ସାଇଫୋନିକ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି EOW

ଭୁବନେଶ୍ୱର: ଇଓଡବ୍ଲ୍ୟୁ କବ୍ଜାରରେ ଦୁଇ ଠକ । ସାଇଫୋନିକ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ଇଓଡବ୍ଲ୍ୟୁ, କେନ୍ଦୁଝର ପୋଲିସ ଓ ପଶ୍ଚିମବଙ୍ଗ ବାରକ ପୋଲିସ ସହାୟତାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ସୁବାସ ଘିସିଂ ଗିରିକୁ ପଶ୍ଚିମବଙ୍ଗରୁ ଗିରଫ କରିଛି ଇଓଡବ୍ଲ୍ୟୁ । ସୁବାସ ଘିସିଂକୁ ଗିରଫ କରିବା ପରେ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ବଡ଼ବିଲ କୋର୍ଟରେ ହାଜର କରାଯାଇଛି । ତେବେ ଅନ୍ୟଜଣେ ଅଭିଯୁକ୍ତ ସୟାଦ ସହବଜା ନାକବିକୁ ମଧ୍ୟ ଛତିଶଗଡ଼ରୁ ଗିରଫ କରାଯାଇଛି । ସୟାଦ ସହବଜା ନାକବିକୁ ଗିରଫ କରିବା ପରେ ତାଙ୍କୁ ମଧ୍ୟ ବଡ଼ବିଲ କୋର୍ଟରେ ହାଜର କରାଯାଇଛି । ବଡ଼ବିଲ ମ୍ୟୁନିସିପାଲଟିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଭିଯୋଗରେ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବେଆଇନ ଭାବେ ୨ କୋଟି ୪୪ ଲକ୍ଷ ୬୦ ହଜାର ଟଙ୍କାକୁ ଟ୍ରାନ୍ସଫର୍ କରିଛନ୍ତି । ଅଫିସ ଆକାଉଣ୍ଟରୁ ବେଆଇନ ଭାବେ ଟଙ୍କା ମଧ୍ୟ ହଡପ କରିଛନ୍ତି ଏହି ଦୁଇ ଅଭିଯୁକ୍ତ । ଅଭିଯୋଗକାରୀଙ୍କ ନକଲି ଚେକ ଓ ଜାଲ ଦସ୍ତଖତକୁ ଏହି ଦୁଇ ଜଣ ଅଭିଯୁକ୍ତ ହାତେଇ ଥିବା ଅଭିଯୋଗ ହୋଇଛି ।