ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ହମିଦ୍ ଅନସାରୀ, ଭାରତର ଗଣତନ୍ତ୍ରକୁ ନେଇ କହିଲେ ଏମିତି କିଛି…

1 min read

ନୂଆଦିଲ୍ଲୀ:ପୁଣି ବିବାଦରେ ଭାରତର ପୂର୍ବତନ ଉପ ରାଷ୍ଟ୍ରପତି ହମିଦ୍ ଅନସାରୀ । ହମିଦ ଅନସାରୀଙ୍କ ଏକ ବୟାନ ତାଙ୍କୁ ବିବାଦ ଘେରକୁ ଟାଣି ଆଣିଛି । ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସଆଇ ସହ ଜଡ଼ିତ ଏକ ସଂସ୍ଥାର କାର୍ଯ୍ୟକ୍ରମରେ ହମିଦ ଅନସାରୀ ଭାରତର ଗଣତନ୍ତ୍ରକୁ ସମାଲୋଚନା କରିବା ସହ ଏହା ଦେଶର ସାମ୍ବିଧାନିକ ମୂଲ୍ୟବୋଧଠାରୁ ଦୂରେଇ ଯାଉଛି ବୋଲି କହିଛନ୍ତି । ଗଣତନ୍ତ୍ର ଦିବସରେ ଭାରତୀୟ-ଆମେରିକୀୟ ମୁସଲିମ ପରିଷଦ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ହମିଦ ଅନସାରୀ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏପରିକି ହିନ୍ଦୁ ଜାତୀୟତାବାଦ ବୃଦ୍ଧି ନେଇ ଅନସାରୀ ଚିନ୍ତା ପ୍ରକଟ କରିଛନ୍ତି ।

କାର୍ଯ୍ୟକ୍ରମରେ ହମିଦ ଅନସାରୀ କହିଛନ୍ତି, ନିକଟ ଅତୀତରେ ଆମେ ଏପରି ଧାରା ଓ ଆଚରଣ ଦେଖିଛୁ ଯାହା ପୂର୍ବରୁ ଥିବା ରାଷ୍ଟ୍ରବାଦ ନାଗରିକ ବିରୋଧୀ । ଏହା ସାଂସ୍କୃତିକ ରାଷ୍ଟ୍ରବାଦର କାଳ୍ପନିକ ବ୍ୟବସ୍ଥା । ସେ ଆହୁରି ଦାବି କରିଛନ୍ତି, ଏବେ ନିର୍ବାଚନ ବହୁମତକୁ ଧାର୍ମିକ ବହୁମତ ଭାବରେ ଲୋକଙ୍କ ଆଗରେ ରଖାଯାଇ ରାଜନୈତିକ ଶକ୍ତି ଏକଚାଟିଆ ଅଧିକାର କରିବାକୁ ଚେଷ୍ଟା କରୁଛନ୍ତି । ଏପରିକି ଲୋକ ଚାହୁଁଛନ୍ତି ସେମାନଙ୍କୁ ସେମାନଙ୍କର ବିଶ୍ୱାସ ଆଧାରରେ ଅଲଗା ଅଲଗା କରି ଦିଆଯାଇ ସୁରକ୍ଷାକୁ ବଢ଼ାଇ ଦିଆଯାଉ । ରାଜନୈତିକ ଏବଂ ଆଇନଗତ ଭାବେ ଏଭଳି ଧାରାକୁ ଚ୍ୟାଲେଞ୍ଜ କରାଯିବା ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି ।

ଅନ୍ୟପକ୍ଷରେ, ହମିଦ ଅନସାରୀଙ୍କ ଏଭଳି ମନ୍ତବ୍ୟର କାଉଣ୍ଟର କରିଛି ବିଜେପି । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନାକଭି କହିଛନ୍ତି, ମୋଦିଙ୍କୁ ସମାଲୋଚନା କରିବାର ପାଗଳାମୀ ବର୍ତ୍ତମାନ ଭାରତକୁ ସମାଲୋଚନା କରିବାର ଷଡ଼ଯନ୍ତ୍ରରେ ପରିଣତ ହୋଇଛି। ସେ କହିଛନ୍ତି, “ଯେଉଁମାନେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟକୁ ଶୋଷଣ କରୁଥିଲେ ସେମାନେ ବର୍ତ୍ତମାନ ଦେଶର ସକରାତ୍ମକ ବାତାବରଣକୁ ନେଇ ଚିନ୍ତିତ ଅଛନ୍ତି । ଏହି କାର୍ଯ୍ୟକ୍ରମ ୧୭ଟି ଆମେରିକୀୟ ସଂଗଠନ ଦ୍ୱାରା ହୋଇଥିଲା ଯେଉଁଥିରେ ଭାରତୀୟ-ଆମେରିକୀୟ ମୁସଲିମ ପରିଷଦ ବି ସାମିଲ ରହିଥିଲା ।

Leave a Reply