ୟୁକ୍ରେନରେ ସାଇକେଲ୍ ଚାଳକଙ୍କ ଉପରେ ତୋପମାଡ଼, ଦେଖନ୍ତୁ ଭିଡିଓ

1 min read
Russia Ukraine War Cyclist Was Hit By A Shell Viral Video

କିଏଭ୍: ଜାରି ରହିଛି ଯୁଦ୍ଧ । ୟୁକ୍ରେନର ପାଦେ ପାଦେ ଏବ ବିପଦ ହିଁ ବିପଦ । ଆଧୁନିକ ଅସ୍ତ୍ରଶସ୍ତ୍ର ଓ ତୋପ ଦ୍ୱାରା ଋଷ ୟୁକ୍ରେନରେ ସଂହାରଲୀଲା ରଚୁଛି । ଆତଙ୍କ ଭିତରେ ସାମ୍ନାକୁ ଆସିଛି ଏକ ଭୟଙ୍କର ଚିତ୍ର । ଋଷର ଯୁଦ୍ଧ ନିଷ୍ପତ୍ତି ୟୁକ୍ରେନରେ ଥିବା ଲୋକଙ୍କୁ କିଭଳି ମରଣମୁହଁକୁ ଠେଲି ଦେଇଛି ଏହି ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି । ଜମି ପାଇଁ ଚାଲିଥିବା ଯୁଦ୍ଧରେ ଜୀବନ ହାରୁଛନ୍ତି ନିରୀହ ଜନତା ।

ଭାଇରାଲ୍ ଭିଡିଓରେ ଦେଖାଯାଉଛି ଜଣେ ବ୍ୟକ୍ତି ସାଇକେଲରେ ଯାଉଛନ୍ତି । ଆଉ ହଠାତ୍ ଆକାଶ ମାର୍ଗରୁ ସାଇକେଲ୍ ଚାଳକଙ୍କ ଉପରେ ତୋପମାଡ଼ ହେଉଛି । ଉକ୍ତ ଅଞ୍ଚଳରେ ବିସ୍ଫୋରଣ ହେବା ସହ ସବୁକିଛି ସରି ଯାଉଛି । ବୋମା ବିସ୍ଫୋରଣ ପରେ ସବୁଠି ନିଆଁ ଆଉ ଧୂଆଁ ଦେଖା ଯାଉଛି । ଏଭଳି ଦୃଶ୍ୟ ଦେଖିବା ପରେ ଯେ କେହିବି ସ୍ତବ୍ଧ ହୋଇଯିବ ।

https://twitter.com/i/status/1496757503195029508

ଋଷ ସେନା ଜଳ, ସ୍ଥଳ ଓ ଆକାଶ ସବୁଠୁ ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି । ୟୁକ୍ରେନର ସୈନ୍ୟ ଠିକଣା ଉପରେ ଋଷ ଆକ୍ରମଣ କରୁଥିବା ବେଳେ ଏଥିରେ ନିରୀହ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ମିଡିଆ ରିପୋର୍ଟ ଅନୁସାରେ ୟୁକ୍ରେନରେ ୧୩୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଆହାତ ହୋଇଛନ୍ତି ।

ଗୁରୁବାର ସକାଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଆକ୍ରମଣ ନିର୍ଦ୍ଦେଶ ପରେ ୟୁକ୍ରେନ୍ ଜଳୁଛି । ଆମେରିକା ସମେତ ବ୍ରିଟେନ୍, ଫ୍ରାନ୍ସ ଓ ଅନ୍ୟ କେତେକ ଦେଶ ଋଷ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି । ତଥାପି ପୁଟିନ୍ ଆକ୍ରମଣରୁ ବିରାମ ନେଉ ନାହାନ୍ତି ।

Leave a Reply