ଯୁଦ୍ଧ ଭୂଇଁରୁ ଉଦ୍ଧାର ପାଇଁ ଭାରତର ଯୋଜନା, ଦୂତାବାସ ଜାରି କଲା ନୂଆ ଆଡଭାଇଜରି

1 min read
Russia Ukraine War India Embassy In Kyiv Shares New Advisory

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧ ଭୂଇଁରୁ ଉଦ୍ଧାର ହେବେ ଫସିଥିବା ଭାରତୀୟ । ଏନେଇ କିଏଭ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନୂଆ ଆଡଭାଇଜରି ଜାରି ହୋଇଛି । ଯେଉଁଥିରେ ଭାରତ ସରକାର ଓ ଭାରତୀୟ ଦୂତାବାସ ୟୁକ୍ରେନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଥିବା କୁହାଯାଇଛି । ଦୂତାବାସ ଅନୁସାରେ, ରୋମାନିଆ ଓ ହଙ୍ଗରେ ରାସ୍ତାରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଅଣାଯିବା ପାଇଁ ଉଦ୍ୟମ କରାଯାଉଛି ।

ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଶୁକ୍ରବାର ହଙ୍ଗରୀ ସୀମା ଅଜୋହରୋଡ୍ ଓ ପୋରୁବନେ ସିରେଟ୍ ଚେରନିନ୍ସି ନିକଟ ରୋମାନିଅନ୍ ବର୍ଡର ଚେକ୍ ପଏଣ୍ଟରେ ଭାରତୀୟ ଟିମ୍ ରହିଛନ୍ତି । ଆଡଭାଇଜରିରେ କୁହାଯାଇଛି, ଏହି ୨ ବର୍ଡର ନିକଟରେ ରହୁଥିବା ଭାରତୀୟ ବିଶେଷକରି ଛାତ୍ର ବିଦେଶ ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି ପ୍ରଥମେ ୟୁକ୍ରେନରୁ ଚାଲି ଆସନ୍ତୁ ।

ଏହି ୨ ରାସ୍ତା ଦେଇ ଭାରତୀୟ ଆସିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି । ଏଥିସହ ସୀମାରେ କରଯାଉଥିବା ହେଲ୍ପ ଲାଇନ୍ ସହ ନିୟମିତ ବ୍ୟବଧ୍ୟାନରେ ସମ୍ପର୍କ କରିବାକୁ ପରାମର୍ଶ ଦେଇଛି ଦୂତାବାସ । ସୀମାରେ କଣ୍ଟ୍ରୋଲ୍ ରୁମ୍ ଖୋଲିବା ମାତ୍ରେ ନମ୍ବର ଜାରି କରାଯିବ ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।

ୟୁକ୍ରେନରେ ଫସିଥିବା ଭାରତୀୟ ଧ୍ୟାନ ଦିଅନ୍ତୁ

  • ଛାତ୍ର ଓ ଭାରତୀୟ ନାଗରିକ ନିଜ ନିଜର ପାସପୋର୍ଟ ନିଜ ସହିତ ରଖନ୍ତୁ । ଜରୁରୀକାଳୀନ ସ୍ଥିତିରେ ନିଜ ପାଖରେ ଖର୍ଚ୍ଚ ପାଇଁ ଡଲାର ରଖନ୍ତୁ ।
  • କୋଭିଡର ୨ ଡୋଜ୍ ଟିକା ନେଇଥିଲେ ପ୍ରମାଣପତ୍ର ରଖନ୍ତୁ ।
  • ଯାତ୍ରା ବେଳେ ଗାଡ଼ି ଓ ବସରେ ଭାରତୀୟ ତ୍ରିରଙ୍ଗା ପତାକା ଲଗାନ୍ତୁ ।

Leave a Reply