ଜୁଏଲ ଓରାମଙ୍କ ବଢ଼ିଲା ଅଡୁଆ, ମହିଳା କମିଶନଙ୍କ ପାଖରେ ଫେରାଦ ହେଲେ ଯୁବନେତ୍ରୀ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ବିଜେପି ସାଂସଦ ଜୁଏଲ ଓରାମଙ୍କ ପାଇଁ ବଢୁଛି ଅଡୁଆ । ନ୍ୟାୟ ପାଇଁ ମହିଳା କମିଶନଙ୍କ ପାଖରେ ଫେରାଦ ହେଲେ ଯୁବନେତ୍ରୀ ଗୌରୀ ମୁଣ୍ଡାରୀ । ପୂର୍ବରୁ ଝିରପାଣି ଥାନାରେ ଜୁଏଲଙ୍କ ନାଁରେ ଅଭିଯୋଗ ହୋଇଥିଲା । ଜୁଏଲଙ୍କ ନାଁରେ ଦଫା ୨୯୪ ଓ ୫୦୯ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଜୁଏଲ ଓରାମ ନିଜ ଦଳର ଯୁବନେତ୍ରୀ ଗୈାରୀ ମୁଣ୍ଡାରୀଙ୍କୁ ଫୋନରେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଧର୍ମେନ୍ଦ୍ର ପ୍ରଧାନ ଓ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା କହିଛନ୍ତି ଗୌରୀ । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ଜୁଏଲଙ୍କୁ ବହିଷ୍କାର କରାଯାଉ ।

ବିଜେପି ପକ୍ଷରୁ ମୋତେ କୌଣସି ସହଯୋଗ ମିଳୁନଥିବା କହିଛନ୍ତି ଗୌରୀ ମୁଣ୍ଡାରୀ । ତେଣୁ ନ୍ୟାୟ ଆଶାରେ ମହିଳା କମିଶନରଙ୍କ ନିକଟରେ ଫେରାଦ ହୋଇଛ ବୋଲି କହିଛନ୍ତି ଯୁବନେତ୍ରୀ । ସରପଞ୍ଚ ନିର୍ବାଚନ ପ୍ରଚାରରେ ସହଯୋଗ ପାଇଁ ଫୋନ କରିଥିଲେ ଗୌରୀ । କିନ୍ତୁ ମଦ ନିଶାରେ ସାଂସଦ ଜୁଏଲ ଓରାମ ଖରାପ ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ କରିଛନ୍ତି ଗୌରୀ ମୁଣ୍ଡାରୀ ।

Leave a Reply