ୟୁକ୍ରେନ ରାଜଧାନୀରେ ପଶିଲା ଋଷ ସେନା, ସେନାଙ୍କୁ ରୋକିବା ପାଇଁ ବ୍ରିଜ୍ ଉଡ଼ାଇଲା ୟୁକ୍ରେନ

କିଭ୍: ଦୁଇ ଦିନ ଧରି ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ୟୁକ୍ରେନ । ଗତକାଲି ପୁଟିନ୍ ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ବିଭିନ୍ନ ସହର ଉପରେ ଆକ୍ରମଣ କରିଛି ଋଷ । ତିନିପଟୁ ୟୁକ୍ରେନକୁ ଘେରି ଭୟଙ୍କର ଆକ୍ରମଣ କରିଛି ଋଷ । ଗୋଟିଏ ପରେ ଗୋଟିଏ ସହର ଉପରେ କବ୍ଜା କରିବାରେ ଲାଗିଛି ଋଷ । ତେବେ ଏହାରି ମଧ୍ୟରେ ସବୁଠାରୁ ବଡ଼ ଖବର ହେଉଛି ଋଷ ସୈନ୍ୟ ୟୁକ୍ରେନ ରାଜଧାନୀ କିଭରେ ପହଞ୍ଚି ସାରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ।

କିଭରେ ଋଷ ସେନା ପ୍ରବେଶ କରିବା ପୂର୍ବରୁ ଆଜି ସକାଳୁ କିଭ୍ ଉପରେ ଜୋରଦାର ଆକ୍ରମଣ କରିଥିଲେ । କିଭ୍ ପରେ ଛଅଟି ମିଜାଇଲ ଆକ୍ରମଣ କରିଥିଲା ଋଷ । ଋଷର ଏହି ଆକ୍ରମଣ ଫଳରେ କିଭରେ ବହୁ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଇଛି । ଋଷର ଭୟଙ୍କର ଆକ୍ରମଣ ସତ୍ତ୍ୱେ ୟୁକ୍ରେନ ପଛକୁ ଫେରିବ ନାହିଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଅନ୍ୟପକ୍ଷରେ ୟୁକ୍ରେନ ରାଜଧାନୀରେ ଯେପରି ଋଷ ସେନା ପହଞ୍ଚି ପାରିବ ନାହିଁ ସେଥିପାଇଁ ୟୁକ୍ରେନର କିଭର ଏକ ବ୍ରିଜକୁ ଉଡ଼ାଇ ଦେଇଛି ୟୁକ୍ରେନ । ଋଷ ସେନା ଏହି ବ୍ରିଜ୍ ମାଧ୍ୟମରେ ୟୁକ୍ରେନ ମଧ୍ୟକୁ ପଶିବାକୁ ଚେଷ୍ଟା କରିଥିଲା । ଯାହା ଫଳରେ କିଭରେ ଥିବା ଏକ ବ୍ରିଜକୁ ଉଡ଼ାଇ ଦେଇଛି ୟୁକ୍ରେନ ।

Leave a Reply