ ଫୋର୍ସର ୯୯ ଯବାନ । ଜେନେରାଲ ଅମର ରହେ, ଭାରତ ମାତା କି ଜୟ ଧ୍ୱନିରେ କମ୍ପୁଛି ଦିଲ୍ଲୀ ।

ସିଡିଏସ ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀର ବରାର ଚୌକ ଶ୍ମଶାନରେ ପହଞ୍ଚିବା ପରେ ସେଠାରେ ମଧ୍ୟ ଶ୍ରଦ୍ଧାଞ୍ଜଳି ଦିଆଯିବ । ସିଡିଏସ ରାଓ୍ୱତଙ୍କ ଅନ୍ତିମ ସଂସ୍କାର ସମାପନ କରିବେ ଗୋର୍ଖା ରେଜିମେଣ୍ଟ । ଭାରତର ବୀର ପୁତ୍ର ଜେନେରାଲ ବିପିନ ରାଓ୍ୱତଙ୍କ ଅନ୍ତିମ ସଂସ୍କାରରେ ୮୦୦ ଶହ ଯବାନ ସାମିଲ ହେବେ । ଏଥିସହ ବିପିନ ରାଓ୍ୱତଙ୍କୁ ୧୭ ତୋପ ସଲାମୀ ଦିଆଯିବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହିନ୍ଦୁ ରୀତିନୀତି ଅନୁସାରେ ଜେନେରାଲ ରାଓ୍ୱତ ଓ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କର ଅନ୍ତିମ ସଂସ୍କାର ହେବ ।

ସ୍କୁଲରେ କଡ଼ାକଡ଼ି ହୋଇଛି କରୋନା ଏସଓପି

ଭୁବନେଶ୍ବର: କରେନାକୁ ନେଇ ସ୍କୁଲ ପାଇଁ କଡାକଡି ହେଲା ଏସଓପି । ଥଣ୍ଡା ଜ୍ୱର ଥିଲେ ବିଦ୍ୟାଳୟ ନଆସିବାକୁ ପରାମର୍ଶ । ଏମିତି ପରାମର୍ଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ସେ କହିଛନ୍ତି, ‘ସ୍କୁଲଗୁଡ଼ିକରେ ଟେଷ୍ଟିଂ କରାଯାଉଛି । ସ୍କୁଲ ଆସିବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି । ସ୍କୁଲକୁ ଅଧିକ ଛାତ୍ରଛାତ୍ରୀ ଆସୁଥିବାରୁ ଉପସ୍ଥାନ ବଢ଼ିଛି । ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।’

ସ୍କୁଲରେ ଡ୍ରପ୍‌ ଆଉଟ ସଂଖ୍ୟା ବୃଦ୍ଧି ଖବରରେ କୌଣସି ସତ୍ୟତା ନଥିବା କହିଛନ୍ତି ମନ୍ତ୍ରୀ । ହଜାରେରୁ ଅଧିକ ମାଇଗ୍ରେସନ ହଷ୍ଟେଲ ବନ୍ଦ ହୋଇଥିବା ଯୋଗୁଁ ପ୍ରାୟ ୮ ହଜାର ଛାତ୍ରଛାତ୍ରୀ ସ୍କୁଲ ଆସିପାରିନାହାନ୍ତି । ସ୍କୁଲ ଆସିବାକୁ ନେଇ ଅବିଭାବକଙ୍କ ସହମତି ପାଇଁ ରାଜ୍ୟ ସରକାର ବିକଳ୍ପ ବ୍ୟବସ୍ଥା କରିଥିବା କହିଛନ୍ତି ମନ୍ତ୍ରୀ ।

ସ୍କୁଲ ଅପେକ୍ଷା ହଷ୍ଟେଲରେ ଅଧିକ ସଂକ୍ରମଣ

ସ୍କୁଲରୁ କରୋନା ସଂକ୍ରମିତ ଚିହ୍ନଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସ୍କୁଲ ଅପେକ୍ଷା ହଷ୍ଟେଲରୁ ଅଧିକ କରୋନା ପଜିଟିଭ୍ ରିପୋର୍ଟ ଆସିଥିବା ସେ କହିଛନ୍ତି ।

ସେ କହିଛନ୍ତି, ‘କିଛି ଶିକ୍ଷକ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ପଜିଟିଭ୍ ଛାତ୍ରଛାତ୍ରୀଙ୍କ ପାଇଁ ସଙ୍ଗରୋଧ ବ୍ୟବସ୍ଥା କରାଯାଇଛି । ଶିକ୍ଷକ ଓ କର୍ମଚାରୀମାନଙ୍କୁ କରୋନା ଟିକା ଦିଆଯାଇଛି । ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ଶୀଘ୍ର ଟିକା ନିଅନ୍ତୁ ।’

ସେ ଆହୁରି କହିଛନ୍ତି, ‘କଲେଜରେ ପଢୁଥିବା ୧୮ ବର୍ଷରୁ ଅଧିକ ବୟସର ପିଲାଙ୍କୁ ତୁରନ୍ତ ଟିକା ନିଅନ୍ତୁ । ଲକ୍ଷଣ ବାହାରିଲେ ସ୍କୁଲ ନଆସି କରୋନା ନିୟମ ମାନନ୍ତୁ ।’

ରାଜ୍ୟରେ ଏପର୍ଯ୍ୟନ୍ତ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ନାହାନ୍ତି । ଏବେ ସୁଦ୍ଧା ୧୨ ଶହ ୮୬ ଜଣ ପଞ୍ଜୀକରଣ କରିଛନ୍ତି । ନୂଆ ଭାରିଆଣ୍ଟର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ଥିବା କହିଛନ୍ତି ଡ. ମିଶ୍ର ।

ବିଷ୍ଣୁଙ୍କ ଗୁଣ୍ଡା ପ୍ରୀତି

ଭୁବନେଶ୍ବର: ନ୍ୟାୟ ନାଁରେ ବିଜେପି କର୍ମୀ ରାଜ୍ୟରେ ଚଲାଇଛନ୍ତି ଗୁଣ୍ଡାରାଜ । ସବୁ ସୀମା ପାର କରିଯାଇଛନ୍ତି ବିଜେପି କର୍ମୀ । ରାଜଧାନୀ ପାଲଟିଛି ରଣକ୍ଷେତ୍ର । ପ୍ରତିବାଦ ନାଁ ରେ ବିଜେପି କର୍ମୀ ପୁଲିସକୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି । ହେଲେ ବିଜେପି ନେତାଙ୍କ ଉପରେ ଏସବୁ ଅସାମାଜିକ କାର୍ଯ୍ୟ କିଛି ଫରକ ପକାଉନାହିଁ । ନିନ୍ଦା କରିବା ପରିବର୍ତ୍ତେ ପରୋକ୍ଷରେ ଅଲାଜୁକ ପରି ଏହାକୁ ସମର୍ଥନ କରୁଛନ୍ତି । ବିଧାୟକ ବିଷ୍ଣୁ ସେଠୀ ବିଜେପି କର୍ମୀଙ୍କ ଏଭଳି ଗୁଣ୍ଡାଗିରିକୁ ସମର୍ଥନ କରିଛନ୍ତି ।

ଉତ୍ତରପ୍ରଦେଶରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇ ମାରିଦେବା ଘଟଣାକୁ ମଧ୍ୟ ସମର୍ଥନ କରିବାକୁ ପଛାଇ ନାହାନ୍ତି ବିଷ୍ଣୁ । କେନ୍ଦ୍ରମନ୍ତ୍ରୀଙ୍କ ମଣିଷ ମରା ପୁଅ ସମର୍ଥନରେ ମନ୍ତବ୍ୟ ଦେବା ସହ ଚାଷୀଙ୍କୁ ସେ ଆକ୍ରମଣକାରୀ କହିଛନ୍ତି । ଚାଷୀଙ୍କ ସହ ବିଦେଶୀ ଗୁଣ୍ଡା ମିଶିଥିଲେ, ଆତ୍ମରକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଚାଷୀଙ୍କ ଉପରେ ଗାଡ଼ି ଚଢାଇଥିବା ବିଷ୍ଣୁ ସମ୍ବେଦନହୀନ ମନ୍ତବ୍ୟ ଦେଇଛନ୍ତି । ଜଣେ ଲୋକ ପ୍ରତିନିଧି ଭାବେ ବିଷ୍ଣୁଙ୍କ ଏଭଳି ଦାୟିତ୍ବହୀନ ମନ୍ତବ୍ୟକୁ ବିଭିନ୍ନ ମହଲ ନାପସନ୍ଦ କରିଛି ।

ବସ୍‌ଙ୍କ ଉପରେ ରାଗି ଏଭଳି କାଣ୍ଡ ଭିଆଇଲେ ମହିଳା କର୍ମଚାରୀ, କରିଦେଲେ ୯ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ଥାଇଲାଣ୍ଡ: ଅଫିସରେ ବସଙ୍କ ସହ କର୍ମଚାରୀଙ୍କ ତୁ ତୁ ମେଁ ମେଁ କଥା ତ ଆପଣ ଶୁଣିଥିବେ । ବସଙ୍କ ସହ ବଚସା ପରେ ଅନେକ କର୍ମଚାରୀ ନିଜ ଚାକିରି ହରାଇବା ମଧ୍ୟ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହାକୁ ଶୁଣିଲା ପରେ ଆପଣଙ୍କ ହୋସ ଉଡ଼ିଯିବ । ଜଣେ ମହିଳା କର୍ମଚାରୀ ନିଜ ବସଙ୍କ ଉପରେ ରାଗିଯାଇ ଏମିତି କାଣ୍ଡ ଭିଆଇଲେ ଯାହାପରେ ବସଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଲା । କର୍ମଚାରୀ ଜଣଙ୍କ ମାଲିକଙ୍କ ତେଲ ଗୋଦାମକୁ ନିଆଁ ଲଗାଇ ଉଡାଇ ଦେଇଛନ୍ତି । ଯେଉଁଠାରେ କି ସେ ନିଜେ କାମ କରୁଥିଲେ । ଘଟଣା ଘଟିଛି ଥାଇଲାଣ୍ଡରେ । ନିଜ ବସଙ୍କ ସହ ଝଗଡ଼ା ପରେ ମହିଳା କର୍ମଚାରୀ ଜଣଙ୍କ କାମ କରୁଥିବା ତେଲ ଗୋଦାମରେ ନିଆଁ ଲଗାଇଦେଇଛନ୍ତି । ସୂଚନା ଅନୁଯାୟୀ ଏକ କାଗଜ ଟୁକୁଡ଼ାରେ ମହିଳା ଜଣକ ନିଆଁ ଲଗାଇ Fuel Container କୁ ଫିଙ୍ଗି ଦେଇଥିଲେ, ଯାହା ଫଳରେ ପ୍ରପାକର୍ଣ୍ଣ ଅଏଲ ଗୋଦାମରେ ନିଆ ଲାଗିଯାଇଥିଲା । ଏହି ଘଟଣା ପରେ  କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୩୮ବର୍ଷୀୟ ଅଭିଯୁକ୍ତ ମହିଳା କର୍ମଚାରୀଙ୍କ ନାମ ଆନ୍ ଶ୍ରୀୟା । ତାଙ୍କୁ ତାଙ୍କ ମାଲିକ ଟେନସନ ଦେବା ସହ ନିର୍ଯାତନା ଦେଉଥିଲେ । ବାଧ୍ୟହୋଇ ମହିଳା କର୍ମଚାରୀ ଜଣଙ୍କ ଅଏଲ କଣ୍ଟେନରକୁ ନିଆଁ ଲଗାଇଦେଇଥିଲେ । ଯାହା ଦ୍ୱାରା ନାଖୋନ୍ ପାଥୋମ୍ ପ୍ରଦେଶରେ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ସେଠାରେ କିଛି ସମୟ ପାଇଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ୪୦ ରୁ ଅଧିକ ଅଗ୍ନିଶମ ଗାଡି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ଚାରି ଘଣ୍ଟା ସମୟ ଲାଗିଥିଲା । ତେବେ ସେତେବେଳକୁ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା ।

ସୂଚନା ଅନୁଯାୟୀ କଣ୍ଟେନରରେ ଏକ ହଜାର ଗ୍ୟାଲୋନ ତେଲ ଥିଲା । ଏହି ଘଟଣାରେ କମ୍ପାନୀକୁ ୯ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି । ୨୯ ତାରିଖ ଦିନ ଏହି ଘଟଣା ଘଟିବା ପରେ ଉକ୍ତ ମହିଳାଙ୍କ ବିରୋଧରେ ଆକ୍ସନ ନିଆଯାଇଛି ।

ଅଭିଯୁକ୍ତ ମହିଳା ଗିରଫ

ପୋଲିସର ସୂଚନାନୁସାରେ, ଏନ ଶ୍ରୀୟାଙ୍କୁ ଗିରଫ କରାଯାଇ ଏବଂ ସେ ସ୍ୱୀକାର କରିଛନ୍ତି ଯେ ନିଆଁ ସେ ଲଗାଇଥିଲେ । ଅଭିଯୁକ୍ତ ମହିଳା ଦାବି କରିଛନ୍ତି ଯେ ତାଙ୍କ ମାଲିକ ତାଙ୍କୁ କାମ ପାଇଁ ହଇରାଣ କରୁଥିଲେ । ଏଥିରେ ବିବ୍ରତ ହୋଇ ସେ ଏହି ପଦକ୍ଷେପ ନେଇଥିଲେ। ଏହି ଅଗ୍ନିକାଣ୍ଡରେ ଦଶରୁ ଅଧିକ ଘର ମଧ୍ୟ ନଷ୍ଟ ହୋଇଥିବା ଜଣାଯାଇଛି । ପୋଲିସ କଂପାନିର ମାଲିକଙ୍କୁ ମଧ୍ୟ ପଚରାଉଚରା କରିଛି, ମାଲିକଙ୍କ କହିବା ଅନୁଯାୟୀ, ମହିଳା ଜଣକ ଗତ ୯ ବର୍ଷ ଧରି ଏଠାରେ କାମ କରି ଆସୁଥିଲେ । କିନ୍ତୁ ଏପରି କାମ ସେ କେବେ କରିବେ ବୋଲି ତାଙ୍କର ଧାରଣା ନଥିଲା ।

ଓଡ଼ିଶାରେ ନାହିଁ ଓମିକ୍ରନ 

ନୂଆଦିଲ୍ଲୀ: ଓଡ଼ିଶାରେ ନାହାନ୍ତି ଓମିକ୍ରନ ଆକ୍ରାନ୍ତ ।  ସୂଚନା ଦେଲା ଆଇଏଲଏସ୍ । ବିଦେଶରୁ ଫେରିଥିବା ୨୪୬ ଜଣଙ୍କ ନମୁନା ଜେନମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ପରୀକ୍ଷା ପରେ ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରାଯାଇଛି । ଏଥିରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି  ।

ସେପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ଆଟ୍‌ ରିସ୍କ କଣ୍ଟ୍ରିରୁ ଆସିଥିବା ବ୍ୟକ୍ତିଙ୍କୁ ଠାବ କରିବାକୁ ଜିଲ୍ଲାସ୍ତରରେ ମାଇକ୍ରୋ ଲେଭଲରେ ପ୍ରଚେଷ୍ଟା ଜାରି ରହିଛି । ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ରମାରମଣ ମହାନ୍ତି ମଧ୍ୟ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଭୟ ନକରି ସତର୍କ ହୋଇ ଚଳିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଡିଏମଇଟି ନିର୍ଦ୍ଦେଶକ । ସେପଟେ ଓମିକ୍ରନକୁ ନେଇ ମତ ରଖିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଆକ୍ରାନ୍ତଙ୍କ ନିକଟରେ ସ୍ବଳ୍ପ ଲକ୍ଷଣ ଦେଖାଯାଉଛି । ହେଲେ ଏଯାଏଁ କାହାରି ମୃତ୍ୟୁ ହୋଇନି । ଓମିକ୍ରନ ବିରୋଧରେ ଟିକା କାମ କରୁଥିବା ସୂଚନା ରହିଛି ।

ଅନ୍ତିମ ଯାତ୍ରାରେ ବାହାରିବେ ଜେନେରାଲ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତଙ୍କ ଅନ୍ତିମ ଯାତ୍ରା । ଦେଶର ବୀର ପୁତ୍ରଙ୍କ ଅନ୍ତିମ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ସିଡିଏସଙ୍କ ଅନ୍ତିମ ସଂସ୍କାରରେ ୮୦୦ ସୈନିକ ସଲାମୀ ଦେବେ । ଗୁରୁବାର ସନ୍ଧ୍ୟାରେ ସିଡିଏସ ବିପିନ ରାଓ୍ୱତଙ୍କ ସହ ସମସ୍ତ ୧୩ ଜଣଙ୍କ ପାର୍ଥିବ ଶରୀର ପାଲମ ଏୟାରବେସରେ ପହଞ୍ଚିବା ପରେ ସେଠାରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡେଭାଲ ଓ ତିନି ସେନାର ମୁଖ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ପାଲମ ଏୟାରବେସରେ ଶ୍ରଦ୍ଧାଞ୍ଜଳି ପରେ ସିଡିଏସ ବିପିନ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କୁ ଦିଲ୍ଲୀ ସ୍ଥିତି ସରକାରୀ ବାସଭବନକୁ ଅଣାଯାଇଥିଲା । ଆଜି ସକାଳୁ ଦେଶର ବୀର ପୁତ୍ର ରାଓ୍ୱତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନରେ ଭିଡ ଜମିଥିଲା । ରାଜନେତାଙ୍କଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଇଥିଲେ ଶେଷ ଶ୍ରଦ୍ଧାଞ୍ଜଳି । ଜେନେରାଲ ରାଓ୍ୱତଙ୍କ ବାସଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ୱାଲ, ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କଂଗ୍ରେସ ନେତା ରାହୁଲ ଗାନ୍ଧୀ, NSA ଅଜିତ ଡୋଭାଲ ଓ ତିନି ସେନାର ମୁଖ୍ୟଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିପିନ ରାଓ୍ୱତଙ୍କ ବାସ ଭବନରେ ପହଞ୍ଚିଥିଲେ ।

 

ସୂଚନା ଅନୁସାରେ ଆଉ କିଛି ସମୟ ମଧ୍ୟରେ ଏକ ଶୋଭାଯାତ୍ରା ମଧ୍ୟରେ ତାଙ୍କ ପାର୍ଥିବ ଶରୀରକୁ ଶ୍ମଶାନକୁ ନିଆଯିବ । ଦିନ ୩.୩୦ରୁ ୪ ଘଟିକା ମଧ୍ୟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ସେହିପରି ୪-୪.୧୫ ମଧ୍ୟରେ ଭିଭିଆଇପି ବିପିନ ରାଓ୍ୱତଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ୪.୧୫ରୁ ୪.୩୦ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ପାଇଁ ପାରିବାରିକ ରିତୀନୀତି ଅନୁଷ୍ଠିତ ହେବ । ୪.୪୫ରେ ଜେନେରାଲଙ୍କ ଅନ୍ତିମ ସଂସ୍କାର ହେବ ।

କଲେଜରେ ନାମଲେଖା ନାଁରେ ଠକେଇ

ରାଉରକେଲା: ରାଉରକେଲା ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ରେ ନାମଲେଖା ନାଁରେ ଠକେଇ ଅଭିଯୋଗ । ଜଣେ ଯୁବକ ୪ ଜଣ ଛାତ୍ରୀଙ୍କଠାରୁ ୨୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ମହାବିଦ୍ୟାଳୟରେ ପରିଚୟପତ୍ର ଯାଞ୍ଚ ସମୟରେ ୪ ଜଣ ଛାତ୍ରୀ ଧରା ପଡିଥିଲେ । ଏହା ପରେ ଘଟଣା ସାମ୍ନାକୁ ଆସିଛି । ଏନେଇ ଅଧ୍ୟକ୍ଷ ରଘୁନାଥପାଲି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।