spot_img
Home Blog Page 4721

ଥରୁଛି ଓଡ଼ିଶା, ଆହୁରି ୪ ଦିନ ଜାରି ରହିବ ଶୀତ ଲହରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଜାଡ଼ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ ଜାରି ରହିବ । ୨ ଦିନ ମଧ୍ୟରେ ରାଜ୍ୟରେ ସ୍ୱଭାବିକ ଠାରୁ ୨ରୁ ୩ ଡିଗ୍ରୀ କମିବ ପାରଦ । ଉତ୍ତର ଦିଗରୁ ଓଡ଼ିଶାର ସ୍ଥଳଭାଗକୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟରେ ପୁଣି ଜାଡ଼ ବଢ଼ିବା ଆରମ୍ଭ କରିଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପରେ କୌଣସି ସିଷ୍ଟମ୍ ନ ଥିବାରୁ ପାଗ ମୁଖତଃ ଶୁଖିଲା ରହିବ ।

Cold Wave Continues In Several Parts Of Odisha

ଜାଡ଼ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦାରିଙ୍ଗବାଡ଼ି ଏବେ ସର୍ବନିମ୍ନ ତାପମାତ୍ରା ସହ ରାଜ୍ୟର ଥଣ୍ଡା ସ୍ଥାନ ପାଲଟିଛି ।

ସଭାରେ ଟଳିପଡ଼ିଲେ ମୁଖ୍ୟ ବକ୍ତା, ଚାଲିଗଲା ପ୍ରାଣ

ସୋରୋ: ମୃତ୍ୟୁ ଏମିତି ବି ଆସେ । ଯାହା କଳ୍ପନା କରିବା ମୁସକିଲ । ସଭାରେ ଭାଷଣ ଦେବା ବେଳେ ଟଳିପଡିଲେ ମୁଖ୍ୟ ବକ୍ତା । ବାଲେଶ୍ୱର ଜିଲ୍ଲା ସୋର ଲକ୍ଷ୍ମୀନାରାୟଣ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମ ବେଳେ ଘଟିଛି ଏ ଅଭାବନୀୟ ଘଟଣା । ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ସାହିତ୍ୟିକ ତଥା ନାଟ୍ୟକାର ପଦ୍ମଲୋଚନ ମହାକୁଡ଼ଙ୍କ ଏଭଳି ଅକାଳ ବିୟୋଗ ଘଟିଛି । ଏଭଳି ବିୟୋଗ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି  । ସଭାରେ ହିଁ ବସିଥିବାବେଳେ ପରଲୋକ ଘଟିବା ଅକଳ୍ପନୀୟ  ।

ସୂଚନା ମୁତାବକ ସୋରୋ ଠାରେ ଏକ ବ୍ୟବସାୟୀକ ସଂଗଠନ ପକ୍ଷରୁ ସଭାକାର୍ଯ୍ୟ ଚାଲୁଥିଲା  । ସେଠାରେ ମୁଖ୍ୟବକ୍ତା ଭାବେ ଯାଇଥିଲେ ସାହିତ୍ୟିକ ତଥା ନାଟ୍ୟକାର ପଦ୍ମଲୋଚନ ମହାକୁଡ଼  । ମଞ୍ଚରେ ବସିଥିବାବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ପଦ୍ମଲୋଚନ । ସଭାରେ ଉପସ୍ଥିତ ସୋର ବିଧାୟକ ପର୍ଶୁରାମ ଧଡ଼ା ତାଙ୍କୁ କାର ଯୋଗେ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେପଟେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି  ।

ସ୍ୱର୍ଗତ ପଦ୍ମଲୋଚନ ବେଳାଭୂମି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଥିଲେ । ଏହା ବାଦ ସେ ଏକାଧାରରେ ଜଣେ ସାହିତ୍ୟିକ, ନାଟ୍ୟକାର, ଯାତ୍ରା ଗବେଶକ, ସମାଜସେବୀ ଥିଲେ । ସେହିପରି ଏକାଧିକ ନାଟକର ସେ ରଚୟିତା ଥିଲେ । ପଦ୍ମଲୋଚନଙ୍କ ଆକସ୍ପିକ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି  ଉପସ୍ଥିତ ଲୋକେ  ।

ଶତାୟୁ ବୀର ପୁତ୍ରଙ୍କ ଦେହାନ୍ତ, ରାଜ୍ୟକୁ କରିଛନ୍ତି ଗୌରବାନ୍ୱିତ

ଭୁବନେଶ୍ୱର: ଭାରତୀୟ ନୌସେନାର ପୂର୍ବତନ ବରିଷ୍ଠ ଅଧିକାରୀ ଭାଇସ ଆଡମିରାଲ ଏସ. ଏଚ. ଶର୍ମାଙ୍କ ପରଲୋକ । ସୋମବାର ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ ବାସଭବନରେ ପରଲୋକ ହୋଇଛି । ଗତ ଡିସେମ୍ବରରେ ସେ ଶହେ ତମ ଜନ୍ମ ଦିନ ପାଳନ କରିଥିଲେ । ଭାରତୀୟ ନୌସେନାରେ ପରାକାଷ୍ଠା ଦେଖାଇ ସେ ଓଡ଼ିଶା ଏବଂ ଭାରତ ପାଇଁ ଗର୍ବ ଆଣିଛନ୍ତି । ଦ୍ୱିତୀୟ ବିଶ୍ବଯୁଦ୍ଧ ସମୟରେ ସେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ ।

୧୯୬୫ ଏବଂ ୧୯୭୧ ଯୁଦ୍ଧରେ ଏସ ଏଚ ଶର୍ମାଙ୍କର ଅନେକ ଅବଦାନ ରହିଛି । ତାଙ୍କର ଦେହାନ୍ତ ପରେ ବିଭିନ୍ନ ବର୍ଗର ଲୋକ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଭାରତୀୟ ନୌସେନାକୁ ତାଙ୍କର ଅବଦାନକୁ ମନେ ପକାଇବା ସହ ଶୋକ ପ୍ରକାଶ କରିଛନ୍ତି । ଆଇଏନଏସ ଖୁକ୍ରି ଜାହାଜରେ ପ୍ରଥମେ ସେ ନେତୃତ୍ୱ ନେଇଥିଲେ ।

ପରେ ସେ ଆଇଏନଏସ ବ୍ରହ୍ମପୁତ୍ର ଏବଂ ଆଇଏନଏସ ମୟିସୁରର ନେତୃତ୍ବ ନେଇଥିଲେ । ଶର୍ମାଙ୍କ ପରଲୋକାଗତ ଖବର ସଭିଙ୍କୁ ସ୍ତମ୍ବିଭୁତ କରିଛି  । ରାଜ୍ୟ ଜଣେ ବୀର ପୁତ୍ରଙ୍କୁ ହରାଇଛି  । ଅନେକ ସମୟରେ ଦେଶ ଓ ରାଜ୍ୟର ନାମକୁ ଗୌରବାନ୍ୱିତ କରିଛନ୍ଥି  । ସେପଟେ ଶେଷ ଦର୍ଶନ ପାଇଁ ମଙ୍ଗଳବାର  ଭୁବନେଶ୍ୱର ସ୍ଥିତ ନିଳକଣ୍ଠ ନଗରକୁ ତାଙ୍କର ମର ଶରୀରକୁ ନିଆଯିବ । ପରେ ପୁରୀ ସ୍ୱର୍ଗ ଦ୍ୱାରରେ ଅନ୍ତିମ ସଂସ୍କାର କରାଯିବା ନେଇ ଜଣାପଡିଛି  ।

ଜେଲ ଭିତରେ ଜବରଦସ୍ତ ଡ୍ୟାନ୍ସ, ଘୁରି ବୁଲୁଛି ଭିଡ଼ିଓ

ବାଲେଶ୍ୱର: ଜେଲ ଭିତରେ ନାଚଗୀତ  । କଏଦୀଙ୍କ ଆଗରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ  ।  ଜଳେଶ୍ୱର ସବ ଜେଲର ଦେଖିବାକୁ ମିଲିଛି କିଛି ଏମିତି ଦୃଶ୍ୟ   । ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଜେଲ ଭିତରେ ରଙ୍ଗିଲା ସଂଗୀତ ସାଙ୍ଗକୁ ରଙ୍ଗିଲା ନାଚ  । ଛୋଟ ଛୋଟ ଜିନ୍ସ ପେଣ୍ଡ ଏବଂ ଟି ସାର୍ଟ ପିନ୍ଧି ନାଚୁଛନ୍ତି ତାହା ପୁଣି ଚାଲିଛି ଜେଲର ଅନ୍ତବାସୀଙ୍କ ସମ୍ମୁଖରେ  । ମସଗୁଲ ହୋଇଗୀତର ତାଳେ ତାଳେ ନାଚୁଛନ୍ତି ଜେଲର ଅନ୍ତଵାସୀ ଯାହାକି ଜଳେଶ୍ୱର ଅଂଚଳ ସମେତ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଛି  ।

ସବୁଠାରୁ ବଡ଼ପ୍ରଶ୍ନ ଉଠୁଛି ଯେଉଁଠି ଜେଲରେ ରହୁଥିବା ଅନ୍ତଵାସୀମାନଙ୍କୁ ସୁଧାର କରିବା ପାଇଁ ସମସ୍ତ ନୀତି ନିୟମ ରହିଥିଲା ବେଳେ ଵେଧଡ଼କ ଭାବେ ଜେଲ ଭିତରେ ହେଉଛି ରଙ୍ଗିଲା ନାଚଗୀତର ପ୍ରଦର୍ଶନ  । ସାରା ଦେଶ ଓମିକ୍ରନ ପାଇଁ ଭୟ ଆତଙ୍କିତ ଥିଲା ବେଳେ ଏଠି କିନ୍ତୁ ଖୁଲମ ଖୁଲା ହେଉଛି ଉଲଘଂନ  । ତେବେ କାହା ଇଙ୍ଗିତରେ ଏବଂ କାହା ନିର୍ଦେଶରେ କୋଭିଡ ନିୟମକୁ ଉଲଘଂନ କରି ଜେଲ ଭିତରେ ରଂଗୀଲା ନୃତ୍ୟର କାର୍ଯ୍ୟ କ୍ରମ ଅନୁଷ୍ଠିତ ହେଲା ତାହା ସାଧାରଣରେ ଚର୍ଚାର ବିଷୟ ସାଜିଛି  ।

ପୁରୀରେ ପୁଣି କଣ୍ଟେନମେଣ୍ଟ ଜୋନ୍, ବାହାର ଲୋକଙ୍କୁ ଯାଆସ ମନା

ପୁରୀ: ଶ୍ରୀକ୍ଷେତ୍ରରେ ପୁଣି କଣ୍ଟେନମେଣ୍ଟ ଜୋନ୍ । ପୁରୀର 11ନମ୍ବର ୱାର୍ଡ ଅନ୍ତର୍ଗତ ହୋଟେଲ ସୋନା ଇଣ୍ଟରନ୍ୟାସନାଲ ଓ ଆଖପାଖ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଗତକାଲି ସ୍ଥାନୀୟ ଅଞ୍ଚଳରୁ 3 ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।

ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାପରେ ଉକ୍ତ ଅଞ୍ଚଳକୁ ବାହାର ଲୋକଙ୍କ ଯାଆସ ଉପରେ ରୋକ ଲଗାଯାଇଛି ।  ସଂପୃକ୍ତ ଅଞ୍ଚଳକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ଓମିକ୍ରନରେ କିପରି ସଂକ୍ରମିତ ହେଲେ ତାହାର କଣ୍ଟ୍ରାକ୍ଟଟ୍ରେସିଂ ଚାଲିଛି  । କୋଭିଡର ପ୍ରଥମ ପ୍ରବାହ ବେଳେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଉଥିବାବେଳେ ପୁଣି ପ୍ରାୟ ବର୍ଷକ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ  ।

ରବିବାର ହତ୍ୟା କରିଥିଲେ, ସୋମବାର ବାନ୍ଧିଲା ପୋଲିସ

ପୁରୀ: ରବିବାର ମର୍ଡର, ସୋମବାର ଗିରଫ  । ବିକି ନାୟକ ହତ୍ୟା ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୁମ୍ଭାରପଡା ଥାନା ପୋଲିସ । ଚାରିଜଣ ଅଭିଯୁକ୍ତ ହେଲେ ଚନ୍ଦନ ଓରଫ୍ ରାକେଶ ମହାପାତ୍ର ଓ ତାଙ୍କ ପତ୍ନୀ ନମିତା ବେହେରା, ପୂର୍ଣ୍ନଚନ୍ଦ୍ର ବେହେରା ଓ ଚିତ୍ତ ମହାରଣା ।

ଗତକାଲି ଅର୍ଥାତ ରବିବାର ଅପରାହ୍ନ ୪ଟା ସମୟରେ ଘଟିଥିଲା ଏହି ହତ୍ୟାକାଣ୍ଡ । ପୁରୀ ଜଟିଆବାଜି ଛକର ବିକି ନାୟକକୁ ହାଡିସାହି ରାୟବାହାଦୁର ଲେନ୍ ନିକଟରେ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ହଣିଥିଲେ ଅଭିଯୁକ୍ତ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ଅଭିଯୁକ୍ତ ଫେରାର ରହିଥିଲେ  । ସେପଟେ ସୋମବାର ସେମାନଙ୍କୁ ଗିରଫ କରାଯାଇଥିବାନେଇ ପୋଲିସ ସୂଚନା ଦେଇଛି ।

ପୁଣି ବଦଳିଲେ IAS, ଦିବ୍ୟଜ୍ୟୋତି ପରିଡା ସମ୍ବଲପୁର ଜିଲ୍ଲାପାଳ

ଭୁବନେଶ୍ୱର: ଆଇଏଏସ  ସ୍ତରରେ ପୁଣି ଅଦଳବଦଳ  । ବଦଳିଲେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା  । କୃଷି ବିଭାଗର ଯୁଗ୍ମ ସଚିବ ଭାବେ ପାଇଲେ ନିଯୁକ୍ତି  । ରାଉରକେଲା ମୁନସିପାଲ୍‌ କର୍ପୋରେସନ୍‌ କମିଶନର ଥିବା ଦିବ୍ୟଜ୍ୟୋତି ପରିଡା ହୋଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ସେହିପରି ଶୁଭଙ୍କର ମହାପାତ୍ର ହେଲେ ଆରଏମସିର କମିଶନର  ।

ବର୍ତ୍ତମାନ କନ୍ଧମାଳ ଉପଜିଲ୍ଲାପାଳ ଅଛନ୍ତି ଶୁଭଙ୍କର ମହାପାତ୍ର  । ସେପଟେ ରାଉରକେଲା ସ୍ମାର୍ଟ ସିଟିର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି  । ଖୁବ୍‌ଶୀଘ୍ର ସମସ୍ତଙ୍କୁ ନୂଆ ଦାୟିତ୍ୱରେ  ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି  । ରବିବାର ମଧ୍ୟ ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ ହୋଇଛନ୍ତି  ।

୧୦ବରିଷ୍ଠ ଆଇଏଏସଙ୍କ ବିଭାଗ ଅଦଳବଦଳ କରାଯାଇଥିଲା । ଏସିଏସ୍ ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ OSMCLର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରାଙ୍କୁ  କୃଷି ଉତ୍ପାଦନ କମିଶନର ନିଯୁକ୍ତ କରାଯାଇଛି ।  ସେହିପରି  ଗୃହ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି  ।

ବନ୍ଧୁକ ଧରି ବିଧାୟକଙ୍କୁ ମାରିଦେବାକୁ ଧମକ

ଚିଲିକା: ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ବିଜେପିର ଦାଦାଗିରି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବନ୍ଧୁକ ଦେଖାଇ ଜୀବନରେ ମାରିଦେବାକୁ ଧମକ  ।   ବିଜେପି ନେତା ନିରଂଜନ ସେଠୀ ଦେଲେ ଜୀବନରୁ ମାରିଦେବାର ଧମକ । ଘଟଣା ପରେ ନିରଂଜନଙ୍କ ଗିରଫଦାରୀ ଦାବିରେ ବାଲୁଗାଁ ଥାନା ଆଗରେ ବିଜେଡି କର୍ମୀ ବିକ୍ଷୋଭ କରିଛନ୍ତି ।

ଏନେଇ ଥାନାରେ ଏତଲା ଦେଲେ ବାଲୁଗାଁ ଏନ୍ଏସି ବିଜେଡି କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା । ପୋଲିସ୍ ଏତଲା ରଖୁନଥିବାରୁ ବିଜେଡି ଥାନା ଘେରାଉ କରିଥିଲା । ଘଟଣାରେ ନିରଂଜନଙ୍କ ସମେତ ୨ଜଣ ବିଜେପି ନେତା ଅଟକ ଅଛନ୍ତି । ବିଧାୟକ ପ୍ରଶାନ୍ତ ଜଗଦେବ ଚିଲିକା ରାଣୀ ଇଂରାଜୀ ମିଡିୟମ ସ୍କୁଲ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଇଥିଲେ । ଘଟଣାସ୍ଥଳରେ ଏସଡିପିଓଙ୍କ ସହ ପୋଲିସ ମୁତୟନ ହୋଇଛନ୍ତି ।

ସେପଟେ ନିଜ ଜୀବନ ପ୍ରତି ବିପଦ ଥିବାନେଇ ଦର୍ଶାଇଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ  । ନନ୍ଦିଘୋଷ ଟିଭି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି  । ସେ କହିଛନ୍ତି ବିଜେପି ନେତା ହାତରେ ବନ୍ଧୁକ ଧରି ମୋତେ ମାରିଦେବାକୁ ଧମକ ଦେଉଛନ୍ତି  । ଆଗରୁ ଏନେଇ ପୂର୍ବରୁ ମଧ୍ୟ ଥାନାରେ ଏତଲା ଦେଇଥିବା କହିଛନ୍ତି ବିଧାୟକ  । ତେଣୁ ପୋଲିସ ଏନେଇ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଥିବା କହିଛନ୍ତି  ।

ଲୋଭନୀୟ ସ୍କିମ ଦେଖାଇ ଅନଲାଇନରେ ଠକେଇ

ଭୁବନେଶ୍ୱର: ଅନଲାଇନରେ ଇନଭେଷ୍ଟମେଣ୍ଟ ଓ ପ୍ରଫିଟ ଦେବାର ଲୋଭନୀୟ ସ୍କିମ । ହ୍ୱାଟସଆପରେ ଲିଙ୍କ୍ ପଠାଇ ଆପ୍ଲିକେସନ ଡାଉନଲୋଡ କରାଉଛନ୍ତି । ପରେ ସେୟାର କିଣିବା ଆଳରେ ଟଙ୍କା ଇନଭେଷ୍ଟ ପାଇ କହୁଛନ୍ତି । ଏଥିପାଇ କେତେ କିଣିଲେ କେତେ ପ୍ରଫିଟ କରିବେ ତାର ଲିଷ୍ଟ ମଧ୍ୟ ଦେଉଛନ୍ତି । ଆଉ ସେୟାର କିଣିଲେ ପ୍ରଥମ ଦୁଇ ତିନି ଥର ଭଲ ପ୍ରଫିଟ ଦେଉଛନ୍ତି । ପରେ ଆଉ ନିବେଶ କରାଯାଇଥିବା ବଡ ରାଶିର ଟଙ୍କା ଯିବା ପରେ ଧରାଛୁଆ ଦେଉନାହାନ୍ତି ଠକ ।

ଏମିତି ଢଙ୍ଗରେ ରାଜ୍ୟର ଏକାଧିକ ଯୁବପୀଢୀଙ୍କୁ ଏମିତି ଢଙ୍ଗରେ ଫସାଇଛନ୍ତି ଠକ। ଯାହାର ଅଭିଯୋଗ ପହଁଚିଛି ସାଇବର ଥାନାରେ । ଡିସିପି ଅଫିସରେ ଖୋଲିଥିବା ନୁତନ ସାଇବର ଥାନାରେ ଏପରି ଅଭିଯୋଗ କରିଛନ୍ତି ଠକେଇ ଶିକାର ଏକାଧିକ ଯୁବପୀଢୀ ।  ଅଭିଯୋଗ ଅନୁସାରେ ଅନଲାଇନରେ ସେମାନଙ୍କୁ ଆସିଥିଲା ଏପରି ଏକ ଲିଙ୍କ । ବାଇସାଇକେଲ ଆପ୍ଲିକେସନ ଡାଉନଲୋଡ ହେବା ପରେ ସେଠାରେ ରିଚାର୍ଜ(ନିବେଶ) ପାଇ କୁହାଗଲା। ଠକେଇ ଭୟରେ ସେମାନେ ୧୦୦୦ଓ ଦୁଇ ହଜାରର ରିଚାର୍ଜ( ନିବେଶ ) କଲେ‌। ସାଇକେଲର ସେୟାର କିଣିବା ଆଳରେ ଗୋଟିଏ ରିଚାର୍ଜ ରେ ୨୦ରୁ ୧୦୦ପର୍ଯନ୍ତ ପ୍ରଫିଟ ମିଳିଲା ।ଯାହାର ଲୋଭରେ ପଡି ଲକ୍ଷାଧିକ ଟଙ୍କା ଇନଭେଷ୍ଟ କଲେ । ଏଥିପାଇ ଏକ ଗ୍ରୁପ କରାଯାଇଥିଲା ।

ସେପଟେ ନାମ ଥିବା ଠକ ଝିଅର ଡିପି ରଖିଥିବା ନମ୍ବରରୁ ହ୍ବାଟସପ ଗ୍ରୁପରେ ନିବେଶକାରୀଙ୍କୁ ଆଡ କଲେ । ଗ୍ରୁପ ଜରିଆରେ କେତେ ବିନିଯୋଗ ଗଲେ କେତେ ମିଳିବ ତାର ସୂଚନା‌ ଦେଉଥିଲେ । ଏହିପରି ଢଙ୍ଗରେ ଏକାଧିକ ପିଲା ଟଙ୍କା ବିନିଯୋଗ ପରେ ଆଉ ଟଙ୍କା ରିଟର୍ଣ୍ଣ ଆସୁନି । ଏପରିକି ମୂଳଟଙ୍କା ପାଇବା ପାଇ ଆକାଉଣ୍ଟର ଡିଟେଲ ମାଗୁଛି । ଯାହାକୁ ନେଇ ହରଡଘଣାରେ ପଡିବା ପରେ ଏବେ ଠକେଇ ହୋଇଥିବା‌ ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ଇସ୍ପାତନଗରୀରେ ଉଡୁଛି ସନ୍ଦିଗ୍ଧ ପାରା, ଗୋଡରେ ଲାଗିଛି ଟ୍ୟାଗ୍

ରାଉରକେଲା: ଗୋଟିଏ ପାରା ଇସ୍ପାତ ନଗରୀର ପାରା ବଢାଇ ଦେଇଛି । ଆଗରୁ ପାକିସ୍ତାନୀ ପାରା କଥା ଶୁଣିଥିବେ ଏବେ ଚାଇନା ପାରା କଥା ଶୁଣନ୍ତୁ । ପଞ୍ଜାବରେ ପଶୁଥିଲା ପାକିସ୍ତାନୀ ପାରା । ଏବେ ରାଉରକେଲା ପୋଲିସ ଖୋଜୁଛି ପାରା ପାଲାର ସତ । ଇସ୍ପାତ ନଗରୀରେ ଉଡ଼ି ବୁଲୁଛି ଏହା ଚାଇନା ପାରା.. ଚା ଖଟିରୁ ଚାଉମିନ୍ ଦୋକାନ, ସବୁଠି  ଏହି ପାରାକୁ ନେଇ ଚର୍ଚ୍ଚା  । କିଏ ଛାଡ଼ିଲା ଏହି ପାରା ? କାହିଁକି ପକ୍ଷୀର ଗୋଡରେ ଲାଗିଛି ଟ୍ୟାଗ ? ଗୁପ୍ତ ତଥ୍ୟ ପାଇଁ ପାରା ସାଜିଛି କି ଗୁପ୍ତଚର ?  ଏହା ଚାଇନାର ଚାଲ ନା କୌଣସି ସନ୍ଦିଗ୍ଧଙ୍କ ଷଡଯନ୍ତ୍ର ? ରାଜଗାଙ୍ଗପୁରରୁ ଉଦ୍ଧାର ହୋଇଥିବା ବିଦେଶୀ ପାରାକୁ ନେଇ ଏବେ ନାନା ପ୍ରଶ୍ନ ଉଙ୍କି ମାରିଛି…

କାଂସବାହାଲ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରକୁ ଉଡ଼ି ଆସିଥିଲା ଏହି ପାରା  । ବିରଳ ପାରାକୁ ଉଦ୍ଧାର କରିଥିଲେ ସର୍ବେଶ୍ୱର ଛୋଟରାୟ  । ସେ ଦେଖିଥିଲେ ପାରାର ଗୋଡ଼ରେ ଲାଗିଛି ଏକ ଧଳାରଙ୍ଗର ଟ୍ୟାଗ  । ଯେଉଁଥିରେ ଚାଇନା ଭାଷାରେ କିଛି ଶବ୍ଦ ଲେଖାହୋଇଥିଲା  । ପରେ ସର୍ବେଶ୍ୱର ଏନେଇ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ  । ପାରାର ଗୋଡରେ ଲାଗିଥିବା ଚାଇନା ଭାଷାରେ ଲିଖିତ ଏହି ଟ୍ୟାବ  ସନ୍ଦେହଜନକ ସ୍ଥିତି ସୃଷ୍ଟି କରିଥିଲା  । ଏମିତିକି ଏହି ଖବର ପ୍ରଚାରିତ ହେବା ପରେ କିଛି ଲୋକେ ଭୟଭୀୟ ହୋଇପଡିଥିଲେ  । ଏହା ଚାଇନାର ଗୁଇନ୍ଦା ପାରା ବୋଲି କହିବାକୁ ଲାଗିଥିଲେ  ।

ସେପଟେ ପୋଲିସ ଘଟଣା ସ୍ଥଳରେ ପହଁଚି, ପାରାକୁ ଯାଞ୍ଚ କରିଥିଲେ  । ପାରା ଗୋଡରେ ଲାଗିଥିବା ଏହି ଟ୍ୟାଗରୁ ଜଣା ପଡିଥିଲା ଏହା ଏକ ରେସିଂ ପାରା  । ପ୍ରତିଯୋଗିତା ପାଇଁ ଏହି ପାରାକୁ ବ୍ୟବହାର କରାଯାଇଥିବା ପୋଲିସ ସ୍ପଷ୍ଟ କରିଥିଲା  । ଗୁଇନ୍ଦା ସୂଚନା କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ପାରାକୁ ବ୍ୟବହାର ଖବରକୁ ପୋଲିସ ଖଣ୍ଡନ କରିଥିଲା  । ଅନ୍ୟପଟେ ପାରାଟି ଏବେ ସାମାନ୍ୟ ଅସୁସ୍ଥ ଥିବାବେଳେ ଆସନ୍ତାକାଲି ତାକୁ ଉଦ୍ଧାର କରିଥିବା ବ୍ୟକ୍ତି ଛାଡ଼ିଦେବେ ବୋଲି କହିଛନ୍ତି  ।

କାନସଵାହାଲ ଅଞ୍ଚଳରେ ଗୋଟିଏ ପାରାର ଗୋଡ଼ରେ ଚାଇନା ଭାଷାରେ ଲେଖାଯାଇଥିବା ଟ୍ୟାଗ ଠାବ ହୋଇଛି  । ପାରାଟି ଚୀନରୁ ଆସିଛି କି କେହି ଚାଇନା ଭାଷାରେ ଟ୍ୟାଗ୍ ଲଗାଇ ଛାଡ଼ିଦେଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କାନସବାହାଲ ଅଞ୍ଚଳକୁ ଏହା କିପରି ଆସିଲା ସେନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ପାରାଟିର ଗୋଡରେ ଚାଇନା ଭାଷାର କେହି ଟ୍ୟାଗ ଲଗାଇ ଦେଇଥିବା ପୋଲିସ କହିଛି  । ଏନେଇ ଭୟଭୀତ ନହେବାକୁ ପୋଲିସ ପରାମର୍ଶ ଦେଇଛି  ।