୧୦ ବର୍ଷ ପରେ ଆମେରିକା ବିପକ୍ଷରେ ଆସିଲା ଏହି ନିଷ୍ପତ୍ତି

1 min read
US China Tariff War World Trade Organization Verdict Favouring China

ନୂଆଦିଲ୍ଲୀ: ଆମେରିକା ବିପକ୍ଷରେ ଚୀନର ବଡ଼ ବିଜୟ । ଅନ୍ତର୍ଜାତୀୟ ସ୍ତରରେ ଦୁନିଆର ସୁପର ପାୱାର ଆମେରିକା ବିପକ୍ଷରେ ଚୀନକୁ ମିଳିଛି ସଫଳତା । ବିଶ୍ୱ ବାଣିଜ୍ୟ ସଂଗଠନ (WTO)ର ଏକ ୧୦ ବର୍ଷ ପୁରୁଣା ମାମଲାରେ ଚୀନ ସପକ୍ଷରେ ରାୟ ଆସିଛି । କେବଳ ଏତିକି ନୁହେଁ ଅନ୍ତର୍ଜାତୀୟ ବାଣିଜ୍ୟ ସଂଘ ମଧ୍ୟ ଚୀନକୁ ଆମେରିକା ବିରୋଧରେ ୬୪୫ ମିଲିଅନ ଡଲାରର ଟାରିଫ୍ ଲଗାଇବାକୁ ଅନୁମତି ଦେଇଛି ।

୨୦୦୮ରୁ ୨୦୧୨ ମସିହା ମଧ୍ୟରେ କିଛି ସାମଗ୍ରୀ ଉପରେ ଆମେରିକା ଆଣ୍ଟି ସବସିଡ୍ ଟାରିଫ୍ ଲଗାଇଥିଲା । ଏହି ଟାରିଫ୍ ସୋଲାର ପ୍ୟାନେଲରୁ ନେଇ ଷ୍ଟିଲ ତାର ଏଭଳି ୨୨ଟି ଚାଇନିଜ୍ ସାମଗ୍ରୀ ଉପରେ ଲଗାଇଥିଲା ଆମେରିକା । ବାରାକ ଓବାମାଙ୍କ ସମୟରେ ଆମେରିକା ନେଇଥିବା ଏହି ନିଷ୍ପତ୍ତି ବିରୋଧରେ ୨୦୧୨ ମସିହାରେ ବିଶ୍ୱ ବାଣିଜ୍ୟ ସଂଗଠନର ଦ୍ୱାରସ୍ଥ ହୋଇଥିଲା ଚୀନ୍ । ଏବେ ଏକ ଦଶନ୍ଧି ପରେ ଚୀନ ସପକ୍ଷରେ ରାୟ ଦେଇଛି ବିଶ୍ୱ ବାଣିଜ୍ୟ ସଂଗଠନ ।

US China Tariff War World Trade Organization Verdict Favouring China

ଚୀନ ଡବ୍ଲୁଟିଓର ଦ୍ୱାରସ୍ଥ ହେବା ସହ ୨.୪ ବିଲିଅନ୍ ଡଲାର ମୂଲ୍ୟର ଆମେରିକୀୟ ସାମଗ୍ରୀ ଉପରେ ଟାରିଫ୍ ଲଗାଇବା ଲାଗି ଅନୁମତି ମାଗିଥିଲା । ଚୀନର ଏହି ଦାବିକୁ ବିଶ୍ୱ ବାଣିଜ୍ୟ ସଂଗଠନ ଖାରଜ କରି ଦେବା ସହ ୬୪୫ ମିଲିଅନ୍ ଡଲାରର ଆମେରିକୀୟ ସାମଗ୍ରୀ ଉପରେ କମ୍ପାନସେଟରି ଟାରିଫ୍ ଲଗାଇବାକୁ ଅନୁମତି ଦେଇଥିଲେ । ଏହା ପୂର୍ବରୁ ୨୦୧୯ରେ ଆମେରିକା ବିପକ୍ଷରେ WTOରେ ଚୀନକୁ ବିଜୟ ମିଳିଥିଲା । ସେତେବେଳେ ବିଶ୍ୱ ବାଣିଜ୍ୟ ସଂଗଠନ ୩.୫୮ ଡଲାଲର ଟାରିଫ୍ ଲଗାଇବାକୁ ଚୀନକୁ ଅନୁମତି ଦେଇଥିଲେ ।

ଚୀନ ସପକ୍ଷରେ ବିଶ୍ୱ ବାଣିଜ୍ୟ ସଂଗଠନର ରାୟ ପରେ ମୁହଁ ଖୋଲିଛି ଆମେରିକା । ବିଶ୍ୱ ବାଣିଜ୍ୟ ସଂଗଠନର ନିୟମରେ ସଂଶୋଧନର ଆବଶ୍ୟକତା ଥିବା ଆମେରିକା କହିଛି । WTOର ନିୟମ ଏବେ ପୁରୁଣା ଓ ଅପ୍ରାସଙ୍ଗିକ ହୋଇଯାଇଛି । ଚୀନ୍ ଏଭଳି ନିୟମର ଭୁଲ୍ ଉପଯୋଗ କରି ଚାପ ପକାଉଥିବା କହିଛି ଆମେରିକା ।

Leave a Reply