spot_img
Home Blog Page 4722

ବଲିଉଡରେ କାମ କରିବାକୁ ଏଭଳି ସର୍ତ୍ତ ରଖିଲେ ଅଲ୍ଲୁ ଅର୍ଜୁନ୍

ହାଇଦ୍ରାବାଦ : ନିକଟରେ ଅଲ୍ଲୁ ଅର୍ଜୁନଙ୍କ ଦମଦାର ସୁପରହିଟ୍ ଚଳଚ୍ଚିତ୍ର ‘ପୁଷ୍ପା’ ରିଲିଜ୍ ହୋଇଥିବା ବେଳେ ବକ୍ସ ଅଫିସରେ ଏହା ୩୦୦ କୋଟିର ଆୟ କରିସାରିଛି । କେବଳ ଏତିକି ନୁହେଁ ଏହାର ହିନ୍ଦୀ ଭର୍ସନ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଥିବା ବେଳେ ଖୁବ୍ ଶୀଘ୍ର ୭୫ କୋଟିର ଆୟ ଉପାର୍ଜନ କରିବ ବୋଲି ଅନୁମାନ କରାଯାଉଛି ।

କେବଳ ସାଉଥ୍ ନୁହେଁ ସାରା ବିଶ୍ୱରେ ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକ ରହିଛନ୍ତି । ଏବେ ଯାଏଁ ସେ ଏକାଧିକ ଚଳଚ୍ଚିତ୍ର କରିସାରିଥିବା ବେଳେ ତାଙ୍କ ଅଭିନିତ ଚଳଚ୍ଚିତ୍ର ଭିନ୍ନ ଭିନ୍ନ ଭାଷାରେ ରିଲିଜ୍ ହୋଇସାରିଛି । ଏବେ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଥିବା ‘ପୁଷ୍ପା’ ଚଳଚ୍ଚିତ୍ର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବା ସହ ବଲିଉଡରେ ଏହାର ପ୍ରଶଂସା ବଢ଼ିଚାଲିଛି । ଅଲ୍ଲୁ ଜଣେ ପ୍ରସିଦ୍ଧିଲାଭ କଳାକାର ହୋଇଥିବାରୁ ତାଙ୍କୁ ହିନ୍ଦୀ ଚଳଚ୍ଚିତ୍ର ପାଇଁ ମଧ୍ୟ ଅନେକ ସୁଯୋଗ ଆସୁଛି । ବଲିଉଡରୁ ଆସିଥିବା ଚଳଚ୍ଚିତ୍ର ଅଫର୍ ଏତେ ଖାସ୍ ନଥିବାରୁ ସେ ଅଭିନୟ କରିବାକୁ ଇଚ୍ଛୁକ ନାହାନ୍ତି । ଯଦି ସେଭଳି କିଛି ସୁଯୋଗ ଆସେ ତେବେ ସେ ହାତଛଡ଼ା କରିବେ ନାହିଁ ବୋଲି ଅଲ୍ଲୁ କହିଛନ୍ତି । ବଲିଉଡରେ କାମ କରିବାକୁ ସେ ଗୋଟିଏ ସର୍ତ୍ତ ରଖିଛନ୍ତି । ସେ କହିଛନ୍ତି ଯେ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ସେ ପ୍ରସ୍ତୁତ ମାତ୍ର, ଭଲ ଷ୍ଟୋରୀକୁ ଅପେକ୍ଷା । ଅଲ୍ଲୁ ମୁଖ୍ୟତଃ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ପସନ୍ଦ କରନ୍ତି । ଅନ୍ୟ କାହାର ଭୂମିକାରେ ଅଭିନୟ କରିବା ତାଙ୍କର ପସନ୍ଦ ନୁହଁ । ପୁଷ୍ପା ଚଳଚ୍ଚିତ୍ରର ଆୟ ଦେଖି ଏହା ନିଶ୍ଚିତ କୁହାଯାଇପାରିବ ଯେ ବଲିଉଡ୍ ଅପେକ୍ଷା ସାଉଥ୍ ଚଳଚ୍ଚିତ୍ରର ବେଶ୍ ଭଲ କାହାଣୀ ରହିଥିବା ବେଳେ ଭଲ ଆୟ ମଧ୍ୟ ହେଉଛି । ହିନ୍ଦୀ ଦର୍ଶକଙ୍କ ମଧ୍ୟରେ ମଧ୍ୟ ସାଉଥ୍ ଚଳଚ୍ଚିତ୍ର ବେଶ୍ ପ୍ରସିଦ୍ଧ ହେବାରେ ଲାଗୁଛି ।

ବାର୍ଦ୍ଧକ୍ୟରୁ ମୁକ୍ତି, ମିଳିବ ଚିର ଯୌବନ ପ୍ରାପ୍ତି !

 ନନ୍ଦିଘୋଷ ବ୍ୟୁରୋ: ମଣିଷକୁ ବାର୍ଦ୍ଧକ୍ୟ ଗ୍ରାସିବା ପରେ ସବୁ କିଛି ବଦଳିଯାଏ । ବିଭିନ୍ନ ରୋଗ ମାଡ଼ିବସିବା ସହ ଚର୍ମ, ଶିରାପ୍ରଶିରା ଲୋଚାକୋଚା ହୋଇଯାଏ । ପାହୁଣ୍ଡେ ଚାଲିବାକୁ ମଧ୍ୟ ଗୋଡ଼ ସାଥ୍ ଦିଏନାହିଁ । ମଣିଷ ଜୀବନରେ ଯଦି ଏଭଳି ନ ଘଟନ୍ତା, କେତେ ଭଲ ହୁଅନ୍ତା ସତରେ ! ତେବେ ଏହି ପୁରୁଣା ଅଭିଳାଷକୁ ସତ୍ୟରେ ପରିଣତ ପାଇଁ ପୁଣି ଆରମ୍ଭ ହୋଇଛି ମିଶନ । ଯଦି ଏହି ମିଶନ ସଫଳ ହୁଏ ତେବେ ମଣିଷ ଚିର ଯୌବନ ପ୍ରାପ୍ତି ହେବ, ବାର୍ଦ୍ଧକ୍ୟ ପାଖ ମାଡ଼ିବ ନାହିଁ । ଅସ୍ୱାଭାବିକ ଭାବେ ମଣିଷ ଦୀର୍ଘାୟୁ ହେବ । ଆମେରିକାର ବିଖ୍ୟାତ କ୍ରିପ୍ଟୋ ଅରବପତି ବ୍ରାଏନ୍ ଆର୍ମଷ୍ଟ୍ରଙ୍ଗ୍ ଓ ବାୟୋଇଞ୍ଜିନିୟର୍ ତଥା ଟେକ୍ନୋଲୋଜି ନିବେଶକ ବ୍ଲେକ୍ ବାୟର୍ସ ଏଭଳି ଏକ ବଡ଼ ମିଶନ ନେଇ ଆଗକୁ ବଢ଼ିଛନ୍ତି । ନ୍ୟୁଲିମିଟ ନାମରେ ଏକ ଷ୍ଟାର୍ଟଅପ୍ ଗଢ଼ି ମିଶନ ଉପରେ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଯେତେ ଖର୍ଚ୍ଚ କରିବାକୁ ପଡ଼ିଲେ ବି ସେମାନେ ପଛାଇବେ ନାହିଁ ବୋଲି ଦୃଢ଼ସଂକଳ୍ପ ନେଇଛନ୍ତି । ପୂର୍ବରୁ ବିଶିଷ୍ଟ ଅରବପତି ତଥା ଆମାଜନ୍ ପ୍ରତିଷ୍ଠାନା ଜେଫ୍ ବେଜୋସ୍ ଏହି କ୍ଷେତ୍ରରେ ମନ ବଳାଇଥିଲେ । ବାର୍ଦ୍ଧକ୍ୟ ଦୂରୀକରଣ ପାଇଁ ଗଠିତ ସଂସ୍ଥା ‘ଅଲଟୋସଲାବସ’ରେ ବିପୁଳ ନିବେଶ କରିଥିଲେ । ଏବେ ପୁଣି ଜଣେ ପ୍ରମୁଖ ଅରବପତି ଓ ବାୟୋ-ଇଞ୍ଜିନିୟର୍ ବଡ଼ ଲକ୍ଷ୍ୟ ନେଇ ଏ କ୍ଷେତ୍ରରେ ପାଦ ଥାପିଛନ୍ତି ।

ନ୍ୟୁଲିମିଟ୍ ଷ୍ଟାର୍ଟଅପରେ ବର୍ତ୍ତମାନ ଦୁର୍ବଳ ଶରୀରରେ ସ୍ୱଳ୍ପ ବୟସର କୋଷଗୁଡ଼ିକୁ ସ୍ଥାନିତ ପାଇଁ ଗବେଷଣା କରାଯାଉଛି । ଏମିତି କି ଜଣେ ବୃଦ୍ଧ ଲୋକର ମନକୁ ମଧ୍ୟ ପରିବର୍ତ୍ତନ ଲାଗି ଚିନ୍ତା କରାଯାଉଛି । କ୍ରିପ୍ଟୋକରେନ୍ସି ‘କଏନ୍ବେସ୍’ର ସିଇଓ ଆର୍ମଷ୍ଟ୍ରଙ୍ଗ୍ ଏବଂ ଷ୍ଟାନଫୋର୍ଡ ୟୁନିଭର୍ସିସିଟିରୁ ପିଏଚ୍ଡି ହାସଲ କରିଥିବା ବାୟର୍ସ ନିଜ ଗବେଷଣାରେ ଆୟୁଷ ବୃଦ୍ଧି ତୁଳନାରେ ସ୍ୱାସ୍ଥ୍ୟଗତ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସେମାନଙ୍କ ଯୁକ୍ତି ମଣିଷ ଯେତେ ବର୍ଷ ବଞ୍ଚୁ ପଛେ ସ୍ୱାସ୍ଥ୍ୟ ଭଲ ରହୁ । କୌଣସି ପ୍ରକାର ଦୁରାରୋଗ ଶରୀରକୁ ମାଡ଼ି ନବସୁ । ବୟସାଧିକ୍ୟ ଯୋଗୁ ଆସୁଥିବା ଶାରୀରିକ ପରିବର୍ତ୍ତନକୁ ସେମାନେ ମାତ୍ ଦେବା ଉପରେ ଫୋକସ୍ ଦେଉଛନ୍ତି । ସେମାନେ କହିଛନ୍ତି ଯେ ବୟସ ବଢ଼ିବା ସହିତ ଶାରୀରିକ ଯନ୍ତ୍ରଣା ବଢ଼ିବା ଆରମ୍ଭ କରିଦିଏ । ୩୦ ବର୍ଷ ବୟସ ମଧ୍ୟରେ ବେଶ୍ ଫୁର୍ତ୍ତି ଅନୁଭୂତ ହୁଏ । ଏହାପରେ ଧୀରେ ଧୀରେ ଶରୀର ବଦଳିବାକୁ ଆରମ୍ଭ କରିଥାଏ । ନ୍ୟୁଲିମିଟ୍ ଷ୍ଟାର୍ଟଅପ୍ ଏହି ଶାରୀରିକ ପରିବର୍ତ୍ତନକୁ ସଙ୍କୁଚିତ ଅଥବା ମୂଳୋତ୍ପାଟନ ଉପରେ କାର୍ଯ୍ୟ କରିବ ।

ନ୍ୟୁଲିମିଟର ଯୋଜନାରେ ଏପିଜେନେଟିକ୍ ରିପ୍ରୋଗ୍ରାମିଙ୍ଗ ଉପରେ ଫୋକସ୍ କରାଯାଇଛି । ସ୍ୱଳ୍ପ ବୟସରେ ଥିବା ପୁନଃଉତ୍ପାଦନ କ୍ଷମତାକୁ ବାର୍ଦ୍ଧକ୍ୟ ସମୟରେ ଫେରାଇ ଆଣିବା ଲାଗି କମ୍ପାନି ଲକ୍ଷ୍ୟ ରଖିଛି । ବୟସ ବଢ଼ିବା ପରେ ଲୋକଙ୍କର ପ୍ରତିରୋଧକ କ୍ଷମତା କାହିଁକି ହ୍ରାସ ପାଉଛି, ତାହା ଜାଣିବା ଉପରେ ଗୁରୁତ୍ୱ ଦିଆଯିବ । ଶରୀରରେ ହେଉଥିବା ଏହି ପରିବର୍ତ୍ତନକୁ ବୁଝିବା ସକାଶେ ମେସିନ୍ ଲର୍ଣ୍ଣିଙ୍ଗ୍ ମଡେଲ୍ ବିକାଶ କରିବା ଲାଗି ଏହି ପ୍ରୋଗ୍ରାମିଙ୍ଗର ପ୍ରଥମ ପଦକ୍ଷେପ ହେବ ବୋଲି କୁହାଯାଇଛି । ନ୍ୟୁଲିମିଟର ପ୍ରତିଷ୍ଠାତା ଆହୁରି କହିଛନ୍ତି, ଯେ କୌଣସି ମିଶନ ସଫଳ ହେଲେ, ତାହା ପ୍ରଥମେ ବିପୁଳ ଦାମରେ ଉପଲବ୍ଧ ହୋଇଥାଏ । ନ୍ୟୁଲିମିଟ୍ କ୍ଷେତ୍ରରେ ମଧ୍ୟ ସମାନ ଘଟିବ । କିନ୍ତୁ ପରମୁହୂର୍ତ୍ତରେ ଏହା ସମସ୍ତଙ୍କ ପାଇଁ ସୁଲଭ ଦରରେ ଉପଲବ୍ଧ କରାଯିବ । ତେବେ ଏଭଳି ଉତ୍ପାଦ ଦର କମିବା ପାଇଁ ଦଶନ୍ଧି ଦଶନ୍ଧି ସମୟ ଲାଗିଯାଏ । କିନ୍ତୁ ଆମେ ଏକ ସ୍ୱଳ୍ପ ଅବଧି ମଧ୍ୟରେ ଏହାକୁ ସୁଲଭ କରାଇବା ଉପରେ ଫୋକସ୍ କରିବୁ । ତେବେ ନ୍ୟୁଲିମିଟ୍ ବର୍ତ୍ତମାନ ଶୈଶବ ଅବସ୍ଥାରେ ରହିଛି । ଏହାର ପ୍ରତିଷ୍ଠାତା ଟିମ୍ ଏ ପର୍ଯ୍ୟନ୍ତ ଗଠନ ହୋଇନାହିଁ ।

୨୦୦୬ରେ ବାର୍ଦ୍ଧକ୍ୟ ନିରାକରଣ ପ୍ରସଙ୍ଗରେ ଏକ ନୋବେଲ ପୁରସ୍କାରପ୍ରାପ୍ତ ଗବେଷଣା ପ୍ରକାଶ ପାଇଥିଲା । ଏଥିରେ ୪ଟି ପ୍ରମୁଖ ପ୍ରୋଟିନ୍ ଉପରେ ବର୍ଣ୍ଣନା କରାଯାଇଥିଲା । ବୁଢ଼ା ହୋଇଯାଇଥିବା କୋଷଗୁଡ଼ିକୁ ଅପରିପକ୍ୱ କୋଷରେ ରିପ୍ରୋଗ୍ରାମ୍ କରି ଷ୍ଟେମ୍ ସେଲ୍ ସୃଷ୍ଟି ନିମନ୍ତେ ଏଥିରେ ଗୁରୁତ୍ୱ ଦିଆଯାଇଥିଲା । ତେବେ ନ୍ୟୁଲିମିଟ୍ ବୟସ ସଂକ୍ରାନ୍ତ ସ୍ୱାସ୍ଥ୍ୟ ସମସ୍ୟାକୁ ଲାଘବ କରି ବୃଦ୍ଧାବସ୍ଥା ବେଳେ ଯୌବନାବସ୍ଥା ଗୁଣାବଳିକୁ ଫେରାଇ ଆଣିବା ସକାଶେ ଏହାକୁ ବ୍ୟବହାର କରିବ ବୋଲି ଆଶା ରଖିଛି । ଏହି କ୍ଷେତ୍ରରେ ସଫଳତା ପାଇବା ପାଇଁ ଦଶନ୍ଧି ଦଶନ୍ଧି ସମୟ ଲାଗିପାରେ । ତଥାପି ନ୍ୟୁଲିମିଟ୍ ପ୍ରତିଷ୍ଠାତାମାନେ ଏହି ପ୍ରକଳ୍ପ ଉପରେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବ ନ୍ୟୁଲିମିଟ୍ର ଏହି ପ୍ରୟାସ ଯଦି ସଫଳ ହୁଏ, ତା’ହେଲେ ମଣିଷ ନିଜ ବାର୍ଦ୍ଧକ୍ୟ ସମୟରେ ବି ସୁସ୍ଥ ଓ ସୁଖମୟ ଜୀବନ ବଞ୍ଚିପାରିବ ବୋଲି ଆର୍ମଷ୍ଟ୍ରଙ୍ଗ୍ ଓ ବାୟର୍ସ କହିଛନ୍ତି ।

ଏହି ଭିଡିଓ ଯଦି ଆପଣଙ୍କୁ ପସନ୍ଦ ଆସିଛି ତେବେ ଆମ ପେଜକୁ ଲାଇକ୍ ଓ ସବସ୍କ୍ରାଇବ୍ କରନ୍ତୁ । ଭିଡିଓକୁ ନେଇ ଆପଣଙ୍କ ମତାମତ କମେଣ୍ଟ୍ ବକ୍ସରେ ଦିଅନ୍ତୁ । ଏହା ସହିତ ଆପଣ କେଉଁଭଳି ଭିଡିଓ ଦେଖିବାକୁ ଚାହାନ୍ତି କମେଣ୍ଟ୍ କରି ଆମକୁ ଜଣାନ୍ତୁ । ଖବର ଅପଡେଟ୍ ପାଇଁ ଆମ ୱେବସାଇଟ୍ ନନ୍ଦିଘୋଷଟିଭି ଡଟ୍ କମକୁ ଭିଜିଟ୍ କରିବାକୁ ଭୁଲନ୍ତୁ ନାହିଁ ।

ହତ୍ୟାକାରୀ ସ୍ୱାମୀ, ଅଳ୍ପକେ ବର୍ତ୍ତିଗଲା ୮ବର୍ଷର ପୁଅ

ଭଦ୍ରକ: ସ୍ୱାମୀ ସାଜିଲା ସଇତାନ୍ । ଘରୋଇ କଳିର କରୁଣ ପରିଣତି । ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ଅଳ୍ପକେ ବର୍ତ୍ତିଗଲା ୮ବର୍ଷର ପୁଅ । ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅନ୍ତର୍ଗତ ତଳଦୁମୁକା ଗାଁ ମହାକୁଡ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଗତକାଲି ଅର୍ଥାତ ରବିବାର ରାତିରେ ଘରୋଇ କଳିରୁ ସ୍ତ୍ରୀକୁ ସ୍ୱାମୀ  ହତ୍ୟା କରିଥିବା ଅଭିଯୋଗ ହୋଇଛି  ।

ସୂଚନା ମୁତାବକ ସ୍ୱାମୀଙ୍କ ନାମ  କହ୍ନେଇ ବେହେରା । ମୃତକ ହେଲେ କହ୍ନେଇଙ୍କର ସ୍ତ୍ରୀ ରାଧାରାଣୀ ବେହେରା । ସ୍ତ୍ରୀକୁ ହତ୍ୟା ପରେ ନିଜ ପୁଅକୁ ମଧ୍ୟ ମାରିବାକୁ ଉଦ୍ୟମ କରୁଥିଲା ସଇତାନ୍ ବାପା । ଏହି ସମୟରେ ଚିତ୍କାର ଶୁଣି ଗାଁ ଲୋକ ଘରର କବାଟ ଭାଙ୍ଗି ନାବାଳକ ପୁଅକୁ ଉଦ୍ଧାର କରିଥିଲେ । ଅଭିଯୁକ୍ତ ସ୍ୱାମୀକୁ କାବୁ କରି ପୋଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ । ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ବିରାଟଙ୍କ ସ୍ଥାନରେ କେ. ରାହୁଲ ଅଧିନାୟକ

ଜୋହନ୍ସବର୍ଗ: ଭାରତ-ଦ.ଆଫ୍ରିକା ମଧ୍ୟରେ ଜୋହନ୍ସବର୍ଗରେ ଖେଳା ହେବାକୁ ଥିବା ଦ୍ବିତୀୟ ଟେଷ୍ଟରେ ଭାରତୀୟ କ୍ରିକେଟ୍ ଟିମକୁ ଝଟକା । ଆହତ ହେବା କାରଣରୁ ଟିମ୍ ଇଲେଭେନରୁ ବିରାଟ କୋହଲି ବାଦ । ତାଙ୍କ ବଦଳରେ ଦଳର ଅଧିନାୟକତ୍ପ କରିବେ କେ. ରାହୁଲ । ଏହାସହ ଲୋକେଶ ରାହୁଲ ଭାରତୀୟ କ୍ରିକେଟ ଟିମର ୩୪ ତମ ଟେଷ୍ଟ ଅଧିନାୟକ ହୋଇଛନ୍ତି । କୋହଲିଙ୍କ ବଦଳରେ ହନୁମା ବିହାରୀ ଟିମ୍‌ରେ ସାମିଲ ହୋଇଛନ୍ତି । ଆସନ୍ତା ଟେଷ୍ଟ ବେଳକୁ ବିରାଟ କୋହଲି ସୁସ୍ଥ ହେବା ଆଶା ରହିଛି ବୋଲି କହିଛନ୍ତି ରାହୁଲ । ମ୍ୟାଚରେ ସାମିଲ ଅନ୍ୟ ଖେଳାଳିମାନେ ହେଉଛନ୍ତି ମାୟଙ୍କ ଅଗ୍ରଓ୍ବାଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ବିନୀ, ସାର୍ଦୁଳ ଠାକୁର, ମହମ୍ମଦ ଶାମି, ଯରପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ।

ବିବାଦୀୟ ଗଲଓ୍ବାନ ଘାଟିରେ ପତାକା ଉଡାଇଲା ଚୀନ

ଗଲଓ୍ବାନ: ଗଲଓ୍ବାନ ଘାଟିରେ ପୁଣି ଥରେ ଦାଦାଗିରି ଦେଖାଇବା ଆରମ୍ଭ କରିଛି ଚୀନ । ବୁଣୁଛି ରକ୍ତପାତର ମଞ୍ଜି । ଭାରତକୁ ଉକୁସାଇବା ପାଇଁ ବିସ୍ତାରବାଦୀ ଚୀନ କରିଛି ଆଉ ଏକ ମାଷ୍ଟର ପ୍ଲାନ୍ । ଦୁଇ ବର୍ଷ ତଳେ ରକ୍ତାକ୍ତ ସଂଘର୍ଷ ହୋଇଥିବା ସ୍ଥାନଠାରୁ ଅଳ୍ପଦୂରରେ ନିଜ ଦେଶର ପତାକା ଉଡାଇଛି ଚୀନ୍ । ଏ ନେଇ ଚାଇନିଜ ମିଡିଆ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ନିୟନ୍ତ୍ରଣ ରେଖାକୁ ନେଇ ପୁଣି ଥରେ ବିବାଦ ଆରମ୍ଭ ହେବା ଆଶଙ୍କା ଦେଖାଦେଇଛି ।

ସେପଟେ ଚୀନ ପତାକା ଉଡ଼ାଇଥିବା ସ୍ଥାନ ଭାରତ-ଚୀନ ବିବାଦୀୟ ସୀମାରେଖା ମଧ୍ୟରେ ଯାଉନି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ୨୦୨୦ ଜୁନରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥାନଠାରୁ ଏହା ବହୁ ଦୂର ବୋଲି ସେନା କହିଛି । ନିୟନ୍ତ୍ରଣ ରେଖାରେ ଶାନ୍ତି ସ୍ଥାପନା ପାଇଁ ଗତବର୍ଷ ଜୁଲାଇରେ ଦୁଇ ଦେଶ ମଧ୍ୟରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିଲା । ବିବାଦୀୟ ଅଞ୍ଚଳଠାରୁ ୨କିମି ଲେଖାଏଁ ପଛକୁ ହଟିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ । ମାତ୍ର ଏବେ ଗଲଓ୍ବାନରେ ଚୀନ୍‌ ପତାକା ଉଡାଇବାକୁ ନେଇ ପୁଣି ଥରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିପାରେ ଆଶଙ୍କା କରାଯାଉଛି ।

ବିଦା ହେବେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା !

ନୂଆାଦିଲ୍ଲୀ: ବଢ଼ିଲା କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଅଡୁଆ । ଲଖିମପୁର ଖେରି ଚାଷୀ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ ପରେ ପ୍ରଶ୍ନଘେରରେ କେନ୍ଦ୍ରମନ୍ତ୍ରୀ । ଏବେ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫାକୁ ନେଇ ଅନେକ ପ୍ରଶ୍ନ । ପୁଅ ବିରୋଧରେ ପ୍ରମାଣ ମିଳିଲେ ଇସ୍ତଫା ଦେବି ବୋଲି ମିଡିଆ ଆଗରେ ବାହାଦୂରୀ ମାରିଥିଲେ ଅଜୟ ମିଶ୍ରା । ଆଜି SIT ୫ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିବା ବେଳେ ଏଥିରେ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି । ଏହାଛଡ଼ା ଲଖିମପୁରରେ ସେଦିନ ଘଟିଥିବା ଘଟଣା ଦୁର୍ଘଟଣା ନୁହେଁ ଯୋଜନାବଦ୍ଧ ହତ୍ୟା ବୋଲି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ।

ହିଂସା ଦିନ ଚାଷୀଙ୍କୁ ଦଳି ଦେଇଥିବା ଗାଡ଼ିରେ ଆଶିଷ ଉପସ୍ଥିତ ଥିଲେ ବୋଲି ତଦନ୍ତକାରୀ ଟିମ୍ ଦର୍ଶାଇଛି ।  ମାମଲାର ତଦନ୍ତ କରୁଥିବା ଏସଆଇଟି ପକ୍ଷରୁ ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଦାଖଲ କରାଯାଇଥିବା ଚାର୍ଜସିଟରେ ଏହା ଦର୍ଶାଯାଇଛି । ଏବେ କେନ୍ଦ୍ରମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ । ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ ଟେନିଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବଢ଼ାଇଲେ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ (ଚୁକ୍ତି ଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକଙ୍କ ଦରମା ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ୨୦୨୨ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା କାର୍ଯ୍ୟକାରୀ ହେବ ।

ନିଷ୍ପତ୍ତି ଅନୁଯାୟୀ, ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ବର୍ତ୍ତମାନ ଦରମା ୭ ହଜାର ୪ ଶହ ଟଙ୍କା ଥିବାବେଳେ ଏହା ୧୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି କନିଷ୍ଠ ଶିକ୍ଷକଙ୍କ ଦରମା ୯ ହଜାର ୨ ଶହ ଟଙ୍କାରୁ ୧୩ ହଜାର ୮ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ନିଷ୍ପତ୍ତି ଦ୍ବାରା ୧୩ ହଜାର ୩୨୪ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଏବଂ ୧୯ ହଜାର ୭୧୪ କନିଷ୍ଠ ଶିକ୍ଷକଙ୍କୁ ମିଶାଇ ମୋଟ ୩୩ ହଜାର ୩୮ ଶିକ୍ଷକ ଉପକୃତ ହେବେ ।

ସାବଧାନ ! ଭୁଶୁଡ଼ି ପଡ଼ିବ ଘର, ଅସଲି ଖୋଳରେ ନକଲି ସିମେଣ୍ଟ

କଟକ: ନକଲି କାରଖାନାର ପେଣ୍ଠ କଟକରୁ ପୁଣି ଏକ ଦୁଇ ନମ୍ବରୀ କାରଖାନା ଠାବ । ଜଗତପୁର ପୀରବଜାର ଚମ୍ପତ୍ତିଠାରେ ନକଲି ସିମେଣ୍ଟ ଗୋଦାମ ଠାବ ପରେ ଚାଲିଛି ଚଢ଼ାଉ । ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ସିମେଣ୍ଟ ଜବତ କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି ।

ଚଢ଼ାଉ ବେଳେ ଗୋଟିଏ କି ଦୁଇଟି ନୁହେଁ ୪ଟି ବ୍ରାଣ୍ଡର ନକଲି ସିମେଣ୍ଟ ପ୍ରସ୍ତୁତ ହେଉଥିବା ଜଣାପଡିଛି । ବ୍ରହ୍ମପୁରରୁ ବ୍ରାଣ୍ଡର ଜରି ଆସୁଥିଲା । ଏଠାରେ ମୁଣ୍ଡା ଓ ନଷ୍ଟ ସିମେଣ୍ଟକୁ ଗୁଣ୍ଡ କରି ସମେଣ୍ଟ ପ୍ୟାକେଟରେ ଭର୍ତ୍ତି କରାଯାଉଥିଲା । ଦୁଇଟି ଗୋଦାମରୁ ପ୍ରାୟ ୧ ହଜାରରୁ ଅଧିକ ବସ୍ତା ସିମେଣ୍ଟ ଜବତ କରାଯିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ ।

ସୂଚନାଯୋଗ୍ୟ, କଟକରୁ ଖାଇବା ତେଲ, ଜର୍ଦା, ସସଠାରୁ ଆରମ୍ଭ କରି ଏକାଧିକ ନକଲି କାରଖାନା ଗୋଟିକ ପରେ ଗୋଟିଏ ଠାକ ହେଉଛି । ତଥାପି ନକଲି କାରଖାନାର ବ୍ରାଣ୍ଡ ସାଜିଥିବା କଟକରେ ଏହି ବେଆଇନ କାରବାର ରୋକିବାକୁ ଜିଲ୍ଲା ପ୍ରଶାସନ ସକ୍ଷମ ହୋଇପାରୁନାହିଁ । ପୋଲିସ ଚଢାଉ କରୁଛି, ନକଲି କାରଖାନା ଠାକ ହୋଇ ଅଭିଯୁକ୍ତ ବନ୍ଧା ହେଉଛନ୍ତି । କିଛିଦିନ ପରେ ପୁଣି କଟକ ନକଲି କାରବାରକୁ ନେଇ ଚର୍ଚ୍ଚାକୁ ଆସୁଛି । ବଦଳି ଯାଉଛି ସ୍ଥାନ ଓ ବଦଳି ଯାଉଛି ସାମଗ୍ରୀର ରୂପ । ଅସଲି ପରି ଦିଶୁଥିବା ଖୋଳ ଭିତରେ ବିକ୍ରି ହେଉଛି ନକଲି ମାଲ୍ । ଯାହାର ବେପାର କେବଳ କଟକରେ ହିଁ ସୀମିତ ନରହି ଜିଲ୍ଲା ବାହାରକୁ ମଧ୍ୟ କାୟା ମେଲାଇଛି ।

ଓଡ଼ିଶାକୁ ଓମିକ୍ରନ ଚିନ୍ତା, ଚାଲିଛି କିଶୋରଙ୍କ ଟିକାକରଣ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି କିଶୋରଙ୍କ ଟୀକାକରଣ । ବିଭିନ୍ନ ହସ୍ପିଟାଲରେ ଟୀକା ନେଉଛନ୍ତି ୧୫ରୁ ୧୮ ବର୍ଷ ବୟସ୍କ ପିଲା ନେଉଛନ୍ତି ଟିକା । ଜାନୁଆରୀ ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ଟିକା ନେବାକୁ ଆସିବା ବେଳେ ସମସ୍ତ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସକାଳୁ ବର୍ତ୍ତମାନ ସୁଦ୍ଧା ୧୮୮୨ ଜଣ ପିଲା ଟୀକା ନେଇ ସାରିଲେଣି । ମୋଟ ୨୬ ଶହ ଟିକାକରଣ କେନ୍ଦ୍ରରେ ଭ୍ୟାକ୍ସିନ ଦିଆଯାଉଛି । ରାଜ୍ୟର ମୋଟ ୨୩ ଲକ୍ଷ ୬୫ ହଜାର କିଶୋରଙ୍କୁ ଟିକା ଦିଆଯିବ । ପ୍ରଥମ ଡୋଜ୍ ନେବାର ୨୮ରୁ ୪୨ ଦିନ ମଧ୍ୟରେ ଦ୍ବିତୀୟ ଡୋଜ ଦିଆଯିବ । କରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇପାରିବେ । ପ୍ରତି ଟୀକାକେନ୍ଦ୍ରରେ ୨୫୦ ଜଣଙ୍କୁ ଭ୍ୟାକ୍ସିନ୍ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରତି ସ୍କୁଲ ମଧ୍ୟ ୧୫ରୁ ୧୮ ବର୍ଷ ପିଲାଙ୍କ ଏକ ତାଲିକା ପ୍ରସ୍ତୁତ କରିବେ । ଯେଉଁ ସ୍କୁଲ ଭିତ୍ତିଭୂମି ଠିକ ଅଛି କିମ୍ବା ପରୀକ୍ଷା ନାହିଁ ସେହି ସ୍କୁଲରେ ଟୀକାକରଣ କେନ୍ଦ୍ର କରିପାରିବେ । ଆଜି ବି ବହୁ ସ୍କୁଲରେ ଟୀକାକରଣ କେନ୍ଦ୍ର କରାଯାଇଛି ।

ସେପଟେ ରାଜ୍ୟରେ ସଂକ୍ରମଣ ବଢିବା ଚିନ୍ତାଜନକ ବିଷୟ ହୋଇଛି । ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ଥିବାରୁ ବଢିଛି ଚିନ୍ତା ।  ବିଦେଶ ଫେରନ୍ତାଙ୍କର ଟେଷ୍ଟ କରାଯାଉଛି । ପଜିଟିଭ ଚିହ୍ନଟ ହେଲେ ଜିନମ ସିକ୍ବେନ୍ସିଂ ହେଉଛି । ଗତକାଲି ରାଜ୍ୟରୁ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ ଜଣ ଲକ୍ଷଣ ବିହୀନ ଥିଲେ । ୨୩ ଜଣଙ୍କର ବିଦେଶ ଲିଙ୍କ ନାହିଁ ।  ତେଣୁ ସ୍ଥାନୀୟ ସଂକ୍ରମଣ ହେଉଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ତେବେ ସେମାନଙ୍କ ମଧ୍ୟରୁ କେହି ଗୁରୁତର ନଥିବା ଭଲ ଖବର ବୋଲି ସେ କହିଛନ୍ତି । ଟେଷ୍ଟିଂ ,ସର୍ଭିଲାନ୍ସ ଉପରେ ଗୁରୁତ୍ଵ ଦିଆଯାଉଛି । ତେଣୁ ଗହଳି ନ କରିବା ସହ କୋଭିଡ ନିୟମ ମାନିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସରକାର ସବୁ ବିଭାଗରୁ ତଥ୍ୟ ନେଉଛନ୍ତି । ଜିଲ୍ଲା ପ୍ରଶାସନକୁ ବି କ୍ଷମତା ଦିଆଯାଇଛି । ଯେଉଁ ଜିଲ୍ଲାରେ ସଂକ୍ରମଣ ବଢିବ ସ୍ଥାନୀୟ ପ୍ରଶାସନ କଟକଣା କରିପାରିବେ ବୋଲି ସେ କହିଛନ୍ତି ।

ସେହିପରି ଓମିକ୍ରନକୁ ନେଇ ଚିନ୍ତା ବଢୁଥିବା ବେଳେ ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବ। ବୈଠକରେ ସ୍ବାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ରହିବେ । ରାଜ୍ୟରେ ଆଜି ୪୨୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସଂକ୍ରମଣ ଚେନ୍ ବ୍ରେକ୍ ନେଇ ହେବ ଆଲୋଚନା । ସେପଟେ ରାଜ୍ୟରେ ଏପର୍ଯ୍ୟନ୍ତ ୩୭ ଓମିକ୍ରନ ସଂକ୍ରମିତ ହୋଇଛନ୍ତି । ଏହାର ମୁକାବିଲା ନେଇ ବୈଠକରେ ଆଲୋଚନା ହେବ ।

ଟିଭି ସ୍କ୍ରିନ୍‌ ଚାଟିବା ପରେ ଆପଣ ନେଇପାରିବେ ମନପସନ୍ଦ ଖାଦ୍ୟର ଅସଲି ମଜା !

ଟୋକିଓ: ନୂଆ ନୂଆ ଭେରାଇଟିର ଖାଦ୍ୟ ତିଆରି କରିବା ପୂର୍ବରୁ ଆମେ ଟିଭି କିମ୍ବା ୟୁଟ୍ୟୁବ୍‌ ଦେଖିଥାଉ। ତାପରେ ଖାଦ୍ୟକୁ ତିଆରି କରିଥାଉ। ଟିଭିରେ ଆମେ ଏହାକୁ କେବଳ ଦେଖିବାର ସୁଯୋଗ ପାଇଥାଉ। କିନ୍ତୁ ସେହି ସବୁ ଖାଦ୍ୟର ସ୍ୱାଦ ଜାଣିବାକୁ ହେଲେ ଆମକୁ ନିଜେ ରୋଷେଇ କରି ଖାଇବାକୁ ପଡ଼ିଥାଏ। ହେଲେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଆମ ବିଜ୍ଞାନ ଏତେ ଆଗକୁ ବଢ଼ିଯାଇଛି ଯେ ଏବେ ଆଉ ରୋଷେଇ କରି ଖାଦ୍ୟର ସ୍ୱାଦ ଜାଣିବାକୁ ପଡ଼ିବ ନାହିଁ। ବରଂ ଟିଭିରେ ଜିଭ ଲଗାଇ ଖାଦ୍ୟର ସ୍ୱାଦ ଜାଣିପାରିବେ। ଆମେ ଏଠାରେ କହି ରଖୁଛୁ ଟିଭିରେ ଜିଭ ଲଗାଇଲେ କେବଳ ଖାଦ୍ୟର ସ୍ୱାଦ ଜାଣିହେବ ହେଲେ ପେଟ ପୁରିବ ନାହିଁ। ଏମିତି ଏକ ଟିଭିକୁ ତିଆରି କରିଛି ଜାପାନ।

ଜାପାନର ଜଣେ ପ୍ରଫେସର ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ଟିଭି ତିଆରି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଟିଭିରେ ଜିଭ ଲଗାଇଲେ ମିଳୁଛି ଖାଇବାର ସ୍ୱାଦ। ଅର୍ଥାତ୍ ଟିଭି ସ୍କ୍ରିନକୁ ଚାଟିବା ଦ୍ୱାରା ଆପଣ ବାଛିଥିବା ଆପଣଙ୍କର ପ୍ରିୟ ଖାଦ୍ୟର ସ୍ୱାଦ ପାଇପାରିବେ। ହଁ, ମେଇଜି ୟୁନିଭରସିଟିର ପ୍ରଫେସର ହୋମେଇ ମିୟାଶିତା ‘ଟେଷ୍ଟ ଦି ଟିଭି’ ନାମକ ଅବିଶ୍ୱାସନୀୟ ଟେଲିଭିଜନର ପରିକଳ୍ପନା କରିଛନ୍ତି। ଯାହାର କ୍କ୍ରିନ୍‌କୁ ଦର୍ଶକମାନେ ଚାଟିବା ଦ୍ୱାରା ବିଭିନ୍ନ ପ୍ରକାରର ଖାଦ୍ୟର ସ୍ୱାଦ ଅନୁଭବ କରିପାରୁଛନ୍ତି। ଆପଣ ଯଦି ଚକଲେଟ ଖାଇବାକୁ କହିବେ ତେବେ ମେସିନ୍‌ ତାର ସ୍କ୍ରିନରେ ଏକ ଲିକୁଇଡ ସ୍ପ୍ରେ କରିବ ଯାହାକୁ ଆପଣ ଆପଣଙ୍କର ଜିଭରେ ଚାଟି ଚକଲେଟର ଟେଷ୍ଟକୁ ପାଇପାରିବେ।

ଏକ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହି ଟିଭିରେ ୧୦ ଟି ଛୋଟ ଛୋଟ କଣ୍ଟେନର ରହିଛି। ସେହି କଣ୍ଟେନର ଗୁଡ଼ିକରେ କିଛି ମିଶ୍ରଣକୁ ରଖାଯାଇଛି। ଯାହା ଏକ ‘ଚଳଚ୍ଚିତ୍ର’ ସହ ସ୍ୱାଦକୁ ସ୍କ୍ରିନରେ ସ୍ପ୍ରେ କରିଥାଏ। ଏହା ପରେ ଟିଭି ସ୍କ୍ରିନରେ ଏହାର ‘ଫିଲ୍ମ’ ଆସିଥାଏ ଯାହାକୁ ଦର୍ଶକମାନେ ଚାଟିଥାନ୍ତି। ପ୍ରଫେସରଙ୍କ କହିବା ଅନୁଯାୟୀ ଏହି ଟିଭି ସାହାଯ୍ୟରେ ରୋଷେୟା ଏବଂ ଖାଦ୍ୟ ବ୍ୟବସାୟରେ ନିୟୋଜିତ ଲୋକଙ୍କୁ ଦୂରରେ ବସି ତାଲିମ ଦିଆଯାଇପାରିବ। ଏହି ଟିଭି ସାହାଯ୍ୟରେ ଲୋକେ ଘରେ ବସି ଦୁନିଆର ଯେକୌଣସି ସ୍ଥାନରେ ଥିବା ହୋଟେଲରେ ତିଆରି ଖାଦ୍ୟର ସ୍ୱାଦକୁ ଅନୁଭବ କରିପାରିବେ। ଯଦି ଏହାକୁ ବଜାରରେ ବିକ୍ରି କରାଯାଏ ତେବେ ଏହାର ମୂଲ୍ୟ ଭାରତୀୟ ମୂଦ୍ରାରେ ୭୩ ହଜାର ଟଙ୍କା ହେବ ବୋଲି ପ୍ରଫେସର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଟିଭିରୁ ଅଲଗା ଅଲଗା ଖାଦ୍ୟର ସ୍ୱାଦକୁ କେମିତି ଦର୍ଶକ ଡାଉନ୍‌ ଲୋକଡ କରି ନିଜ ପାଖରେ ରଖିପାରିବେ ସେନେଇ ଏବେ କାମ ଚାଲିଛି। ଖାଲି ଏହି ଟିଭି ନୁହେଁ ଏହାପୂର୍ବରୁ ପ୍ରଫେସର ମିୟାଶିତା ତାଙ୍କ ଛାତ୍ରମାନଙ୍କ ସହିତ ମିଶି ଏକ କଣ୍ଟା ଚାମଚ ତିଆରି କରିଥିଲେ।  ଯେଉଁ ଚାମଚରେ ଖାଇବା ଦ୍ୱାରା ଖାଦ୍ୟର ସ୍ୱାଦ ଆହୁରି ବଢ଼ିଯାଉଥିଲା।