ଋଷ ସେନାର ଛତ୍ରଭଙ୍ଗ, ଏକୁଟିଆ ଲଢ଼ି ମେଲିଟୋପୋଲ ସହରକୁ ଦଖଲକୁ ନେଲା ୟୁକ୍ରେନ୍

Ukraine Russia War Melitpol Town

କିଏଭ୍: ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଦଖଲ ପାଇଁ ଉଦ୍ୟମ କରୁଛୁ ଋଷ । ଆଜି ଋଷ ସୈନ୍ୟ ୟୁକ୍ରେନର ରାଜଧାନୀ କିଏଭରେ ପହଞ୍ଚିବା ପୂର୍ବରୁ ୬ ଥର ମିଜାଇଲ୍ ମାଡ଼ କରିଛନ୍ତି । ଋଷ ସହ ଏକୁଟିଆ ଲଢ଼ୁଥିବା ୟୁକ୍ରେନ୍ ଦମ୍ ହାରି ନାହିଁ । ଆକ୍ରମଣରେ ୧୩୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧୬ରୁ ଅଧିକ ଜଣ ଆହାତ ହୋଇଛନ୍ତି ।

Ukraine Russia War Melitpol Town

ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ୍ ସୈନ୍ୟ ଋଷକୁ ଚକମା ଦେଖାଇଛନ୍ତି । ଗୋଟିଏ ପଟେ ଋଷ ସୈନ୍ୟ କିଏଭ୍ ଯାଏ ପହଞ୍ଚିଥିବା ବେଳେ ଅନ୍ୟପଟେ ୟୁକ୍ରେନ୍ ସେନା ମେଲିଟୋପୋଲ ସହରକୁ ଦଖଲକୁ ନେଇଥିବା ଜଣାପଡ଼ିଛି । ଋଷ ସୈନ୍ୟ ଚେରନୋବିଲ ପରମାଣୁ ଶକ୍ତି କେନ୍ଦ୍ରରେ ଆକ୍ରମଣ କରି ତାକୁ ନିଜ ଅଧିନକୁ ନେଇ ଯାଇଛନ୍ତି ।

Ukraine Russia War Melitpol Town

ଅନ୍ୟପଟେ ଋଷ ସେନାକୁ ରୋକିବାକୁ ୟୁକ୍ରେନ୍ ଯଥାସମ୍ଭବ ଚେଷ୍ଟା କରୁଛି । କିଏଭ୍ ନିକଟରେ ଋଷ ସୈନ୍ୟକୁ ଅଟକାଇବା ଲାଗି ୟୁକ୍ରେନ୍ ତେତରିବ ନଦୀର ଏକ ପୋଲକୁ ଉଡ଼ାଇ ଦେଇଛି । ଋଷ ସେନା ସହ ଟ୍ୟାଙ୍କକୁ ରୋକିବା ଲାଗି ୟୁକ୍ରେନ୍ ଏଭଳି କରିଛି । ଯୁଦ୍ଧ ଚାଲିଥିବା ବେଳେ ପ୍ରଥମଥର ଋଷ ସୀମାରେ ପହଞ୍ଚିଛନ୍ତି ୟୁକ୍ରେନ୍ ସୈନିକ । ଋଷର ରୋସ୍ତୋବ ଉପରେ ଆକ୍ରମଣ କରିଛି ୟୁକ୍ରେନ୍ ।

Leave a Reply