spot_img
Home Blog Page 4807

କଂଗ୍ରେସର ହିଂସାତ୍ମକ ଆନ୍ଦୋଳନକୁ ବିଜେଡିର ନିନ୍ଦା

ଭୁବନେଶ୍ୱର: ମମିତାଙ୍କୁ ନ୍ୟାୟ ଦେବା ନାଁରେ ରାସ୍ତାକୁ ଓହ୍ଲାଇଥିବା କଂଗ୍ରେସ ଆଜି ହିଂସାର ରାସ୍ତା ଆପଣାଇଛି । ପୋଲିସ୍ ଉପରେ କଂଗ୍ରେସର ଆକ୍ରମଣକୁ ବିଜେଡି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଗତକାଲି ବିଜେପି ଯୁବମୋର୍ଚ୍ଚା ପୋଲିସକୁ ଆକ୍ରମଣ କରି ଲହୁଲୁହାଣ କରିଥିବା ବେଳେ ଆଜି କଂଗ୍ରେସ ସେମାନଙ୍କ ସହ ପ୍ରତିଯୋଗିତା କରିବାକୁ ଯାଇ ପୋଲିସ୍ ଉପରକୁ ପଚା ଅଣ୍ଡା ଓ ଟମାଟୋ ଫିଙ୍ଗିଛି । ଏପରିକି ପୋଲିସ୍ ଗାଡ଼ିରେ ପଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି । ତେବେ ସେମାନେ ଏଭଳି ହିଂସା ଘଟାଇବାରୁ ପୋଲିସ୍ ସେମାନଙ୍କୁ ବିରୋଧ କରି ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇଦେବାକୁ ସମର୍ଥ ହୋଇଛି ।

ଏଥିସହ ପଢ଼ନ୍ତୁ: ଦାବି ନାଁରେ କଂଗ୍ରେସର ଦାଦାଗିରି, ପୋଲିସକୁ ଫିଙ୍ଗିଲେ ଅଣ୍ଡା ଓ ଟମାଟୋ

ଯେଉଁ ହିଂସାତ୍ମକ ଆଚରଣ ପାଇଁ ଦୀର୍ଘ ୨୨ ବର୍ଷ ହେଲା ଓଡ଼ିଶାବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି ଏବେ ବି କଂଗ୍ରେସ ତାହା ଛାଡ଼ିପାରୁ ନାହିଁ ବୋଲି ଆଜି ସେମାନଙ୍କ କାର୍ଯ୍ୟକଳାପରୁ ତାହା ପ୍ରମାଣିତ ହୋଇଯାଇଛି । ଏହାଛଡ଼ା ରାଜ୍ୟରେ କଂଗ୍ରେସ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏପରିକି କଂଗ୍ରେସ ଭବନ ଭିତରେ ମଧ୍ୟ କଂଗ୍ରେସ କର୍ମୀ ଓ ନେତାମାନେ ପରସ୍ପର ମଧ୍ୟରେ ବାଡ଼ିଆପିଟା ହେଉଛନ୍ତି । ଦଳ ଦୟନୀୟ ଅବସ୍ଥାରେ ଥିଲେ ମଧ୍ୟ ନେତୃତ୍ୱକୁ ନେଇ ଟଣାଓଟରା ଲାଗି ରହିଛି ।

BJD Condemns Congress Violence Politics

କଂଗ୍ରେସ ଦଳ ରାଜ୍ୟବାସୀଙ୍କ ଜନମାନସରୁ କ୍ରମଶଃ ହଜି ହଜି ଯାଉଥିବା ବେଳେ କେବଳ ସ୍ଥିତି ରକ୍ଷା ଲାଗି କଂଗ୍ରେସ କର୍ମୀମାନେ ଆନ୍ଦୋଳନ ନାଁରେ ରାଜରାସ୍ତାରେ ହିଂସା ପ୍ରଦର୍ଶନ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏଭଳି ହୀନ ଉଦ୍ୟମ କରିଛନ୍ତି । ସଦାବେଳେ ହିଂସା ଓ ବିଶୃଙ୍ଖଳିତ ଆଚରଣ ଲାଗି ବଦନାମ କଂଗ୍ରେସ ଏଭଳି ହିଂସା ଓ ଗୁଣ୍ଡାଗର୍ଦ୍ଦିରୁ ବିରତ ନ ରହିଲେ ଶାନ୍ତିପ୍ରିୟ ଓଡ଼ିଶାବାସୀ ଏମିତି ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଚାଲିଥିବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ନୂଆବର୍ଷ ଓ ଡିସେମ୍ବର ୩୧ରେ ମିଳିବନି ଜଗା ଦର୍ଶନ

ପୁରୀ: ଭିଡ଼ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର, ମିଳିବନି ଜଗା ଦର୍ଶନ । ନୂଆବର୍ଷ ଓ ଡିସେମ୍ବର ୩୧ ତାରିଖ ଦିନ ବନ୍ଦ ରହିବ ଶ୍ରୀମନ୍ଦିର । ଭିଡ଼କୁ ଦୃଷ୍ଟିରେ ରଖି ଛତିଶା ନିଯୋଗ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଜାନୁଆରୀ ମାସର ନୀତି ନିର୍ଘଣ୍ଟ ନେଇ ଆଜି ବସିଥିଲା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଏଥିରେ ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ନେଇ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି ।

Puri Jagannath Temple Will Closed For Darshan In New Year

ତେବେ ବନକଲାଗି ସମୟରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ । ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ସେବନ କରିପାରିବେ ଶ୍ରଦ୍ଧାଳୁ । ନୂତନ ଏସଓପି ଆସିବା ପରେ ମହାପ୍ରଭୁଙ୍କ ଦର୍ଶନ ସମୟ ପରିବର୍ତ୍ତନ କରାଯିବ । ପୂର୍ବ ପରି କୋଭିଡ୍ କଟକଣା ପାଇଁ ୯୬ ଘଣ୍ଟାର ଭିତରର ଆରଟି-ପିସିଆର ଟେଷ୍ଟ ରିପୋର୍ଟ କିମ୍ବା ଡବଲ ଡୋଜ୍ ଟିକାକରଣର ସାର୍ଟିଫିକେଟ ଦେଖାଇ ଦର୍ଶନ ପାଇଁ କରିପାରିବେ ଭକ୍ତ ।

Puri Jagannath Temple Will Closed For Darshan In New Year

ଏଥିସହ ଦିବ୍ୟାଙ୍ଗଙ୍କ ପାଇଁ ଖୁବଶୀଘ୍ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ପ୍ରବେଶ ନିମନ୍ତେ ଅନ୍ୟ ବୈଠକ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ନିଳାଦ୍ରୀ ଭକ୍ତ ନିବାସରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂ ଓ ଶ୍ରୀମନ୍ଦିର ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ନିର୍ବନ୍ଧରେ କଟ୍ରିନାଙ୍କୁ ନିଲମ-ହିରା ମୁଦି ପିନ୍ଧାଇଥିଲେ ଭିକ୍କି, ଦାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭିକି-କ୍ୟାଟ୍ରିନାଙ୍କ ବିବାହ ପରେ ତାଙ୍କର କିଛି ଫଟୋ ବର୍ତ୍ତମାନ ଭାଇରାଲ୍ ହେଉଛି। ଯାହାକୁ ପ୍ରଶଂସକ ଇତ୍ସାହର ସହ ଚାହିଁ ରହିଥିଲେ। କ୍ୟାଟ୍ରିନା ଏକ ଲାଲ୍ ଲେହେଙ୍ଗା ଏବଂ ଭିକି ଆଇଭରୀ ସିଲ୍କ ଶେରୱାନିରେ ଖୁବ୍ ବହୁତ ସୁନ୍ଦର ଦେଖାଯାଉଛନ୍ତି। କିନ୍ତୁ ଏହି ଫଟୋଗୁଡିକ ମଧ୍ୟରୁ ଗୋଟିଏ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି, ଯେଉଁଥିରେ କ୍ୟାଟ୍ରିନାଙ୍କ ହାତରେ ତାଙ୍କ ଏନଗେଜମେଣ୍ଟ ରିଙ୍ଗ୍ ଦେଖାଯାଇଛି।

ଭିକି ତାଙ୍କ ଏନଗେଜମେଣ୍ଟରେ କ୍ୟାଟ୍ରିନାଙ୍କୁ ହୀରା-ନୀଲମ ରିଙ୍ଗ ପିନ୍ଧାଇଥିଲେ। କ୍ୟାଟ୍ରିନାଙ୍କ ନିର୍ବନ୍ଧ ମୁଦିରେ ଏକ ବଡ଼ ନୀଲମ ଅଛି ଏବଂ ଏହାର ଚାରିପାଖରେ ହୀରା ଦୃଶ୍ୟମାନ ହେଉଛି। ଏହାକୁ ‘ଟିଫନି ଆଣ୍ଡ କମ୍ପାନୀ’, ଡିଜାଇନ କରିଛି।

ରିପୋର୍ଟ ଅନୁଯାୟୀ, ଏହି ସୁନ୍ଦର ରିଙ୍ଗର ମୂଲ୍ୟ ୯୮୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୭,୪୦,୭୩୫ ଟଙ୍କା। କେବଳ ଏତିକି ନୁହେଁ, କ୍ୟାଟ୍ରିନାଙ୍କ ମଙ୍ଗଳସୁତ୍ର ମଧ୍ୟ ବହୁତ ସୁନ୍ଦର, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।

ତଡ଼ପୁଛନ୍ତି ତପସ୍ୱିନୀ, କୁଆଡ଼େ ଚାଲିଗଲେ ସୁମିତ ?

ବ୍ରହ୍ମପୁର: ତଡ଼ପୁଛନ୍ତି ତପସ୍ୱିନୀ । କୁଆଡ଼େ ଚାଲିଗଲେ ସୁମିତ ? ପୁଣି ଆଉ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସଡିଜେମ୍ କୋର୍ଟ ଗତକାଲି ଆଦେଶ ଦେଇଥିଲେ । କୋର୍ଟଙ୍କ ଆଦେଶ ଥିଲା ତପସ୍ୱିନୀ ଓ ଓରଫ ଡିମ୍ପଲଙ୍କୁ ନେଇ ସ୍ୱାମୀ ସୁମିତ ଭଡ଼ା ଘରେ ଏକାଠି ରହିବେ । ପରିବାର ଲୋକ ବି ଉଭୟଙ୍କୁ ଭେଟି ପାରିବେ । କୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ ତପସ୍ୱିନୀଙ୍କ ତପସ୍ୟାକୁ ଭାଙ୍ଗି ଦେଇ ଫେରାର୍ ହୋଇ ଯାଇଛନ୍ତି ଡାକ୍ତର ସୁମିତ ।

ଏଥିସହ ପଢ଼ନ୍ତୁ: କୋର୍ଟଙ୍କୁ ଅବମାନନା, ତପସ୍ୱିନୀଙ୍କୁ ଏକାକୀ ଛାଡ଼ି ସୁମିତ ଫେରାର୍

ତପସ୍ୱିନୀଙ୍କ କହିବା ଅନୁସାରେ, ଗତକାଲି ସୁମିତ ମେଡିକାଲ ଯାଇଥିଲେ । ରାତି ୮ଟା ପାଖାପାଖି କୋର୍ଟଙ୍କ ଆଦେଶ ପରେ ଠିକ୍ ସମୟରେ ଘରକୁ ଫେରି ନଥିଲେ । ତାପରେ ତପସ୍ୱିନୀ ଡାକିବା ପରେ ଫେରିଥିଲେ ସୁମିତ । ହେଲେ ରାତିରେ ଆଖିରେ ନିଦ ନଥିଲା । ବାରଣ୍ଡାରେ ଚେୟାରକୁ ଚେୟାର ଯୋଡ଼ି ଶୋଇଥିଲେ ସୁମିତ । ଏହା ପୂର୍ବରୁ ସୁମିତ, ତପସ୍ୱିନୀ ୭ ଦିନ ଏକାଠି ରହିବା ସହ ସମୟ କାଟିଥିଲେ ।

Tapaswini Indicates Conspiracy Towards Absconding Of Husband Sumit

ତେବେ ପ୍ରଥମ ପର୍ଯ୍ୟାୟ ରହଣୀ ସମୟରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, କେହି କାହା ସହ କଥା ହେବା କଥା ନୁହେଁ । ସେତେବେଳେ ସୁମିତ୍ ଫୋନରେ ଅନ୍ୟମାନଙ୍କ ସହ କଥା ହେଉଥିଲେ ବୋଲି କହିଛନ୍ତି ତପସ୍ୱିନୀ । ସୁମିତଙ୍କୁ ବତାଇ କେହି ଫେରାର୍ କରାଇ ଦେବା କହିଛନ୍ତି ସେ । ଆଜି ସକାଳେ ସୁମିତ ଫୋନରେ କଥା ହୋଇ ହୋଇ ପଳାଇଛନ୍ତି । ସୁମିତ ପୂର୍ବ ଯୋଜନାବଦ୍ଧ ଭାବେ ପଳାଇଛନ୍ତି । ମୋ ପାଇଁ ଭଗବାନ ଅଛନ୍ତି, ପାରିଲା ପର୍ଯ୍ୟନ୍ତ ମୁଁ ଲଢ଼ିବି ।

 

 

ପଞ୍ଚଭୂତରେ ବିଲୀନ ହେଲେ ରାୱତ ଦମ୍ପତି, ଦୁଇ ଝିଅ ଦେଲେ ମୁଖାଗ୍ନି

ନୂଆଦିଲ୍ଲୀ: ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ରାଜକୀୟ ସମ୍ମାନ ସହ ଦିଲ୍ଲୀର ଛାବନି ବରାର ସ୍କାୱୟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ବିପିନ ରାୱତ ଓ ମଧୁଲିକା ରାୱତଙ୍କ ଝିଅ କୃତିକା ଓ ତାରିଣୀ ବାପାମାଆଙ୍କୁ ମୁଖାଗ୍ନି ଦେଇଛନ୍ତି । ଶ୍ମଶାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅନ୍ୟ ଦେଶର ଅଧିକାରୀଙ୍କ ସହ ତିନି ସେନା ମୁଖ୍ୟ ଅନ୍ତିମ ଦର୍ଶନ କରିଛନ୍ତି ।

 Chopper Crash General Bipin Rawat Funeral Last Rites

ବିପିନ ରାୱତଙ୍କ ମରଶରୀର ଅନ୍ତିମ ଯାତ୍ରାରେ ଯିବା ବେଳେ ଲୋକାରଣ୍ୟ ହୋଇ ପଡ଼ିଥିଲା ଦିଲ୍ଲୀର ସଡ଼କ । ସବୁଠି ଗୁଞ୍ଜରିତ ହେଉଥିଲା ଗୋଟିଏ ନାରା, ‘ବିପିନ ରାୱତ ଅମର ରହେ’ । ସୂର୍ଯ୍ୟ, ଚନ୍ଦ୍ର ଥିବା ଯାଏ ବିପିନ ରାୱତଙ୍କ ନାଁ ରହିଥିବ ବୋଲି ଶୁଣା ଯାଉଥିଲା ।

 Chopper Crash General Bipin Rawat Funeral Last Rites

୮ ଡିସେମ୍ବରରେ ତାମିଲନାଡ଼ୁର କନ୍ନୁରରେ ସେନା ହେଲିକପ୍ଟର କ୍ରାସ ହୋଇଥିଲା । ଉକ୍ତ ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀଙ୍କ ସହ ୧୧ ଜଣ ଥିଲେ । ହେଲିକପ୍ଟରଟି ୱେଲିଂଟନ୍ ସ୍ଥିତ ଡିଫେନ୍ସ ସର୍ଭିସେସ ଷ୍ଟାଫ୍ କଲେଜ ଯାଉଥିବା ବେଳେ ନୀଳଗିରି ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଗତକାଲି ସନ୍ଧ୍ୟାରେ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ମରଶରୀର ବାୟୁସେନାର ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଅଣା ଯାଇଥିଲା ।

ବିଧାନସଭାର ଶୀତକାଳୀନ ଅଧିବେଶନ ଶେଷ, ଗୋଟିଏ ଦିନ ବି ଚାଲି ପାରିଲାନି ଗୃହ

ଭୁବନେଶ୍ୱର: ଧାର୍ଯ୍ୟ ତାରିଖ ପୂର୍ବରୁ ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଗୋଟିଏ ଦିନ ବି ଚାଲି ପାରିଲାନି ଗୃହ । ମମିତା ଝଡ଼ରେ ଧୋଇଗଲା ଶୀତକାଳୀନ ଅଧିବେଶନ । ୨୦ ଦିନ ପୂର୍ବରୁ ତଥା ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବି ରଖିଛନ୍ତି ବାଚସ୍ପତି । ହାଉସର କୌଣସି ବିଜନେସ୍ ନଥିବାରୁ ଏବଂ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ।

ଏଥିସହ ପଢ଼ନ୍ତୁ: ଗୃହ ଚଲାଇ ଦେଉ ନାହାନ୍ତି ବିରୋଧୀ

୯ ଦିନର ଅଧିବେଶନେ ପ୍ରାୟ ୨ ଘଣ୍ଟା ବି ସ୍ୱଭାବିକ ଭାବେ ଚାଲି ପାରିଲାନି ଗୃହ । କଂଗ୍ରେସ ଓ ବିଜେପି ବିଧାୟକ ଗୃହରେ ହୋହଲ୍ଲା କରିଥିଲେ । ଗୋଟିଏ ଦିନ ବି ପ୍ରଶ୍ନକାଳ ଚାଲି ପାରିନଥିବା ବେଳେ ଗୋଟିଏ ବି ମୁଲତବି ପ୍ରସ୍ତାଵ ଆଲୋଚନା ହୋଇ ପାରିନାହିଁ । ପ୍ରବଳ ହଟଗୋଳ ଭିତରେ ପାରିତ ହୋଇଛି ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ଏକ ସଂକଳ୍ପ ପାରିତ କରିଛନ୍ତି ସରକାର ।

ଆଜି ବିଧାନସଭାରେ ପାରିତ ହୋଇଛି ବ୍ୟୟମଞ୍ଜୁରୀ ବିଲ୍ । ୧୯ ହଜାର ୮୩୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି । ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ସମୟରେ ବିରୋଧୀ ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ପୋଡିଅମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ।

କୋର୍ଟଙ୍କୁ ଅବମାନନା, ତପସ୍ୱିନୀଙ୍କୁ ଏକାକୀ ଛାଡ଼ି ସୁମିତ ଫେରାର୍

ଆସିକା: ପୁଣି ଏକା ହୋଇଗଲେ ଡିମ୍ପଲ୍ । ଭଡ଼ା ଘରେ ସ୍ୱାମୀ, ସ୍ତ୍ରୀ ଏକାଠି ୭ ଦିନ ରହିବା ନେଇ ବ୍ରହ୍ମପୁର ଏସଡିଜଏମ୍ ଦେଇଥିବା ଆଦେଶକୁ ଅବମାନନା କରିଛନ୍ତି ଡାକ୍ତର ସୁମିତ । ତପସ୍ୱିନୀଙ୍କ ଓକିଲ ପ୍ରଦୀପ ବେହେରାଙ୍କ ସୂଚନା ଅନୁସାରେ, ସୁମିତ ୫ ଦିନ ଛୁଟି ନେଇ କେଉଁଆଡ଼େ ଚାଲି ଯାଇଛନ୍ତି । ଗତକାଲି ଏସଡିଜେଏମ୍ କୋର୍ଟ ଦମ୍ପତିଙ୍କୁ ଭଡ଼ା ଘରେ ୭ ଦିନ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ଡିମ୍ପଲ ଓ ସୁମିତ୍ ମାମଲାରେ ଆସିଲା କୋର୍ଟଙ୍କ ନୂଆ ଆଦେଶ

କୋର୍ଟଙ୍କ ନିର୍ଦ୍ଦେଶର ଦିନକ ପରେ ୫ ଦିନ ଛୁଟି ନେଇ ସୁମିତ କେଉଁ ଆଡ଼େ ଚାଲି ଯାଇଛନ୍ତି । ଭଡ଼ା ଘରେ ରହଣୀ ସମୟରେ ତପସ୍ୱିନୀଙ୍କ ସମସ୍ତ ଖର୍ଚ୍ଚ ସ୍ୱାମୀ ବହନ କରିବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରିବାର ଲୋକ ଦମ୍ପତିଙ୍କୁ ଭେଟିବା ଲାଗି ମଧ୍ୟ କୋର୍ଟ ଅନୁମତି ଦେଇଥିଲେ ।

Brahmapur Bride Tapaswini Row, Husband Sumit Absconding

ପ୍ରାୟ ୧୧ ଦିନ ଧରି ତପସ୍ୱିନୀ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ । ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ଆସିକା ଥାନା ଅଧିକାରୀଙ୍କ ହେପାଜତରେ ସ୍ୱାମୀ, ସ୍ତ୍ରୀଙ୍କୁ ପ୍ରଥମେ ୭ ଦିନ ପାଇଁ ଚିନିକଳ ବାସଭବନରେ ସମସ୍ତଙ୍କ ଠାରୁ ଦୂରେଇ ରଖା ଯାଇଥିଲା । ଗତକାଲି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ ଆଇଆଇସି । ପରେ କୋର୍ଟ ଆଉ ୭ ଦିନ ଉଭୟ ଭଡ଼ା ଘରେ ରହିବାକୁ ଆଦେଶ ଦେଇଥିଲେ ।

ନିଖୋଜ ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କାମାକ୍ଷାନଗର: ୪ ଦିନ ପରେ ମିଳିଲା ନିଖୋଜ ସରପଞ୍ଚଙ୍କ ଝୁଲନ୍ତା ମୃତଦେହ । ଢେଙ୍କାନାଳ ଜିଲ୍ଲା କାଦୁଆ ପଞ୍ଚାୟତ ସରପଞ୍ଚ ବିବେକାନନ୍ଦ ମହାକୁଡ଼ଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଛି । ସନ୍ଦେହଜନକ ଭାବେ ଜଙ୍ଗଲୁ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଗତ ୭ ତାରିଖରୁ ନିଖୋଜ ଥିଲେ ବିବେକାନନ୍ଦ ।

Hanging Body Of Missing Sarpanch Found From Forest 

ଆଜି ମହୁଲପାଳ ଗାଁ ନାମଯୋଡ଼ି ଜଙ୍ଗଲରୁ ବିବେକାନନ୍ଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବିଜାଡିହି ଗାଁର କିଛି ଲୋକ ବିବେକାନନ୍ଦଙ୍କ ଶରୀର ରସିରେ ଏକ ଗଛରେ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଜଙ୍ଗଲରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି ।

ଏଥିସହ ପଢ଼ନ୍ତୁ: ଦାବି ନାଁରେ କଂଗ୍ରେସର ଦାଦାଗିରି, ପୋଲିସକୁ ଫିଙ୍ଗିଲେ ଅଣ୍ଡା ଓ ଟମାଟୋ

ଦାବି ନାଁରେ କଂଗ୍ରେସର ଦାଦାଗିରି, ପୋଲିସକୁ ଫିଙ୍ଗିଲେ ଅଣ୍ଡା ଓ ଟମାଟୋ

ଭୁବନେଶ୍ୱର: ବିଜେପିକୁ ଅନୁକରଣ କରୁଥିବା କଂଗ୍ରେସ ମଧ୍ୟ ଆଜି ଦାବି ନାଁରେ ଦାଦାଗିରିକୁ ଓହ୍ଲାଇଛି । ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ଲୋୟର ପିଏମଜିରେ ପୋଲିସ ଗାଡ଼ିରେ ନିଆଁ ଲଗେଇବାକୁ ଉଦ୍ୟମ କରିଥିଲେ । ତେବେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁକୁ ଆୟତ୍ତ ହୋଇଛି । ମମିତା ମେହେରଙ୍କୁ ନ୍ୟାୟ ଦେବା ନାଁରେ ଚାଲିଥିବା ଏହି ଆନ୍ଦୋଳନ ସମୟରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଉପରୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ କଂଗ୍ରେସ କର୍ମୀ ।

Congress Protest In Lower PMG Attacked Police Personnel

ସେପଟେ କିଛି କଂଗ୍ରେସ କର୍ମୀ ଭିନ୍ନ ଏକ ରାସ୍ତାରେ ବିଧାନସଭା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ବିଧାନସଭା ସୁରକ୍ଷା କର୍ମୀ କଂଗ୍ରେସର ଏହି ଗୁଣ୍ଡାକୁ ଗିରଫ କରିଛନ୍ତି । ବିଶୃଙ୍ଖଳିତ କଂଗ୍ରେସ କର୍ମୀମାନେ ବିଧାନସଭା ସୁରକ୍ଷା କର୍ମୀଙ୍କ ସହ ହାତାହାତି ହେବାକୁ ମଧ୍ୟ ପଛାଇ ନଥିଲେ ।

Congress Protest In Lower PMG Attacked Police Personnel

ଏଥିସହ ପଢ଼ନ୍ତୁ: ବିଜେପି କର୍ମୀଙ୍କ ଆକ୍ରମଣରେ ୧୪ ପୋଲିସ ଆହାତ, ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି

ଗତକାଲି ବିଜେପି ଆଉ ଆଜି କଂଗ୍ରେସ, ଦାବି ନାଁରେ ଚାଲିଥିବା ଦୁଇ ଦଳର ଦାଦାଗିରିକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଜାତୀୟ ଦଳଗୁଡ଼ିକର ଏଭଳି ଗୁଣ୍ଡାଗିରି ଗ୍ରହଣୀୟ ନୁହେଁ । ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରିବା ଏବଂ ପୋଲିସ ଉପରେ ଆକ୍ରମଣ ରାଜନୈତିକ ଦଳଗୁଡ଼ିକୁ ଶୋଭାପାଉନି ବୋଲି କହିଛନ୍ତି କିଛି ବୁଦ୍ଧିଜୀବୀ ।

୧୯ ନୁହେଁ କି ୨୧ ନୁହେଁ, କାହିଁକି CDS ବିପିନ ରାୱତଙ୍କୁ ଦିଆଯିବ ୧୭ ତୋପର ସଲାମୀ ?

ନୂଆଦିଲ୍ଲୀ: ଶେଷଯାତ୍ରାରେ ବୀର ଯୋଦ୍ଧା ସିଡିଏସ ବିପିନ ରାୱତ । ଆଉ କିଛି ସମୟ ପରେ ଦିଲ୍ଲୀର ବରାର ସ୍କୋୟାରରେ ହେବ ଶେଷ କୃତ୍ୟ । ବୀର ଯୋଦ୍ଧାଙ୍କୁ ଦିଆଯିବ ୧୭ ତୋପର ସାଲ୍ୟୁଟ୍‌ ଦେଇ ଶେଷ ବିଦାୟ ଦେବ ସାରା ଦେଶ । ସହିଦ ଯୋଦ୍ଧାଙ୍କୁ ଲୁହଭିଜା ଆଖିରେ ଶ୍ରଦ୍ଧାଞ୍ଜଳି ଦେଉଛି ସାରାଦେଶ । ସିଡିଏସ୍‌ଙ୍କ ଶେଷଯାତ୍ରାରେ ୮ଶହ ସୈନିକ ସାମିଲ ହୋଇଛନ୍ତି । ଶେଷଯାତ୍ରାଙ୍କୁ ଏସକର୍ଟ କରୁଛନ୍ତି ତିନି ସେନାର ୯୯ ଯବାନ । ଅନ୍ତିମ ଯାତ୍ରାରେ ୩୩ ଜଣିଆ ଟ୍ରାଇ ସର୍ଭିସ ବ୍ୟାଣ୍ଡ ସାମିଲ ହୋଇଛନ୍ତି । ହିନ୍ଦୁ ରୀତିନୀତିରେ ହେବ ରାୱତ ଦମ୍ପତୀଙ୍କ ଶେଷକୃତ୍ୟ ।

ସେପଟେ ସିଡିଏସଙ୍କ ବାସଭବନରେ ପହଞ୍ଚି ଦମ୍ପତିଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହା ଓ CJI ଏନ ଭି ରମଣା । ସେପଟେ ମୃତ ସିଡିଏସ୍ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ଜଣଙ୍କୁ ଅନ୍ତିମ ବିଦାୟ ଦେଉଛି ସାରାଦେଶ । ଦିଲ୍ଲୀ କ୍ୟାଣ୍ଟସ୍ଥିତ ବ୍ରାର ସ୍କୋୟାରଠାରେ ବ୍ରିଗେଡିୟର ଏଲ ଏସ୍ ଲିଡରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ୩ ସେନା ପ୍ରମୁଖଙ୍କ ସମେତ NSA ଅଜିତ ଡୋଭାଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବ୍ରିଗେଡିଅରଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶେଷଦର୍ଶନ କରିଥିଲେ । ଶେଷକୃତ୍ୟ ସମୟରେ ବ୍ରିଗେଡିଅର ଲିଡରଙ୍କ ମାଆ, ପତ୍ନୀ ଓ ଝିଅ ଉପସ୍ଥିତ ଥିଲେ । ବ୍ରିଗେଡିଅରଙ୍କ ଝିଅ ମୁଖାଗ୍ନି ଦେଇଥିଲେ ।

ତେବେ ସାଧାରଣତଃ ଭାରତରେ ୨୧ ଓ ୧୭ ତୋପ ସଲାମୀ ଦିଆଯାଇଥାଏ । ପ୍ରଶ୍ନ ଉଠିଛି ବିପିନ ରାୱତଙ୍କୁ କାହିଁକି ୧୭ ତୋପ ସଲାମୀ ଦିଆଯିବ ? ଭାରତରେ ତୋପ ସଲାମୀ ପରମ୍ପରା ବ୍ରିଟିଶ ଶାସନ କାଳରୁ ଚାଲିଆସୁଛି। ସେ ସମୟରେ ବ୍ରିଟିଶ ସମ୍ରାଟଙ୍କୁ ୧୦୦ ତୋପ ସଲାମୀ ଦିଆଯାଉଥିଲା। ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ଚୀନ, ଭାରତ, ପାକିସ୍ତାନ ଓ କାନାଡ଼ା ସହ ଦୁନିଆର ଅନେକ ଦେଶରେ ମୁଖ୍ୟ ରାଷ୍ଟ୍ରୀୟ ଦିବସରେ ୨୧ ତୋପ ସଲାମୀ ପରମ୍ପରା ରହିଛି । ଭାରତରେ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯାଏ।

୧୭ ତୋପ ସଲାମୀ ହାଇ ରେଙ୍କ ସେନା ଅଧିକାରୀ, ନାଭାଲ ଅପରେସନ ଚିଫ ଓ ସେନା ଏବଂ ବାୟୁସେନା ପ୍ରମୁଖ ଓ କର୍ମଚାରୀଙ୍କୁ ଦିଆଯାଇଥାଏ । ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ)ଙ୍କୁ ୧୭ ତୋପ ସଲାମୀ ଦିଆଯାଇଥାଏ । ଅନେକ ଅବସରରେ ଭାରତର ରାଷ୍ଟ୍ରପତି, ସୈନ୍ୟ ଓ ବରିଷ୍ଠ ନେତାଙ୍କ ଅନ୍ତିମ ସଂସ୍କାର ସମୟରେ ୨୧ ତୋପ ସଲାମୀ ଦିଆଯାଇଥାଏ ।