ଖୋଲା ବଜାରରେ କୋଭାକ୍ସିନ୍ ଓ କୋଭିସିଲ୍ଡ ବିକ୍ରି ପାଇଁ DCGIଙ୍କ ଅନୁମତି

1 min read
DCGI grants conditional market approval for Covishield and Covaxin

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ପ୍ରବାହ ଚାଲିଥିବା ବେଳେ ଦୈନିକ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଛନ୍ତି । ତଥ୍ୟ କହୁଛି କୋଭିଡ୍ ଟିକା ନେଇଥିବା ଲୋକ ବେଶୀ ଗୁରୁତର ହେଉନାହାଁନ୍ତି କି ମେଡିକାଲରେ ଆଡମିଟ୍ ହେବାକୁ ପଡ଼ୁନାହିଁ । ଆଉ ଯେଉଁମାନେ ଆଦୌ କୋଭିଡ୍ ଟିକା ନେଇନାହାଁନ୍ତି ସେମାନେ ଗୁରୁତର ହେଉଛନ୍ତି । ଏହାରି ଭିତରେ ଆଜି DCGI କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ବଜାରରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି ।

ଗତବର୍ଷ ଜାନୁଆରୀ ୩ରେ ସେରମ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଥିଲା । ଏହାପରେ ଜାନୁଆରୀ ୧୬ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ । କେନ୍ଦ୍ର ସରକାର ସମସ୍ତଙ୍କୁ ମାଗଣା ଟିକା ଯୋଗାଇଛନ୍ତି । ଏଥିସହ ଘରୋଇ ମେଡିକାଲରେ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ରହିଥିବା ବେଳେ କୋଭିସିଲ୍ଡର ପ୍ରତି ଡୋଜ୍ ଦର ୭୮୦ ଟଙ୍କା ରହିଛି । ଏଥିସହ ଟିକା ଦେବାକୁ ଅତିରିକ୍ତ ୧୫୦ ଟଙ୍କା ଦେବାକୁ ପଡ଼ୁଛି ।

ଏଥିସହ ପଢ଼ନ୍ତୁ: କମିପାରେ କୋଭିଡ୍ ଟିକା କୋଭିସିଲ୍ଡ, କୋଭାକ୍ସିନ୍ ଦାମ

ଏବେ ଉଭୟ ଟିକାକୁ ବଜାର ବିକ୍ରି ପାଇଁ DCGI ଅନୁମତି ଦେବା ପରେ କୋଭାକ୍ସିନ୍ ଓ କୋଭିସିଲ୍ଡର ଡୋଜ୍ ପିଛା ଦର କମିପାରେ । ସୂଚନା ଅନୁସାରେ, ଖୋଲା ବଜାରରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାର ଡୋଜ୍ ପ୍ରତି ମୂଲ୍ୟ ୨୭୫ ଟଙ୍କା ରହିପାରେ । ପ୍ରତି ଡୋଜ୍ ପିଛା ସେବା ଶୁଳ୍କ ଭାବେ ୧୫୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ ।

Leave a Reply