ଫୁଟିଲା ପ୍ରସାଦଙ୍କ କ୍ଷୋଭ, ଟାର୍ଗେଟରେ ପିସିସି ସଭାପତି

ପୁରୀ: ପୁରୀ ସତ୍ୟବାଦୀରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ନଦେବା ପ୍ରସଙ୍ଗ । ମୁହଁ ଖୋଲିଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଟିକେଟ ଦେବା ଦାୟିତ୍ୱ ପିସିସି ସଭାପତିଙ୍କର, ସେ ସଂପର୍କରେ ନିରଞ୍ଜନ ପଟ୍ଟନାୟକ କହିବେ ବୋଲି ପ୍ରସାଦ କହିଛନ୍ତି । ଟିକେଟ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ବିଷ ଓଗାରିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ୨୦୧୯ ସାଧାରଣ ନିର୍ବାଚନରେ ସେ ସତ୍ୟବାଦୀ ଆସନରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ । ପ୍ରସାଦ ସତ୍ୟବାଦୀରୁ ନିର୍ବାଚନ ଲଢ଼ନ୍ତୁ, ସେକଥା ପିସିସି ସଭାପତି ଚାହୁଁନଥିଲେ। କିନ୍ତୁ ସେ ନିର୍ବାଚନ ଲଢିବା ପାଇଁ ଚାହୁଁଥିଲେ । ପିସିସି ସଭାପତିଙ୍କ ମନୋଭାବ କ’ଣ ଥିଲା ସେ ଜାଣିଛନ୍ତି କହି ନିରଂଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ପ୍ରସାଦ । ସଂଗଠନକୁ ଉଦ୍ଦେଶ୍ୟମୂଳକ ଭାବେ ସତ୍ୟବାଦୀରେ କରାଇ ଦିଆଯାଉ ନାହିଁ ବୋଲି କହିଛନ୍ତି ପ୍ରସାଦ । ଏଥିସହ ସେ ରାଜନୀତିରୁ ଦୂରେଇ ନାହାନ୍ତି ବୋଲି ମଧ୍ୟ ପ୍ରସାଦ କହିଛନ୍ତି । ବର୍ତ୍ତମାନ ପିସିସି ସଭାପତି ଅସୁସ୍ଥ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରସାଦ।

Leave a Reply