spot_img
Home Blog Page 4611

ବଢ଼ିଲା ହିଜାବ ବିବାଦ: ୟୁନିଫର୍ମକୁ ବାଧ୍ୟତାମୂଳକ କଲେ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବଢ଼ିଲା ହିଜାବ ଓ ସ୍କାର୍ଫ ବିବାଦ । ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧି କଲେଜ ଆସିବା ଓ ହିନ୍ଦୁ ଛାତ୍ରମାନେ ଗୈରିକ ସ୍କାର୍ଫ ପକାଇ କଲେଜ ଆସିବାକୁ ନେଇ ତୀବ୍ର ବିବାଦ ଦେଖାଦେବାରୁ କର୍ଣ୍ଣାଟକ ସରକାର ଏହି ପୋଷାକ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଏହି ଧରଣର ପୋଷାକ ସମାନତା, ଏକତା ଓ ସର୍ବସାଧାରଣ ନିୟମକୁ ଉଲ୍ଲଂଘନ କରୁଛି ବୋଲି ସରକାର ଦର୍ଶାଇଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି, କର୍ଣ୍ଣାଟକ ଶିକ୍ଷା ଆଇନ-୧୯୮୩ର ଧାରା ୧୩୩(ଖ) ଅନୁସାରେ ଏକ ୟୁନିଫର୍ମ ଷ୍ଟାଇଲର ପୋଷାକ ପିନ୍ଧିବା ବାଧ୍ୟତାମୂଳକ ।

ଘରୋଇ ଶିକ୍ଷା ପ୍ରତିଷ୍ଠାନର କର୍ତ୍ତୃପକ୍ଷ ଚୟନ କରିଥିବା ୟୁନିଫର୍ମ ଛାତ୍ରଛାତ୍ରୀ ପିନ୍ଧିବା ସହ ଡ୍ରେସକୋଡ ମାନିବାକୁ ବାଧ୍ୟ । ସମାନତା, ଏକତା, ସର୍ବସାଧାରଣ ଆଇନ ଉଲ୍ଲଂଘନ ହେବା ପରି ଯଦି କୌଣସି ପୋଷାକକୁ ପ୍ରତିଷ୍ଠାନ କର୍ତ୍ତୃପକ୍ଷ ଚୟନ କରି ନାହାନ୍ତି ତେବେ ଛାତ୍ରଛାତ୍ରୀ ନିୟମ ଅବମାନନା କରିପାରିବେ ନାହିଁ । ସରକାରଙ୍କ ପକ୍ଷରୁ କୁହାଯାଇଛି, ଗତ କିଛି ଦିନ ଧରି ରାଜ୍ୟର କେତେକ ଶିକ୍ଷାନୁଷ୍ଠାନରେ ଛାତ୍ର ଓ ଛାତ୍ରୀମାନେ ସେମାନଙ୍କ ଧର୍ମକୁ ପାଥେୟ କରି ପୋଷାକ ପିନ୍ଧୁଥିବାର ନଜର ଶିକ୍ଷା ବିଭାଗ ନିକଟକୁ ଆସିଛି । ଏହା ସମାନତା ଓ ଏକତା ଉପରେ ଆଘାତ ସୃଷ୍ଟି କରୁଛି ।

ଗତମାସରେ କର୍ଣ୍ଣାଟକ ଉଡୁପି ଓ ଚିକମାଗାଲୁରୁରେ କେତେକ ଛାତ୍ରୀ ହିଜାବ ପିନ୍ଧି କଲେଜ ଆସିବା ପରେ ଦକ୍ଷିଣପନ୍ଥୀ ସଂଗଠନର ଛାତ୍ରମାନେ ତାହାକୁ ବିରୋଧ କରିଥିଲେ । ପ୍ରତିବାଦରେ କିଛି ଛାତ୍ର ଗୈରିକ ସ୍କାର୍ଫ ପକାଇ କଲେଜ ଆସିଥିବା ପରିଲକ୍ଷିତ ହୋଇଥିଲା । ଗତକାଲି ଉଡୁପି ଜିଲ୍ଲାର କୁଣ୍ଡାପୁରରେ କିଛି ଛାତ୍ରଛାତ୍ରୀ ଗୈରିକ ସ୍କାର୍ଫ ପକାଇ ଜୟ ଶ୍ରୀରାମ ଧ୍ୱନି ଦେଇଥିଲେ । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଆଇନ ଓ ଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ହିଜବ ଓ ସ୍କାର୍ଫ ବିବାଦ ଯୋଗୁ ଯେପରି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡିବ ନାହିଁ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ହିଜବ ଉପରେ କଟକଣାକୁ ବିରୋଧ କରି ଉଡୁପିର କିଛି ଛାତ୍ରୀ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ ତାହାର ଶୁଣାଣି ଆସନ୍ତା ମଙ୍ଗଳବାର ହେବ । ଛାତ୍ରୀମାନଙ୍କ ହିଜବ ପିନ୍ଧିବା ଘଟଣାକୁ ବିଜେପି ତାଲିବାନୀକରଣ କହିଥିବା ବେଳେ ହିଜାବକୁ କଂଗ୍ରେସ ସମର୍ଥନ କରିଛି ।

ଏଥିସହିତ ପଢ଼ନ୍ତୁ: ବର୍ଷା ପରେ ଲେଉଟିଲା ଶୀତ, ଆହୁରି ୩ରୁ ୪ଂ କମିପାରେ ତାପମାତ୍ରା

ମଝି ଚିଲିକାରେ ଅଟକିଲା ଭସାପୋଲ: ୧୫୦ଯାତ୍ରୀ ଓ ୨ଟି ବସ୍ ଫସିରହିଛି

ବ୍ରହ୍ମଗିରି: ପୁଣି ଚିଲିକା ମଝିରେ ଅଟକିଲା ଭସାପୋଲ । ସାତପଡ଼ାରୁ ଜହ୍ନିକୁଦ ଯିବା ବେଳେ ମାହ୍ନିସା ଗାଁ ନିକଟରେ ଭସାପୋଲଟି ଅଟକି ଯାଇଛି । ଫଳରେ ଦୁଇଟି ବସ ସହିତ ପ୍ରାୟ ୧୫୦ ଯାତ୍ରୀ ଫସି ରହିଛନ୍ତି । ଯାତ୍ରୀଙ୍କ ମଧ୍ୟରେ ଏକାଧିକ ଶିଶୁ ରହିଛନ୍ତି । ପାଣି କମ୍ ଥିବାରୁ ଭସାପୋଲଟି ଅଟକି ରହିଥିବା ସୂଚନା ମିଳିଛି । ଚିଲିକା ମଝିରେ ପୋଲ ଅଟକିବା ନୂଆ ନୁହେଁ । ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଏଥିସହିତ ପଢ଼ନ୍ତୁ: ବର୍ଷା ପରେ ଲେଉଟିଲା ଶୀତ, ଆହୁରି ୩ରୁ ୪ଂ କମିପାରେ ତାପମାତ୍ରା

ପାରମ୍ପରିକ ଓଡ଼ିଶୀ ସଙ୍ଗୀତ କଣ୍ଠଶିଳ୍ପୀ ଦାମୋଦାର ହୋତାଙ୍କ ପରଲୋକ

ଭୁବନେଶ୍ୱର: ଆରପାରିରେ ପଣ୍ଡିତ ଦାମୋଦାର ହୋତା । ପାରମ୍ପରିକ ଓଡ଼ିଶୀ ବା ଉଡ୍ରପଦ୍ଧତୀୟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଏବଂ ଗବେଷକ ଥିଲେ ଦାମୋଦର ହୋତା।  ଶନିବାର ରାତି ପ୍ରାୟ ୧୨ଟା ୧୫ ମିନିଟ୍‌ରେ ସମୟରେ ନୟାପଲ୍ଲୀସ୍ଥିତ ବାସଭବନ ‘ସୀତାରାମ’ ନିବାସରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ  ହୋଇଥିଲା।

ପଣ୍ଡିତ ହୋତା ୧୯୩୫ ମସିହା କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଗୋପୀନାଥ ହୋତା ଗୌଡ଼ବାଡ଼ ସାହି ଅଡ଼ଙ୍ଗତିଆଡ଼ି ଯାଗାର ସଭ୍ୟ, ମଲ୍ଲଯୋଦ୍ଧା, ଗାୟକ ଓ ମର୍ଦ୍ଦଳବାଦକ ଥିଲେ । ମାତାଙ୍କ ନାମ ଦଣ୍ଡିମଣି ଦେବୀ । ଶୈଶବ ଅବସ୍ଥାରୁ ସେ ନିଜ ପିତାଙ୍କ ସୁମଧୁର କଣ୍ଠରୁ ଯାଗା ଆଖଡ଼ାରେ ପ୍ରଚଳିତ ଓଡ଼ିଶୀ ସଙ୍ଗୀତ ଶୁଣି ଶୁଣି ଶିକ୍ଷା କରିଥିଲେ । ପରବର୍ତ୍ତୀ ସମୟରେ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ଶିଷ୍ୟ ପଣ୍ଡିତ ନୃସିଂହନାଥ ଖୁଣ୍ଟିଆଙ୍କ ଠାରୁ ସେ ଉଡ୍ରପଦ୍ଧତି ଆଧାରିତ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତ ଓ ହିନ୍ଦୁସ୍ତାନୀ ସଙ୍ଗୀତ ଶିକ୍ଷା କରିଥିଲେ । ଗୁରୁ କାଶୀନାଥ ମୁଦୁଲିଙ୍କ ଠାରୁ ସେ ମର୍ଦ୍ଦଳ ଓ ତବଲାବାଦନ ଶିଖିଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଠାରୁ ଆର୍ଥିକ ସହାୟତା ଲାଭକରି ସେ ପଣ୍ଡିତ ଓଁକାର ନାଥ ଠାକୁର ଓ ପଦ୍ମଶ୍ରୀ ବଳବନ୍ତ ରାୟଭଟ୍ଟଙ୍କଠାରୁ ହିନ୍ଦୁସ୍ତାନୀ ସଙ୍ଗୀତରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ମୁମ୍ବାଇସ୍ଥିତ ଅଖିଳ ଭାରତୀୟ ଗନ୍ଧର୍ବ ମହାବିଦ୍ୟଳୟରୁ ସେ ଡକ୍ଟରେଟ ମଧ୍ୟ ଲାଭ କରିଥିଲେ । ଓଡ଼ିଶା ତଥା ବାହାରେ ପଣ୍ଡିତ ହୋତା ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗବେଷକ, ବିଶେଷ କରି ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ଗବେଷକ ଭାବରେ ବେଶ ଆଦୃତ । ତାଙ୍କଦ୍ୱାରା ରଚିତ ୧୭ଖଣ୍ଡ ପୁସ୍ତକ ମଧ୍ୟରୁ ଅନେକ ପୁସ୍ତକ ପାଠ୍ୟପୁସ୍ତକ ଭାବରେ ମଧ୍ୟ ଆଦୃତ ହୋଇଛି । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ବର୍ଷା ପରେ ଲେଉଟିଲା ଶୀତ, ଆହୁରି ୩ରୁ ୪ଂ କମିପାରେ ତାପମାତ୍ରା

ବର୍ଷା ପରେ ଲେଉଟିଲା ଶୀତ, ଆହୁରି ୩ରୁ ୪ଂ କମିପାରେ ତାପମାତ୍ରା

ଭୁବନେଶ୍ୱର: ବର୍ଷା ପରେ ପୁଣି ଫେରିଛି ଶୀତ । ରାଜ୍ୟରେ ଦୁଇଦିନ ପାଗ କୋହଲା ସହ ବର୍ଷା ହେବା ପରେ ତାପମାତ୍ରା ପୁଣି କମିଛି । ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ।

ସର୍ବାଧିକ ବର୍ଷା ବାଲେଶ୍ୱର ଜିଲ୍ଲା ଭୋଗରାଇରେ ୫୫ ମିମି ରେକର୍ଡ ହୋଇଛି। ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୪୬.୪ ମିମି, ଢେଙ୍କାନାଳ ଭୁବନରେ ୪୪ମିମି ବର୍ଷା ହୋଇଛି। କେନ୍ଦୁଝର ଓ ଭଦ୍ରକର କିଛି ସ୍ଥାନରେ କୁଆପଥର ପଡ଼ିଥିବା ଜଣାଯାଇଛି। ତେବ‌େ ଆଉ ବର୍ଷା ହେବାର ସମ୍ଭାବନା ନାହିଁ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଫେବ୍ରୁଆରି ୯ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ଆସନ୍ତାକାଲି କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ସେହିପରି ୭ ତାରିଖରେ ଉପକୂଳ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳର କିଛି ସ୍ଥାନ ସହ ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, କନ୍ଧମାଳ, ପୁରୀ ଆଦି ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ପଡ଼ିପାରେ। ଏ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।  ୮ ତାରିଖ ଦିନ ଉପକୂଳ ଜିଲ୍ଲା ଓ ଅନୁଗୁଳ, ଢେଙ୍କାନାଳ ଏବଂ ୯ ତାରିଖରେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନାଗିରି ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।

କମାଲ କଲେ ବୟଜ୍ ଇନ୍ ବ୍ଲୁ: ପଞ୍ଚମ ଥର ପାଇଁ ବିଶ୍ୱକପ୍ ହାତେଇଲା ଭାରତ

ନର୍ଥ ସାଉଣ୍ଡ: କମାଲ କଲା ଭାରତୀୟ ଅଣ୍ଡର-୧୯ କ୍ରିକେଟ୍ ଟିମ୍ । ପଞ୍ଚମଥର ପାଇଁ ବିଶ୍ୱକପ୍ ଟ୍ରଫି  ହାତେଇଲା ଭାରତ । ଫାଇନାଲ ଫାଇଟରେ ଦମଦାର ବିଜୟ ସହିତ ବିଶ୍ୱକପ୍ ହାସଲ କରିଛି ଟିମ୍ ଇଣ୍ଡିଆ । ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ ୪ ଓ୍ୱିକେଟରେ ଇଂଲଣ୍ଡକୁ ହରାଇଛି ବୟଜ୍ ଇନ୍ ବ୍ଲୁ । ଶନିବାରର ଖେଳାଯାଇଥିବା ଏହି ଫାଇନାଲ୍‌ରେ ରବି କୁମାର ଏବଂ ରାଜ୍ ବାୱାଙ୍କ ଘାତକ ବୋଲିଂ ବଳରେ ଦ୍ୱିତୀୟ ଥର ବିଶ୍ୱକପ୍ ଜିତିବା ଲକ୍ଷ୍ୟରେ ଥିବା ଇଂଲଣ୍ଡକୁ ଭାରତ ୪୪.୫ ଓଭରରେ ମାତ୍ର ୧୮୯ ରନ୍‌ରେ ଅଲଆଉଟ୍ କରି ଦେଇଥିଲା। ୧୯୦ ରନ୍‌ର ଛୋଟିଆ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତ ପ୍ରାରମ୍ଭିକ ଝଟକା ଲାଗିଥିଲା । ଦ୍ୱିତୀୟ ବଲ୍‌ରେ ହିଁ ଓପନର ଅଙ୍ଗକ୍ରିଶ୍ ରଘୁବଂଶୀଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା ଭାରତ। ସେପଟେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ମ୍ୟାଚ୍‌ର ଗତିପଥ ବଦଳାଇବାକୁ ଆପ୍ରାଣ ଉଦ୍ୟମ କରିଥିଲା।

ତଥାପି ସାହସ ନହରାଇ ସେକ୍ ରସିଦଙ୍କ ଲଢ଼ୁଆ ଏବଂ ନିଶାନ୍ତ ସିନ୍ଧୁଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ୨.୨ ଓଭର ପୂର୍ବରୁ ବିଜୟର ସ୍ୱାଦ ଚାଖିଥିଲା‌ ଭାରତ । ଶେଷ ୩ ଓଭରରୁ ଭାରତକୁ ବିଜୟ ପାଇଁ ୧୨ ରନ୍‌ର ଦରକାର ଥିଲା ବେଳେ ୪୮ତମ ଓଭରର ତୃତୀୟ ଓ ଚତୁର୍ଥ ବଲ୍‌କୁ ଛକା ମାରି ୱିକେଟ୍ ରକ୍ଷକ ଦିନେଶ ବାନା ଭାରତୀୟ ବିଜୟ ବାନା ଉଡ଼ାଇଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରାଜ୍‌ ବାୱା ( ୫/୩୧, ୩୫ ରନ୍) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସର୍ବାଧିକ ରନ୍ କରିଥିବା ଦକ୍ଷିଣ ଆଫ୍ରିକାର ଦିୱାଲ୍ଡ ବ୍ରେଭିସ୍ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପୁଣି ୧୯ ବର୍ଷରୁ କମ୍ ବିଶ୍ୱକପ୍ ଆଣିବା ପରେ ସମଗ୍ର ଦେଶରେ ଖୁସିର ଲହରି ଖେଳି ଯାଇଛି । ଚାରିଆଡ଼ୁ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଛୁଟିଛି । ଭାରତ ପୂର୍ବରୁ ୨୦୦୦, ୨୦୦୮, ୨୦୧୨ ଏବଂ ୨୦୧୮ରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତି ଗୌରବ ଲାଭ କରିଥିଲା ।

ନନ୍ଦିଘୋଷ ଟିଭିର ପ୍ରଭାବ: ସରପଞ୍ଚ ପ୍ରାର୍ଥୀ ଟଙ୍କା ବାଣ୍ଟିବା ଘଟଣାର ହେବ ପୁନଃ ତଦନ୍ତ

ବଲାଙ୍ଗୀର: ନନ୍ଦିଘୋଷ ଟିଭିର ପ୍ରଭାବ । ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଳକ ଠେମେରା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ ଟଙ୍କା ବାଣ୍ଟିବା ଘଟଣାର ହେବ ପୁନଃତଦନ୍ତ । ତଦନ୍ତ ଦାୟିତ୍ୱରୁ ବାଦ ପଡିଲେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ । ତାଙ୍କ ସ୍ଥାନରେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ମନୋଜ ମହାଜନଙ୍କୁ ପୁନଃତଦନ୍ତ ଦାୟିତ୍ବ ଦିଆଯାଇଛି । ତଦନ୍ତରେ ସ୍ଵଚ୍ଛତା ନେଇ ଅଭିଯୋଗ ପରେ ବାଦ ପଡିଛନ୍ତି ବଙ୍ଗୋମୁଣ୍ଡା ତହସିଲଦାର ଗୁଣମନୀ ସୁନାନୀ  । ସେପଟେ ତଦନ୍ତ ଦାୟିତ୍ବ ପାଇବା ପରେ ପୋଲିସ ଉପସ୍ଥିତିରେ ଅଭିଯୋଗକାରୀ ଓ ଅନ୍ୟ ସରପଞ୍ଚ ପ୍ରାର୍ଥୀଙ୍କ ବୟାନ୍ ରେକର୍ଡ କରିଛନ୍ତି ଟିଟଲାଗଡ଼ ଉପ ଜିଲ୍ଲାପାଳ ।

ବରକାନୀ ଗାଁକୁ ନିର୍ବାଚନ ପ୍ରଚାରରେ ଯାଇ ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ଖୁଲମଖୁଲା ଟଙ୍କା ବାଣ୍ଟିଥିବା ଭିଜୁଆଲ ଭାଇରାଲ ହୋଇଥିଲା । ମାତ୍ର ତଦନ୍ତ ଦାୟିତ୍ବରେ ଥିବା ବଙ୍ଗୋମୁଣ୍ଡା ତହସିଲଦାର ଏକପାକ୍ଷିଆ ତଦନ୍ତ କରି ମିଡିଆ ଆଗରେ ଦେଇଥିଲେ ଭୁଲ ତଥ୍ୟ । ଘଟଣାଟି ଲକ୍ଷ୍ମୀପୂଜା ବେଳର କହି ଲକ୍ଷ୍ମୀକାନ୍ତଙ୍କୁ ଦେଇଥିଲେ କ୍ଲିନ୍ ଚି୍ଟ । ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସ୍ବର ବଦଲାଇଥିଲେ ତହସିଲଦାର । ଏପରକି ଏକପାକ୍ଷିଆ ତଦନ୍ତ ନେଇ ଜିଲ୍ଲାପାଳଙ୍କ ଫେରାଦ ମଧ୍ୟ ହୋଇଥିଲେ ଗ୍ରାମବାସୀ । ସେପଟେ ପୂର୍ବରୁ ମଧ୍ୟ ଲକ୍ଷ୍ମୀକାନ୍ତ ପିସି କାରବାରରେ ସଂପକ୍ତି ଥିବା ଅଭିଯୋଗ ହୋଇଥିଲା । ଯାହାର ପ୍ରଶାସନିକ ତଦନ୍ତ ଜାରି ରହିଛି ।

ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କୁ ପ୍ରବେଶ ମନା, ବଜାୟ ରହିବ ପରମ୍ପରା

ଭୁବନେଶ୍ୱର: ବିନା ଭକ୍ତରେ ଆୟୋଜିତ ହେବ ଏଥର ଖଣ୍ଡଗିରି ମେଳା  । ଅର୍ଥାତ କେବଳ ନୀତିକାନ୍ତିକୁ ଅନୁମତି ମିଳିଥିବାବେଳେ ଶ୍ରଦ୍ଧାଳୁ ଏବଂ ଯାତ୍ରୀଙ୍କ ପ୍ରବେଶ ଉପରେ ରୋକ ଲାଗିଛି  । ନିଷ୍ପତ୍ତି  ଅନୁଯାୟୀ କଟକଣାରେ ପାଳିତ ହେବ ମାଘସପ୍ତମୀ  । ସରକାର ମାଘ ମେଳାକୁ ଅନୁମତି ଦେଇଥିବାବେଳେ ଭକ୍ତଙ୍କୁ ବାରଣ କରିଛନ୍ତି  । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି କଟକଣା  । ତେବେ କୋଭିଡ ପାଇଁ ଏହି କଟକଣା ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ  ।

ପୂର୍ବରୁ ବିଏମସିକୁ ମଗାଯାଇଥିଲା ଅନୁମତି  । ଯାତ୍ରୀଙ୍କୁ ଆସିବାକୁ ଅନୁମତି ଦିଆଯିବା ନେଇ ଉଲ୍ଲେଖ କରାଯାଇଥିଲା  । କିନ୍ତୁ କୋଭଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି  । କେବଳ ରୀତିନିତି ଅନୁଯାୟୀ କାର୍ଯ୍ୟକ୍ରମ ସଞ୍ଚାଳନ କରିବାକୁ ଅନୁମତି ଦେଇଛନ୍ତି  । ତେବେ ଶ୍ରଦ୍ଧାଳୁ ଏବଂ ଯାତ୍ରୀଙ୍କୁ ବାରଣ କରାଯାଇଛି  ।

 

ଗରିବଙ୍କ ଟଙ୍କା ଖାଉଥିଲେ, ବିଜେଡିରୁ ନିଲମ୍ବିତ ହେଲେ

କଟକ: ବସ୍ତି ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ଫ୍ଲାଟ ହଡପ କରି ବିକ୍ରି କରିବା ପଡିଲା ମହଙ୍ଗା । ବିଜେଡିରୁ ବହିୃଷ୍କୃତ ହେଲେ ପୂର୍ବତନ କର୍ପୋରେଟର ରଞ୍ଜିତା କରଣ ଓ ତାଙ୍କ ସ୍ୱାମୀ ରାଜା କରଣ । ରଞ୍ଜିତାଙ୍କ ସହ ଅଭିଯୁକ୍ତ ରାଜାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କଲା ବିଜେଡି । ଉଭୟଙ୍କୁ ବରିଷ୍କାର କରିବାକୁ ବିଧାୟକ ସୌଭିକ ବିଶ୍ବାଳ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ଚିଠି ଲେଖିଥିଲେ । ପ୍ରମାଣ ଓ ବିଧାୟକଙ୍କ ଚିଠିକୁ ଆଧାର କରି ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ ।

କଟକ ଅନ୍ଦରପୁର ଠାରେ ଥିବା ଆପାର୍ଟମେଣ୍ଟରେ 192 ଟି ଫ୍ଲାଟ ରହିଥିବାବେଳେ ମହାନଗର ନିଗମ ପକ୍ଷରୁ ମାତ୍ର ୬୬ ଜଣ ହିତାଧିକାରୀଙ୍କୁ ମିଳିଥିଲା ଘର । ବାକି ଘର ଗୁଡିକୁ ବେଆଇନ ଭାବେ ଜବରଦଖଲକୁ ନେଇ 25 ରୁ ଅଧିକ ପରିବାରକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥିଲେ ସିଏମସି ୫୩ ନମ୍ବର ଓ୍ବାର୍ଡ ପୂର୍ବତନ କର୍ପୋରେଟରଙ୍କ ସ୍ବାମୀ ରାଜା କରଣ । ଅଭିଯୋଗ ପରେ ତାଙ୍କୁ ଗିରଫ କରିଥିଲା ମଧୂପଟଣା ପୋଲିସ ।

ସେପଟେ ରାଜା ପାଖରୁ 14 ଲକ୍ଷ 90 ହଜାର ଟଙ୍କା ଜବତ ହୋଇଥିବା ବେଳେ ତାଙ୍କ ନାଁରେ 3 ଟି କେସ୍ ରୁଜୁ ହୋଇଛି । ସେପଟେ ଠକେଇର ଶିକାର ହୋଇଥିବା ଲୋକଙ୍କୁ ଭୟ ନକରି ଅଭିଯୋଗ କରିବାକୁ ପୋଲିସ୍ ପରାମର୍ଶ ଦେଇଛି ।

ବିଜେପିର ଦାଦାଗିରି, ପୂର୍ବତନ ମହିଳା ସରପଞ୍ଚଙ୍କ ଉପରେ ଆକ୍ରମଣ

ଭଦ୍ରକ: ବିଜେପିର ଦାଦାଗିରି ।

। ପୂର୍ବତନ ସରପଞ୍ଚଙ୍କ ସମେତ ଦୁଇଜଣ ଆହତ । ଆହତଙ୍କୁ ଭଦ୍ରକ ମଡିକାଲରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଦୋବଲ ପଞ୍ଚାୟତ ସୋଧ ଗ୍ରାମରେ । ଏନେଇ ଧାମନଗର ଥାନାରେ ଲିଖିତ ଅଭିଯୋଗ ପରେ ଧାମନଗର ଏସଡିପିଓ ଓ ଥାନାଧିକାରୀ ଗାଁ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୋବଲ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚମ୍ପାବତୀ ଦଳେଇ ନିଜ ଘର ପିଣ୍ଡାରେ ବସିଥିବା

ବେଳେ ବିଜେପିର କିଛି କର୍ମୀ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଆକ୍ରମଣ କରିଥିଲେ । ଚମ୍ପାବତୀଙ୍କୁ ବଞ୍ଚାଇବାକୁ ଯାଇ ସ୍ଥାନୀୟ ଯୁବକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । ଉଭୟଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଧାମନଗର ଥାନାରେ ଚମ୍ପାବତୀ ଲିଖିତ ଅଭିଯୋଗ କରିଛନ୍ତି । ନିର୍ବାଚନ ପ୍ରଚାର ଚାଲିଥିବାବେଳେ ଏପରି ହିଂସା ଘଟାଇ ବିଜେପି ନିଜର ସ୍ଥିତି ଜାହିର କରିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଏସପି ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଟ୍ରାଫିକ ସମସ୍ୟା ପାଇଁ ହେଉଛି ୩ ପ୍ରତିଶତ ଛାଡ଼ପତ୍ର

0

ମୁମ୍ବାଇ : ମୁମ୍ବାଇ ଭଳି ସହରରେ ୩ ପ୍ରତିଶତ ଛାଡ଼ପତ୍ରର କାରଣ ହେଉଛି ଟ୍ରାଫିକ୍ ସମସ୍ୟା । ଏ କଥା ଆମେ କହୁନାହୁଁ ବରଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିଜଙ୍କ ପତ୍ନି ଅମୃତା ଫଡ଼ନାଭିଜ୍ ଏଭଳି ବୟାନ୍ ଦେଇଛନ୍ତି । ଏହାକୁ ନେଇ ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ କିଭଳି ଜୀବନ ଅସ୍ତବ୍ୟସ୍ତ ହୋଇଛି ତାହାକୁ ନେଇ ସେ ଆଲୋଚନା କରିଛନ୍ତି । ଅନ୍ୟପଟେ ଅମୃତାଙ୍କ ମତକୁ ନେଇ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତିଯେ, ‘ଲଜିକ୍ ଅଫ୍ ଦ ଡେ’ । ଅବଶ୍ୟ ସେ ଏଥିରେ କାହାର ନାଁ ନେଇ ନଥିବା ଦେଖିବାକୁ ମିଳିଛି ।

 

ଟ୍ରାଫିକ ଜାମ୍ ଏଭଳି ଏକ ସମସ୍ୟା ସାଜିଛି ଯାହା ଦ୍ୱାରା ନିଜ ଲୋକଙ୍କୁ ସମୟ ମଧ୍ୟ ଦେଇ ହେଉନାହିଁ । ଏଥିପାଇଁ ମାୟାନଗରୀ ମୁମ୍ବାଇରେ ୩ ପ୍ରତିଶତ ଲୋକ ଡିଭୋର୍ସ ନେଉଛନ୍ତି । ତେବେ ନିଜେ ମଧ୍ୟ କିଭଳି ଏହି ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି ଅମୃତା । କିନ୍ତୁ ପ୍ରିୟଙ୍କାଙ୍କୁ ଏହି କଥା ପସନ୍ଦ ଆସିନାହିଁ ଏବଂ ସେ ଅମୃତାଙ୍କ ମଜାକ୍ ଉଡ଼ାଇଛନ୍ତି । ଏହା ସହିତ ଅମୃତାଙ୍କ ମତକୁ ମଜାକ୍ ବୋଲି କହିଛନ୍ତି ।