ଯୁଦ୍ଧ ଭିତରେ ୧୮ରୁ ୬୦ ବର୍ଷ ବୟସ ପୁରଷଙ୍କୁ ଦେଶ ଛାଡ଼ିବାକୁ ବାରଣ

Ukraine Banned 18 To 60 Years Old Male To Leave Country During War

କିଏଭ୍‌: ଋଷ ବିରୋଧୀ ଯୁଦ୍ଧରେ ନିଜର ସାଧାରଣ ଲୋକଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି ୟୁକ୍ରେନ୍ । ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ ଭିତରେ ପଶି ଘନଘନ ମିଜାଇଲ ମାଡ଼ କରୁଛି ଋଷ। ତେବେ ପାଲଟା ଜବାବ ଦେବାରେ ୟୁକ୍ରେନ୍ କୌଣସି ଅବହେଳା କରୁ ନାହିଁ । ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଶକ୍ତିଶାଳୀ ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି ୟୁକ୍ରେନ୍‌। ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ହାର୍‌ ନମାନି ମୈଦାନରେ ୟୁକ୍ରେନ୍‌ ଏକାକୀ ଲଢୁଛି । ବିଶ୍ୱର ଦ୍ୱିତୀୟ ଶକ୍ତିଶାଳୀ ସେନାକୁ ଜବରଦସ୍ତ ଜବାବ ଦେଉଛି ୟୁକ୍ରେନ୍‌ ସେନା ।

Ukraine Banned 18 To 60 Years Old Male To Leave Country During War

ଏହାରି ମଧ୍ୟ ଋଷ ଆଗକୁ ଆଗକୁ ବଢିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କିଏଭରେ ପ୍ରବେଶ କରିଛି ଋଷ ସେନା । ୟୁକ୍ରେନ୍ ରାଷ୍ଟ୍ରପତି ଏ ସୂଚନା ଦେଇଛନ୍ତି । ଅନୁପ୍ରବେଶକାରୀଙ୍କ ସହ ଋଷିଆ ସେନା ସାମିଲ୍ ଅଛନ୍ତି । ୯୬ ଘଣ୍ଟାରେ ପୂରା ରାଜଧାନୀକୁ ଋଷିଆ ଦଖଲ କରି ନେବା ଆଶଙ୍କା କରିଛନ୍ତି । ୟୁକ୍ରେନ୍ ନାଗରିକଙ୍କୁ କର୍ଫ୍ୟୁ ନିୟମ ପାଳନ ପାଇଁ ଅନୁରୋଧ କରିଛନ୍ତି ରାଷ୍ଟ୍ରପତି । ପାଶ୍ଚାତ୍ୟ ଦେଶଗୁଡ଼ିକ ଠାରୁ ସହାୟତା ମାଗି ନିରାଶ ହୋଇଥିବା ୟୁକ୍ରେନ ଏବେ ନିଜର ସୁରକ୍ଷା କରିବାକୁ ଏକାକୀ ଅଣ୍ଟା ଭିଡ଼ିଛି। ଗୁରୁବାର ଆରମ୍ଭ ହୋଇଥିବା ଯୁଦ୍ଧରେ ବ୍ୟାପକ କ୍ଷତି ସହିଥିବା ୟୁକ୍ରେନ ଏବେ କାଉଣ୍ଟର ଆଟାକ ଆରମ୍ଭ କରିଛି ।

Ukraine Banned 18 To 60 Years Old Male To Leave Country During War

ୟୁକ୍ରେନ ରାଜଧାନୀ କିଏଭ୍ ଆଡ଼କୁ ଲଗାତର ଋଷ ସେନା ଅଗ୍ରସର ହେଉଛି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦେଶର ସାଧାରଣ ନାଗରିକଙ୍କୁ ଯୁଦ୍ଧ ମଇଦାନକୁ ଓହ୍ଲାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲଗାତାର ଋଷର ଆକ୍ରମଣରେ ୟୁକ୍ରେନ୍ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ​​ଏପର୍ଯ୍ୟନ୍ତ ଦୁର୍ବଳ ହୋଇନାହିଁ । ରାଷ୍ଟ୍ରପତି ଜେଲେନସ୍କି ପୁଣିଥରେ ଋଷର ଅସ୍ତ୍ରଶସ୍ତ୍ର ତ୍ୟାଗ ଧମକକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାସହ ସେ ଦେଶର ନାଗରିକମାନଙ୍କୁ କହିଛନ୍ତି ଯେ ଋଷକୁ କଡ଼ା ଜବାବ ଦେବାକୁ । ରୁଷିଆର ମୁକାବିଲା ପାଇଁ ୟୁକ୍ରେନ୍ ସାଧାରଣ ନାଗରକିଙ୍କୁ ଅସ୍ତ୍ରଶସ୍ତ୍ର ଦେଇଛି । ଲୋକଙ୍କୁ ପ୍ରାୟ ୧୦ ହଜାର ଆସଲ୍ଟ ରାଇଫଲ ଦେଇଥିବା କିଏଭ୍ ମିଡିଆରେ ପ୍ରକାଶ କରାଯାଇଛି। ଜେଲେନସ୍କିଙ୍କ ଅଫିସିଆଲ୍ ୱେବସାଇଟ୍ ସାଧାରଣ ଲୋକଙ୍କୁ ଯୁଦ୍ଧରେ ନିୟୋଜିତ ପାଇଁ ନିଷ୍ପତ୍ତି ପ୍ରକାଶ କରିଛି । ଏଥିରେ ସାଧାରଣ ଲୋକଙ୍କୁ ଯୁଦ୍ଧ ପାଇଁ ନିୟୋଜିତ କରିବାର ଆଦେଶ ରହିଛି ।

Ukraine Banned 18 To 60 Years Old Male To Leave Country During War

ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ୟୁକ୍ରେନ ବିରୋଧରେ ଋଷର ସାମରିକ ଅପରେସନ୍ ତଥା ଦେଶର ପ୍ରତିରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହା ଯୁଦ୍ଧର ଜାରି ରଖିବାକୁ ଅନୁମତି ଦେବ ଏବଂ ୟୁକ୍ରେନର ସଶସ୍ତ୍ର ବାହିନୀ ଏବଂ ସହଯୋଗୀ ସାମରିକ ୟୁନିଟକୁ ସାହାଯ୍ୟ କରିବ । ୟୁକ୍ରେନ ସୀମା ପ୍ରତିରକ୍ଷା ସେବାର ମୁଖ୍ୟ ଡାନିଏଲ ମେନସିକୋଭ ନିର୍ଦ୍ଦେଶ ଦେଇଛନ୍ତି ଯେ ୧୮ ରୁ ୬୦ ବର୍ଷ ବୟସ୍କ ପୁରୁଷଙ୍କୁ ଦେଶ ଛାଡ଼ିବାକୁ ଦିଆଯିବ ନାହିଁ । ସେ ଏକ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ଯେ ଯୁଦ୍ଧକୁ ଦୃଷ୍ଟିରେ ରଖି ଏହି ବୟସର ପୁରୁଷମାନଙ୍କୁ ଦେଶ ଛାଡ଼ିବାକୁ ଦିଆଯିବ ନାହିଁ । ଦୟାକରି ଭୟଭୀତ ହୁଅନ୍ତୁ ନାହିଁ ଏବଂ ବିନା ଅନୁମତିରେ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।

Ukraine Banned 18 To 60 Years Old Male To Leave Country During War

ବାସ୍ତବରେ, ୟୁକ୍ରେନର ସେନା ସୁପର ପାୱାର ଦେଶ ଋଷର ସେନା ଆଗରେ ଅତ୍ୟନ୍ତ ଶକ୍ତିଶାଳୀ ନୁହେଁ, କିନ୍ତୁ ଏହାର ଆତ୍ମା ​​ଶକ୍ତିଶାଳୀ । ଋଷ କ୍ରମାଗତ ଭାବେ ବୋମା ବିସ୍ଫୋରଣ କରି ୟୁକ୍ରେନ ଉପରେ ଅଧିକ କ୍ଷତି କରୁଛି। ୟୁକ୍ରେନ ମଧ୍ୟ ଋଷର ଅନେକ ବିମାନ ଏବଂ ସୈନିକଙ୍କୁ ଗୁଳି କରି ନିପାତ କରିଛି । ଋଷ ସେନା ୟୁକ୍ରେନର ରାଜଧାନୀ କିଏଭରେ ବୋମା ବର୍ଷଣ କରୁଛନ୍ତି । ହେଲେ ୟୁକ୍ରେନ ଭୟଭୀତ ନ ହୋଇ କଡ଼ା ମୁକାବିଲା କରୁଛି । କିଏଭ୍‌ ଭିତରକୁ ଛଦ୍ମବେଶରେ ଆସିବାକୁ ଉଦ୍ୟମ କରୁଥିବା ରୁଷ ସେନାର ଏକାଧିକ ଗାଡ଼ିକୁ ୟୁକ୍ରେନ୍ ସେନା ଧ୍ୱଂସ କରି ଦେଇଛି ।

ଏଥିସହ ପଢ଼ନ୍ତୁ: ଋଷ ସେନାର ଛତ୍ରଭଙ୍ଗ, ଏକୁଟିଆ ଲଢ଼ି ମେଲିଟୋପୋଲ ସହରକୁ ଦଖଲକୁ ନେଲା ୟୁକ୍ରେନ୍

Leave a Reply